ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବନ ଦେଇଥିଲେ। ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ।
Author: Samikhsya Bureau
ନୂଆଦିଲ୍ଲୀ: ଅନ୍ଧ ଭାବରେ ବିଶ୍ଵାସ କରୁଥିବା ଟେକ୍ନୋଲୋଜି ମଧ୍ୟ ଆପଣଙ୍କ ଜୀବନ ନେଇପାରେ। କେରଳରେ ମଧ୍ୟ ଏଭଳି ଘଟଣା ଘଟିଛି, ଯେଉଁଠାରେ ଗୁଗୁଲ୍ ମାନଚିତ୍ର ଦ୍ୱାରା ଭୁଲ୍ ମାର୍ଗରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।ସୂଚନା ଅନୁଯାୟୀ, କେରଳର କୋଚି ନିକଟ ଗୋଥୁରୁଥରେ ଥିବା ପେରିୟାର୍ ନଦୀରେ କାର ଖସିଯିବା ଯୋଗୁଁ ଦୁଇ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଏବଂ ଗୁଗୁଲ୍ ମ୍ୟାପ୍ ମୃତ୍ୟୁର କାରଣ ପାଲଟିଛି। କାରରେ ଉପସ୍ଥିତ ଯୁବକମାନେ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଆଗକୁ ବଢୁଥିଲେ, ଯେଉଁଠାରେ ଭୁଲ୍ ମାର୍ଗରେ ରହିବା ପରେ ସେମାନଙ୍କ କାର ଖାଲରେ ଖସିପଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ସମଗ୍ର ବିଷୟ କ’ଣ?: ପିଟିଆଇ ଏଜେନ୍ସି ଅନୁଯାୟୀ ପୋଲିସ କହିଛି ଯେ, କାରରେ ଯାତ୍ରା କରୁଥିବା ଦୁଇ ଡାକ୍ତର ଶନିବାର ବିଳମ୍ବିତ ରାତିରେ ସେମାନଙ୍କ କାର କେରଳର କୋଚି ନିକଟ ପେରିୟାର ନଦୀରେ ଖସିଯିବା ପରେ ମୃତ୍ୟୁ ଘଟିଛି। ଏହି ଡାକ୍ତର ଦ୍ୱୟ ହେଲେ ଅଦୈତ…
ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜର ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ। କିଛିଦିନ ତଳେ ବାଣପୁର ବିଷରପାଟଣାରେ ଏକ ଚା’ଖଟିରେ ତାଙ୍କ ଉପରକୁ ଅଣ୍ଡାମାଡ ହୋଇଥିଲା। ଏହାପରେ ସେ ଚିଲିକାର ବିଭିନ୍ନ ସ୍ଥାନ ବୁଲିବା କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିଛନ୍ତି। ନିକଟରେ ସେ ବାଣପୁର କେଶପୁର ଗ୍ରାମରେ ଆୟୋଜିତ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେ ଗମ୍ଭାରୀମୁଣ୍ଡା କୁଲେଇ ଗ୍ରାମର ଚା ଖଟିରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧୀ ଭାବି ଥିଲେ ଯେ, ରଘୁନାଥଙ୍କ ଉପରକୁ ଅଣ୍ଡାମାଡ ପରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ରୋକ ଲାଗିବ। ହେଲେ ତା ପରିବର୍ତ୍ତି ଏହା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ରଘୁନାଥ ସାହୁ।
ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ଏହା ପାଳନ କରାଯାଉଛି। ସେହିପରି ଓଡିଶା ବିଧାନସଭା ପ୍ରାଙ୍ଗଣରେ ମଧ୍ୟ ଏହି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।ଏହି ଅବସରରେ ବିଧାନସଭା ପ୍ରାଙ୍ଗଣ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହିତ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ସମେତ ବହୁ ଅତିଥି ଯୋଗଦାନ କରିଥିଲେ ।
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିରଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଷ୍ଟ୍ରର ଏହି ଦୁଇ ମହାନ ସୁପୁତ୍ରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ। ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘‘ ବୈଷ୍ଣବ ଜନ ତୋ….’’ କୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଭକ୍ତିର ସହ ଗାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଇତିହାସ ବିଭାଗର ଶିକ୍ଷକ ରିକିପାଲ୍ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଡ.ଗିରିଜା ଶଙ୍କର ବଳ ଶାସ୍ତ୍ରୀଜୀ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଦୁଇ ମହାନ୍ ଜନନାୟକଙ୍କ ନିର୍ଭୀକତା, ସଚ୍ଚୋଟତା, ସାଧୁତା ତଥା ଦେଶପ୍ରୀତି ଭାବନାକୁ ଅନୁକରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ। ପରିଶେଷରେ ସାଂସ୍କୃତିକ ବିଭାଗର ଶିକ୍ଷକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି। ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନେକ ପ୍ରକଳ୍ପକୁ ଉତ୍ସର୍ଗ କରିବେ ଏବଂ ରାଜସ୍ଥାନର ଚିତ୍ତୋରଗଡରେ ପ୍ରାୟ 7,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ ସାଢ଼େ 3 ଟାର ପ୍ରଧାନମନ୍ତ୍ରୀ ଗ୍ୱାଲିଅରରେ ପହଞ୍ଚିବେ ଯେଉଁଠାରେ ସେ ପ୍ରାୟ 19,260 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଦେଶକୁ ଉତ୍ସର୍ଗ କରିବେ। ଚିତ୍ତୋରରଗଡରେ ପ୍ରଧାନମନ୍ତ୍ରୀ ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ପଦକ୍ଷେପରେ ମେହସାନା – ଭଟିଣ୍ଡା – ଗୁରୁଦାସପୁର ଗ୍ୟାସ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ପ୍ରାୟ 4500 କୋଟି ଟଙ୍କା ବ୍ୟୟରେ ଏହି ପାଇପଲାଇନ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଏଚପିସିଏଲ୍ ର ଏଲପିଜି ପ୍ଲାଣ୍ଟକୁ ମଧ୍ୟ ଉତ୍ସର୍ଗ କରିବେ। ଏହି କାରଖାନା ବାର୍ଷିକ 86 ଲକ୍ଷ…
ଭୁବନେଶ୍ବର: ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ଗ୍ରାମାଞ୍ଚଳକୁ ବସ ସେବା ଦ୍ବାରା ସଂଯୋଗ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଏହି ଲକ୍ଷ୍ମୀ ବସ୍ ସେବା। କେବଳ ମାଲକାନଗିରି ଜିଲ୍ଲାରୁ ଗଡ଼ିବ ୩୬ଟି ବସ୍ ଚଳାଚଳ କରିବ ବୋଲ ନିଷ୍ପତି ନିଆୟାଇଛି। ଲକ୍ଷ୍ମୀ ଯୋଜନା ଅଧୀନରେ ବସ ସେବା ମାଧ୍ୟମରେ ବ୍ଲକ ମୁଖ୍ୟାଳୟ , ପଞ୍ଚାୟତ ପଞ୍ଚାୟତ ମୁଖ୍ୟାଳୟ ସହିତ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରାଯିବ। ସେହିପରି ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକ ହଜାରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଅବଧି ୧୦ ବର୍ଷ ପର୍ଯ୍ୟୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ…
ନୂଆଦିଲ୍ଲୀ: ପଞ୍ଜାବର ଜଲନ୍ଧରରେ ତିନି ଭଉଣୀଙ୍କର ମୃତଦେହ ମିଳିବାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ତିନି ଶିଶୁଙ୍କ ମୃତଦେହ ଜଲନ୍ଧରର ମକସୁଦା ପୋଲିସ ଷ୍ଟେସନ ଅନ୍ତର୍ଗତ କାନପୁରର ଘର ବାହାରେ ଥିବା ଟ୍ରଙ୍କରୁ ମିଳିଛି। ମୃତ ଶିଶୁମାନେ ଅମୃତା, ଶକ୍ତି ଏବଂ କାଞ୍ଚନ ବୋଲି ଜଣାପଡିଛି। ସେମାନଙ୍କ ବୟସ ୯ ବର୍ଷ, ୬ ବର୍ଷ ଏବଂ ୪ ବର୍ଷ ଅଟେ। ଏହି ଘଟଣା ସମ୍ପର୍କରେ ଘର ମାଲିକ ସୁରେନ୍ଦ୍ର ସିଂ କହିଛନ୍ତି ଯେ, ବିଳମ୍ବିତ ରାତିରେ ଶିଶୁମାନଙ୍କର ନିଖୋଜ ହେବା କାରଣରୁ ବାପା ହଙ୍ଗମା ସୃଷ୍ଟି କରୁଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଫେରି ଆସିଥିଲା। କିନ୍ତୁ ସେହି ଅଞ୍ଚଳର ଲୋକମାନେ ସକାଳେ ରାସ୍ତାରୁ ବାହାରକୁ ଆସିବା ମାତ୍ରେ ଏହି ଶିଶୁମାନଙ୍କ ମୃତଦେହ ଟ୍ରଙ୍କରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପୋଲିସ ଶିଶୁମାନଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ନିକଟସ୍ଥ ରାଧାମୋହନ ପୁରରେ ଅବସ୍ଥିତ କରୁଣା ଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଆନୁକୁଲ୍ୟରେ ସ୍ଵଚ୍ଛତା ହିଁ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସନ୍ତୋଷ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ସଭ୍ୟ ମୁନା ସାହୁ ଯୋଗ ଦେଇ ସ୍ଵଚ୍ଛତା କାର୍ଯ୍ୟକ୍ରମ ବିଷୟରେ ସଚେତନତା କରିଥିଲେ। ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ନିକଟସ୍ଥ ରାଧାମୋହନ ପୁର ଓ ଝିଙ୍କିପଦର ଗ୍ରାମ ରେ ସ୍ଵଚ୍ଛତା ହିଁ ସେବା ର ପ୍ରମାଣ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସହଯୋଗ କରି ଆଜିର ଏହି କାର୍ଯ୍ୟକ୍ରମ କୁ ସଫଳତାର ପରିଚୟ ପ୍ରଦାନ କରିଥିଲେ।
କୋଦଳା: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଜି କୋଦଳା ଅଦାଲତ ପରିସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଦୌରାଜଜ ଚିନ୍ମୟ ଗୋଚ୍ଛାୟତ ଯୋଗ ଦେଇ ସ୍ଵଚ୍ଛ ରହିଲେ ଶରୀର ସୁସ୍ଥଙ୍କ ରହିବ ବୋଲି କହିବା ସହ ସ୍ଵଚ୍ଛତା ର ବାର୍ତ୍ତା ପ୍ରଦାନ କରିଥିଲେ ଓ ଉପସ୍ଥିତ ଜେ ଏମ୍ ଏଫ୍ ସି ବିମଳ ଲକ୍ଷ୍ମୀ ମିଶ୍ର, ସରକାରୀ ଓକିଲ ବାଳକୃଷ୍ଣ ପଣ୍ଡା ଓ ଅନ୍ୟାନ୍ୟ ଓକିଲ ଓ କର୍ମଚାରୀଙ୍କ ସହ ମିଶି ଅଦାଲତ ପରିସରକୁ ସଫା କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ରେଡକ୍ରସ ଭବନ ଠାରେ ଜୟ ହୋ ସଙ୍ଗୀତ ଅନୁଷ୍ଠାନ ତରଫରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ଗାୟକ ଗାୟିକା ମାନଙ୍କୁ ନେଇ ଏକ ସଙ୍ଗୀତ ସମାରୋହ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ବାବୁ ବାବୁ , ପ୍ରଯୋଜକ ଅଶୋକ ଦାସ, ପ୍ରଯୋଜକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଶାରେ ସଂଗୀତ ର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା ସହ ସାଧୁବାଦ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କୁ ଓଡିଆ କଳାସଂସ୍କୃତି ର ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କୋଣ ରେ ଥିବା ଗାୟକ ଗାୟିକା ମାନଙ୍କ ପ୍ରତିଭାକୁ ଆଗକୁ ନେବା ଅନୁଷ୍ଠାନ ର ଏକ ବଡ଼ ପ୍ରୟାସ ବୋଲି ଅନୁଷ୍ଠାନ ର…
ଭୁବନେଶ୍ବର: ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଏ ନେଇ ସମ୍ବାଦରେ ସୂଚନା ପ୍ରଦାନ କରାଯାଇଛି। ତେବେ ସମ୍ବାଦର ନୂଆ ସଂପାଦକ ଭାବେ ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ସେ ଦାୟିତ୍ବ ପ୍ରଦାନ କରିଛନ୍ତି। ହଠାତ ସୌମ୍ୟରଂଜନ ଏପରି କାହିଁକି ନିଷ୍ପତି ନେଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। କେବଳ ସଂପାଦକ ନୁହେଁ ସେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କାରଣ ସଂପର୍କରେ କୁହାଯାଇଛି ଯେ, ବ୍ୟକ୍ତିଗତ କାରଣ। ହେଲେ କଣ ବ୍ୟକ୍ତିଗତ କାରଣ ତାହା ଉଲ୍ଲେଖ କରାଯାଇ ନାହିଁ। କେବେଳ ସୌମ୍ୟରଂଜନ ଇସ୍ତଫା ଦେଲେ, କଂପାନୀର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଦାୟିତ୍ବ ନେଲେ ବୋଲି ଚାରିଧାଡିଆ ଖବର ସମ୍ବାଦରେ ପ୍ରକାଶ ପାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ଆସନ୍ତାକାଲି ସମ୍ବାଦର 40 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ…
ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ରେ ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ। ଏହି ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଖେଳାଯିବ। ଭାରତ ସହିତ ଅନ୍ୟ ଦଳ ମଧ୍ୟ ବିଶ୍ୱକପ ପୂର୍ବରୁ ୱାର୍ମ ଅପ୍ ମ୍ୟାଚ୍ ଖେଳୁଛନ୍ତି। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ହୋଇଥିଲା, ଯାହା ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଏବେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ। ପ୍ରାୟ ୧୨ ବର୍ଷ ପରେ ଭାରତ ଏବଂ ନେଦରଲ୍ୟାଣ୍ଡର ଦଳ ପରସ୍ପର ବିପକ୍ଷରେ ପଡ଼ିଆରେ ରହିବେ। ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ଦୁଇଟି ODI ଏବଂ ଗୋଟିଏ ଟି -୨୦ ମ୍ୟାଚ୍ ଅନ୍ତର୍ଭୁକ୍ତ। ଫେବୃଆରୀ ୨୦୦୩ ରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରଥମ ODI ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହାକୁ୬୮ ରନ୍ ରେ ଜିତିଥିଲା। ଦ୍ୱିତୀୟ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ODI ମାର୍ଚ୍ଚ ୨୦୧୧ ରେ ଖେଳାଯାଇଥିଲା।…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ରବିବାର ଦିନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟ ରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଯୋଗାଭ୍ୟାସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର କହଁର ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ. ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସେଲିଷ୍ଟିନ ଟୀଗା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଦିଲ୍ଲୀପ କୁମାର ପାତ୍ର,ବରିଷ୍ଠ ନାଗରିକ ସଂଘ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଏବଂ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଡିଏଭି ପୋଖରୀପୁଟରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା। “ସ୍ୱଚ୍ଛ ଭାରତ ସୁସ୍ଥ ଭବିଷ୍ୟତ”, ଶ୍ରମଦାନ ଓ ଆବର୍ଜନାମୁକ୍ତ ଭାରତ ମହାଅଭିଯାନକୁ ସଫଳ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ଶ୍ରମଦାନ ପାଇଁ ପଦକ୍ଷେପରେ ଅଂଶଗ୍ରହଣ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ବୁଝାଇ କହିବା…
ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…
ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରିଥିଲେ। ଏହି…
ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକମାନେ ବିଶ୍ୱକପକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି। ଯେଉଁଠାରେ ଫାଇନାଲ୍ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଅକ୍ଟୋବର ୪ ତାରିଖରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନ ସମେତ ଅନ୍ୟ ଦଳ ୱାର୍ମ ଅପ୍ ମ୍ୟାଚ୍ ଖେଳୁଛନ୍ତି। ଏହା ବ୍ୟତୀତ ବିଶ୍ୱକପରେ ଖେଳୁଥିବା ସମସ୍ତ ୧୦ ଟି ଦଳ ସେମାନଙ୍କ ଜର୍ସି ରାଜି କରିଛନ୍ତି। ଭାରତ ଏବଂ ପାକିସ୍ତାନ ସମେତ ପ୍ରାୟ ସମସ୍ତ ଦଳ ସେମାନଙ୍କର ଜର୍ସି ଆକର୍ଷଣୀୟ ଏବଂ ଚିତ୍ରଣ କରିବାକୁ ଚେଷ୍ଟା କରିବାରେ କୌଣସି ସୁଯୋଗ ହାତ ଛଡା କରିନାହାଁନ୍ତି। ସୋସିଆଲ ମିଡିଆରେ ଚିତ୍ର ଭାଇରାଲ ହୋଇଛି … ବର୍ତ୍ତମାନ ବିଶ୍ୱକପ୍ରେ ଖେଳୁଥିବା ଦଳର ଜର୍ସି କ୍ରମାଗତ ଭାବରେ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରୁଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଶ୍ୱକପରେ ଖେଳୁଥିବା…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ସମଗ୍ର ଦେଶରେ ଉତ୍ସାହର ସହ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର 2023 ରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ବ୍ୟାପକ ସଫାଈ ଅଭିଯାନ ଆୟୋଜନ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ଲୋକମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ୱଚ୍ଛତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ଏହି ଉତ୍ସବକୁ ପାଳନ କରିବା ପାଇଁ ଭାରତୀୟ ରେଳବାଇ ଏହାର ନେଟୱାର୍କରେ ବ୍ୟାପକ ଅଭିଯାନ ମଧ୍ୟ କରାଇଅଛି ଯେଉଁଠାରେ ରେଳବାଇ କର୍ମଚାରୀ, ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ, ଯାତ୍ରୀ, ରେଳ ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ତିନୋଟି ରେଳ ରେଳ ମଣ୍ଡଳ ଯଥା…
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ…

