ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ। ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା। ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପେଫମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଓଡ଼ିଶା ବିଧାନସଭା ବୁଲି…
Author: Samikhsya Bureau
ନୂଆଦିଲ୍ଲୀ: ଚାଉଳ, ଗହମ ଏବଂ ଅଟାର ଖୁଚୁରା ମୂଲ୍ୟକୁ ନିର୍ଦ୍ଧାରିତ କରିବାର ବଜାର ଉପାୟ ଭାବରେ ଭାରତ ସରକାରଙ୍କ ପଦକ୍ଷେପ ଅନ୍ତର୍ଗତ ଗହମ ଓ ଚାଉଳ ଉଭୟର ସାପ୍ତାହିକ ଇ-ନିଲାମ ଆୟୋଜନ କରାଯାଇଛି। ବର୍ଷ 2023-24 ର 11ଶ ଇ-ନିଲାମ 06.09.2023 ତାରିଖରେ ଆୟୋଜିତ କରାଯାଇଛି। ସମଗ୍ର ଦେଶରେ 500 ଡିପୋ ରୁ 2 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ 337 ଡିପୋରୁ 4.89 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରିର ଉପସ୍ଥାପନ କରାଯାଇଛି। ଇ-ନିଲାମିରେ 1.66 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ 0.17 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରି କରାଯାଇଛି। ଏଫଏକ୍ୟୁ ଗହମ ପାଇଁ ହାରାହାରି ବିକ୍ରୟ ମୂଲ୍ୟ 2169.65 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା ଯେତେବେଳେ କି ଏହାର ସମଗ୍ର ଦେଶରେ ସଂରକ୍ଷିତ ମୂଲ୍ୟ 2150 ଟଙ୍କା ପ୍ରତି କ୍ବିଣ୍ଟାଲ୍ ରହିଥଲା। ୟୁଆରଏସ ଗହମର ହାରାହାରି ବିକ୍ରି ମୂଲ୍ୟ 2150.86 ରହିଛି ଯେତେବେଳେ କି…
ଭୁବନେଶ୍ୱର: ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାଗୃହରେ ଡ଼ ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଓଡ଼ିଆ ଶିଶୁ ଉପନ୍ୟାସ ‘କୁନିବଣି’ ଓ କନ୍ନଡ଼ରୁ ଅନୁବାଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ. ଏସ. ବ୍ୟାକୋଡ଼ ଯୋଗ ଦେଇଥିଲେ। ଉତ୍ସବ ଆରମ୍ଭରେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ୟ “କୁନିବଣି” ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ…
ନୂଆଦିଲ୍ଲୀ: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ବିଜେପିକୁ ଏକ ବିଷାକ୍ତ ସାପ ସହିତ ତୁଳନା କରିଛନ୍ତି ଏବଂ ଏହାକୁ ତାମିଲନାଡୁରୁ ବାହାର କରିଦେବା ଆବଶ୍ୟକ ବୋଲି କହିଛନ୍ତି। ହିନ୍ଦୁ ଧର୍ମ ଏବଂ ସନାତନ ଉପରେ ବିବାଦୀୟ ବିବୃତ୍ତି ଦେଇଥିବା ଉଦୟାନିଧିଙ୍କ ଏହି ବିବୃତ୍ତି ଉପରେ ମଧ୍ୟ ବିବାଦ ଦେଖାଦେଇପାରେ। ସନାତନ ଧର୍ମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଦେଇଥିବା ବିବୃତ୍ତି ଉପରେ ବିଜେପି ପୂର୍ବରୁ ଆକ୍ରମଣ କରୁଛି। କୁଡାଲୋର ଜିଲ୍ଲାର ନେଭେଲିରେ ଡିଏମକେ ବିଧାୟକ ରାଜେନ୍ଦ୍ରନଙ୍କ ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଉଦୟାନିଧି ଏଠାରେ ପହଞ୍ଚିଥିଲେ। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କେବଳ ବିଜେପି ଉପରେ ଆକ୍ରମଣ କରିନାହାଁନ୍ତି ବରଂ ଏହାର ସହଯୋଗୀ AIADMK କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଉଦୟାନିଧି AIADMK କୁ ଅଳିଆ ଗଦା ସହିତ ତୁଳନା…
ଭୁବନେଶ୍ଵର: ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସର ଚଳିତ ବର୍ଷ ଥିମ ରହିଛି ”କ୍ରିଏଟିଙ୍ଗ ହୋପ ଥ୍ରୋ ଆକ୍ସନ”। ଏ ନେଇ ‘ରେଶର୍ସ ଆଣ୍ଡ ରନର୍ସ କ୍ଲବ’ ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖା ପକ୍ଷରୁ ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ପୃଥିବୀରେ ବର୍ତ୍ତମାନ ଯେଉଁ ପରିମାଣରେ ଆତ୍ମହତ୍ୟାର ସଂଖ୍ୟା ବଢ଼ି ଚାଲିଛି ତାହାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ତାର ସଂଖ୍ୟା କମ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା। ବର୍ତ୍ତମାନ ପ୍ରାୟ ପ୍ରତି ୪୦ ସେକେଣ୍ଡରେ ଜଣେ ନା ଜଣେ ବ୍ୟକ୍ତି ପୃଥିବୀରେ ଆତ୍ମହତ୍ୟା କରୁଛନ୍ତି। ଏହି ଆତ୍ମହତ୍ୟାର ମୁଖ୍ୟ କାରଣ ଏକ ମାନସିକ ରୋଗ। ଏହି ମାନସିକ ରୋଗକୁ ସମାଜ ଚେଷ୍ଟା କଲେ…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦେହ ଅସୁସ୍ଥତା ପାଇଁ ଆଜି ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ପ୍ରଦୀପ ଜେନା ଅସୁସ୍ଥତା ଅନୁଭବ କରିବାରୁ ସେ କ୍ୟାପିଟାଲ ହସପିଟାଲ ଯାଇଥିଲେ। ମୁଖ୍ୟତଃ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ତେବେ ସେମାନଙ୍କ ପରାମର୍ଶ କ୍ରମେ ଆଜି ସେ ବିଶ୍ରାମ ନେଇଛନ୍ତି। ସେଥିପାଇଁ ତାଙ୍କର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
ବ୍ରହ୍ମପୁର ( କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ସୁଚନା ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ମୁଖ୍ୟ ରାସ୍ତାରେ ଅବସ୍ଥିତ ଅଜିତ କମ୍ପ୍ୟୁଟର ନାମରେ ଏକ ଦୋକାନରୁ ଲୁଟେରା ମାନେ ଦୋକାନର ଶୌଚାଳୟ ଝରକା ଭାଙ୍ଗି ଦୋକାନ ଭିତରେ ପଶି ଦୋକାନରେ ମହଜୁଦ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ପ୍ରାୟ ୨୦ ଟି ଲାପଟପ୍, ସିସିଟିଭି କ୍ୟାମେରା, ମୋଡମ୍ ଡିଭିଆର୍ ଓ ବିଭିନ୍ନ ଯନ୍ତ୍ରାଂଶ ଚୋରି କରିଥିବା ଜଣାପଡିଛି। ଏହି ଘଟଣା ଶନିବାର ରାତିରେ ଘଟିଥିବା ବେଳେ ଦୋକାନ ମାଲିକ ଅଜିତ ମିଶ୍ର ରବିବାର ଦିନ ଜାଣିବା ପରେ ଟାଉନ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୩୭୦/୨୩ ଅନୁଯାୟୀ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ହୋଇଥିବା ଜିନିଷର ମୂଲ୍ୟ…
ନୂଆଦିଲ୍ଲୀ: ଆଜି ରିଜର୍ଭ ଡେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ଖେଳାଯିବ। ରବିବାର ଦିନ ପ୍ରବଳ ବର୍ଷା ହେତୁ ଭାରତ-ପାକିସ୍ତାନ ମ୍ୟାଚ୍ ଶେଷ ହୋଇପାରି ନାହିଁ। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୪.୧ ଓଭରରେ ୨ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଏହା ପରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ମ୍ୟାଚ୍ ଖେଳାଯାଇ ପାରିନଥିଲା। କଲମ୍ବୋରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି ଏବଂ ଆଜି ବି ଏଠାରେ ବର୍ଷା ହେବାର ସମ୍ଭାବନା ଅଛି। ଆଜି କଲମ୍ବୋରେ ବର୍ଷା ସହିତ ଆରମ୍ଭ ହୋଇଥିଲା। ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ବର୍ଷାର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ସକାଳ ୧୧ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିବ। କିନ୍ତୁ ଏହା ପରେ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ଅବଶ୍ୟ,…
କନ୍ଦର୍ପ ବେହେରା ରେଢ଼ାଖୋଲ: ଚାରମାଳ ଅଂଚଳରୁ ଏକ ପିକ୍ ଅପ୍ ଭ୍ୟାନରୁ ୧୯୨ ବଣ୍ଡଲ କେନ୍ଦୁପତ୍ର ବନବିଭାଗ ଜବତ କରିଥିବା ଜଣାପଡ଼ିଛି। ବନବିଭାଗ ସୂତ୍ରରୁ ପ୍ରକାଶ ରବିବାର ଭୋରରୁ ଏକ ଟାଟା ପିକ୍ ଅପ୍ ଭ୍ୟାନରେ (ଡବ୍ଲୁବି ୨୯ଏ ୦୫୩୩ ) କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ଡିଏଫ୍ ଓ ଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ବନବିଭାଗର କର୍ମଚାରିମାନେ ଚାରମାଳ ନିକଟସ୍ଥ ମା ଢ଼ାବା ନିକଟରୁ ଏକ ପିକ୍ ଅପ୍ ଭ୍ୟାନକୁ ଧରିଥିଲେ। ପିକଅପ୍ ଭ୍ୟାନରୁ ୧୯୨ ବଣ୍ଡଲ କେନ୍ଦୁପତ୍ର ଜବତ କରିଥିବା ବେଳେ ବେପାରୀମାନେ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲେ। ଜବତ କେନ୍ଦୁପତ୍ର ସହ ପିକ୍ ଅପ୍ ଭ୍ୟାନକୁ ବନବିଭାଗ ଜବତ କରିଥିବା ଜଣା ପଡ଼ିଛି। ଏହି ଚଢଉରେ ଫରେଷ୍ଟର ବିଜୟ କୁମାର ବିଶ୍ବାଳଙ୍କ ସମେତ ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭାରତୀୟ ବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ)ର ମହାନିର୍ଦ୍ଦେଶକ ଜନାର୍ଦ୍ଦନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଜିଏସଆଇ, ନାଲକୋ, ଆଇବିଏମ ଭଳି କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ, ଖଣି ଓ ଭୂବୈଜ୍ଞାନିକ ନିର୍ଦ୍ଦେଶାଳୟ, ଓଡ଼ିଶା ଖଣି ନିଗମ (ଓଏମସି), ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଜେଏସଡବ୍ଲୁ, ଜେଏସପିଏଲ, ବେଦାନ୍ତ, ଏଏମଏନଏସ, ଆସୋଚାମ୍, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି), ଟାଟା ଷ୍ଟିଲ,…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହରିଡାପଦର ଗାଁର ଜଣେ ଯୁବକ ସୁରେଶ ଡାକୁଆ ଓ ତାର ବାପା ଉଭୟ ମିଶି ଜଣେ ହରିଜନ ଯୁବକ ସଞ୍ଜୟ ନାୟକକୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ଥାନାରେ ହୋଇଛି। ମୃତ ବ୍ୟକ୍ତିର ଭଉଣି ଆସିକା ନିକଟସ୍ଥ କୋଟିନଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ରାମର ବଡସାହିରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଆସିକା ପୋଲିସ ଏସଡିପିଓ ଉମାଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସିଂ ସମେତ ପୋଲିସ ବାହିନୀ ଗାଁରେ ପହଁଚି ଥିଲେ। ମୃତ ଶବକୁ ଜବତ କରି ପୋଲିସ ଆସିକା ସବଡିଭିଜନ ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ବିରୋଧରେ ଥାନାରେ ଲିଖୀତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ହରିଡାପଦର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ମୃତ୍ୟୁଞ୍ଜୟ ପାଢ଼ୀ ନାମରେ ଜଣେ ଠକ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉକ୍ତ ଠକ ଯୁବକ ମୃତ୍ୟୁଞ୍ଜୟ ବିଭିନ୍ନ ବ୍ୟବସାୟ ଲୋଭ ଦେଖାଇ ଚନ୍ଦ୍ରମଣିପେଟା ସାହିର ସତ୍ୟନାରାୟଣ ସାମଲ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୨୭ ଲକ୍ଷ ଟଙ୍କା, ଏସ୍ କେ ଅନୱର ନାମରେ ଜଣେ ଯୁବକ ଠାରୁ ୨୦ ଲକ୍ଷ, ସନ୍ଦୀପ କୁମାର ପାତ୍ର ଠାରୁ ୪ ଲକ୍ଷ ୫୦ ହଜାର, ଅଲେଖ ସାହୁ ଠାରୁ ୮ ଲକ୍ଷ ଓ ସନ୍ଦୀପ କୁମାର ଯେନା ନାମରେ ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଏହି ଭଳି ସେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଅଭିନବ ଉପାୟରେ ବ୍ୟବସାୟ…
ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ। ରାତି ସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ବାସୁଦେବଙ୍କର କୌଣସି ସନ୍ଧାନ ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି।
ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟର ଶିକ୍ଷକ ଅଭାବ ପୂରଣ ପାଇଁ ନେଇଛି ଏକ ବଡ ପଦକ୍ଷେପ। ସେହି ଅନୁସାରେ ରାଜ୍ୟରେ ଏକାଥରେ ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ। ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୧୦, ଆବେଦନ କରିବାର ଶେଷ ତାରିଖ ରଖାଯାଇଛି। ଏ ସଂପର୍କରେ ଓସେପା ୱେବସାଇଟ୍ https://osepa.odisha.gov.in ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିପରି ଆବେଦନ କରାଯିବ ତାହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି…
ଭୁବନେଶ୍ୱର: ବିବାହର ଏକ ବର୍ଷ ପରେ ମଧ୍ୟ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ନିଃସନ୍ତାନର ଲକ୍ଷଣ ହୋଇପାରେ। ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଛନ୍ତି। ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତ୍ତିଙ୍କ ଦ୍ୱାରା ବିଳମ୍ବ, ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ ଏବଂ ପରିବେଶର ପ୍ରଭାବ ଭାରତରେ ସନ୍ତାନହୀନତା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ସନ୍ତାନହୀନତା ସମ୍ପର୍କରେ ସାମାଜିକ ମାନସିକତାରେ ଏପର୍ଯ୍ୟନ୍ତ ଅଧିକ ପରିବର୍ତ୍ତନ ଆସିନାହିଁ, ଯାହା ଦମ୍ପତ୍ତିଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଜନନ ଚିକିତ୍ସା ଆପଣାଇବାକୁ ବାରଣ କରିଥାଏ। ଏବେ ସମୟ ଆସିଛି, ପ୍ରତିବନ୍ଧକର ଶୃଙ୍ଖଳକୁ ଛିଡାଇ ଉନ୍ନତ ପ୍ରଜନନ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସନ୍ତାନହୀନତା ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭାରତର ଅନ୍ୟତମ ବିଶ୍ୱସନୀୟ ଫର୍ଟିଲିଟି ସେଣ୍ଟର ଓଆସିସ୍ ଫର୍ଟିଲିଟି, ଭୁବନେଶ୍ୱର, ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପତ୍ତିଙ୍କୁୁ ଉତ୍ସାହିତ କରିବା ପାଇଁ ଏକ…
ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ କୃଷି କ୍ଷେତ୍ରରେ ସାରର ଅସମ ବ୍ୟବହାରଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସାର ଓ ଉର୍ବରକ ବ୍ୟବହାରରେ ଭାରସାମ୍ୟ ରକ୍ଷା, ସରକାରୀ ଏବଂ ବିଶେଷଜ୍ଞଙ୍କ ହସ୍ତକ୍ଷେପ, ଟେକ୍ନୋଲୋଜି ପ୍ରୟୋଗ, ନୀତିଗତ ହସ୍ତକ୍ଷେପ, ଆର୍ଥିକ ସହାୟତା ପ୍ରଦାନ, ପୁଞ୍ଜିନିବେଶ, ଯୋଗାଣ, ମୂଲ୍ୟ ମିଶ୍ରଣ ଆଦି ଅନ୍ୟତମ। ଏସବୁ ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଲା ଭାରତୀୟ କୃଷିରେ ଢାଞ୍ଚାଗତ ସଂସ୍କାର ଆଣିବା। ଭାରତୀୟ କୃଷି କ୍ଷେତ୍ରର ଜରୁରୀ ଆବଶ୍ୟକତାକୁ ବିଚାରକୁ ନେଇ ୨୦୨୩ ଜୁନ୍ ୨୮ତାରିଖରେ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବିଭିନ୍ନ ପଦକ୍ଷେପ ଓ ଯୋଜନାକୁ ଅନୁମୋଦନ କରିଛି। ଏଥିରେ…
ଭୁବନେଶ୍ବର: ରାଜ୍ୟ ସରକାର ବିଇଡି ଶିକ୍ଷକଙ୍କର ଛଅ ଦଫା ଦାବୀ ପୂରଣ ନ କଲେ ଆସନ୍ତା ବିଧାନସଭା ସଭା ଘେରାଉ କରାଯିବ। ଏ ନେଇ ବିଇଡି ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଇଡି ଶିକ୍ଷକଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ଦାବୀ କରାଯାଇଛି। ଏ ନେଇ ଶିକ୍ଷକ ସଂଘ ତରଫରୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ଯଦି ବିଧାନସଭା ପୂର୍ବରୁ ସରକାର ବିଇଡି ଶିକ୍ଷକ ସଂଘର ଦାବୀ ପୂରଣ ନ କରନ୍ତି ତେବେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।
ଭୁବନେଶ୍ବର: ବର୍ତ୍ତମାନ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ଏକ ଘରକିଆ ହୋଇଗଲେଣି। କାରଣ ବର୍ତ୍ତମାନ ଅଧିକାଂଶ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିରୋଧ କରିବାରେ ଲାଗିଲେଣି। ଏହାଦ୍ବାରା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବା ସ୍ପଷ୍ଟ ହୋଇଗଲାଣି। ଯେଉଁ ଦଳର ଆର୍ଶିବାଦରେ ସେ ସାଂସଦ ଏବଂ ବିଧାୟକ ହୋଇଛନ୍ତି ସେହି ଦଳରେ ସେ ଅଛୁଆଁ ହେବାକୁ ବସିଲେଣି। ତେବେ ସୌମ୍ୟରଂଜନଙ୍କୁ ବିଜେଡି ଏପରି ଆଘୋଷିତ ଏକ ଘରକିଆ କରିବାର କାରଣ ରହିଛି। ତାହା ହେଲା ସୌମ୍ୟବାବୁ ଯାହାର ସାହାଯ୍ୟ ପାଇବେ ପ୍ରଥମେ ତାକୁ ହିଁ ସେ ବିରୋଧ କରିବେ। ବିଜେଡିରେ ଯୋଗଦେବା ପୂର୍ବରୁ ସୌମ୍ୟରଂଜନଙ୍କ ରାଜନୈତିକ ପ୍ରତିପତି କିଛି ନ ଥିଲା। କେବଳ ମାତ୍ର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୁଆଁଇ ବ୍ୟତିତ ଆଉ କିଛି ପରିଚୟ ନ ଥିଲା। ହେଲେ ବିଜେଡିରେ ଯୋଗ ଦେବା ପରେ ସାଂସଦ ଏବଂ ବିଧାୟକ ହୋଇପାରିଛନ୍ତି। ହେଲେ ଦୁଃଖର…
ଚାଣକ୍ୟ ନୀତି: ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରଣା ଦିଏ। ଚାଣକ୍ୟ ନୀତି ମଧ୍ୟ ଅନ୍ଧକାରରେ ଆଲୋକ ଦେଖାଇବା ପାଇଁ କାର୍ଯ୍ୟ କରେ। ହତାଶା ଏବଂ ନିରାଶା ଦୂର କରିବାରେ ଚାଣକ୍ୟ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର କାରଣ ହେଉଛି ଏତେ ବର୍ଷ ପରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତିର ପ୍ରାସଙ୍ଗିକତା ରହିଆସିଛି। ବିଶ୍ୱାସ କରାଯାଏ ଯେ, ଆଜି ବି ବହୁ ସଂଖ୍ୟକ ଲୋକ ଚାଣକ୍ୟ ନୀତି ଅଧ୍ୟୟନ କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ଭାରତର ସର୍ବୋତ୍ତମ ପଣ୍ଡିତମାନଙ୍କ ମଧ୍ୟରେ ଅନ୍ଯତମ। ବିଶ୍ୱାସ କରାଯାଏ ଯେ ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ନୁହେଁ ଅନେକ ବିଷୟ ଉପରେ ଜ୍ଞାନ ଥିଲା। ଚାଣକ୍ୟ ତାଙ୍କ ସମୟର ବିଶ୍ୱ ପ୍ରସିଦ୍ଧ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ଅର୍ଥନୀତି ସହ କୂଟନୀତି, ରାଜନୀତି ବିଜ୍ଞାନ ଇତ୍ୟାଦି ବିଷୟଗୁଡିକରେ ଆଚାର୍ଯ୍ୟ ଚାଣକ୍ୟଙ୍କର ଜ୍ଞାନ ଥିଲା। ଏହା ସହିତ, ମଣିଷକୁ…
ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ । ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ କୋରିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ୍ ୟୋଲଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ୍ ୟୋଲ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଜି20 ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନେତାମାନେ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ଗଠନର 50ତମ ବାର୍ଷିକୀ ପାଳନ ବିଷୟରେ ଉଲ୍ଲେଖ କରିଛନ୍ତି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଇଭି ବ୍ୟାଟେରୀ ଟେକ୍ନୋଲୋଜି ସହିତ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ବିଭିନ୍ନ କ୍ଷେତ୍ରରେ ସେମାନେ ଅଗ୍ରଗତିର ସମୀକ୍ଷା କରିଥିଲେ। ସେମାନେ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ।

