Author: Samikhsya Bureau

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବେଆଇନ ବାଣ କାରବାର ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ବାଣପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ବାଣ ତିଆରି ସାମଗ୍ରୀ ସହ ଗିରଫ କରିଛି। ଅଭିଯୁକ୍ତ ଜଣକ ଆଙ୍କୁଲାପଦର ଗ୍ରାମର ସୁରେଶ କୁମାର ଲେଙ୍କା ବୋଲି ଜଣାପଡିଛି। ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡ୍ଡୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ତାଲାସି ନିଆଯିବାବେଳେ ବହୁ ବାଣ ତିଆରି ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ଦେଶର ସମସ୍ତ ବିରୋଧୀ ଦଳ ଏନଡିଏକୁ ପରାସ୍ତ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଥିରେ ଫାଟ ସୃଷ୍ଟି ହେଉଛି। ଗୋଟିଏ ପଟେ ମଧ୍ୟପ୍ରଦେଶରେ କଂଗ୍ରେସ ସମାଜବାଦୀ ପାର୍ଟି ପାଇଁ ନିଜ ଆସନ ଛାଡି ନାହିଁ ଏବଂ ସମସ୍ତ ଆସନରେ ପ୍ରାର୍ଥୀ ରଖିଛି। ଏଥି ସହ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ସମାଜବାଦୀ ପାର୍ଟି ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ଏହାର ଜବାବରେ ଆଜି ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ଟାର୍ଗେଟ କରିଛନ୍ତି। ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଏକ ବୈଠକ ଡାକିଛନ୍ତି। ଯେଉଁଥିରେ ସେ ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦି ଦଳର ସମ୍ପୂର୍ଣ୍ଣ ରିପୋର୍ଟ ଦର୍ଶାଇଥିଲେ। ସେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ସମାଜବାଦୀ ପାର୍ଟିର ନେତାମାନଙ୍କୁ ରାତି…

Read More

ଭୁବନେଶ୍ବର: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ସତ ହେଲା। ଦଶହରାକୁ ଏଥର ହେବ ପ୍ରବଳ ବର୍ଷା। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ,  ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ଆସନ୍ତା ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ୨୩ରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବ। ତେବେ ଏହା ବାତ୍ୟା ହେବ କି ନାହିଁ ବର୍ତ୍ତମାନ କହିହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।

Read More

ନୂଆଦିଲ୍ଲୀ: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦେଶବ୍ୟାପୀ ଅଭିଯାନ ‘ଅପରେସନ୍ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ୭୬ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟ ମଧ୍ୟରେ ସାଇବର ଅପରାଧରେ ଜଡିତ ଅପରାଧୀଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଧ୍ୟ ୫ ଟି ମାମଲା ରୁଜୁ କରିଛି। ଆମାଜନ ଏବଂ ମାଇକ୍ରୋସଫ୍ଟର ଅଭିଯୋଗ ଉପରେ ସିବିଆଇ ଏହି ପଦକ୍ଷେପ ନେଇଛି। ସିବିଆଇ ଅନୁଯାୟୀ, ସର୍ଚ୍ଚ ସମୟରେ ୩୨ ଟି ମୋବାଇଲ୍ ଫୋନ୍, ୪୮ ଟି ଲାପଟପ୍, ଦୁଇଟି ସର୍ଭରର ଚିତ୍ର, ୩୩ ଟି ସିମ୍ କାର୍ଡ ଏବଂ ପେନ୍ ଡ୍ରାଇଭ୍ ଜବତ କରାଯାଇଛି। ଏହି ଅବଧି ମଧ୍ୟରେ ସିବିଆଇ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କୁ ପ୍ରାର୍ଥନା କରି ତାଙ୍କର ସମସ୍ତ ଭକ୍ତ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି। ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି। https://twitter.com/narendramodi/status/1714841753101205743?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1714841753101205743%7Ctwgr%5E5c3b835901bbcf95f067b1a32df6c8167df98fbb%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1969018 ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ନବରାତ୍ରୀରେ ଆଜି ମାତୃ ପ୍ରେମର ପ୍ରତୀକ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା କରାଯାଏ। ମା’ ତାଙ୍କର ସମସ୍ତ ଉପାସକଙ୍କୁ ନବଚେତନା ଏବଂ ନବସୃଜନର ଆଶୀର୍ବାଦ ଦିଅନ୍ତୁ, ଏହା ହିଁ କାମନା।’

Read More

ନୂଆଦିଲ୍ଲୀ: ବାଂଲାଦେଶର ବ୍ୟାଟିଂ ଆରମ୍ଭ ହୋଇଛି। କ୍ରିଜରେ ଲିଟନ୍ ଦାସ-ତାନଜିଦ୍ ହାସନ ବ୍ୟାଟିଂ ଜାରି ରଖିଛନ୍ତି। ପ୍ରଥମ ଉଇକେଟ ପାଇବା ଲକ୍ଷ୍ୟରେ ଭାରତର ନଜର ରହିଛି। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ଆସି ଆହତର ସମ୍ମୁଖୀନ ହୋଇଛନ୍ତି। ସେ ମାତ୍ର ୩ ଟି ବଲ ଫିଙ୍ଗି ପଡିଆ ଛାଡିଛନ୍ତି। ଏବଂ ବାକି ତିନୋଟି ବଲ ବିରାଟ କୋହିଲି ଫିଙ୍ଗିଛନ୍ତି। ଏହାପୂର୍ବରୁ ବାଂଲାଦେଶ ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଥିବାବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ କରିନାହିଁ। ପୁଣେରେ ଭାରତ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ଭାରତ ପ୍ରଥମ ତିନୋଟି ମ୍ୟାଚ୍ ଜିତିଛି। ଯଦି ଭାରତୀୟ ଦଳ ଆଜି ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିବ।

Read More

ଭୁବନେଶ୍ଵର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ରମୋହନଙ୍କ ନାମରେ ନାମିତ ତାଳଚେର ସ୍ଥିତ “ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ”ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍ ) ସହଯୋଗରେ ଯଥାଶୀଘ୍ର ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଓ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ଶାସନ ସଚିବଙ୍କ ସମେତ ଅନୁଗୋଳ ଜିଲ୍ଲାପାଳ,ଏମସିଏଲ୍ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଓ ଏମସିଏଲ୍ ର ଅନ୍ୟ…

Read More

ଭୁବନେଶ୍ୱର: ସାରା ବିଶ୍ୱରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍‌ ସଂପର୍କରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ ପ୍ରକାଶ ପାଇବ। ମାଣ୍ଡିଆ ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ମିଲେଟ୍‌ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଆଲେଖ୍ୟଗୁଡ଼ିକ ସହାୟକ ହେବ। ମିଲେଟ୍‌ ଚାଷର ବିଭିନ୍ନ ଦିଗ, ଓଡ଼ିଶାରେ ମିଲେଟ୍‌ ଚାଷର ସଫଳତା, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମିଲେଟ୍‌ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମିଲେଟ୍‌ର ଉପକାରିତା ଓ…

Read More

ନୂଆଦିଲ୍ଲୀ: ଯୁବରାଜ ସିଂଙ୍କ ପରଠାରୁ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ କ୍ରିକେଟରେ ଏପର୍ଯ୍ଯନ୍ତ ନମ୍ବର-୪ ପାଇଁ କୌଣସି ସ୍ଥାୟୀ ବ୍ୟାଟ୍ସମ୍ୟାନ୍ ପାଇପାରି ନାହିଁ। ଗତ ୫-୬ ବର୍ଷ ମଧ୍ୟରେ ଏହି କ୍ରମ ପାଇଁ ଭାରତ ବିଭିନ୍ନ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁଯୋଗ ଦେଇଛି, କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ସ୍ଥାନପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି। ପ୍ରକାଶ ଥାଉକି, ବିଶ୍ୱକପ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ନମ୍ବର -୪ ର ସମସ୍ୟା ବିଷୟରେ କହିଥିଲେ ଯେ, “ଗତ ଏକଦିବସୀୟ ବିଶ୍ୱକପ ପରଠାରୁ ଏହି ସମସ୍ୟା ଲାଗିରହିଛି, ଏବଂ ବୋଧହୁଏ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସମୟରେ ମଧ୍ୟ ଏହା ଏକ ବଡ ସମସ୍ୟା ଥିଲା, କିନ୍ତୁ ମୁଁ ବିଶ୍ୱାସର ସହ କହୁଛି ଯେ, ଆମ (ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ) ସମୟରେ ଏହା ଆଦୌ ସମସ୍ୟା ହୋଇନାହିଁ। ” ନମ୍ବର- ୪ ସ୍ଥାନ ପାଇଁ ଟିମ୍…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ  “ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନୀରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର” ଅନୁଷ୍ଠିତ ହୋଇଯାଇଛି।ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ। ପ୍ରଥମେ ଡଃ ହେମନ୍ତ କୁମାର ପ୍ରଧାନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ। ଡଃ ଅଶୋକ ପଣ୍ଡା, ଅତିରିକ୍ତ ଜିଲ୍ଲାପ୍ରାଣୀ ଚିକିତ୍ସାଧାରୀ ( ଜୀବେ କଲ୍ୟାଣ ), କଳାହାଣ୍ଡି, ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜୀବେ କଲ୍ୟାଣ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୀତ ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ। ବିଶେଷ ଭାବରେ ବୁଲା , ପରିତ୍ୟକ୍ତ ଓ ରୋଗୀଣା ଗାଇ, ଷଣ୍ଡ, କୁକୁର ଓ ଅନ୍ୟ ଗୃହ ପାଳିତ…

Read More

ନୂଆଦିଲ୍ଲୀ: ଛତିଶଗଡରେ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା କଂଗ୍ରେସ ପ୍ରକାଶ କରିଛି। ଏହି ତାଲିକାରେ ୫୩ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ମଧ୍ୟ ପ୍ରଥମ ତାଲିକା ପରି ବିଧାୟକଙ୍କ ଟିକେଟ୍ କଟାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ୮୩ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏଥିରେ ୧୮ ଜଣ ବିଧାୟକଙ୍କ ଟିକେଟ୍ ବାତିଲ କରାଯାଇଛି, କିନ୍ତୁ କୌତୁହଳର କଥା ହେଉଛି କଂଗ୍ରେସ ରାୟପୁର ଦକ୍ଷିଣରୁ ହିନ୍ଦୁତ୍ୱ କାର୍ଡ ଖେଳିଛି। ବ୍ରିଜମୋହନ ଅଗ୍ରୱାଲଙ୍କ ବିରୋଧରେ କଂଗ୍ରେସ ମହନ୍ତ ରାମ ସୁନ୍ଦର ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ପ୍ରକୃତରେ ମହନ୍ତ ରାମସୁନ୍ଦର ଦାସଙ୍କ ନାମ ଚର୍ଚ୍ଚାରେ ଅଛି। କାରଣ ଡିସେମ୍ବର ୨୦୨୧ରେ ଯେତେବେଳେ କାଲିଚରନ୍ ରାୟପୁରର ଧର୍ମ ସଂସଦରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆପତ୍ତିଜନକ ଶବ୍ଦ କହିଥିଲେ, ସେତେବେଳେ ବିବାଦୀୟ କାଲିଚରନଙ୍କୁ ମହନ୍ତ ମଞ୍ଚରୁ ବିରୋଧ କରିଥିଲେ। ଏହା ପରେ ରାମସୁନ୍ଦର ଦାସଙ୍କ ନାମ ଆଲୋଚନାକୁ ଆସିଲା।…

Read More

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବୁଧବାର ଅଭିଯୋଗ କରିଛନ୍ତି ଯେ, ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ହମାସକୁ ନିନ୍ଦା କରିନାହିଁ ଏବଂ ପାଲେଷ୍ଟାଇନ ପାଇଁ ସମର୍ଥନ ଘୋଷଣା କରିଛି। ଆସାମ ସିଏମ୍ ଏହା ମଧ୍ୟ କହିଛନ୍ତି ଯେ, ନବ ଗଠିତ ଇଣ୍ଡିଆ ଇନକ୍ଲୁସିଭ୍ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ (ଇଣ୍ଡିଆ) ର ଗଠନକାରୀ ଦଳ ମଧ୍ୟରେ କୌଣସି ଏକତା ନାହିଁ ଏବଂ ଏହା କେବଳ ଭାରତର ଲୋକଙ୍କୁ ପ୍ରତାରଣା କରିବା ପାଇଁ ଗଠନ କରାଯାଇଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ନିକଟରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ହମାସ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ସମସ୍ତେ କହିଛନ୍ତି ଯେ, ଏହି ସମୟରେ ହମାସକୁ ନିନ୍ଦା କରିବା ଆବଶ୍ୟକ। କିନ୍ତୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ତେଲେଙ୍ଗାନାରେ ନିର୍ବାଚନ…

Read More

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ ତମ ଦିନରେ ପ୍ରବେଶ କରିଛି। ଏହି ସମୟରେ, ମଙ୍ଗଳବାର ରାତିରେ ଗାଜା ଷ୍ଟ୍ରିପର ଅଲ ଅହଲି ହସ୍ପିଟାଲରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୫୦୦ ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ପ୍ରଥମେ ଏହି ଆକ୍ରମଣ ପାଇଁ ଇସ୍ରାଏଲ ଏବଂ ହମାସ୍ ପରସ୍ପରକୁ ଦାୟୀ କରୁଥିଲେ, କିନ୍ତୁ ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଦାବି କରିଥିଲା ​​ଯେ, ଏହି ଆକ୍ରମଣ ପଛରେ ଇସଲାମିକ୍ ଜିହାଦ ସଂଗଠନ ଅଛି। ଏହାର ଦାବିକୁ ପ୍ରମାଣ କରିବା ପାଇଁ ଆଇଡିଏଫ୍ ଏକ ଭିଡିଓ ଜାରି କରି କହିଛି ଯେ, ଇସଲାମିକ୍ ଜିହାଦ୍ ରକେଟ୍ ଉତକ୍ଷେପଣ କରିଥିଲା, ଯାହା ଅନିୟନ୍ତ୍ରିତ ହୋଇ ଡାକ୍ତରଖାନା ଉପରେ ପଡିଥିଲା। ଭିଡିଓ ରିଲିଜ୍ କରି ଇସ୍ରାଏଲ୍ ଏଥିରେ ସ୍ପଷ୍ଟ କରିଛି ଯେ, ଏଥିରେ ତାହାର କୌଣସି ସମ୍ପୃକ୍ତି ନାହିଁ। ଶହ ଶହ ଲୋକ ଅଲ ଅହଲି ହସ୍ପିଟାଲରେ…

Read More

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏହାର ଚତୁର୍ଥ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ବାଂଲାଦେଶର ଆହ୍ଵାନର ସମ୍ମୁଖୀନ ହେବ। ପୁଣେରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। କିନ୍ତୁ ବର୍ଷା ହେତୁ ଭାରତ-ବାଂଲାଦେଶ ମ୍ୟାଚ୍ ଧୋଇଯିବ କି? ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ବର୍ଷା ହେବ କି? ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ପୁଣେରେ ବର୍ଷା ହେବ କି?: ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ପୁଣେରେ ବର୍ଷା ହେବ ନାହିଁ। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ଖରା ହେବ। ଘଣ୍ଟା ପ୍ରତି ୨-୧୦ କିଲୋମିଟର ବେଗରେ ପବନ ବହିବ। କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ବର୍ଷା ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ…

Read More

ଭୁବନେଶ୍ଵର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି। ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ ଯାହାର ଟାଇଟଲ ଘୋଷଣା ହୋଇଛି ରାଜଧାନୀର ଏକ ଘରୋଇ ହୋଟେଲରେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟୀତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲା ବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି। ତେବେ କାହିଁକି ଏହି ଫିଲ୍ମ ନିଆରା ତା’ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍। ଆକାଶବାଣୀର ସୁଗମ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ଠାରେ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ (ଟିୱାଇଇପି) ଅଧୀନରେ ୨୦୦ ଆଦିବାସୀ ଯୁବକଙ୍କ ସହ ଆଲୋଚନା କରିଛନ୍ତି। ଆଦିବାସୀ ଯୁବକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଅନେକ ସୁଯୋଗ ଉପଲବ୍ଧ ହେଉଛି। ସେ କହିଛନ୍ତି ଯେ, ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ଗର୍ବର ବିଷୟ। ଦେଶର ସ୍ୱାଧୀନତା ସଂଗ୍ରାମରେ ସବୁକିଛି ବଳିଦାନ ଦେଇଥିବା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୧୦ଟି ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦୀ ଏବଂ ସେମାନଙ୍କ ବିଚାରଧାରା ଦେଶର ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ବିରୋଧରେ।…

Read More

ନୂଆଦିଲ୍ଲୀ: ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି-୨୦ ସେର୍ପା, ଜି-୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଆର୍ଥିକ ବ୍ୟାପାର ବିଭାଗ (ଡିଇଏ) ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ଜାରି ରହିଥିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ବିଭିନ୍ନ ଅଂଶୀଦାର ମନ୍ତ୍ରଣାଳୟ ନେତୃତ୍ୱରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସାମିଲ କରି ସାତଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ୱେବିନାରଗୁଡ଼ିକ (୧) ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, (୨) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) (୩) ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, (୪)ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ, (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି,…

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୮୩ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୫ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୦ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୧୦୯୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୮୩ଟି ଆଇଡିଆ ସଂଗ୍ରହ କରିଛି। ବୁଧବାର ଷ୍ଟାର୍ଟଅପ୍ ଯାତ୍ରା ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ସ୍ୱାଧିନ ହାଇସ୍କୁଲ, ଆଇଟିଆଇ ଶୈଳବାଳା, ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ ଓ ମଠସାହି ହାଇସ୍କୁଲ ପରିଦର୍ଶନ କରିଛି। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ଉଦ୍ଦେଶ୍ୟରେ ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ଶୁଭାରମ୍ଭ କରିବେ। ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଉଛି। ଗ୍ରାମୀଣ ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବେ। ପ୍ରତ୍ୟେକ କେନ୍ଦ୍ର ଅତିକମରେ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାୟ ୧୦୦ ଯୁବକ, ଯୁବତୀଙ୍କୁ ତାଲିମ ଦେବ। ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧୀନରେ ଥିବା ଶିଳ୍ପ ଭାଗିଦାରୀ ଏବଂ ଏଜେନ୍ସି ଦ୍ୱାରା ଏହି ତାଲିମ ପ୍ରଦାନ କରାଯାଉଛି। ଏହି କେନ୍ଦ୍ରର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅଧିକ ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ।

Read More

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ।…

Read More