ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ୨୦୨୧ ବର୍ଷ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର, ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷା ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ୱାହିଦା ରେହମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ସେ ତାଙ୍କ କଳା ଏବଂ ବ୍ୟକ୍ତିତ୍ୱ ଦ୍ୱାରା ଚଳଚ୍ଚିତ୍ର ଜଗତର ଶୀର୍ଷରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସମ୍ମାନନୀୟା, ଆତ୍ମବିଶ୍ୱାସୀ ଓ ମୌଳିକ…
Author: Samikhsya Bureau
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତିନିଜଣ ନୂଆ ନେତାଙ୍କୁ ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି। ଯେଉଁ ତିନି ଜଣ ନେତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ସେମାନେ ହେଲେ ଦଳର ଉପସଭାପତି ଭାବେ ଦେବାଶୀଷ ଖାଡଙ୍ଗା, ସାଧାରଣ ସଂପାଦକ ଭାବେ ସୌମ୍ୟରଂଜନ ଧଳ ଏବଂ ସଂପାଦକ ଭାବେ ହୃଷିକେଶ ମେକାପ ନିଯୁକ୍ତି ପାଇଛନ୍ତି।
ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ। କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି)…
ନାଚୁଣୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଦୁଇ ଯୁବକ ଗୌରାଙ୍ଗ ମାର୍ଥା ଓ କାର୍ତ୍ତିକ ମାର୍ଥା ଆଜି ଅପରାହ୍ନରେ ଏକ ବାଇକ ଯୋଗେ ନାଚୁଣୀସ୍ଥିତ ଏକ ଘରୋଇ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ହରିପୁର ଷଣ୍ଢ ଛକରେ କୌଣସି କାରଣବଶତଃ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ ନାଚୁଣୀ ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଛି l
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ କରି ନଷ୍ଟ କରିଛି। ଚଢ଼ାଉରେ ସମୁଦାୟ 17100 କେଜି ମହୁଲ ପୋଚ ଏବଂ 1280 ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଛି l ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅନୁରୂପ ଭାବେ କୁମାରାଙ୍ଗ ଅଞ୍ଚଳର ଗଣେଶ ବାରିକଙ୍କ ନିକଟରୁ 30 ଲିଟର ଏବଂ ଆୟତପୁର ଅଞ୍ଚଳର ପତିତ ବେହେରାଙ୍କ ନିକଟରୁ 40 ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ, ସାଂସଦ ଓ ପ୍ରଜାମଣ୍ଡଳ ସଂଗଠକ ଗଡ଼ଜାତଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପାଠକପାଠିକାମାନେ କିପରି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ପୂର୍ବବର୍ଷ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡଜାତ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ସମଲିଙ୍ଗୀ ଯୋଡିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟକା ଲାଗିଛି। ସମଲିଙ୍ଗୀ ବିବାହକୁ ସ୍ୱୀକାର କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସିଜେଆଇ କହିଛି ଯେ, ଏହା ସଂସଦର ଅଧିକାର ଅଧୀନରେ ଅଛି। ସମଲିଙ୍ଗୀ ସମ୍ପର୍କର ଅଧିକାର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଆଜି ଦେଶର ସମସ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମଲିଙ୍ଗୀ ସମ୍ପର୍କକୁ ସୁପ୍ରିମକୋର୍ଟ ପୂର୍ବରୁ ଘୋଷଣା କରିସାରିଛନ୍ତି। ୧୦ ଦିନ ଧରି ଶୁଣାଣି ପରେ ୧୧ ମଇ ୨୦୨୩ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହି ନିଷ୍ପତ୍ତି ଉପରେ ସଂରକ୍ଷିତ ରଖିଥିଲେ, ବର୍ତ୍ତମାନ କେବଳ ଏହି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। ସମଲିଙ୍ଗୀ ବିବାହର ସ୍ୱୀକୃତି ଲୋଡିଥିବା ଆବେଦନ ଉପରେ ଏହି ରାୟ ପ୍ରଦାନ କରୁଥିବାବେଳେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଯଦି ଜଣେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଛନ୍ତି। ଆଭ୍ୟନ୍ତରୀଣ ଜଳପଥ ପରିବହନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଜଳପଥଗୁଡ଼ିକ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି: https://twitter.com/PMOIndia/status/1713812896642445625?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1713812896642445625%7Ctwgr%5E7d89a204ab8f9b192ba956c0536411463d40bca9%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1968302 ‘କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବର୍ଣ୍ଣନା କରିଛନ୍ତି ଯେ, ୨୦୧୪ ପରେ କିପରି ଆଭ୍ୟନ୍ତରୀଣ ଜଳପଥ ଏକ ଗେମ୍-ଚେଞ୍ଜର ପ୍ରମାଣିତ ହେଉଛି ଏବଂ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି।’
ନୂଆଦିଲ୍ଲୀ: ମୁମ୍ବାଇ ଠାରେ ଆଇଓସିର ୧୪୧ତମ ଅଧିବେଶନ ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରୀଡ଼ା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅନେକ ସଦସ୍ୟ ମାନଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗତ ସପ୍ତାହରେ (ଅକ୍ଟୋବର ୧୩ ଓ ୧୪, ୨୦୨୩) ଦୁଇ ଦିନ ଧରି ବୈଠକ କରିଥିଲେ। ଅକ୍ଟୋବର ୧୫ ରୁ ୧୭, ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଆଇଓସି ଅଧିବେଶନ ଚାଲିଛି। ଦୁଇ ଦିନିଆ ଆଇଓସି ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର (ଅକ୍ଟୋବର ୧୪, ୨୦୨୩) ଦିନ କହିଛନ୍ତି ଯେ ଭାରତରେ ଆଇଓସି ଅଧିବେଶନ ଆୟୋଜନ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। “ମୁଁ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରୁଛି ଏବଂ ଆଶା କରୁଛି ଯେ ଅଧିବେଶନ ସଫଳ ହେବ ଏବଂ ଅଲିମ୍ପିକ୍ସ କ୍ରୀଡ଼ାରେ ନୂତନ ସଂଯୋଜନ…
ରଣପୁର: ଆଜି ରଣପୁର ବି.ସି. ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଣପୁର ରଙ୍ଗୀନ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ବି.ସି. ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୮ଟି କ୍ଲଷ୍ଟରର ୨୦୫ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଜ୍ୟୋତି…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା। ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି।…
ନୂଆଦିଲ୍ଲୀ: ୧୯୩୭ ମସିହାରେ ଭାରତୀୟ ବ୍ୟୋମଯାନ ଆଇନରେ ସରକାର ଯେଉଁସବୁ ସଂଶୋଧନ ଆଣିଥିଲେ ତାହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ହେଲା ଏହି ସଂଶୋଧିତ ନିୟମାବଳୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହୋଇଛି। ଏହି ସଂଶୋଧନ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ କରିବ। ସେହିଭଳି ବେସାମରିକ ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବା ପାଇଁ ଏହା ବିଶେଷ ସହାୟକ ହେବ। ବେସମାରିକ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସମୟ ଉପଯୋଗୀ, ନିରାପଦ, ସୁରକ୍ଷିତ ଓ ଦକ୍ଷ କରିବା ପାଇଁ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଡାଣ କ୍ଷେତ୍ର ସହିତ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ବ୍ୟାପକ ପରାମର୍ଶ ଓ ବିଚାର ଆଲୋଚନା ପରେ ସରକାର ୧୯୩୭ ଆଇନରେ ସଂଶୋଧନ ଆଣିଛନ୍ତି। ଏହା ଫଳରେ ଏହି କ୍ଷେତ୍ରର ନିରାପତ୍ତା, ସୁରକ୍ଷା ଓ ନିୟନ୍ତ୍ରଣ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି। ଏହି ସଂସ୍କାର…
ଭୁବନେଶ୍ବର: ରାଜଧାନୀରେ କିଛିଦିନ ପାଇଁ ଆଉ କଞ୍ଚାପନିପରିବା ମିଳବ ନାହିଁ। କାରଣ ହେଲା ଏକ ନମ୍ବର ହାଟରେ ଥିବା କଞ୍ଚା ପନିପରିବା ବ୍ୟବସାୟୀ ସଂଘ ଧର୍ମଘଟ କରିବେ। ସେମାନେ ଆସନ୍ତା 20 ତାରିଖରୁ ଧର୍ମଘଟରେ ବସିବେ। ଫଳରେ ସେହି ହାଟରେ ବିକ୍ରୀ ହେଉଥିବା ପନିପରିବା ଆଉ ମିଳିବ ନାହିଁ। ବିଭିନ୍ନ ଦାବୀ ନେଇ ଏହି ବ୍ୟବସାୟୀ ସଂଘ ଧର୍ମଘଟ ଡାକରା ଦେଇଛି। ରାଜଧାନୀରେ ଏକ ନମ୍ବର ହାଟ ହେଉଛି ସବୁଠାରୁ ବଡ ପନିପରିବା ବଜାର। ଏହା ଉପରେ କେବଳ ଗ୍ରାହକ ନୁହଁନ୍ତି ରାଜଧାନୀର ଛୋଟଛୋଟ ପରିବା ବ୍ୟବସାୟୀ ମଧ୍ୟ ନିର୍ଭର କରନ୍ତି। ସେମାନେ ଏଠାରୁ ପରିବା ନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ରୀ କରନ୍ତି। ବର୍ତ୍ତମାନ ଧର୍ମଘଟ ହେଲେ ରାଜଧାନୀରେ କଞ୍ଚା ପରିବା ମିଳିବା କଷ୍ଟକର ହୋଇପଡିବ। ମୁଖ୍ୟତଃ ଏକ ନମ୍ବର ହାଟକୁ ଯାଇଥିବା ରାସ୍ତା ଅବରୋଧ ହେଉଥିବାରୁ ସଂଘ ଉତକ୍ଷିପ୍ତ ହୋଇପଡିଛି। ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମହିଳା ସଶକ୍ତିକରଣ ଲାଗି ନାରୀ ଶକ୍ତି ବନ୍ଦନ ଅଧିନିୟମର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଲେଖାଯାଇଥିବା ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ‘ସଂସଦରେ ସଦ୍ୟ ପାରିତ ହୋଇଥିôବା ନାରୀ ଶକ୍ତି ବନ୍ଦନ ଅଧିନିୟମ କିପରି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ଆମ ଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଆଗେଇ ନେବାକୁ ମହିଳାଙ୍କୁ ଆହ୍ୱାନ ଦେଉଛି ତାହା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କ ଆର୍ଟିକଲରେ ପ୍ରକାଶ ପାଇଛି।’
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ରେ ଭାରତ-ପାକ୍ ମ୍ୟାଚ୍ ପରେ ପାକିସ୍ତାନୀ ଦଳର ନିର୍ଦ୍ଦେଶକ ମିକି ଆର୍ଥର୍ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ଏହା ବିଶ୍ୱକପ ନୁହେଁ ବରଂ ବିସିସିଆଇ ଇଭେଣ୍ଟ। ଭାରତୀୟ ଭିସା ପାଇବାରେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ମ୍ୟାଚ୍ ସମୟରେ ପାକିସ୍ତାନୀ ସଙ୍ଗୀତ ବଜାଯାଉ ନାହିଁ ସେ ସମ୍ବନ୍ଧରେ ଆର୍ଥର ଏହି ବଡ କଥା କହିଛନ୍ତି। ବର୍ତ୍ତମାନ ଆଇସିସିର ଉତ୍ତର ଏହା ଉପରେ ଆସିଛି। ଆଇସିସି ଚେୟାରମ୍ୟାନ୍ ଗ୍ରେଗ ବାରକଲେ ଏହା ଉପରେ କହିଛନ୍ତି ଯେ, ‘ଯେତେବେଳେ ବି ଆମର କୌଣସି ଇଭେଣ୍ଟ ଚାଲେ, ସେତେବେଳେ ବିଭିନ୍ନ ସ୍ଥାନରୁ ସମାଲୋଚନା କରାଯାଇଥାଏ। ଏହା ସାଧାରଣ ଅଟେ। ଆମେ କେବଳ ଆମର କିଛି ଜିନିଷର ଉନ୍ନତି କରିବାକୁ ଚେଷ୍ଟା କରିପାରିବା। ଏହି ଇଭେଣ୍ଟ ବର୍ତ୍ତମାନ ଆରମ୍ଭ ହୋଇଛି। ସମଗ୍ର ଟୁର୍ଣ୍ଣାମେଣ୍ଟ କିପରି ଚାଲିଛି ଦେଖିବା। ଏହା ପରେ ଆମେ ସମୀକ୍ଷା କରିବୁ…
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ‘ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍କୁ ସାମିଲ କରାଯିବାକୁ ନେଇ ବେଶ୍ ଖୁସି। କ୍ରୀଡ଼ାବିତମାନଙ୍କ ପାଇଁ ଏହା ବଡ଼ ଖବର। କ୍ରିକେଟ ପ୍ରେମୀ ଦେଶ ଭାବେ ଆମେ ବିଶେଷକରି କ୍ରିକେଟ ଏଥିରେ ସାମିଲ ହେବାକୁ ସ୍ୱାଗତ କରୁଛୁ, ଯାହା କି ଏହି ଚମତ୍କାର ଖେଳର ବଢ଼ୁଥିବା ବୈଶ୍ୱିକ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।’
ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ଭାବରେ ଜଣାଶୁଣା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ବନ୍ଦ ରହିବ ବୋଲି ସ୍ଥିର ହୋଇଛି। ମୌସୁମୀ ଋତୁ ପରେ ବିମାନବନ୍ଦରର ଦୁଇଟି ରନୱେରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିମାନ ବନ୍ଦର ସାମୟିକ ଭାବେ ବନ୍ଦ ରହିବ। CSMIA ର ବିବୃତ୍ତି ଅନୁଯାୟୀ, ଛଅ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ହେବାକୁ ଯାଉଛି। ରକ୍ଷଣାବେକ୍ଷଣ କାର୍ଯ୍ୟ ସକାଳ 11 ଟାରୁ 5 ଟା ପର୍ଯ୍ୟନ୍ତ ଚାଲିବ। ବିମାନ ବନ୍ଦର ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ‘CSMIA ର ମୌସୁମୀ ପରବର୍ତ୍ତୀ ରନୱେ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ ଭାବରେ ଉଭୟ ରନୱେ RWY 09/27 ଏବଂ RWY 14/32 ଅକ୍ଟୋବର 17 ରେ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ଦ୍ଧାରିତ ଅସ୍ଥାୟୀ ବନ୍ଦ ହେଉଛି CSMIA ର ବାର୍ଷିକ ମୌସୁମୀ ପରବର୍ତ୍ତୀ ରକ୍ଷଣାବେକ୍ଷଣ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ଖବର ହସ୍ତଗତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ମନ୍ଦିରର ଭିତର ହୁଣ୍ଡିରୁ ସମସ୍ତ ଦାନ ଅର୍ଥ ଲୁଟିନେଇଥିବା ଜଣାପଡିଛି। ମନ୍ଦିର କମିଟି ଅବଗତ ହେବାପରେ ଆଜି ବାଲୁଗାଁ ଥାନାରେ ଏ ନେଇ ଏତଲା ଦିଆଯାଇଛି। ଏତଲା ପାଇବା ପରେ ବାଲୁଗାଁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।
ଭୁବନେଶ୍ୱର: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ତନ୍ମଧ୍ୟରୁ ଶ୍ରେଷ୍ଠ ହଜାରେ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ମେଧାବୃତ୍ତିରେ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷରେ ୧୦ମାସ ପାଇଁ ପ୍ରଦାନ କରାଯିବ। ଦଶମ ଶ୍ରେଣୀରେ ରଖିଥିବା ନମ୍ବର ଅନୁଯାୟୀ ମେଧାବୀଙ୍କୁ ଚୟନ କରାଯିବ। ରାଜ୍ୟ ସ୍କଲାରସିପ୍ ୱେବ୍ସାଇଟ୍ https://scholarship.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମୁପଲି ଅଞ୍ଚଳର ଏକ ଘରେ ଚଢ଼ାଉ କରିଥିଲା। ସେଠାରେ ଏମ୍ ମାରିଆ ନାମକ ଜଣେ ଯୁବକକୁ କାବୁ କରି ତା’ ଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ସାମସଙ୍ଗ୍, ଭିବୋ, ଓପୋ ଓ ରିୟଲମି ଭଳି ୨୪ ଟି ମୋବାଇଲ ଫୋନ ପୋଲିସ ଉଦ୍ଧାର କରିଥିଲା। ଏହାପରେ ମାରିଆକୁ ଥାନାକୁ ଆଣି ପୋଲିସ ଜେରା କରିଥିଲା। ସେ କେଉଁଠାରୁ ଏହି ସବୁ ଫୋନ୍ ଚୋରି କରିଥିବା ପ୍ରକାଶ କରିବା ପରେ ଖୋର୍ଦ୍ଧା ଜିଲ୍ଲା ବନମାଳୀ ପୁର ଗ୍ରାମର ଅଜିତ ବେହେରା, ଭୁବନେଶ୍ୱର ଗଙ୍ଗପାଟଣା ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଓ କଟକ ଜିଲ୍ଲା କିଶୋର ନଗର ଥାନା ଅଞ୍ଚଳର ପ୍ରତାପ କିଶୋର ସ୍ବାଇଁ ନାମକ ବ୍ୟକ୍ତିଙ୍କୁ ଡକାଇ ଉକ୍ତ ମୋବାଇଲର ପ୍ରମାଣ ରଖି ଫେରାଇଛନ୍ତି ଗଞ୍ଜାମ ଏସ୍ ପି ଜଗମୋହନ ମୀନା.ଏସ୍। ଏନେଇ ଜଗମୋହନ…
ଭୁବନେଶ୍ବର: କାର୍ତ୍ତିକ ମାସରେ ବୟସ୍କା ମହିଳାମାନେ ବ୍ରତ କରିଥାନ୍ତି। ସେଥିପାଇଁ ସେମାନେ ପୁରୀରେ ଭିଡ କରିଥାନ୍ତି। ତେବେ ଏହି ଭିଡକୁ ନିୟନ୍ତ୍ରଣ କରି ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ପ୍ରତି ବର୍ଷ ଏହି ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ସେମାନଙ୍କୁ ଏହି ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଛି। ଏହି ହବିଷ୍ୟାଳି ଯୋଜନା ପାଇଁ ଆଜିଠାରୁ ଅନଲାଇନରେ ବୁକିଂ ଆରମ୍ଭ କରାଯାଉଛି। ଆପଣଙ୍କ ଘରେ ଯଦି କେହି ପୁରୀ ଯାଇ ଏହି ବ୍ରତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଅନଲାଇନରେ ନାମ ରେଜେଷ୍ଟ୍ରୀ କରିବାକୁ ପଡିବ। ସେଥିପାଇଁ ସେମାନେ edistrict.odisha.gov.in ରେ ଲଗଅନ କରି ନାମ ପଂଜିକରଣ କରିବାକୁ ପଡିବ। ସେହିପରି ଆପଣ ସିଧା ଜିଲ୍ଲା ଅଫିସରେ ମଧ୍ୟ ନାମ ପଂଜିକରଣ କରିପାରିବେ। ଏହାପରେ ସେଠାରେ ସେମାନେ ଅନଲାଇନରେ ତାହାକୁ…

