ଭୁବନେଶ୍ବର: ଅଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। ଚଳିତ ବର୍ଷ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଆସନ୍ତକାଲି ରବିବାର, ଅକ୍ଟୋବର ୯ ତାରିଖରେ ପଡୁଛି। କୁମାର ପୂର୍ଣ୍ଣିମା ଅଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଅଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମାର ମହତ୍ବ ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ଧାର୍ମିକ ପୂର୍ଣ୍ଣ ଚନ୍ଦ୍ର ରାତି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ। ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ପ୍ରସିଦ୍ଧ ପୂର୍ଣ୍ଣିମା ମଧ୍ୟରୁ ଶରଦ ବା କୁମାର ପୂର୍ଣ୍ଣିମା ଅନ୍ୟତମ। ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ବର୍ଷର ଏକମାତ୍ର ଦିନ ଯେତେବେଳେ ଚନ୍ଦ୍ର ସମସ୍ତ ଷୋହଳ କଳା ସହିତ ଆସନ୍ତି। ହିନ୍ଦୁ ଧର୍ମରେ, ପ୍ରତ୍ୟେକ ମାନବ ଗୁଣ ଏକ ନିର୍ଦ୍ଦିଷ୍ଟ ସମୟ ସହିତ…
Author: Samikhsya Bureau
ମେଷ- କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ। ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ। ଏକପାଖିଆ ପ୍ରେମ ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ। ବୃଷ- ସାମାଜିକ ଭାବରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ମଜା ଏବଂ ମନୋରଞ୍ଜନ ପାଇଁ ଏକ ସୁଯୋଗ ରହିବ। ଆପଣଙ୍କ ସମ୍ପର୍କରେ…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ନିକଟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ରେଶମା ଟେଟେ। ଶ୍ରୀମତୀ ଟେଟେ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଥିବା ଉକ୍ତ ଅଧିକାରିଣୀ ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଥିଲେ। ତେବେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ବ୍ଲକ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ସମସ୍ତଙ୍କ ସହଯୋଗରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟକୁ ପହଂଚିବ ଏବଂ ବ୍ଲକର ଜନସାଧାରଣଙ୍କ ଅଭିଯୋଗ କିପରି ୫-ଟି ଉପକ୍ରମରେ ତ୍ୱରିତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ବିଡ଼ିଓ ଶ୍ରୀମତୀ ଟେଟେ କହିଛନ୍ତି।
ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରଲୋକଗତ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ର ନେଟ ଲାଭ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହିତ ୨୪୭୫୦ କୋଟି ଟଙ୍କା ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହିତ ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତ ଗତିରେ ଏହାର ୫ଜି ନେଟୱାର୍କର ସମ୍ପ୍ରସାରଣ ଜାରି ରଖିଛି।…
ନୂଆଦିଲ୍ଲୀ: ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୩.୦ ଆୟୋଜନ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ, ସଂସଦ ସଦସ୍ୟଙ୍କ ସୂଚନା, ସଂସଦର ପ୍ରତିଶ୍ରୁତି, କାର୍ଯ୍ୟସ୍ଥଳ ଏବଂ ପରିସର ରେ ସ୍ୱଚ୍ଛତା ଅଭିଯାନ, ସ୍କ୍ରାପ୍ ର ନିଷ୍କାସନ ଏବଂ ଫାଇଲ୍ ଗୁଡ଼ିକୁ ବାହାର କରିବା ଅନ୍ତର୍ଭୁକ୍ତ ଅଟେ। ବର୍ତ୍ତମାନ ସୁଦ୍ଧା ୨୪,୨୧୫ ଫିଜିକାଲ ଫାଇଲ ମଧ୍ୟରୁ ୨୪,୦୨୩ ଫାଇଲର ସମୀକ୍ଷା କରାଯାଇଛି। ୬,୮୪୭ ଟି ଫାଇଲକୁ ନିରାକରଣ ପାଇଁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧,୮୫୭ ଟି ଫାଇଲକୁ ଉଚ୍ଛେଦ କରାଯାଇଛି। ସମୁଦାୟ ୧୩,୮୪୮ଟି ଇ-ଫାଇଲ୍ ସମୀକ୍ଷା ପାଇଁ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧,୦୧୨ଟି ସମୀକ୍ଷା କରାଯାଇଛି ଏବଂ ୭,୫୩୮ଟି ବନ୍ଦ କରିଦିଆଯାଇଛି। ଅଭିଯାନ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏବଂ ଏହାର ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସ…
ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି। ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ। ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଜିଓ ଏହି ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି। ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିଛି। ସେଥି ମଧ୍ୟରେ ରହିଛି ଓଡ଼ିଶାର ନବରଙ୍ଗପୁର, ଗୁଜରାଟର ଗୀର୍ ଜାତୀୟ ଉଦ୍ୟାନ, ଛତିଶଗଡ଼ର ର୍କୋବା ଓ ଆମାସର ଓଏନ୍ଜିସି-ଜୋରହାଟ। ଜିଓ ଫାଇବର ଓ ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ବଡ଼…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୨୦୦ ମିଟର – ଟି୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ମହିଳା ୨୦୦ ମିଟର- ଟି-୧୨ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ। ଏହି ଅବିଶ୍ୱସନୀୟ ଉପଲବ୍ଧିକୁ ଭାରତ ଗର୍ବର ସହ ପାଳନ କରୁଛି। ଭବିଷ୍ୟତର ସଫଳ ପ୍ରୟାସ ପାଇଁ ଅନେକ ଅନେକ ଶୁଭେଚ୍ଛା।
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 28 ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ ‘ମୋର ମାଟି ମୋର ଦେଶ’ ଅଭିଯାନରେ ଜଡିତ ଅଂଶଗ୍ରହଣକାରୀ ମାନଙ୍କ ଗମନା ଗମନ ହେତୁ ସୁବିଧା ପ୍ରଦାନ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ସ୍ବେଛାସେବୀ ତଥା ନେହେରୁ ଯୁବ କେନ୍ଦ୍ରର ଅଂଶଗ୍ରହଣକାରୀମାନଙ୍କୁ ଅମୃତ କଳସ ପାତ୍ର ଧାରଣ କରି ନୂଆଦିଲ୍ଲୀ ଯାତ୍ରା କରିବା ହେତୁ ସହାୟକ ହେବ। ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ 28 ତାରିଖ ଦିନ 10.00 ଘଣ୍ଟାରେ ଭୁବନେଶ୍ୱର ଛାଡି 29 ଅକ୍ଟୋବର ଦିନ 14.30 ଘଣ୍ଟା ସମୟରେ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ। ‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ…
ଭୁବନେଶ୍ବର: ର।ଜ୍ୟ ସରକାରଙ୍କ ବିଭିନ୍ନ ସେବା ସଙ୍ଗଠନ ଆଜି ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୫ଟି ଇନିସିଏଟିଭ୍ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ ନୂତନ ଭୂମିକା ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ହ।ସଲ କରି ସେ ରାଜ୍ୟର ପରିବର୍ତ୍ତନକୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ନୂଆ ଦାୟିତ୍ବ ପରେ ପରିବର୍ତ୍ତନ ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସମସ୍ତ ସହଯୋଗ ପ।ଇଁ ଶ୍ରୀ ଭି.କେ ପାଣ୍ଡିଆନ୍ ଆସୋସିଏସନ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରୀ କଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶ୍ରୀ ପାଣ୍ଡିଆନ ଓଡିଶାର ଲୋକ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ୫ଟି ଅଧ୍ୟକ୍ଷଙ୍କୁ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋନ ମେଳାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୫୭୦ ଗୋଟି ଏସଏଚଜି କୁ ସମୁଦାୟ ୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ମ୍ୟାନେଜର ନରେନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଏଲଡ଼ିଏମ ଅମର ଚନ୍ଦ୍ର ଅଗ୍ରୱାଲ, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ଚିଫ ମ୍ୟାନେଜର ରଶ୍ମିରଞ୍ଜନ ମିଶ୍ର,…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅନେକ କୋଟି ଟଙ୍କାର ରାସନ ବଣ୍ଟନ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଆଜି କୋର୍ଟରେ ଶୁଣାଣି ସମୟରେ ଅଚେତ ହୋଇଯାଇଥିଲେ। ଏହା ପରେ ମଲିକଙ୍କୁ ବାଲକୋନୀକୁ ନିଆଯାଇ ପାଣି ଦିଆଯାଇଥିଲା। ଇଡି ହେପାଜତରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ଦିନ ମଲିକଙ୍କ ଘରେ ସର୍ଚ୍ଚ କରିଥିଲା। ଇଡି ଏମହର୍ଷ୍ଟ ଛକରେ ଥିବା ତାଙ୍କ ପୈତୃକ ବାସଭବନରେ ମଧ୍ୟ ଚଢାଉ କରିଥିଲା। ତା’ପରେ ଅନେକ ଘଣ୍ଟା ପଚରାଉଚରା ପରେ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଟିଏମସି ନେତା ଜ୍ୟୋତିପ୍ରିୟ ମଲିକ କହିଥିଲେ ଯେ, ମୁଁ ଏକ ବଡ଼ ଷଡଯନ୍ତ୍ରର ଶିକାର ହୋଇଛି। ଏହି ଷଡଯନ୍ତ୍ରକୁ ବିଜେପି ତଥା ଏହାର ନେତା ସୁଭେନ୍ଦୁ ଅଧିକାରୀ ରଚିଛନ୍ତି। ସେପଟେ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଟିଏମସି ଦୁର୍ନୀତିରେ ବୁଡି ରହିଛି। ପଶ୍ଚିମବଙ୍ଗର…
ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର। ଖୋର୍ଦ୍ଧା ଜିଲ୍ଲାର ଆରମ୍ଭ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ରହିଛି ଶାଳିଆ ଡ୍ୟାମ୍ ଜଳ ପ୍ରକଳ୍ପ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ନିକଟ ଡାଇକ ଛକ ଓ କୁମାରୀପାରି ତଟ ଦେଶରୁ ଏହି ଡ୍ୟାମ୍ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଳାକୁ ମାଡିଛି। ଡ୍ୟାମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପ- ମାଣିକପୁର ଠାରୁ ଆରମ୍ଭ କରି ୬୦% ଚିଲିକା ନିର୍ବାଚନ ମଣ୍ଡଳୀର ଚାଷୀ ଓ ବ୍ୟକ୍ତି ନିର୍ଭରଶୀଳ ହେଉଥିବା ବେଳେ ୪୦% ଚାଷୀ ଗଞ୍ଜାମ ଜିଲ୍ଲାର ଅଙ୍ଗାରଗାଁ ଠାରୁ ବରିଡା ଓ ବେଗୁନିଆପଡ଼ାର ଚାଷୀ ପାଣି ପାଇଁ ଡ୍ୟାମ୍ ଉପରେ ନିର୍ଭର କରିଥାନ୍ତି। ଏହା ସହ ଆଇ.ଏନ୍.ଏସ୍ ଚିଲିକାକୁ ମଧ୍ୟ କେନାଲ ଯୋଗେ ପାଣି ଯୋଗାଣ ବର୍ଷ ସାରା ହୋଇଥାଏ। ୧୯୭୦ ମସିହା ଡିସେମ୍ବର ୨୭ ତାରିଖରେ ତତ୍କାଳୀନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ବେଳେ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ। ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ। ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ। ନିଯୁକ୍ତି ସୁଯୋଗକୁ ଅଗ୍ରାଧିକାର ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଆଗକୁ ରୋଜଗାର ସୃଷ୍ଟି ନିମନ୍ତେ ରୋଜଗାର ମେଳା…
ଭୁବନେଶ୍ୱର: ଆଜି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଛି। ସ୍ୱରୂପଙ୍କ ଦେହାନ୍ତ ଯୋଗୁଁ ଓଡିଆ ସଙ୍ଗୀତ ତଥା ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରିଛନ୍ତି। ସ୍ୱରୂପଙ୍କ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ୧୯୪୭ ମସିହା ଫେବୃଆରି ୮ ତାରିଖରେ ସେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସ୍ୱରୂପ ପଟ୍ଟନାୟାକ ୫୪ ଟି ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ଏକାଧାରରେ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ମଧ୍ୟ ଥିଲେ। ସ୍ୱରୂପ ପଟ୍ଟନାୟକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାର ଖବର ରହିଛି। ସେ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ସୂଚନା ରହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍’ ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି ‘୫ଜି ୟୁଜ୍ କେସ୍ ଲ୍ୟାବ୍’ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ହଲ୍ ୫ରେ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ । ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଆକାଶ ଏମ ଅମ୍ବାନୀ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ଏହା ଆମ ପାରା ତୀରନ୍ଦାଜି ମିଶ୍ରିତ ଦଳ ପାଇଁ ଗୌରବମୟ ସ୍ୱର୍ଣ୍ଣ ପଦକ। ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ସେମାନଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ଅଭିନନ୍ଦନ। ଏହି ଗୌରବ ସେମାନଙ୍କର କଠିନ ପରିଶ୍ରମ, ସମର୍ପଣ ଏବଂ ଅସାଧାରଣ ଦକ୍ଷତାର ପ୍ରମାଣ।
କୁଜଙ୍ଗ: କୁଜଙ୍ଗ ଥାନା ବାଲିତୁଠ ଅଂଚଳରେ ଜନୈକା ୫ମ ଶ୍ରେଣୀ ଛାତ୍ରୀ ତଥା ୧୧ ବର୍ଷର ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ଟ୍ୟୁସନ୍ ମାଷ୍ଟରାଣୀଙ୍କ ବାପା ସୁବାଷ ମୁଦୁଲି (୫୩) ଓ ପିଡ଼ୀତା ଛାତ୍ରୀର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ (୫୫) ଆଜି ଜେଲ୍ ଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବାଲିତୁଠ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବାଲିସାହି ଗ୍ରାମର ଜନୈକା ଯୁବତୀ ଘରୋଇ ଭାବେ ଟ୍ୟୁସନ କରନ୍ତି। ତାଙ୍କ ନିକଟକୁ ନିକଟସ୍ଥ ଗ୍ରାମର ବହୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି। ଶିକ୍ଷୟତ୍ରୀ ଜଣକ ଅନୁପସ୍ଥିତ ରହିଲେ ତାଙ୍କର ବାପା ସୁବାଷ ମୁଦୁଲି ପିଲାଙ୍କୁ ପାଠ ପଢାଇଥାନ୍ତି। ଏହି ସୁଯୋଗରେ ଦଳିତ ବର୍ଗର ଜନୈକା ୧୧ବର୍ଷର ନାବାଳିକା ତଥା ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଗତ କିଛିଦିନ ତଳେ ପୀଡ଼ିତା ଛାତ୍ରୀ ଜଣଙ୍କର…
ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟ ଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚିଲିକା ସାହିତ୍ୟ ସମାଜ ବାଲୁଗାଁ-ବାଣପୁରର ମିଳିତ ଆନୁକୂଲ୍ୟରେ ନେହେରୁ ସେବା ସଂଘର କନକ ଭବନଠାରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପୌରାହିତ୍ୟ କରି ଓଡ଼ିଶା ସାହିତ୍ୟ ଭଣ୍ଡାରକୁ ନିଜର ସାରସ୍ଵତ ସୃଷ୍ଟିରେ ରୁଦ୍ଧିମନ୍ତ କରିଥିବା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଜନ୍ମଦେଇ ବାଣପୁର ମାଟି ଆଜି ଗର୍ବିତ ବୋଲି କହି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଡକ୍ଟର ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିବେଦୀ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସଂଗ୍ରାମ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ବେଳେବେଳେ ମିଶ୍ରଙ୍କ ବକ୍ତବ୍ୟ ମଧ୍ୟ ବିବାଦର କାରଣ ପାଲଟିଛି। ନିଜ ଦଳର ସାଂସଦ ହେମା ମଲିନୀଙ୍କ ବିଷୟରେ ଦେଇଥିବା ବିବାଦୀୟ ବିବୃତ୍ତି ପାଇଁ ନରୋତ୍ତମ ମିଶ୍ର ପୁଣି ଥରେ ଖବରରେ ଅଛନ୍ତି। ତାଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି, ଯେଉଁଠାରେ ବିଜେପି ଏହି ପ୍ରସଙ୍ଗରେ ପ୍ରତିରକ୍ଷା ଉପରେ ରହିଛି। ନିର୍ବାଚନ ଋତୁରେ ବିଜେପିକୁ ଘେରିବା ପାଇଁ କଂଗ୍ରେସକୁ ଏକ ପ୍ରସଙ୍ଗ ମିଳିଯାଇଛି। ନିର୍ବାଚନ ସଭାରେ ନରୋତ୍ତମ ମିଶ୍ର ସମ୍ବୋଧିତ କରିଥିଲେ। ଏହି ସମୟରେ ଏହି ଅଞ୍ଚଳର ବିକାଶ ବିଷୟରେ ସେ କହିଥଲେ, “ପୂର୍ବରୁ ଦତିଆରେ ଘୋଡା ଗାଡି ଚାଲୁଥିଲା, ବର୍ତ୍ତମାନ ସେଠାରେ ବିମାନ ଚଳାଚଳ କରୁଛି। ପୂର୍ବରୁ ୱାଟର ଟ୍ୟାଙ୍କର୍ ଚାଲୁଥିଲା, କିନ୍ତୁ ଆମେ ଫିଲ୍ଟର ଲଗାଇଥିଲୁ ଯାହା ଦ୍ଵାରା ଗାଁ ଏବଂ ସହରର ସବୁଆଡେ ପାଣି ପହଞ୍ଚିବ। ଏହା ଉଡାଣ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲସରା ବିଡ଼ିଓ ଭାବେ କୁରେଶ ଚନ୍ଦ୍ର ଯାନୀ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ନୁଆଗଡ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉକି ଦୀର୍ଘ ଦିନ ହେଲା ଖାଲି ପଡିଥିବା ବିଡ଼ିଓ ପଦବୀରେ ଧର୍ମରାଜ୍ ପରିଡା ଭାରପ୍ରାପ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ନୂତନ ବିଡ଼ିଓ ଭାବେ ଯୋଗ ଦେବା ପରେ ଅଞ୍ଚଳର ଉନ୍ନତି ଦିଗରେ କାମ କରିବା ପାଇଁ ସଙ୍କଳ୍ପବଦ୍ଧ ବିବୃତ୍ତି ପ୍ରଦାନ କରିଛନ୍ତି।

