Author: Samikhsya Bureau

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଏମ.ଭି -୨୬ ଗାଁରେ ଦେଖା ଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଜି ସୁଦ୍ଧା ଏମ.ଭି-୨୬ ଗାଁର ଅଧିକାଂଶ ଲୋକ ଘରକୁ ଫେରିଛନ୍ତି। ଗାଁରୁ ବିଏନଏସ ଧାରା ୧୬୩ ହଟାଇ ଦିଆଯାଇଥିବା ବେଳେ ପୋଡାଜଳା ଘଟଣାରେ ରାଖେଲଗୁଡ଼ାର ୬ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲାରେ ଇଣ୍ଟରନେଟ କଟକଣାକୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏମଭି-୨୬ ଗାଁରେ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ସଜାଡ଼ି ଦିଆଯାଇଥିବା ବେଳେ ୧୦୬ଟି ଘରେ ପୁନଃ ବିଦ୍ୟୁତ ସଂଯୋଗ କରାଯାଇଛି। ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ୨ଓଳି ରନ୍ଧା ଖାଦ୍ୟ ସହ ପୋଷାକ, କମ୍ବଳ, ତାରପୋଲିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରାଥମିକ ଆକଳନ ମୁତାବକ, ହିଂସାରେ ୩ କୋଟି ୩୪ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନେତୃତ୍ୱରେ ଜିଲ୍ଲା ଜନଜାତି…

Read More

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ସମେତ ୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏଥି ସହିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ବହୁ ହିତାଧିକାରୀଙ୍କୁ ସେ କାର୍ଡ ବିତରଣ କରିଥିଲେ। ସରକାରଙ୍କ ଜନ କଲ୍ୟାଣ ଯୋଜନା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରବାସୀଙ୍କ ପାଖରେ ପହଞ୍ଚାଇବାକୁ ଡବଲ ଇଞ୍ଜିନ ସରକାର ସବୁବେଳେ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

Read More

ଭୁବନେଶ୍ଵର: ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ରାଜ୍ୟରେ ସମନ୍ୱିତ ଏବଂ ତଥ୍ୟ-ଚାଳିତ ସଡ଼କ ସୁରକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ସମୀକ୍ଷା କରିଛି। ସମୀକ୍ଷାରେ ଡାସବୋର୍ଡର ଗଠନ, ତଥ୍ୟ ସମନ୍ୱୟ ଏବଂ ସୂଚନାପ୍ରଦ ନିଷ୍ପତ୍ତି ଗ୍ରହଣ, ସମନ୍ୱିତ କାର୍ଯ୍ୟ ଏବଂ ସଡ଼କ ସୁରକ୍ଷା ପଦକ୍ଷେପର ପ୍ରଭାବଶାଳୀ ତଦାରଖକୁ ପ୍ରଭାବଶାଳୀ କରିବା ପାଇଁ ଆନ୍ତଃବିଭାଗୀୟ ବ୍ୟବହାର ଉପରେ ଧ୍ୟାନ ଦିଆଯାଇଥିଲା। ଡ୍ୟାସବୋର୍ଡଟି ଆଇ ଆଇ ଟି ମାଡ୍ରାସର ଆର ବି ଜି ଲ୍ୟାବ୍ସ ଦ୍ୱାରା ବିକଶିତ ହୋଇଛି, ଯାହା ପୂର୍ବରୁ ସମନ୍ୱିତ ସଡ଼କ ଦୁର୍ଘଟଣା ଡାଟାବେସ୍ (iRAD), ତଥ୍ୟ-ଚାଳିତ ସଡ଼କ ସୁରକ୍ଷା ହସ୍ତକ୍ଷେପକୁ ସମର୍ଥନ କରୁଥିବା ଜାତୀୟ ପ୍ଲାଟଫର୍ମକୁ ଧାରଣା ଦେଇଥିଲା। ରାଜ୍ୟ ପରିବହନ ପ୍ରାଧିକରଣ (STA) ପୋଲିସ, ସଡ଼କ ମାଲିକାନା ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ନେଇ ଏକ ବ୍ୟାପକ ପରାମର୍ଶ ପ୍ରକ୍ରିୟା…

Read More

ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ଓଡିଶାର ସମସ୍ତ ବିଜେପି ସାଂସଦ ଗତକାଲି ଏକାଠି ହୋଇ ଏକ ବୈଠକ କରିଛନ୍ତି। ହେଲେ ବୈଠକ ସରିବା ପରେ କେହି କିଛି କହିଲେ ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। ସାଂସଦମାନେ ଏକାଠି ହୋଇ ବୈଠକ କରିବାରେ କିଛି ଅସୁବିଧା ନାହିଁ, ହେଲେ ଏହାକୁ ଗଣମାଧ୍ୟମରେ କହିବା କେଉଁଠି ଅସୁବିଧା ରହିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦଳୀୟ ସାଂସଦମାନେ ଏକାଠି ହେବା ନେଇ ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ତାହା ସନ୍ଦେହ ଭିତରେ ରହିଛି। ତେବେ ସୂଚନା ଅନୁସାରେ କୁଆଡେ ରାଜ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସଂସଦରେ ଓଡ଼ିଶାର ବିଜେପି ସାଂସଦମାନେ ବୈଠକ କରିଥିଲେ। ଓଡ଼ିଶାର ଅଧିକାଂଶ ବିଜେପି ସାଂସଦ ରାଜ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ସଂସଦ ପରିସରରେ ଏକାଠି ହୋଇଥିଲେ ବୋଲି କୁହାଯାଇଛି। ଏହି ବୈଠକରେ…

Read More

ଭୁବନେଶ୍ଵର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ରେଳ ଭବନରେ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଅଧିକାରୀମାନଙ୍କୁ ବନ୍ଦେ ଭାରତ ଟ୍ରେନରେ ସ୍ଥାନୀୟ ଖାଦ୍ୟ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଖାଦ୍ୟ ପରିବେଷଣ ଦ୍ୱାରା ଯାତ୍ରୀଙ୍କ ସୁନ୍ଦର ଅନୁଭୂତି ହେବ, କାରଣ ଏହା ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଏବଂ ସ୍ୱାଦକୁ ପ୍ରତିଫଳିତ କରିବ। ଭବିଷ୍ୟତରେ ଧୀରେ ଧୀରେ ସମସ୍ତ ଟ୍ରେନରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଜାଲ୍ ପରିଚୟ ବ୍ୟବହାର କରି ଟ୍ରେନ୍ ଟିକେଟ୍ ବୁକିଂ ଉପରେ ଭାରତୀୟ ରେଳବାଇର କଡ଼ା କାର୍ଯ୍ୟାନୁଷ୍ଠାନ ସକାରାତ୍ମକ ଫଳାଫଳ ଆଣିଛି । ୟୁଜରଙ୍କ ପରିଚୟ ଯାଞ୍ଚ ଏବଂ ନକଲି…

Read More

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ବିରୋଧ କରାଯାଉଥିବା ସମୟରେ ଏହାକୁ ନେଇ ସରକାରଙ୍କୁ ଚେଙ୍ଗି ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ପାଇଁ ଯେଉଁ ଦରମା ବର୍ଦ୍ଧିତ କରାଯାଇଛି ତାହା ମୁଁ ଗ୍ରହଣ କରିବ ନାହିଁ। ତାହାକୁ ତ୍ୟାଗ କଲି। ଅନ୍ୟପକ୍ଷରେ ସେ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ, ମୋର ବର୍ଦ୍ଧିତ ଦରମା ଓଡିଶାର ଗରିବ ଲୋକଙ୍କର କଲ୍ୟାଣରେ ବିନିଯୋଗ କରନ୍ତୁ। ଏହା ପଛରେ ବାଡି ଭାଙ୍ଗିବନି ହେଲେ ସାପ ମରିବ ନ୍ୟାୟରେ  ନବୀନ ବେଶ ଭାବିଚିନ୍ତି ଏହାକୁ ଲେଖିଛନ୍ତି। କାରଣ ବିଧାୟକଙ୍କ ଦରମା ବୃଦ୍ଧିକୁ ସିଧା ବିରୋଧ କଲେ ତାହା ହୁଏତ ବୁମେରାଂ ହୋଇପାରେ। ତେଣୁ ଦରମା ବୃଦ୍ଧିକୁ ବିରୋଧ ନ କରି…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ର ଜଗଦଲପୁରରେ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ଆମେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସମଗ୍ର ଦେଶରୁ ବାମପନ୍ଥୀ ନକ୍ସଲବାଦକୁ ମୂଳପୋଛ କରିବା ପାଇଁ ସଂକଳ୍ପ ନେଇଛୁ ଏବଂ ଆଜି ବସ୍ତର ଅଲିମ୍ପିକ୍ସ-୨୦୨୫ରେ ଆମେ ତାହା ହାସଲ କରିବା ଦିଗରେ ଛିଡ଼ା ହୋଇଛୁ। ଆସନ୍ତା ବର୍ଷ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ବସ୍ତର ଅଲିମ୍ପିକ୍ସ-୨୦୨୬ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ଲାଲ ଆତଙ୍କବାଦ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଥିବ ଏବଂ ଏକ ନକ୍ସଲ ମୁକ୍ତ ବସ୍ତର ଆଗକୁ ବଢ଼ିବ। ଶ୍ରୀ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମଗ୍ର ବସ୍ତର ଏବଂ ଭାରତକୁ…

Read More

ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଶନିବାର ଭୁବନେଶ୍ୱରଠାରେ ପୂର୍ବୋଦୟ ଅନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଉଦଘାଟନ କରିଛନ୍ତି। ଆର୍ଥିକ କରିଡର ଜରିଆରେ ଭାରତର ପୂର୍ବ ସୀମା ଏବଂ ଦକ୍ଷିଣପୂର୍ବ ଏସିଆକୁ ଯୋଡିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ରାଜ୍ୟପାଳ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ପୂର୍ବୋଦୟର ଅପାର ସମ୍ଭାବନା ରହିଛି। ବିସ୍ତିର୍ଣ୍ଣ ଉପକୂଳ ସହିତ ପ୍ରଚୁର ଖଣିଜ ସମ୍ପଦ ଏହି କ୍ଷେତ୍ରର ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବ। ପୂର୍ବୋଦୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ। ସମ୍ମିଳନୀରେ ବହୁ ବିଶେଷଜ୍ଞ ଯୋଗଦେଇ ବିଚାର ବିମର୍ଶ କରିଛନ୍ତି।

Read More

ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। ଆପ୍ରାଣ ଚେଷ୍ଟା କରିବା କାର୍ଯ୍ୟ ଭବିଷ୍ୟତରେ ସାହାଯ୍ୟ କରିବ। ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା,…

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ ଉନମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉନମୋଚନ କରିଛନ୍ତି। ଏହି ପୁସ୍ତକଟି ଓଡିଶାର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀ ପକ୍ଷରୁ ପ୍ରକାଶିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏହି ଉତ୍ସବରେ ନିଜେ ଗାଳ୍ପିକ ବିଜୟ ନାୟକ ଏବଂ ପ୍ରକାଶକ ଉପସ୍ଥିତ ଥିଲେ। ଗାଳ୍ପିକ ତଥା ପୂର୍ବତନ ପ୍ରଶାସକ ବିଜୟ ନାୟକ ଓଡିଆ ସାହିତ୍ୟ ଜଗତରେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହିତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ତାଙ୍କର ଗଳ୍ପ ପୁସ୍ତକ ‘ମାୟାବର୍ତ୍ତ’ ତତକାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଉନମୋଚନ କରିଥିଲେ। ତାଙ୍କ ରଚିତ ପୁସ୍ତକ ‘ଆଦ୍ୟ ଆଷାଢ’, ‘ଅନେକ ଦିନପରେ ବର୍ଷା’,’ଭାରି ମେଘରାତି’, ‘ଆର ଥରକୁ’…

Read More

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚି ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଇଣ୍ଡିଗୋ ବିମାନର ଲାଞ୍ଜ ରନୱେରେ ଧକ୍କା ଦେଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର (୧୨ ଡିସେମ୍ବର, ୨୦୨୫) ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ଏହି ଘଟଣା ଘଟିଥିଲା ​​ଯେତେବେଳେ ଭୁବନେଶ୍ୱରରୁ ଉଡ଼ାଣ କରୁଥିବା ବିମାନଟି ରାଞ୍ଚି ବିମାନବନ୍ଦରରେ ଅବତରଣ କରୁଥିଲା। ଅଧିକାରୀଙ୍କ ଅନୁଯାୟୀ, ବିମାନଟି ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦର ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି ଯେ, “ଅବତରଣ କରିବା ସମୟରେ ବିମାନର ଲାଞ୍ଜ ରନୱେରେ ଧକ୍କା ଦେଇଥିଲା। ଯାତ୍ରୀମାନେ ହଠାତ୍ ଝଟକା ଅନୁଭବ କରିଥିଲେ। ତଥାପି, ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।” ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, “ରାଞ୍ଚିରୁ ଭୁବନେଶ୍ୱରକୁ ପରବର୍ତ୍ତୀ ନିର୍ଦ୍ଧାରିତ ବିମାନ ବାତିଲ କରାଯାଇଥିଲା। ଉଡ଼ାଣରେ ଥିବା କିଛି ଯାତ୍ରୀ ସେମାନଙ୍କ ଯାତ୍ରା ବାତିଲ କରିଥିଲେ, ଯେତେବେଳେ ଅନ୍ୟମାନେ ପୁନଃନିର୍ଦ୍ଧାରିତ କରିଥିଲେ। ଅବଶିଷ୍ଟ ଯାତ୍ରୀମାନଙ୍କୁ ସଡ଼କ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦୁଇ ଦିନିଆ ଜୋର୍ଡାନ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଜୋର୍ଡାନ ରାଜାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ପ୍ରତିନିଧିସ୍ତରୀୟ ବୈଠକ କରିବେ। ଜୋର୍ଡାନରେ ଥିବା ଭାରତୀୟ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି। ଡିଡି ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଲୋକମାନେ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସୁଯୋଗ ମିଳିବ ଏବଂ ସେମାନେ ଅତ୍ୟନ୍ତ ଉତ୍ସାହିତ। ଭାରତୀୟ ଯୁବପିଢ଼ି ଏବଂ କଳାକାରମାନେ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜଣେ କଳାକାର କହିଛନ୍ତି ଯେ, ସେମାନେ କଥକ ଭଳି ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ। ସେ କହିଛନ୍ତି ଯେ, “ମୁଁ ବହୁତ ଖୁସି ଏବଂ ଉତ୍ସାହିତ। ଏହା ମୋ ପାଇଁ ମୋର ପ୍ରତିଭା ପ୍ରଦର୍ଶନ କରିବାର ଏକ ମହାନ ସୁଯୋଗ।”

Read More

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମରେ ବିଜେପି ଚମତ୍କାର ପ୍ରଦର୍ଶନ ସହିତ ଏକ ଐତିହାସିକ ବିଜୟ ହାସଲ କରିଛି। ଏକ ବଡ଼ ରାଜନୈତିକ ପରିବର୍ତ୍ତନରେ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ​​ତିରୁବନନ୍ତପୁରମ ନଗର ନିଗମରେ ବିଜେପି ବିଜୟୀ ହୋଇଛି। ଗତ ଚାରି ଦଶନ୍ଧି ଧରି ଏହି ନିଗମକୁ ଏଲଡିଏଫ ନିଜ ଅଧୀନରେ ରଖିଥିଲା। ବାମପନ୍ଥୀଙ୍କ ଗଡ଼ ଭାବରେ ବିବେଚିତ ତିରୁବନନ୍ତପୁରମ ଆସନ ହାରିବା ଏଲଡିଏଫ ପାଇଁ ଏକ ବଡ଼ ଝଟକା। ନିର୍ବାଚନ ପରାଜୟ ପରେ ବାମପନ୍ଥୀଙ୍କ ପ୍ରଥମ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ସିପିଆଇ(ଏମ୍) ପରାଜୟର ସମ୍ପୂର୍ଣ୍ଣ ଦାୟୀ କଂଗ୍ରେସ ଉପରେ ରଖିଛି। ପରାଜୟ ପରେ ସିପିଆଇଏମ୍ କେରଳ ସମ୍ପାଦକଙ୍କ ପ୍ରତିକ୍ରିୟା କେରଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଏମଭି ଗୋବିନ୍ଦନ କହିଛନ୍ତି ଯେ, “ଏଲଡିଏଫ୍ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପରାଜୟର ସମସ୍ତ ସ୍ତରରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ ଏବଂ ଆବଶ୍ୟକୀୟ ସଂସ୍କାର…

Read More

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ଇଉରୋପ) ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି। ଏଥିରେ ଯୁଏସଏର ୮ଟି ସହର (ମିନିଆପୋଲିସ, ନ୍ୟୁ ଜର୍ସି, ହ୍ୟୁସ୍ଟନ, ଫ୍ରେମଣ୍ଟ, ଉତ୍ତର କାରୋଲାଇନା ଆଦି) ସମ୍ମିଳିତ — ଯାହା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ସତ୍ୟ ଐତିହାସିକ ମାଇଲଷ୍ଟୋନ। ବିଶେଷ ଭାବରେ, ଏହି ଚଳଚ୍ଚିତ୍ରର ବିଶ୍ୱଯାତ୍ରା ଯୁଏସଏର ମିନିଆପୋଲିସ ଠାରୁ ଆରମ୍ଭ ହୋଇ ଓଡ଼ିଆ ସିନେମାର ଇତିହାସ ରଚନା କରିଛି। ଆସନ୍ତା ଦୁଇ ମାସ ମଧ୍ୟରେ ୧୦ରୁ ୧୨ଟି ଅଧିକ ଦେଶରେ ପ୍ରଦର୍ଶନୀ ପାଇଁ ଯୋଜନା ରହିଛି ଏବଂ ଫେବୃଆରୀ ମାସରେ ହିନ୍ଦୀ ସଂସ୍କରଣ ମୁକ୍ତି ଲାଭ କରିବ। ଏକାଧିକ ଦେଶରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର…

Read More

ଭୁବନେଶ୍ୱର: ‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ। ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଆଜି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଦ ଏନର୍ଜି ଫୋରମ୍ (ଟିଇଏଫ)ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାକୁ ଆଗକୁ ନେବା ଦିଗରେ ଏଭଳି ଆୟୋଜନ ସ୍ୱାଗତଯୋଗ୍ୟ। ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଇଣ୍ଡିଆନ ପାରାଦୀପ ରିଫାଇନାରୀକୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ‘ପୂର୍ବୋଦୟ’ର…

Read More

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟ ଏକ୍କା ମିଳିତ ଭାବେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ।ତତସହିତ ବିଭିନ୍ନ ବ୍ୟାଙ୍କର ପ୍ରାକ ବିବାଦୀୟ ମକଦ୍ଦମା ଗୁଡିକୁ ମଧ୍ୟ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତରେ ସମୁଦାୟ ୧୧୭ ଗୋଟି ମାମଲାର ଫଇସଲା ହୋଇଥିବା ବେଳେ ତନ୍ମଧ୍ୟରୁ ୮ ଗୋଟି ଦେୱାନୀ ମାମଲା ଏବଂ ୧୦୯ ଗୋଟି ଫୌଜଦାରୀ ମାମଲା ର ଫଇସଲା ହୋଇଥିଲା। ଉକ୍ତ ଲୋକ ଅଦାଲତରେ ବାଣପୁର ଓ ବାଲୁଗାଁର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ…

Read More

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏବଂ ନଭେମ୍ବର ୨୦୨୫ ଏହାର ସ୍ପଷ୍ଟ ପ୍ରମାଣ। ଏହି ମାସରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ପ୍ରବଳ ଥିଲା, ଟିଭିଏସ୍ ସର୍ବାଧିକ ବିକ୍ରୟ ରେକର୍ଡ କରିଥିଲା। ଉତ୍କୃଷ୍ଟ ଉତ୍ପାଦ ଗୁଣବତ୍ତା, ଏକ ବିଶ୍ୱସ୍ତ ବ୍ରାଣ୍ଡ ପ୍ରତିଛବି ଏବଂ ଏକ ଦୃଢ଼ ସେବା ନେଟୱାର୍କ ଟିଭିଏସକୁ ଏହି ସେଗମେଣ୍ଟରେ ଶୀର୍ଷ ସ୍ଥାନ ହାସଲ କରିବାରେ ସାହାଯ୍ୟ କରିଛି। ପେଟ୍ରୋଲ ମୂଲ୍ୟ ବୃଦ୍ଧି ଏବଂ ଇଭି ପ୍ରତି ଜନସାଧାରଣଙ୍କ ଆଗ୍ରହ ଏହି ବଜାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିଛି। ଟିଭିଏସ୍ ଆଇକ୍ୟୁବ୍ ର ଦମଦାର ବିକ୍ରୟ କମ୍ପାନୀକୁ ନମ୍ବର-୧ ସ୍ଥିତି ହାସଲ କରିବାରେ ସାହାଯ୍ୟ କରିଥିଲା। ଟିଭିଏସ୍ ନଭେମ୍ବର ୨୦୨୫ ରେ ମୋଟ ୨୭,୩୮୨ ୟୁନିଟ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିଥିଲା। ଏହି ପ୍ରଭାବଶାଳୀ ପ୍ରଦର୍ଶନରେ ଟିଭିଏସ୍ ଆଇକ୍ୟୁବ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଭଲ ପରିସର, ସୁଗମ…

Read More

କୋଲକାତା: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଷ୍ଟାର ଫୁଟବଲ୍ ଲିଓନେଲ୍ ମେସିଙ୍କ ଏକ ଝଲକ ଦେଖିବା ପାଇଁ ଏକାଠି ହୋଇଥିବା ପ୍ରଶଂସକମାନେ ଆଶା ଅନୁଯାୟୀ ତାଙ୍କୁ ଦେଖିବାର ସୁଯୋଗ ନ ପାଇ ଉତକ୍ଷିପ୍ତ ହୋଇଛନ୍ତି। ଉତ୍ତେଜିତି ପ୍ରଶଂସକମାନେ ଷ୍ଟାଣ୍ଡରୁ ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଛନ୍ତି। ପରିସ୍ଥିତି ଆହୁରି ବିଗିଡ଼ିବା ପରେ, ଲିଓନେଲ୍ ମେସିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସଲ୍ଟ ଲେକ୍ ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ଜଣେ ମେସି ପ୍ରଶଂସକ କ୍ରୋଧର ସହ କହିଥିଲେ ଯେ, “ମେସି ରାଜନେତା ଏବଂ ଅଭିନେତାଙ୍କ ଦ୍ୱାରା ଘେରି ରହିଥିଲେ। ଆମକୁ କାହିଁକି ନିମନ୍ତ୍ରଣ କରାଯାଇଥିଲା? ଆମେ ୧୨,୦୦୦ ଟଙ୍କା ମୂଲ୍ୟର ଟିକେଟ୍ କିଣିଥିଲୁ, କିନ୍ତୁ ତାଙ୍କ ମୁହଁ ମଧ୍ୟ ଦେଖି ପାରିଲୁ ନାହିଁ।” ଆଉ ଜଣେ ପ୍ରଶଂସକ କହିଥିଲେ ଯେ, “ଏହା ଏକ ସମ୍ପୂର୍ଣ୍ଣ ଖରାପ ଆୟୋଜନ ଥିଲା। ମେସି ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ ଏବଂ ଚାଲିଗଲେ। ସେ ଏକ…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ୨୦୨୫ ଶେଷରେ ପୁଣି ଥରେ ତାଙ୍କ ବ୍ୟାଟ୍ ସହିତ ଚହଳ ସୃଷ୍ଟି କରିଛନ୍ତି। ସେ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ର ପ୍ରଥମ ମ୍ୟାଚ୍‌ରେ UAE ବିପକ୍ଷରେ ୧୭୧ ରନ୍ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୧୪ ବର୍ଷ ବୟସରେ ଏପରି ସଫଳତା ହାସଲ କରିବା ଏକ ବଡ କୀର୍ତ୍ତିମାନ। ବୈଭବ ଏହି ଇନିଂସରେ ୧୪ଟି ଛକା ଏବଂ ୯ଟି ଚୌକା ମାରି ମାତ୍ର ୫୬ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ। ଏହା ସତ୍ତ୍ୱେ ଏହି ଇନିଂସକୁ ICCର ସରକାରୀ ରେକର୍ଡ ବୁକ୍‌ରେ ସାମିଲ କରାଯାଇ ନଥିଲା। ଏବେ ପ୍ରଶ୍ନ ଉଠୁଛି, କାହିଁକି? ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ କେତେ ସ୍ୱତନ୍ତ୍ର ଥିଲା? ବୈଭବ ୯୫ ବଲ୍ ରୁ ୧୮୦ ଷ୍ଟ୍ରାଇକ୍ ରେଟ୍ ରେ ୧୭୧ ରନ୍ କରିଥିଲେ। ସେ ୩୦ ବଲ୍ ରେ ତାଙ୍କର ଅର୍ଦ୍ଧଶତକ, ୫୬…

Read More

ନୂଆଦିଲ୍ଲୀ: ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଲାହୋର ୟୁନିଭରସିଟି ଅଫ ମ୍ୟାନେଜମେଣ୍ଟ ସାଇନ୍ସେଜ (LUMS) ଦ୍ୱାରା ନିଆଯାଇଛି। ଏହି ପାଠ୍ୟକ୍ରମ ଅଧୀନରେ ସଂସ୍କୃତ ସହିତ ମହାଭାରତ ଏବଂ ଭଗବଦ୍ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ମଧ୍ୟ ଅଧ୍ୟୟନ କରାଯିବ। ଏହି ପଦକ୍ଷେପକୁ ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଭାବରେ ଦେଖାଯାଉଛି। ଏହି ନୂତନ ପାଠ୍ୟକ୍ରମର ଶୁଭାରମ୍ଭ ହଠାତ୍ ହୋଇନାହିଁ। ପ୍ରକୃତରେ ଛାତ୍ର, ଗବେଷକ ଏବଂ ଭାଷାରେ ଆଗ୍ରହୀ ଲୋକଙ୍କ ଦ୍ୱାରା ଏକ ତିନି ମାସର ସପ୍ତାହାନ୍ତ କର୍ମଶାଳା ଦ୍ୱାରା ଏହାର ମୂଳଦୁଆ ସ୍ଥାପନ କରାଯାଇଥିଲା। ସଂସ୍କୃତ ପ୍ରତି ଦେଖାଯାଇଥିବା ଉତ୍ସାହ ଏବଂ ଅଂଶଗ୍ରହଣ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଏହି ବିଷୟକୁ ଏକ ନିୟମିତ ପାଠ୍ୟକ୍ରମ ଭାବରେ ବିବେଚନା କରିବାକୁ ପ୍ରେରଣା ଦେଇଥିଲା। ଏହାପରେ ଆନୁଷ୍ଠାନିକ ଭାବରେ ସଂସ୍କୃତ ପଢ଼ାଯିବାର ନିଷ୍ପତ୍ତି…

Read More

ନୂଆଦିଲ୍ଲୀ: ଆଜିଠାରୁ ଆର୍ଜେଣ୍ଟିନାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୌରଭ ଗାଙ୍ଗୁଲି ଏବଂ ଶାହରୁଖ ଖାନ ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କୁ ସ୍ୱାଗତ କରିବେ। ସନ୍ଧ୍ୟାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଦଳ ହାଇଦ୍ରାବାଦରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ମେସିଙ୍କୁ ଭେଟିବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ମେସିଙ୍କୁ ଭେଟିବେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଯାଉଛନ୍ତି। ରାହୁଲ ଗାନ୍ଧୀ ଦିଲ୍ଲୀରୁ ପ୍ରାୟ ୨:୧୫ ସମୟରେ ଏକ ସ୍ୱତନ୍ତ୍ର ବିମାନରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ଏବଂ ସିଧାସଳଖ ତାଜ୍ ଫଲକନୁମା ପ୍ୟାଲେସ୍ ହୋଟେଲକୁ ଯିବେ,…

Read More