ମୁମ୍ବାଇ: ୨୦୨୩ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆ ରାଜ୍ୟରେ ଆୟୋଜିତ ହେବାକୁ ଥିବା ଆଇଏଫ୍ଏଫ୍ଆଇର ୫୪ତମ ସଂସ୍କରଣ ପାଇଁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ପଞ୍ଜୀକରଣ ଉନ୍ମୁକ୍ତ ହେବା ସମ୍ପର୍କରେ ଘୋଷଣା କରିବା ନେଇ ଗର୍ବିତ। ଏହି ମହୋତ୍ସବ ଏକ ଉତ୍ସବ ହେବ, ଯେଉଁଥିରେ ଭାରତର ଏବଂ ବିଶ୍ୱର ସମସାମୟିକ ଏବଂ କ୍ଲାସିକ୍ ସିନେମା ଗୁଡିକର ଶ୍ରେଷ୍ଠ ପ୍ରଦର୍ଶନ କରାଯିବ। ଆଇଏଫଏଫଆଇ ୫୪ରେ ଗଣମାଧ୍ୟମ ପ୍ରତିନିଧିମାନେ ବିଶ୍ୱର କିଛି ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ଟେକ୍ନିସିଆନ୍, ସମାଲୋଚକ, ଶିକ୍ଷାବିତ୍ ଏବଂ ସାଥୀ ଚଳଚ୍ଚିତ୍ର ପ୍ରେମୀମାନଙ୍କ ମଧ୍ୟରୁ ଜଣେ ହେବାର ସୌଭାଗ୍ୟ ଲାଭ କରିବେ। ଜଣେ ମିଡିଆ ପ୍ରତିନିଧି ହେବା ପାଇଁ, ଆପଣଙ୍କୁ ଜାନୁଆରୀ ୧, ୨୦୨୩ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବ ଏବଂ ଆପଣ ଏକ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ, ଡିଜିଟାଲ କିମ୍ବା ଅନଲାଇନ୍ ମିଡିଆ ସଂଗଠନର…
Author: Samikhsya Bureau
ନୂଆଦିଲ୍ଲୀ: ଡିଜିଟାଲ୍ ରୂପାନ୍ତରଣ ନିମନ୍ତେ ଜନସଂଖ୍ୟା ଆଧାରରେ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ୍ ସମାଧାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି 11 ଅଗଷ୍ଟ 2023 ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତ ଏବଂ ଡିଜିଟାଲ୍ ରୂପାନ୍ତରଣ ଟେକ୍ନୋଲୋଜି ମନ୍ତ୍ରଣାଳୟ, ତ୍ରିନିଦାଦ୍ ଓ ଟୋବୋଗୋ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣା ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛି। ବିବରଣୀ: ଉଭୟ ଦେଶର ଡିଜିଟାଲ୍ ରୂପାନ୍ତରଣ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ନିକଟତର ସହଯୋଗ ଏବଂ ଅଭିଜ୍ଞତା ତଥା ଡିଜିଟାଲ୍ ଟେକ୍ନୋଲୋଜି ଆଧାରିତ ସମାଧାନ (ଇଣ୍ଡିଆ ଷ୍ଟାକ) କୁ ଆଦାନପ୍ରଦାନ କରିବାକୁ ଏମଓୟୁ ଲକ୍ଷ୍ୟ ରଖିଛି। ଏମଓୟୁ ପାର୍ଟି ମାନଙ୍କ ଦସ୍ତଖତ ତାରିଖରୁ କାର୍ଯ୍ୟକାରୀ ହେବ ଏବଂ 3 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରଭାବ: ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) କ୍ଷେତ୍ରରେ ଉଭୟ ଜି2ଜି ଏବଂ ବି2ବି ଦ୍ୱିପାକ୍ଷିକ ସହଯୋଗ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ପାଇକମାଳ ଗ୍ରାମ ନିକଟରେ ଥିବା କେନ୍ଦୁଛକ ଠାରୁ ସରକାରୀ ଜମିରେ ଘର କରି ରହୁଥିବା ଲୋକମାନଙ୍କର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ। ଆଜି ପୂର୍ବାହ୍ନରେ ପ୍ରଶାସନ ନାକଟିଦେଉଳ ତହସିଲ୍ ଦାର୍ ଙ୍କୁ ମାଜିଷ୍ଟେଟ୍ ଦାୟିତ୍ବରେ ଵିବାଦୀୟ ଜାଗାକୁ ପଠାଇଥିଲେ। ପ୍ରଶାସନର ନିର୍ଦ୍ଦେଶକ୍ରମେ ସରକାରୀ ଜାଗାରେ ଘର କରି ରହୁଥିବା ବ୍ୟକ୍ତିମାନଙ୍କର ଘରକୁ ଜେସିବି ଲଗାଇଭାଙ୍ଗି ଦିଆଯାଇଛି। ଘର କରି ରହୁଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ଏପରିକି ଘର ଭାଙ୍ଗିବାକୁ ଜେସିବି ଯିବା ସମୟରେ ସଂପ୍ରୁକ୍ତ ବ୍ୟକ୍ତି ବିଶେଷ ବାଧା ଦେଉଥିଲେ। ପୋଲିସ୍ ବିଭାଗ ଏହାର ପ୍ରତିରୋଧ ମଧ୍ୟ କରିଥିଲେ। ଗଣ୍ଡଗୋଳ ଯେମିତି ନ ହେବ ସେଥିପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମ୍ରୁତୟନ କରାଯାଇଥିଲା। ଘର କରି ରହିଥିବା ବ୍ୟକ୍ତିମାନଙ୍କର ପାଇକମାଳ ଏଵଂ ତଣ୍ଡାବିରା ଗ୍ରାମରେ ନିଜସ୍ବ…
ରଣପୁର: ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ସତ୍ୟବ୍ରତ ନାୟକ ଓଡିଶାବିଜେଡି ଓ ବଜେପି ସରକାରଙ୍କର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା ମତ ଦେଇ ଥିଲେ। କୃଷକ, ବେକାରୀ ଯୁବକଯୁବତୀଙ୍କୁ ବର୍ଷକୁ ୨ ଲକ୍ଷ ନିଯୁକ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଗରିବ ଭୂମିହୀନଙ୍କୁ ଦେଇଥିବା ପ୍ରତିଶ୍ରୁତି, ବିଜେଡ଼ି ସରକାରର ୨୩ ବର୍ଷର ଚିଠି ଫଣ୍ଡ, ଖଣି, ଡାଲି ଭଳି ମହାଦୁର୍ନୀତି କରିଛନ୍ତି ବୋଲି ମତଦେଇ ଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶୃତି, ସ୍ୱିଚ ବ୍ୟାଙ୍କରେ ଥିବା କଳାଧନ ଫେରସ୍ତ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ଦରଦାମ…
ରଣପୁର: ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହାର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଝୁନୁବାଳା ରଣସିଂ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପ୍ରାକ୍ତନ ସି.ଆର.ସି.ସି. ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ବେହେରା, କବି ତଥା ସାହିତ୍ୟକ ପ୍ରଭାତ କୁମାର ପଣ୍ଡା, କବି ତଥା ନାଟ୍ୟକାର ମାନସ କୁମାର ପଟ୍ଟନାୟକ, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଫକୀର ଚରଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।…
ଭୁବନେଶ୍ୱର: କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଏବଂ ଖରାପ ସ୍ଥିତିରେ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟି ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଲେଣି। ସେହଭଳି ଉପକୂଳ ରାଜପଥ ଓ କ୍ୟାପିଟାଲ ରିଜିଅନ ରିଙ୍ଗ୍ରୋଡ୍ ଫାଇଲ୍ରେ ରହିଯାଇଥିବାବେଳେ ବିଜେପିର ସାଂସଦ, ମନ୍ତ୍ରୀ ଓ ନେତାମାନେ ନିରବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଡକ୍ଟର ଲେନିନ ମହାନ୍ତି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ବିଜୁ ଜନତା ଦଳ ଏହି ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସଂସଦରେ ଦାବି କରିଆସୁଛି। କିନ୍ତୁ ଓଡିଶାର ବିଜେପି ସାଂସଦ ତଥା ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ ଏପର୍ଯ୍ୟନ୍ତ କୌଣସି ସ୍ୱର ଉତ୍ତୋଳନ କରି ନାହାଁନ୍ତି। ୨୦୧୯ ରେ ନିର୍ବାଚିତ ହୋଇଥିବା ଓଡିଶାର ବିଜେପି ସାଂସଦମାନେ ଓଡିଶାର…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ, ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା, ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ, ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ।…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ ମନୋନୀତ ସଖି ଓ ସହେଲି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଳିକା ଶିକ୍ଷାର ଗୁରୁତ୍ବ ତଥା ଅଧା ପାଠ ନ ଛାଡିବା ପାଇଁ ପିଲା ମାନେ କଣ କରିବେ ଏହି ବିଷୟକୁ ନେଇ ପିଲା ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ବଛା ହୋଇଥିଲା। ଅଂଶ ଗ୍ରହଣ କରିଥିବା ସମସ୍ତ ପିଲା ମାନଙ୍କୁ ମାନପତ୍ର ଦ୍ବାରା ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତା ର ବିଚାରକ ଭାବରେ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁରଥ ବିଶ୍ବାଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମମତା, ବାଣୀଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ…
ବାଣପୁର: ( ସୀତାରାମ ଅଗ୍ରୱାଲ) ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ସୁରଭି 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତାପସ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ଓ ଅତିରିକ୍ତ ଶିକ୍ଷାଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୨ଟି ପ୍ରାଥମିକ ଓ ୨୧ଟି ଉଚ୍ଚ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ବାଳିକା ବକୃତା , ଚିତ୍ରାଙ୍କନ ଓ ଗୀତ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୧ମଶ୍ରେଣୀରୁ ୭ମଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଶ୍ରେଣୀରୁ ୯ଜଣ ଏବଂ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିନିଅର ଶ୍ରେଣୀରୁ ୯ଜଣ ସମୁଦାୟ ୧୮ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ଛାତ୍ରୀମାନଙ୍କ ମଧ୍ୟରୁ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ଜିଲ୍ଲା ସ୍ତରୀୟ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ଅଧିକାରୀ ତପନ ମହାନ୍ତି ଓ ଟିମ ଆଜି ସକାଳେ ଏକ ବିଦେଶୀ ମଦ ବୋଝେଇ କାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଣପୁର ଥାନା ବାଲିକଣିଆ ଛକରୁ ଉକ୍ତ କାର ଜବତ ହୋଇଥିବା ବେଳେ ତନ୍ମଧ୍ୟରୁ 109.200 ଲିଟର ବିଅର ଏବଂ 8.640 ଲିଟର ବିଦେଶୀ ମଦ ଜବତ ହୋଇଛି। ଅଭିଯୁକ୍ତ ଜଣକ ନୀଳାଦ୍ରିପ୍ରସାଦ ଅଞ୍ଚଳର ସିଦ୍ଧାନ୍ତ ନାୟକ ବୋଲି ଜଣାପଡିଛି। ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ବାଣପୁର କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।
ଟାଙ୍ଗୀ: ଆଜି ଟାଙ୍ଗୀ ଦୂର୍ଗାଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସ ଦ୍ବାରା ସାଇବର ଅପରାଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲା ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ସାଇବର ଅପରାଧ ସଂପର୍କରେ ସଚେତନତା ଶିବିର ହେଉଥିବା ବେଳେ ଆଜି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ପୋଲିସ ମୂଖ୍ୟ କାର୍ଯ୍ୟାଳୟ ଡିଏସପି ଜୌସ୍ନା କାଉରି,ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଟାଂଗୀ ଆଇଆଇସି ସୁଶାନ୍ତ କୁମାର ବେହେରା, ଟାଂଗୀ ଦୂର୍ଗାଚରଣ ଚିଲିକା ଉଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସିତାଶୁଂ ଭୁଷଣ ନନ୍ଦ ପ୍ରମୂଖ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ କିପରି ରୋକାଯାଇପାରିବ ଓ ପ୍ରତ୍ୟେକ କିପରି ଏହି ଅପରାଧ ରେ ଛନ୍ଦି ନହେବେ ଏପରିକି କେହି ଯଦି ସାଇବର ଅପରାଧ ରେ ପଡିଯାଇଛି କିପରି ନିଜକୁ ରକ୍ଷା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ରାଜ୍ୟ ବିଜୁଜନତା ଦଳ ନିର୍ଦ୍ଦେଶରେ ଅକ୍ଟୋବର ୨ ତାରିଖରୁ ୧୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏନଏସିରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୬ନଂ ଜୋନ ପରିଷଦ ସଦସ୍ୟା ସବିତା ସୁନ୍ଦରାୟ,ଚିଲିକା ବ୍ଲକ ସଭାପତି ଅମ୍ରିତା ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲହବ ମହାରଥା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ପଦଯାତ୍ରାର ମୂଳମନ୍ତ୍ର ରହିଥିବା ବେଳେ ସଙ୍ଗଠନକୁ…
ନୂଆଦିଲ୍ଲୀ: ଗତ ନଅ ତାରିଖରେ ଭାରତର ନିର୍ବାଚନ ଆୟୋଗ ରାଜସ୍ଥାନ ସମେତ ଆଉ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ। ସେହି ଅନୁସାରେ ଏହି ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ 23 ନଭେମ୍ବର ଥିଲା। ହେଲେ ଭାରତ ନିର୍ବାଚନ କମିଶନର ତାହା ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ନଭେମ୍ବର 23 ତାରିଖରେ କେବଳ ରାଜସ୍ଥାନକୁ ଛାଡି ଅନ୍ୟ ଚାରୋଟିରେ ଭୋଟ ଗ୍ରହଣ ହେବ। ହେଲେ ରାଜସ୍ଥାନରେ ନମ୍ବେର 25 ତାରିଖରେ କରାଯିବାକୁ ନିଷ୍ପତି କରାଯାଇଛି। ଏହାର କାରଣରେ କୁହାଯାଇଛି ଯେ, ସେହିଦିନ ରାଜସ୍ଥାନରେ ବହୁ ବାହାଘର ଉତ୍ସବ ରହିଛି। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ବିଶିଷ୍ଠ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଏହବି ତାରିଖ ପରିବର୍ତ୍ତନ କରାଯାଇଛି।
ନୂଆଦିଲ୍ଲୀ: ଯଦି ଭାରତରେ ପାକିସ୍ତାନ ସ୍ଲୋଗାନ ଉଠାଇବା ଆରମ୍ଭ ହୁଏ ତେବେ ଏହା ନିଶ୍ଚିତ ଭାବେ ଏକ ବଡ ପ୍ରସଙ୍ଗ ହୋଇଯିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ର ଅଷ୍ଟମ ମ୍ୟାଚ୍ରେ ଏଭଳି ଏକ ଘଟଣା ଘଟିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା ଦେଇଥିବା ଏକ ବଡ଼ ଟାର୍ଗେଟକୁ ପାକିସ୍ତାନ କ୍ରିକେଟ୍ ଦଳ ପିଛା କରୁଥିଲା। ଏହି ସମୟରେ “ଜିତେଗା ଭାଇ ଜିତେଗା ପାକିସ୍ତାନ ଜିତେଗା” ଭଳି ସ୍ଲୋଗାନ ଷ୍ଟାଡିୟମରେ ଲାଗିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି କାରଣ ପାକିସ୍ତାନର କୌଣସି ପାକିସ୍ତାନୀ ସମର୍ଥକ ଏହି ମ୍ୟାଚ୍ ଦେଖିବାକୁ ଆସିନାହାଁନ୍ତି, କାରଣ ଭାରତ ସରକାର ପାକିସ୍ତାନର କୌଣସି ବ୍ୟକ୍ତିଙ୍କୁ ଭିସା ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା ଲୋକମାନେ ଭାରତୀୟ ବୋଲି ନିଶ୍ଚିତ। https://www.instagram.com/reel/CyOgcWAsau5/?utm_source=ig_embed&ig_rid=6e804fbc-3535-4820-b289-631eb0d6202b ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ପାକିସ୍ତାନ…
ଭୁବନେଶ୍ବର: ଆଜି ରାଜଧାନୀର ପଟିଆ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୋଟିଏ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ଜଣା ପଡିଛି ଯେ, ଆଜି ଅପରାହ୍ନରେ ଏକ ବିଲେଇ ପଟିଆ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ତିନି ସାଙ୍ଗ ଚେଷ୍ଠା କରିଥିଲେ। ପ୍ରଥମେ ଜଣେ ସେହି କୂଅ ଭିତରକୁ ପ୍ରବେଶ କରିଥିଲା, ସେ ନ ଆସିବାରୁ ଆଉ ଦୁଇଜଣ ତା ଭିତରେ ପଶିଥିଲେ। ହେଲେ କେହି ହେଲେ ଉପରକୁ ନ ଆସିବାରୁ ଦମକଳ ଅଫିସକୁ ଫୋନ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ଆସି କୁଅ ଭିତରେ ପଶି ତିନିଜଣଙ୍କୁ ଉଦ୍ଧାର କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ 50 ବର୍ଷ ବୟସ୍କ ସାହୁ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲା।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ…
ନୂଆଦିଲ୍ଲୀ: ଆଇଏମଏଫର ବିକାଶ ପୂର୍ବାନୁମାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବ ଉଦ୍ଭାବନର ଏକ ପାୱାରହାଉସ୍। ଏହା ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳ କାରଣରୁ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଆମ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଆମର ଯାତ୍ରାକୁ ଆହୁରି ମଜଭୁତ କରିବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। https://twitter.com/narendramodi/status/1711795229484089826?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1711795229484089826%7Ctwgr%5Ed3589bdd17e4afcc7f66d9a72a95e920fbd90461%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1966523 ଆଇଏମଏଫର ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳରେ ଚାଳିତ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଏକ ପାୱାରହାଉସ୍। ଆମେ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଯାତ୍ରାକୁ ଆହୁରି ମଜଭୁତ କରିବୁ।’
ନୂଆଦିଲ୍ଲୀ: ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ତାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଯେ, ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।’
ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭାରତୀୟ ସଂସ୍କୃତ ବିଦ୍ୱାନ ତଥା ନାଦିଆଦ୍ ବ୍ରହ୍ମର୍ଶୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦହ୍ୟଭାଇ ଶାସ୍ତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭାରତୀୟ ସଂସ୍କୃତ ବିଦ୍ୱାନ ତଥା ନାଦିଆଦ୍ ବ୍ରହ୍ମର୍ଶୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦହ୍ୟଭାଇ ଶାସ୍ତ୍ରୀଙ୍କ ମୃତ୍ୟୁ ଖବର ଦୁଃଖଦାୟକ। ସେ ସାରା ଜୀବନ ସଂସ୍କୃତ ଭାଷାର ଶିକ୍ଷା ଏବଂ ପ୍ରସାର ପାଇଁ କାମ କରିଥିଲେ। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦିଅନ୍ତୁ। ଓମ୍ ଶାନ୍ତି।’
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ମୁଖ୍ୟ ରାସ୍ତାରେ ଏକ ଘର ବାହାରେ ଜଣେ ଯୁବକଙ୍କ ଶବକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ ମୃତ ଯୁବକ ଆତ୍ମହତ୍ୟା କରିଛି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦିଆଯାଇଛି, ଏନେଇ ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ପରେ ସଠିକ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି।…

