Author: Samikhsya Bureau

ନୂଆଦିଲ୍ଲୀ: ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଦୂରଦୃଷ୍ଟିସମ୍ପନ୍ନ, ଚକ୍ଷୁ ଚିକିତ୍ସା ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ଚକ୍ଷୁ ଯତ୍ନ ପାଇଁ ତାଙ୍କ ଅବଦାନ ଏବଂ ସମାଜ ପ୍ରତି ତାଙ୍କ ନିରନ୍ତର ସେବା ଏକ ଅଭୁଲା ସ୍ମୃତି ଛାଡ଼ିଛି। ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା। ଓମ୍ ଶାନ୍ତି।’

Read More

ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…

Read More

ଭୁବନେଶ୍ବର: ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ। ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା…

Read More

ଭୁବନେଶ୍ୱର : ରାଜ୍ୟସ୍ତରୀୟ ୧୨୪ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ମହତାବ ଜୟନ୍ତୀ ବଢ଼େଇବାଙ୍କ ଛକ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡୁନ୍ ଇଂଟରନ୍ୟାସନାଲର ଅଧ୍ୟକ୍ଷ ଶରତ ରାଉତରାୟଙ୍କୁ ରାଜ୍ୟସ୍ତରୀୟ ଡ଼ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା। ଜୟନ୍ତୀ କମିଟିର ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ଅମୀୟ ଦାଶ, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଦୁଃଶାସନ ସ୍ୱାଇଁ, ସାମ୍ବାଦିକ ସନତ ମିଶ୍ର, ଜିତେନ ବଟୁ, ଜୟକୃଷ୍ଣ ମଲିଆ, ଗୋପାଳ ମକଦ୍ଦମ, ଶରତ ପଣ୍ଡା, ମନୋରଞ୍ଜନ ବଟୁ, ହେମା ମହାପାତ୍ର, ନିଳମଣୀ ମିଶ୍ର, ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।

Read More

ନୂଆଦିଲ୍ଲୀ: ସାମାଜିକ ବିଜ୍ଞାନର ବିଦ୍ୟାଳୟ ପାଠ୍ୟକ୍ରମସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲା। ରାମାୟଣ ଓ ମହାଭାରତ ଭଳି ମହାକାବ୍ୟକୁ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରିବା ଏବଂ ବିଦ୍ୟାଳୟର ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ପ୍ରସ୍ତାବନା ଲେଖିବାକୁ କମିଟି ସୁପାରିସ କରିଛି। କମିଟିର ଅଧ୍ୟକ୍ଷ ସିଆଇ ଇସାକ୍ ମଙ୍ଗଳବାର (ନଭେମ୍ବର ୨୧) ଏହି ସୂଚନା ଦେଇଛନ୍ତି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବା ଜରୁରୀ ବୋଲି ଇସାକ୍ କହିଛନ୍ତି। ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଭଳି ମହାକାବ୍ୟ ପଢ଼ାଇବା ଉପରେ କମିଟି ଗୁରୁତ୍ୱାରୋପ କରିଛି। ଆମେ ବିଶ୍ୱାସ କରୁ ଯେ କିଶୋର ଅବସ୍ଥାରେ ଜଣେ ଛାତ୍ର ନିଜ ଦେଶ ପାଇଁ ଆତ୍ମସମ୍ମାନ, ଦେଶପ୍ରେମ ଏବଂ ଗର୍ବ ଅନୁଭବ କରିଥାଏ। ‘ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଅଭାବ’ ଦେଶପ୍ରେମ ଅଭାବରୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ…

Read More

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ…

Read More

ନୂଆଦିଲ୍ଲୀ: ବିହାର ଜାତି ସର୍ବେକ୍ଷଣ ସାମାଜିକ ନ୍ୟାୟ ରାଜନୀତିରେ ନୂଆ ଜୀବନ ଦେଇଥିବା ଜଣାପଡ଼ିଛି। ବିଜେପି ସମେତ ସମସ୍ତ ରାଜନୈତିକ ଦଳ ଅତି ପଛୁଆ ଓ ଅବହେଳିତ ସାମାଜିକ ସମ୍ପ୍ରଦାୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ବିଶେଷ କରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ସାମ୍ପ୍ରତିକ ନିର୍ବାଚନ ପ୍ରଚାରରୁ ସ୍ପଷ୍ଟ ହୋଇଛି ଯେ ସାମାଜିକ ନ୍ୟାୟ ଉପରେ ବହୁମୁଖୀ ଚିନ୍ତାଧାରା ଭବିଷ୍ୟତର ରାଜନୈତିକ ଦିଗ ନିର୍ଦ୍ଧାରଣ କରିବ। ତେବେ ଏହି ପୁନର୍ଜୀବିତ ସାମାଜିକ ନ୍ୟାୟ ରାଜନୀତିର ପରିସର ଏବେବି ଅତ୍ୟନ୍ତ ସୀମିତ ରହିଛି। ରାଜନୈତିକ ବର୍ଗ କେବଳ ସାମାଜିକ-ଅର୍ଥନୈତିକ ଅସମାନତା ଏବଂ ଜାତିଗତ ଭେଦଭାବ ସମସ୍ୟାକୁ ନିର୍ବାଚନୀ କୌଶଳରେ ଉଠାଉଛନ୍ତି। ଫଳରେ ସରକାରୀ କ୍ଷେତ୍ରରେ ଚାକିରି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି ସାମାଜିକ ଅସମାନତା ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପଦକ୍ଷେପଭାବେ ବିବେଚନା କରାଯାଉଛି। ଏଥିସହ ସମାଜର ସମସ୍ତ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ…

Read More

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ। ୨୦୧୯ ମସିହାରୁ ଆଇଏସସି-ଫିକି ପୁରସ୍କାରରେ ପରିମଳର ବିଭିନ୍ନ ଦିଗ ଉପରେ ଓଡ଼ିଶା କ୍ରମାଗତ ଭାବେ ଏକାଧିକ ପୁରସ୍କାର ଜିତି ଆସୁଛି। ଆଇଏସସି-ଫିକି ପରିମଳ ପୁରସ୍କାର ହେଉଛି ପରିମଳ କ୍ଷେତ୍ରର ପ୍ରମୁଖ ପୁରସ୍କାର ଏବଂ ଛଅ ବର୍ଷରୁ ଅଧିକ ସମୟ ଧରି ଜାତୀୟ ସ୍ତରରେ ସେମାନଙ୍କର ନେତୃତ୍ୱ ପ୍ରତିଷ୍ଠା କରିଛି। ବର୍ଷ ବର୍ଷ ଧରି ଏହି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଟି ହେଉଛି – ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ତିନୋଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ବୈଦେଶ୍ବର ପ୍ରକଳ୍ପ ଦ୍ବାରା ବଡମ୍ବା, ବାଙ୍କୀ ଓ ଭାପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି। ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି…

Read More

ନୂଆଦିଲ୍ଲୀ: ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଅନୁମୋଦନ ପାଇବା ପରେ ନୀତୀଶ କୁମାର ସରକାର ମଙ୍ଗଳବାର ରାଜ୍ୟର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ବଞ୍ଚିତ ଜାତିଙ୍କ ପାଇଁ ସଂରକ୍ଷଣ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ଉଭୟ ବିଲ୍ ପଦବୀ ଓ ସେବା ସଂଶୋଧନ ବିଲ୍ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ ନାମଲେଖା) ସଂଶୋଧନ ବିଲ୍, ୨୦୨୩କୁ ଆନୁଷ୍ଠାନିକ ଅନୁମୋଦନ ଦେବା ପରେ ରାଜ୍ୟ ସରକାରଙ୍କୁ ପଠାଇଥିଲେ, ଯାହା ଫଳରେ ରାଜ୍ୟ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନୂତନ କୋଟା ପ୍ରତିଶତ କାର୍ଯ୍ୟକାରୀ ହେବାର ବାଟ ଖୋଲିଥିଲା। ରାଜ୍ୟ ସରକାର ବିଧାନସଭାରେ ରାଜ୍ୟର ଐତିହାସିକ ଜାତି ସର୍ବେକ୍ଷଣ ରିପୋର୍ଟର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପନ କରିବାର କିଛିଦିନ ପରେ ନିକଟରେ ରାଜ୍ୟ ବିଧାନସଭାରେ ପଦ ଓ ସେବାରେ ଖାଲି ପଦବୀ ସଂରକ୍ଷଣ ସଂଶୋଧନ ବିଲ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ…

Read More

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ସହିତ ସମ୍ପୃକ୍ତ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆନର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ, ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଏଜେଏଲର ସମ୍ପତ୍ତି ରହିଛି। ଏହାର ମୋଟ ମୂଲ୍ୟ ୬୬୧.୬୯ କୋଟି ଟଙ୍କା ରହିଛି। ଇଡି ସୋସିଆଲ ମିଡ଼ିଆ ଏକ୍ସରେ ଏକ ବିବୃତି ଜାରି କରି କହିଛି ଯେ ୟଙ୍ଗ ଇଣ୍ଡିଆ ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା। କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଉଛି। ବାସ୍ତବରେ ଏହି କମ୍ପାନୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ଅଂଶଧନ ରହିଛି। କ’ଣ କହିଲା କଂଗ୍ରେସ?: ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ଇଡି…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ୭୨ ତମ “ଗୋ” ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ତଦନ୍ତ କରି ଅଯୋଗ୍ୟ ଘୋଷିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜନ୍ମେଜୟ ସତ୍ୟପାଠରେ ନିଜ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା। ସେହିପର ଜନ୍ମେଜୟଙ୍କର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନ ଥିଲେ ବୋଳି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରି…

Read More

ରଣପୁର: ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା’ କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା। ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ। ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ନିଖୋଜ ହେବାର ୪ ଦିନ ପରେ ୪ ବର୍ଷର ଶିଶୁର ସନ୍ଧାନ ମିଳିଛି। ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ ରାହୁଲ୍ (୪ ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ସେ ଘରକୁ ଫେରିନଥିଲା। ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ…

Read More

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକକାଳୀନ ନିର୍ବାଚନ ବା ‘ଏକ ଦେଶ, ଗୋଟିଏ ନିର୍ବାଚନ’ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା କେନ୍ଦ୍ରରେ କ୍ଷମତାରେ ଥିବା ଯେ କୌଣସି ଦଳକୁ ଫାଇଦା ହେବ, ସେ ବିଜେପି ହେଉ କି କଂଗ୍ରେସ। କୋବିନ୍ଦ ‘ଏକ ଦେଶ, ଗୋଟିଏ ନିର୍ବାଚନ’ ଉପରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟିର ମୁଖ୍ୟ ଅଛନ୍ତି। ସବୁ ରାଜନୈତିକ ଦଳ କେବେ ନା କେବେ ଏହାକୁ ସମର୍ଥନ କରିଛନ୍ତି। ଏହା ଦେଶ ପାଇଁ ଲାଭଦାୟକ ହୋଇଥିବାରୁ ଗଠନମୂଳକ ସମର୍ଥନ ପାଇଁ ଆମେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛୁ। ଏହା ଜାତୀୟ ସ୍ୱାର୍ଥର ବିଷୟ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶର ରାଏବରେଲିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କୋବିନ୍ଦ କହିଛନ୍ତି ଯେ, ସେ ସମସ୍ତ ଜାତୀୟ ଦଳ ସହ କଥା ହୋଇଛନ୍ତି ଏବଂ ଏକକାଳୀନ ନିର୍ବାଚନ ପାଇଁ ସେମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। ପ୍ରତ୍ୟେକ ରାଜନୈତିକ…

Read More

ଭୁବନେଶ୍ଵର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ବାଦାମପାହାଡ଼ ରେଳ ଷ୍ଟେସନ ଠାରୁ ତିନୋଟି ନୂତନ ଟ୍ରେନ ବାଦାମପାହାଡ଼ – ଟାଟାନଗର ମେମୁ, ବାଦାମପାହାଡ଼ – ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି।  ସେ ମଧ୍ୟ ନୂତନ ରାୟରଙ୍ଗପୁର ଡାକମଣ୍ଡଳର ଉଦଘାଟନ କରିବା ସହିତ ରାଇରଙ୍ଗପୁର ଡାକ ମଣ୍ଡଳର ଏକ ସ୍ମରଣୀୟ ସ୍ୱତନ୍ତ୍ର ଲଫାଫା ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ ବାଦାମପାହାଡ଼ ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଯେକୌଣସି କ୍ଷେତ୍ରର ବିକାଶ ସେହି ଅଞ୍ଚଳର ସଂଯୋଗ ଉପରେ ନିର୍ଭର କରେ। ସେ ରେଳ, ସଡକ କିମ୍ବା ଡାକ ସେବା ହେଉ – ଏହି ସମସ୍ତ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ। ସେ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ତିନୋଟି…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କନେଷ୍ଟବଳଙ୍କର ନାମ ବିନୋଦ କହଁର। ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ମୁତାବକ ବିନୋଦ କାମ ସାରି ବାଇକ ଯୋଗେ ଟାଙ୍ଗୀ ଫେରୁଥିଲେ। ରାମେଶ୍ଵର ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Read More

ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିଲା, ସେତେବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଲାଇଭ ଟିଭିରେ ଏକ ବିବୃତ୍ତି ଦେଇଥିଲେ। ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ବିଷୟରେ କହିଥିଲେ ଯେ, ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କୁ ହତ୍ୟା କରିଥାଏ। ଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଏହି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ‘ସାମା ଟିଭି’ରେ ବିତର୍କ ବେଳେ ସହିଦ ଆଫ୍ରିଦି ଏହା କହିଛନ୍ତି। ଏଠାରେ ମହମ୍ମଦ ୟୁସୁଫ ମଧ୍ୟ ତାଙ୍କ ସହିତ ପ୍ୟାନେଲରେ ଉପସ୍ଥିତ ଥିଲେ। ବିଶ୍ୱକପ ଫାଇନାଲରେ ଯେତେବେଳେ ଭାରତୀୟ ଇନିଂସ ପ୍ରଥମ ପାୱାରପ୍ଲେରେ ସଂଘର୍ଷ କରୁଥିଲା, ଆଫ୍ରିଦି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଟାର୍ଗେଟ କରିଥିଲେ। ସହିଦ ଆଫ୍ରିଦିଙ୍କ ଏହି ବିବୃତ୍ତି ଶୁଭମାନ ଗିଲ ଏକ ବେପରୁଆ ସଟରେ ଏବଂ ରୋହିତ ଶର୍ମା ଏକ ଅନାବଶ୍ୟକ ସଟରେ ଆଉଟ ହେବା…

Read More

ଭୁବନେଶ୍ବର: ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଏଜି ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ଆଜି ପୂର୍ବାହ୍ନରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ‘୧୮୦୪ ପାଇକ ବିଦ୍ରୋହ: ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କର ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ । ଆଜି ସକାଳେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା…

Read More