Author: Samikhsya Bureau

Odisha Book Fair: ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶନିବାର ଦିନ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍‌ଘାଟନୀ ଅବସରରେ କହିଛନ୍ତି । ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ଡିସେମ୍ୱର ୬ ରୁ ୧୭ ତାରିଖ ଯାଏଁ ଏହା ଚାଲିବ । ଚଳିତ ବର୍ଷ ଏହି ମହୋତ୍ସବରେ ୫୫୦ ଟି ଷ୍ଟଲ ଖୋଲାଯାଇଛି । ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ…

Read More

Google Gemini Pro: ‘ସମସ୍ତଙ୍କ ପାଇଁ ଏଆଇ’ ଅଭିଯାନରେ ରିଲାଏନ୍ସ ଜିଓ ସାରା ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଗୁଗୁଲ୍ ଜେମିନି ପ୍ରୋ ମାଧ୍ୟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ସହିତ ପରିଚିତ କରାଇବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଇତିମଧ୍ୟରେ ରାଜ୍ୟବ୍ୟାପୀ ୬୦୦ରୁ ଅଧିକ କଲେଜ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଜିଓ ପକ୍ଷରୁ ସ୍ୱତନ୍ତ୍ର ସେସନ୍‌ କରାଯାଇଛି। ଜିଓର ବରିଷ୍ଠ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଗୁଗୁଲର ସବୁଠାରୁ ସକ୍ଷମ ଏଆଇ ସିଷ୍ଟମ ଗୁଗୁଲ୍ ଜେମିନି ସହିତ ପରିଚିତ କରାଇବା ପାଇଁ ଅଭିନବ ଆଲୋଚନାଭିତ୍ତିକ ସେସନରେ ଭାଗ ନେଇ ଏଆଇ ଜରିଆରେ ଶିକ୍ଷାଗତ ଉତ୍କର୍ଷତା, ବୈଷୟିକ ଦକ୍ଷତା, ସୃଜନଶୀଳତା ଏବଂ ଦକ୍ଷତା ଶିକ୍ଷା ପାଇଁ ବ୍ୟବହାରିକ ପ୍ରୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା କରୁଛନ୍ତି। ଏହି ସେସନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜରିଆରେ ନୋଟ୍ ପ୍ରସ୍ତୁତ କରିବା ଏବଂ ଆସାଇନମେଣ୍ଟ ଲେଖିବା, କୋଡିଂ, ପ୍ରୋଜେକ୍ଟ ପରିକଳ୍ପନା,…

Read More

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି। ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଓଡ଼ିଶା ୫୫ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରିଛି। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ତିନୋଟି ନୂତନ ବିଷୟ ଯଥା କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା ଏବଂ ବୃତ୍ତିଗତ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ କରିଛି। ଏହା ରାଜ୍ୟର ଆବଶ୍ୟକତା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବ। ସମସ୍ତ ନୂତନ ପାଠ୍ୟପୁସ୍ତକ ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ।

Read More

Bhadrak BJD Leaders Joined BJP: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହେଲା। ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ପ୍ରଫୁଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ। ସେମାନେ ହେଲେ ପ୍ରଫୁଲଙ୍କ ବଡ ପୁଅ ତଥା ଭଦ୍ରକର ପୂର୍ବତନ ପୌରଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ତାଙ୍କ ସାନପୁଅ ତଥା ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ ଏବଂ ଭଉଣୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ। ବିଜେପିର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ସମସ୍ତେ ସେମାନଙ୍କ ସମର୍ଥକଙ୍କ ସହିତ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ ବିଶ୍ବାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସର ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼ ମଧ୍ୟ ବିଜେପିରେ ଯୋଗ…

Read More

କଟକ: ଆସନ୍ତା 9 ତାରିଖରେ ବାରବାଟି ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଷ୍ଟାଡିୟମ୍‌ ପରିସରରେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ପରିସରରେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା, ଜନ ଗହଳି ନିୟନ୍ତ୍ରଣର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହାସହ ଷ୍ଟାଡିୟମ ପରିସରରେ ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଏହା ସହ ପାର୍କିଂ ଓ ଟ୍ରାଫିକ୍‌ର ସୁପରିଚାଳନା, ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା କଡ଼ି ଚେକିଂ, CCTV surveillance, anti-sabotage ଦ୍ଵାରା ଯାଞ୍ଚ, ପୁଲିସ ବ୍ୟବସ୍ଥା, ଖେଳାଳିଙ୍କ ଆଗମନ ଓ ପ୍ରସ୍ଥାନ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଚଳିତ ବର୍ଷ ଓଡ଼ିଶା କ୍ରିକେଟ ଆସୋସିଏସନ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଭାବ-ଥାରାଡ଼ ଜିଲ୍ଲାରେ ବନାସ ଡାଏରୀ ଦ୍ୱାରା ନବନିର୍ମିତ ବାୟୋ-ସିଏନଜି ଏବଂ ସାର କାରଖାନାକୁ ଉଦଘାଟନ କରିଛନ୍ତି ଏବଂ ୧୫୦ ଟନ୍ ଗୁଣ୍ଡଦୁଗ୍ଧ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଗୁଜରାଟ ବିଧାନସଭା ବାଚସ୍ପତି ଶ୍ରୀ ଶଙ୍କର ଚୌଧୁରୀ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ମୁରଲୀଧର ମୋହୋଲ, କେନ୍ଦ୍ର ସମବାୟ ସଚିବ ଡ. ଆଶିଷ କୁମାର ଭୁଟାନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ ଯେ, ବନାସକାଣ୍ଠାରେ ବନାସ ଡାଏରୀ ପ୍ରତିଷ୍ଠା କରିଥିବା ଗାଲବାଭାଇ ନାନଜିଭାଇ ପଟେଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଯାତ୍ରା ଧୀରେ ଧୀରେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଆଜି ଏହି ଡାଏରୀର କାରବାର ୨୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ସାରା ଦେଶରେ ଯେଉଁଠାକୁ ବି ଯାଆନ୍ତି,…

Read More

ନୂଆଦିଲ୍ଲୀ: ବ୍ୟାପକ ଚାହିଦା ଶୀତ ଋତୁରେ ବ୍ୟାପକ ବିମାନ ବାତିଲ ଏବଂ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି। ଆଜିଠାରୁ ବିଭିନ୍ନ ଜୋନରେ ୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା (୧୦୦ ରୁ ଅଧିକ ଯାତ୍ରା) ଆଗାମୀ ତିନି ଦିନରେ ଚାଲିବ। ଏହା ସୁଗମ ଯାତ୍ରାକୁ ସମର୍ଥନ କରିବାରେ ଏବଂ ରେଳ ଯାତ୍ରାର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରିବ। ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ମଧ୍ୟ ରେଳପଥ ୧୪ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବ। ଏଥିରେ ୬ ଏବଂ ୭ ଡିସେମ୍ବରରେ ଟ୍ରେନ୍ ନମ୍ବର ୦୧୪୧୩ /୦୧୪୧୪ ପୁଣେ-ବେଙ୍ଗାଲୁରୁ-ପୁଣେ; ୭ ଏବଂ ୯ ଡିସେମ୍ବରରେ ୦୧୪୦୯/୦୧୪୧୦ ପୁଣେ-ହଜରତ ନିଜାମୁଦ୍ଦିନ-ପୁଣେ; ୭ ଏବଂ ୯ ଡିସେମ୍ବରରେ ୦୧୦୧୯/୦୧୦୨୦ ଲୋକମାନ୍ୟ ତିଲକ ଟର୍ମିନସ୍ (ଏଲ୍ଟିଟି)-ମଡଗାଓଁ- ଏଲ୍ଟିଟି; ୬ ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି। ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା…

Read More

ଭୁବନେଶ୍ବର: ଏଇ ଡିସେମ୍ବର ମାସଟିରେ ପଡୁଛି ଏକ ବିରଳ ଯୋଗ। କାରଣ ହେଲା ଏହି ମାସରେ ଏକାଥରେ ତିନୋଟି ଏକାଦଶୀ ପଡୁଛି। ସାଧାରଣତଃ ଇଂରାଜୀ ମାସରେ ଗୋଟିଏ ମାସରେ ଗୋଟିଏ କିମ୍ବା ଦୁଇଟି ଏକାଦଶୀ ପଡିଥାଏ। ହେଲେ ଚଳିତ ଡିସେମ୍ବର ମାସରେ ଏକାଥରେ ତିନୋଟି ଏକାଦଶୀ ପଡୁଛି। ଆସନ୍ତୁ ଜାଣିବା କେଉଁ ଏକାଦଶୀ କେଉଁ ଦିନ ପଡୁଛି। ଡିସେମ୍ବର 1 ତାରିଖ ସୋମବାର- ଏହି ଦିନ ଏକ ଏକାଦଶୀ ପଡିଛି, ଯାହା ମୋକ୍ଷଦା ଏକାଦଶୀ ଭାବରେ ପରିଚିତ। ଏହି ଏକାଦଶୀ କଲେ ମଣିଷର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଡିସେମ୍ବର 15 ସୋମବାର-  ଏହିଦିନ ମଧ୍ୟ ଏକ ଏକାଦଶୀ ରହିଛି, ଯାହାକୁ ସଫଳା ଏକାଦଶୀ ବୋଲି କୁହାଯାଏ। ଏହିଦିନ ଉପବାସ ରହି ଏହି ଏକାଦଶୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଡିସେମ୍ବର 30 ମଙ୍ଗଳବାର- ଏହା ହେଉଛି ଏହି ମାସର ତଥା ବର୍ଷର ଶେଷ ଏକାଦଶୀ। ଏହି ଏକାଦଶୀ…

Read More

ଭୁବନେଶ୍ୱର: ଆଜି ୭ ଡିସେମ୍ବର ରବିବାର ପାଇଁ ପଞ୍ଚାଙ୍ଗ ଅନୁଯାୟୀ ମାସ ପୌଷ ଶୁକ୍ଳ ପକ୍ଷ ତୃତୀୟା ତିଥି ପାଳନ ହେବ। ତୃତୀୟା ତିଥି ଦିନ ସାରା ଜାରି ରହିବ। ଏହି ଦିନ ଧାର୍ମିକ କାର୍ଯ୍ୟ ପୂଜା-ଅର୍ଚ୍ଚନା ଏବଂ ଶୁଭ କାମରେ ମଙ୍ଗଳକାରୀ ହେବ ବୋଲି କୁହାଯାଇଛି। ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟୋଦୟ ପ୍ରାୟ ପ୍ରାତଃ ୬.୧୪ ରେ ଓ ସୂର୍ଯ୍ୟାସ୍ତ ସନ୍ଧ୍ୟା ୫.୧୧ ରେ ହେବ। ଦିନେ ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟାପ୍ତ ରହିବ ଓ ପରବର୍ତ୍ତୀ ସମୟରେ ଶ୍ରବଣ ନକ୍ଷତ୍ର ଆରମ୍ଭ ହେବ। ଯୋଗରେ ପ୍ରଥମେ ଧୃତି ଓ ପରେ ଶୂଳ ଯୋଗ ଲାଗୁ ହେବ। କରଣରେ ଗରଜା ପରେ ବଦ୍ଧା ରହିବ। ରବିବାର ଥିବାରୁ ଭଗବାନ ସୂର୍ଯ୍ୟଙ୍କ ପୂଜା, ଅର୍ଘ୍ୟଦାନ, ଦାନ-ଧର୍ମ କରିବାକୁ ବିଶେଷ ଶୁଭ ମନାଯାଇଛି। ପ୍ରତ୍ୟେକ ରବିବାର ସୂର୍ଯ୍ୟ ଉପାସନା ସ୍ୱାସ୍ଥ୍ୟ, ଆରୋଗ୍ୟ ଓ ଶକ୍ତି ବୃଦ୍ଧିରେ ସହାୟକ ମନାଯାଇଥାଏ। ଆସନ୍ତାକାଲିର ଏହି ତୃତୀୟା ତିଥି ନୂତନ…

Read More

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ। ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ…

Read More

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ଘଟଣାରେ ତ୍ୱରିତ ପଦକ୍ଷେପ ସ୍ୱରୂପ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଏ ନେଇ ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି। ଅଭିଯୁକ୍ତ ୩ ଜଣ ହେଲେ ଶ୍ରୀନିବାସପୁର ଗ୍ରାମର ସୁଶାନ୍ତ ଶାସମଲ (୨୨), ବଳରାମ ଶାସମଲ (୨୬) ଏବଂ ଅଚ୍ୟୁତରାଜପୁର ଶାସନ ଗ୍ରାମର ଅମ୍ବିକା ହୋତା (୨୬)। ସେମାନଙ୍କ ନିକଟରୁ ପୋଲିସ ରୂପା ଅଣ୍ଟାପଟିଆ, ରୂପା ମାଳି, ମା’ ଲକ୍ଷ୍ମୀଙ୍କ ପିତଳର ମୂର୍ତ୍ତି ଏବଂ ୧୫୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ପୂର୍ବ ଅପରାଧିକ ମାମଲା ବିଷୟରେ ପୋଲିସ ଯାଞ୍ଚ ଜାରି ରଖିଥିବା ବେଳେ ଚବିଶ ଘଣ୍ଟା ମଧ୍ୟରେ ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି। ଏହାଦ୍ୱାରା ଲୋକଙ୍କ ବିଶ୍ୱାସର ପୁନର୍ଥାପନ ହୋଇଥିବା ବେଳେ ଜନସାଧାରଣ ବାଣପୁର ପୋଲିସକୁ କୃତଜ୍ଞତା…

Read More

ଖୋର୍ଦ୍ଧା: ଆଜି ମଧ୍ୟାହ୍ନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁଗର୍ଗ ରାଜ୍ୟ ଲୋକସଭା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରୁ ସ୍ୱଦେଶୀ ମେଳା, ଆତ୍ମନିର୍ଭର ଭାରତ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆୟୋଜନ କରାଯିବା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ରାଜ୍ୟ ମିଶନ ଶକ୍ତି ବିଭାଗ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଶାସନ ସଚିବ, କୃଷି ବିଭାଗ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ଶାସନ ସଚିବ, ଦକ୍ଷତା ବିକାଶ ଶାସନ ସଚିବ, ସଂସ୍କୃତି ବିଭାଗ ଶାସନ ସଚିବ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ପ୍ରମୁଖ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସ୍ତରରେ ଆୟୋଜନ କରିବା ନିମନ୍ତେ ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ…

Read More

ରଣପୁର/ରାଜସୁନାଖଳା: ଓଡିଶାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ଏସିଆ ମହାଦେଶର ଦ୍ୱିତୀୟ ଓ ଭାରତର ପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ଭାବେ କ୍ଷ୍ୟାତି ଲାଭ କରିଥିବା ଚିକତ୍ସାଳୟ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ , ଯାହାକୁ କି ରଣପୁରର ରାଣୀ ତଥା ତତକାଳୀନ ବିଧାୟିକା ତଥା ଓଡ଼ିଆ ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ଆପ୍ରାଣ ପ୍ରଚେଷ୍ଟା ଓ ନିଜସ୍ୱ ଉଦ୍ୟମରେ ୧୧୭ଏକର ଜାଗାରେ ଏହା ପ୍ରତିଷ୍ଠା ହୋଇଥିଲା। ପରାଵର୍ତ୍ତୀ ସମୟରେ ବିଶ୍ୱ ମହାମାରୀ କରୋନା ସମୟରେ ସମଗ୍ର ନୟାଗଡ ଜିଲ୍ଲାରେ କୋଭିଡ ହସ୍ପିଟାଲ ପାଇଁ ସମଗ୍ର ହସ୍ପିଟାଲ ଯୋଗ୍ୟ ନହେବା ବେଳେ, ସେହିଠାରେ ହିଁ କୋଭିଡ ହସ୍ପିଟାଲ ହୋଇଥିଲା। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ନିଷ୍ପତି ନେଇଥିବା ବେଳେ, ସେଥିରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା ସ୍ବାଗତ ଯୋଗ୍ୟ ବିଷୟ ଅଟେ। ଉକ୍ତ ବିସ୍ତିନ୍ନ ଏରିଆ ରାଜ୍ୟ…

Read More

ରଣପୁର: ରଣପୁର ବ୍ଲକ ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ରଘୁନାଥ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସରପଞ୍ଚ ମଧୁମିତା ତରାଇ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଅୟମାରମ୍ଭ ଅତିଥିମାନଙ୍କ ଦ୍ୱାରା ପରମ୍ପରାଗତ ଭାବେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଶ୍ରୀ ନାୟକ କହିଥିଲେ,…

Read More

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୯ ୱିକେଟରେ ପରାସ୍ତ କରିଛି। ଯଶସ୍ୱୀ ଜୟସ୍ଵାଲ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବାବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ବିଜୟ ସହିତ ଭାରତୀୟ ଦଳ ୨-୧ ରେ ସିରିଜ ବିଜୟ ଦଖଲ କରିଛି। ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାର ୨୭୦ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଜବାବରେ ଟିମ୍ ଇଣ୍ଡିଆ ୬୧ ବଲ୍ ପୂର୍ବରୁ ୯ ୱିକେଟରେ ମ୍ୟାଚ୍ ଜିତିଥିଲା। ୨୭୧ ରନ୍ ର ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ଭଲ ଆରମ୍ଭ କରିଥିଲା। ସିରିଜର ପୂର୍ବ ଦୁଇଟି ମ୍ୟାଚ୍ ରେ ମାତ୍ର ୪୦ ରନ୍ କରିପାରିଥିବା ଜୟସ୍ଵାଲ ୭୫ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ରୋହିତ ଶର୍ମାଙ୍କ ସହିତ ୧୫୫ ରନ୍ ର…

Read More

CM To Visit Maa Tarini Temple: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ନିଜ ଜିଲ୍ଲା କେଉଁଝର ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା’ ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ମା’ତାରିଣୀଙ୍କ ପୀଠ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରେ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କେଉଁଝର ବିକାଶ ପାଇଁ ତାଙ୍କର ବଡ଼ ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ମା’ ତାରିଣୀ ପୀଠର ବିକାଶ । କାଲିଠୁ ଆରମ୍ଭ ହେବ ମା’ଙ୍କ ପୀଠର କାୟାକଳ୍ପ । ଆଜି ମୁଖ୍ୟମନ୍ତ୍ରୀ ପାଖାପାଖି ୬୦ ଏକର ପରିମିତ ଜମି ଉପରେ ମା’ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମହୂରେ ୩୧୨ କୋଟିରୁ ଉର୍ଦ୍ଧ୍ଵ…

Read More

Special Train Announcement: ବର୍ଦ୍ଧିତ ଚାହିଦା ଏବଂ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଓଡ଼ା ଅଞ୍ଚଳ ଅଭିମୁଖେ କିଛି ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ: ୧. ଟ୍ରେନ ନମ୍ବର ୦୮୪୦୧ ଭୁବନେଶ୍ୱର – ଲୋକମାନ୍ୟ ତିଲକ ଟର୍ମିନସ୍ ସ୍ୱତନ୍ତ୍ର ୦୭ ଡ଼ିସେମ୍ବର ୨୦୨୫ ରେ ଭୁବନେଶ୍ୱରରୁ ଛାଡିବ ୨. ଟ୍ରେନ ନମ୍ବର ୦୮୪୦୨ ଲୋକମାନ୍ୟ ତିଲକ ଟର୍ମିନସ୍ – ସମ୍ବଲପୁର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଲୋକମାନ୍ୟ ତିଲକ ଟର୍ମିନସ୍ ରୁ ଛାଡିବ ୩. ଟ୍ରେନ ନମ୍ବର ୦୮୪୦୩ ପୁରୀ – ଆନନ୍ଦ ବିହାର ଟର୍ମିନଲ୍ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ପୁରୀରୁ ଛାଡିବ ୪. ଟ୍ରେନ ନମ୍ବର ୦୮୪୦୪ ଆନନ୍ଦ ବିହାର ଟର୍ମିନଲ୍…

Read More

Global Energy Leaders’ Summit 2025: ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ ଭାବେ ଉଭା ହେବ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଗ୍ରାମୀଣ ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶକ୍ତି କ୍ଷେତ୍ରରେ ଓଡିଶା ନିଜର ଭବିଷ୍ୟତ ପିଢ଼ି ଉପରେ ବିନିଯୋଗ କରୁଛି କାରଣ ବିଦ୍ୟୁତ୍ ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ଯାହା ସଦା ସର୍ବଦା ଆମକୁ ଆତ୍ମନିର୍ଭର…

Read More

Law Minister’s Birthday: ଶନିବାର ଦିନ ଚିଲିକା ବିଧାୟକ ତଥା ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଜନ୍ମଦିବସ। ସେହି ଉପଲକ୍ଷେ ତାଙ୍କର ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି  ବାଣପୁର ବ୍ଲକ ଅନ୍ତରକିଆରୀ ଗ୍ରାମସ୍ଥିତ ଭଗବତ ବାସୁଦେବ ମନ୍ଦିର ପରିସରରେ ସ୍ବେଛାସେବୀ ଯୁବକମାନଙ୍କ ଦ୍ୱାରା ସମୂହ ଦୀପଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚିଲିକା ମାଟିର ଗର୍ବ, ଗୌରବ ଓ ସୁଯୋଗ୍ୟ ସନ୍ତାନ ହୋଇଥିବା ବେଳେ ସେ ଓଡ଼ିଶାର ଜନାଦୃତ ଜନନେତା ହୋଇପାରିଛନ୍ତି। ବିକଶିତ ଓଡ଼ିଶା ତଥା ବିକଶିତ ଚିଲିକା ଗଠନ ଦିଗରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ତାଙ୍କର କଠିନ ପରିଶ୍ରମରେ ଅନୁପ୍ରାଣିତ ହୋଇ ଉକ୍ତ ସ୍ବେଛାସେବୀ ଯୁବକମାନେ ମନ୍ତ୍ରୀଙ୍କ ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି ସମୂହ ଦୀପଦାନ କରିଥିଲେ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ମନ୍ତ୍ରୀଙ୍କ ପାଇଁ ପୂଜାର୍ଚନା ମଧ୍ୟ କରାଯାଇଥିଲା। ଉକ୍ତ…

Read More

China Rashifal: ସାଧାରଣତଃ ଚୀନ ହେଉଛି ବିଶ୍ବର ଏପରି ଏକ ଦେଶ ଯେଉଁ ଦେଶରୁ ସବୁକିଛି ନୂଆ କଥା ବାହାରିଥାଏ। ଇଂଜିନିୟରିଂ କୁହନ୍ତୁ କଂପୁଟର କହନ୍ତୁ କିମ୍ବା ମୋବାଇଲ ସବୁ କିଛି ନିର୍ମାଣରେ ଚୀନ ଆଗୁଆ। ସେହିପରି ରାଶିଫଳରେ ମଧ୍ୟ ଚୀନ ବେଶ ଆଗୁଆ ରହିଛି। ବର୍ତ୍ତମାନ ଚୀନ ରାଶିଫଳ ବିଭିନ୍ନ ଦେଶରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ତାହାର କାରଣ ହେଲା ସେହି ରାଶିଫଳ ବେଶ ଗଭୀର ଭାବେ ତଥ୍ୟ ପ୍ରଦାନ କରାଯାଇଥାଏ। ତେବେ ଭାରତରେ ଥିବା 12 ଟି ରାଶି ପରି ଚୀନରେ ମଧ୍ୟ ସେହିପରି 12 ଟି ରାଶି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଯେ, ଚୀନ ରାଶିଗୁଡିକ କେବଳ ଜୀବଜନ୍ତୁ ଓ ସରିସୃପ ମଧ୍ୟରେ ପର୍ଯ୍ୟବେସିତ। ସବୁଠାରୁ ଆହୁରି ଆଶ୍ଚର୍ଯ୍ୟଜନକ କଥା ଯେ ଚୀନ ରାଶିଫଳ ମୂଷା ରୁ ଆରମ୍ଭ ହେଉଛି। ଯାହା ସମସ୍ତେ ଏହାର କାରଣ କଣ ଖୋଜିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଚୀନ କଣ…

Read More