Author: Samikhsya Bureau

ପୂର୍ବତଟ ରେଳପଥ ମହିଳା କଲ୍ୟାଣ: ଶିକ୍ଷାଗତ ଉତ୍କର୍ଷତାକୁ ସ୍ୱୀକୃତି ଦେଇ ଏବଂ ରେଳ ପରିବାର ମଧ୍ୟରେ ଯୁବ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ / ECoRWWO), ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ଗତକାଲି ରେଳ କର୍ମଚାରୀଙ୍କ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଅଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ (ମୋଟ 135 ଜଣ) ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଇକୋରୋ/ଖୋର୍ଦ୍ଧା ରୋଡ୍ ର ସଭାପତି ଶ୍ରୀମତୀ ଦିବ୍ୟା ତ୍ରିପାଠି, ଉପସଭାପତି ଶ୍ରୀମତୀ ଲୀନାଶ୍ରୀ ବେହେରା ଏବଂ ଇକୋରୋର ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ମନୋନୀତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ, ଉତ୍ସର୍ଗତା ଏବଂ ଶିକ୍ଷାଗତ ସଫଳତାକୁ ପ୍ରଶଂସା କରି ବ୍ୟକ୍ତିଗତ ଭାବରେ ଏହି ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମତୀ ତ୍ରିପାଠୀ ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍କର୍ଷତା ହାସଲ କରିବା ଏବଂ ସେମାନଙ୍କ ଶିକ୍ଷାଗତ ଯାତ୍ରାରେ…

Read More

Konark Festival 2025: ଆଜି ସଂଧ୍ୟାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ। ପାଞ୍ଚଦିନ ଧରି କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଏହି ଉତ୍ସବ ଚାଲିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଉଦ୍ୟମରେ ଏହି ଉତ୍ସବ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଆଜି ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିବେ। ପାଞ୍ଚଦିନ ଧରି ଏହି ଉତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ। ଏଥରେ ଓଡିଶୀ, ଭାରତନାଟ୍ୟମ, କୁଚୁପୁଡି ଏବଂ କଥକଲ୍ଲି ପ୍ରମୁଖ ନୃତ୍ୟ ପରିବେଷଣ କରାଯିବ। କୋଣାର୍କ ଉତ୍ସବର ପାଞ୍ଚଦିନିଆ କାର୍ଯ୍ୟକ୍ରମ ପ୍ରଥମ ଦିନ- ନୃତ୍ୟ ଉପାସନା ପିଠ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ସହିତ ହାଇଦ୍ରାବାଦର ଶଙ୍କରାନନ୍ଦ କଳାକ୍ଷେତ୍ର ଦ୍ବାରା ପରିବେଷଣ ହେବ ଭାରତନାଟ୍ୟମ ଦ୍ବିତୀୟ ଦିନ- ପ୍ରଥମ କାର୍ଯ୍ୟକ୍ରମ ବାଙ୍ଗୁଲୁରର ସମ୍ଭବି ନୃତ୍ୟ ଅନୁଷ୍ଠାନର କୁଚୁପୁଡି ସହିତ କୋଲକାତାର ଓଡିଶୀ ଭିଜନ…

Read More

IND-SA Barabati Match: ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ସଭାପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତକରି ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଟିକେଟ ପ୍ରଦାନ କରିଛନ୍ତି। ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶା ମାଟିରେ ଏପରି ଏକ ବଡ଼ ଆନ୍ତର୍ଜାତୀୟ ଖେଳ ଆୟୋଜନ ହେବା ରାଜ୍ୟ ପାଇଁ ଗର୍ବର ବିଷୟ। ମୁଁ ଏହି ମ୍ୟାଚର ସଫଳ ଆୟୋଜନ ପାଇଁ OCA କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଉଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ତଥା ରାଜ୍ୟରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Read More

Barabati T20 Match: ଆଜିଠାରୁ ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି। ଏ ନେଇ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଘୋଷଣା କରାଯାଇଛି। ତେବେ ଅନଲାଇନରେ କେବଳ ୨୦୦୦  ଟିକେଟ ବିକ୍ରି ହେବ। ପୂର୍ବଥର ଅନଲାଇନରେ ୪୦୦୦ ହଜାର ଟିକେଟ ବିକ୍ରି କରାଯାଇଥିଲା। କେତେକ ସ୍ଥାନରେ ଷ୍ଟାଡିୟମ ଦୁର୍ବଳ ଥିବାରୁ ଦର୍ଶକ ସଂଖ୍ୟା ହ୍ରାସ କରାଯାଇଛି। ତେବେ ଟିକେଟ ମୂଲ୍ୟ ଯାହା ରଖାଯାଇଛି ତାହା ହେଲା ଗ୍ୟାଲେରୀ ୧ ଏବଂ ୩: ୧୧୦୦ ଟଙ୍କା ଗ୍ୟାଲେରୀ ୨ ଏବଂ ୪: ୯୦୦ ଟଙ୍କା ଗ୍ୟାଲେରୀ ୫: ୧୨୦୦ ଟଙ୍କା ଗ୍ୟାଲେରୀ ୭: ୭୦୦ ଟଙ୍କା ସ୍ୱତନ୍ତ୍ର ଏନକ୍ଲୋଜର: ୬୦୦୦ ଟଙ୍କା ଏସି ବାକ୍ସ: ୮୦୦୦ ଟଙ୍କା ନୂତନ ପାଭିଲିୟନ: ୧୦,୦୦୦ ଟଙ୍କା କର୍ପୋରେଟ୍ ବାକ୍ସ: ୨୦,୦୦୦ ଟଙ୍କା ତେବେ ଏଥର ବାରବାଟୀର ଟିକେଟ ସଂଖ୍ୟା ହ୍ରାସ କରାଯାଇଛି। କେତେକ ସ୍ଥାନରେ ସିଟ୍ ଦୁର୍ବଳ ଥିବାରୁ ଏହି ସଂଖ୍ୟା ହ୍ରାସ…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେସନ। ଏହି ଅଧିବେସନରେ ବେଶ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ସେଥିପାଇଁ ସବୁ ଦଳ ତାଙ୍କର ସାଂସଦମାନଙ୍କ ପୃଥକ ପୃଥକ ବୈଠକ କରି କେଉଁ ପ୍ରସଂଗ ଉପରେ ଗୁରୁତ୍ବ ଦିଆଯିବ ସେ ନେଇ ଆଲୋଚନା କରିଛନ୍ତି। ଠିକ ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଥର ସଂସଦ ଅଧିବେସନ ଆରମ୍ଭ ପୂର୍ବରୁ ତାଙ୍କ ସାଂସଦମାନଙ୍କୁ ଡାକି ବୈଠକ କରିଥାନ୍ତି। ହେଲେ ଏଥର ନବୀନ ଏହି ବୈଠକ ଡାକିଲେ ନାହିଁ। ଯାହାଫଳରେ ପ୍ରଶ୍ନ କରିଛନ୍ତି ଖୋଦ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଯେ, ନବୀନ ଏଥର କାହିଁକି ସଂସଦୀୟ ବୈଠକ ଡାକିଲେ ନାହିଁ ତାହା ଜାଣି ନାହିଁ। ହେଲେ ସାଂସଦମାନେ କେଉଁ ପ୍ରସଂଗରେ ଆଲୋଚନା କରିବେ ତାହା ନବୀନ ସିଧା କହିବା କଥା। କିନ୍ତୁ ପ୍ରଥମ ଥର ପାଇଁ ଏପରି ବିଭ୍ରାଟ ହେଲା। ବୈଠକ ନ କରି ସାଂସଦ ସସ୍ମିତ ପାତ୍ର…

Read More

Meta Adds 5 Indian Languages: ମେଟା ପ୍ଲାଟଫର୍ମଗୁଡ଼ିକ କ୍ରିଏଟରମାନଙ୍କ ପାଇଁ ପାଞ୍ଚଟି ନୂତନ ଭାରତୀୟ ଭାଷା ଯୋଡିବାର ଘୋଷଣା କରିଛି। ମୁମ୍ବାଇରେ ‘ହାଉସ୍ ଅଫ୍ ଇନଷ୍ଟାଗ୍ରାମ’ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ଯେ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀମାନେ ଖୁବ୍ ଶୀଘ୍ର ସେମାନଙ୍କର ରିଲ୍‌ଗୁଡ଼ିକୁ ମରାଠୀ, ବଙ୍ଗଳା, ତେଲୁଗୁ, କନ୍ନଡ ଏବଂ ତାମିଲରେ ଅନୁବାଦ କରିପାରିବେ। ଏହି ଅପଗ୍ରେଡ୍ AI-ଆଧାରିତ ସ୍ୱୟଂଚାଳିତ ଡବିଂ ଏବଂ ଲିପ୍-ସିଙ୍କିଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ, ଯାହା କ୍ରିଏଟରଙ୍କ ମୂଳ ସ୍ୱର ଏବଂ ଭାବନା ସହିତ ମେଳ ଖାଉଥିବା ଅନୁବାଦିତ ଅଡିଓ ସୃଷ୍ଟି କରେ, ଯାହା ମୁଖ ଗତିକୁ ନୂତନ ଭାଷା ସହିତ ସ୍ୱାଭାବିକ ଭାବରେ ସମନ୍ୱିତ କରେ। ଏବେ ପର୍ଯ୍ୟନ୍ତ ଏହି ବୈଶିଷ୍ଟ୍ୟ କେବଳ ଇଂରାଜୀ, ହିନ୍ଦୀ, ସ୍ପାନିସ୍ ଏବଂ ପର୍ତ୍ତୁଗୀଜ୍ ଭାଷାରେ ଉପଲବ୍ଧ ଥିଲା। ମେଟା ଭାରତୀୟ ଭାଷା ପାଇଁ ନୂତନ ଫଣ୍ଟ ପ୍ରଚଳନ କରି ଏହାର ଏଡିଟ୍ସର ମୋବାଇଲ୍ ଭିଡିଓ ଏଡିଟିଂ ଆପ୍‌କୁ…

Read More

Parliament Winter Session: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ବିଧାନସଭା କାର୍ଯ୍ୟରେ ମୋଟ ୧୩ଟି ବିଲ୍ ପାଶ ହେବାକୁ ତାଲିକାଭୁକ୍ତ ଅଛି। ସେଗୁଡିକ ମଧ୍ୟରେ ରହିଛି – ଜାତୀୟ ରାଜପଥ (ସଂଶୋଧନ) ବିଲ୍, ପରମାଣୁ ଶକ୍ତି ବିଲ୍, କର୍ପୋରେଟ୍ ଆଇନ (ସଂଶୋଧନ) ବିଲ୍, ବୀମା ଆଇନ (ସଂଶୋଧନ) ବିଲ୍ ଏବଂ ଭାରତୀୟ ଉଚ୍ଚଶିକ୍ଷା କମିଶନ ବିଲ୍ -୨୦୨୫। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସେସ୍ ବିଲ୍, ୨୦୨୫ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ, ଅଧିବେଶନ ସମୟରେ ୨୦୨୫-୨୬ ବର୍ଷ ପାଇଁ ଅନୁଦାନ ପାଇଁ ପରିପୂରକ ଦାବିର ପ୍ରଥମ ପର୍ଯ୍ୟାୟ ଉପରେ ଆଲୋଚନା ଏବଂ ଭୋଟ୍ ମଧ୍ୟ ନିଆଯିବ। ଦିନକ ପୂର୍ବରୁ ସରକାର ସଂସଦର ଉଭୟ ଗୃହର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ।…

Read More

ନୂଆଦିଲ୍ଲୀ: ଆମ ଦେଶରେ ଆଜି ଲକ୍ଷ ଲକ୍ଷ ପରିବାର ରୋଷେଇ ପାଇଁ LPG ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି। ଏହା କେବଳ ରୋଷେଇକୁ ସହଜ କରିଥାଏ ତାହା ନୁହେଁ ବରଂ ଏହାକୁ ଏକ ଭଲ ଇନ୍ଧନ ବିକଳ୍ପ ଭାବରେ ବିବେଚନା କରାଯାଏ। ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ଗ୍ୟାସ ଯୋଗାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତଥାପି, ଲୋକମାନେ ପ୍ରାୟତଃ ଗ୍ୟାସ ସିଲିଣ୍ଡର ସହିତ ଜଡିତ ସୁରକ୍ଷା ସତର୍କତାକୁ ଅଣଦେଖା କରନ୍ତି। ଏହା ଏକ ବଡ଼ ଦୁର୍ଘଟଣା ଘଟାଇପାରେ, ବିଶେଷକରି ଯଦି ଏକ ଗ୍ୟାସ ସିଲିଣ୍ଡର ଲିକ୍ ହେବା ଆରମ୍ଭ କରେ ଏବଂ ଆମେ ସତର୍କ ରହିବାରେ ବିଫଳ ହେଉ। ଯଦି ଆପଣଙ୍କର ଗ୍ୟାସ ସିଲିଣ୍ଡର ଲିକ୍ ହେବା ଆରମ୍ଭ କରେ, ତେବେ ଆପଣଙ୍କୁ ପ୍ରଥମେ କ’ଣ କରିବା ଉଚିତ, ଆସନ୍ତୁ ଜାଣିବା… ଆପଣଙ୍କ ଘରର ଦ୍ୱାର ଏବଂ ଝରକା ଖୋଲନ୍ତୁ ଯଦି ଆପଣ ସିଲିଣ୍ଡରରୁ ଗ୍ୟାସ ଗନ୍ଧ…

Read More

Mokshada Ekadashi: ଆଜି ହେଉଛି ଡିସେମ୍ବର ପହିଲା। ଆଜି ହେଉଛି ଏକାଦଶୀ। ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଏକାଦଶୀକୁ ମୋକ୍ଷଦା ଏକଦାଶୀ ବୋଲି କୁହାଯାଏ। ଏହି ଏକାଦଶୀର ଉଦ୍ଦେଶ୍ୟ ହେଉଛି ଯେ, ମଣିଷକୁ ମୋକ୍ଷା ପ୍ରାପ୍ତି ହୋଇଥାଏ। ତେବେ ଆଜି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତା ବାଣୀ ଶୁଣାଇଥିଲେ। ସେଥିପାଇଁ ଏହାକୁ ଗୀତା ଜନ୍ମ ବୋଲି କୁହାଯାଇଥାଏ। ଯେଉଁମାନେ ଏହି ଏକାଦଶୀ ପାଳନ କରିଥାନ୍ତି ସେମାନେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତୀ ହୋଇଥାନ୍ତି। ଏଥିସହିତ ଏହି ଏକାଦଶୀର ଅନ୍ୟ ଏକ ମହତ୍ବ ହେଉଛି ନିଜର ମୋକ୍ଷ ସହିତ ନିଜ ପିତୃପୁରୁଷଙ୍କର ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ। ପଦ୍ମ ପୁରାଣରେ ଏହି ମୋକ୍ଷଦା ଏକାଦଶୀର ମହାତ୍ମା ବର୍ଣ୍ଣନା କରାଯାଇଛି। ଏଥିସହିତ ଏହି ଅନ୍ୟ ପୁରାଣ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏହି ଏକାଦଶୀ ନେଇ ପୁରାଣରେ ଏକ ସୁନ୍ଦର କାହାଣୀ ରହିଛି। ଏକଦା ଚମ୍ପା ନଗରୀରେ ବୈଖାନକ ନାମକ ଜଣେ ପ୍ରତାପୀ ରାଜା…

Read More

ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ…

Read More

DG & IG Conference: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ଦିନିଆ ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ: ସୁରକ୍ଷା ପରିଦୃଶ୍ୟ’। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ପେସାଦାର ମନୋଭାବ, ସମ୍ବେଦନଶୀଳତା ଏବଂ ପ୍ରତିକ୍ରିୟାଶୀଳତା ବୃଦ୍ଧି କରି ପୁଲିସ ପ୍ରତି ସାଧାରଣରେ ରହିଥିବା ଧାରଣା ବଦଳାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଶେଷକରି ଯୁବପିଢ଼ିଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ଲାଗି ସେ କହିଛନ୍ତି। ଶ୍ରୀ ମୋଦୀ ସହରାଞ୍ଚଳ ପୁଲିସ ବ୍ୟବସ୍ଥାକୁ ମଜବୁତ କରିବା, ପର୍ଯ୍ୟଟନ ପୁଲିସ ବ୍ୟବସ୍ଥାକୁ ସକ୍ରିୟ କରିବା ଏବଂ ନୂତନ ଭାବରେ ପ୍ରଣୀତ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏସବୁ ଆଇନ ଉପନିବେଶବାଦୀ ଯୁଗର…

Read More

ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ: ଆଜି ସ୍ଥାନୀୟ ରେଳ ସଦନ ଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ଶିଳ୍ପ ସମ୍ମିଳନୀ : ୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ ଏହି ସମାବେଶ ଆମର MSME କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ ( innovation) ପ୍ରୋତ୍ସାହନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପୁଳ ସମ୍ଭାବନାରେ ପରିପୂର୍ଣ୍ଣ ଆମ ରାଜ୍ୟ, ଆଜି MSME କ୍ଷେତ୍ରରେ ଭାରତର ସବୁଠାରୁ ଆକର୍ଷଣୀୟ ରାଜ୍ୟ ଭାବରେ ଉଭା ହୋଇ ପାରିଛି। ଓଡିଶାର ସାଢେ ଚାରି କୋଟି ଲୋକଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଏହି ପରିବର୍ତ୍ତନ ଆସିପାରିଛି। ଗତ କିଛି ବର୍ଷ ମଧ୍ୟରେ, ଆମେ ଓଡ଼ିଶାରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ…

Read More

ବାଲୁଗାଁ: ଚିଲିକା ନିର୍ବାଚନ ମଣ୍ଡଳୀ ସ୍ଥିତ ବଉଳାବନ୍ଧ ଗ୍ରାମରେ ଆୟୋଜିତ HDFC Bank ସାମଗ୍ରିକ ଗ୍ରାମୀଣ ଉନ୍ନତି କାର୍ଯ୍ୟକ୍ରମ ଅର୍ନ୍ତଗତ HDFC Bank ର ଆର୍ଥିକ ସହାୟତାରେ ଚିଲିକା ବ୍ଳକର ୩ଟି ଗ୍ରା: ପର ମତ୍ସ୍ୟଜୀବୀ ସମୁଦାୟଙ୍କୁ ମାଛଧରା ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଦେଇ ମତ୍ସ୍ୟଜୀବୀଙ୍କୁ ମାଛଧରା ସାମଗ୍ରୀ ପ୍ରଦାନ କରିଛନ୍ତି। ଉକ୍ତ ବଣ୍ଟିତ ସାମଗ୍ରୀ ମଧ୍ୟରେ ମାଛ ଜାଲ, ମାଛ ଜାଲ ପାଇଁ ରସୀ, ଲାଇଫ୍ ଜ୍ୟାକେଟ୍ , ଲାଇଫ୍ ବୁୟ ରିଙ୍ଗ୍ , ସିଗ୍ନାଲ୍ ଲାଇଟ୍ , ପ୍ରାଥମିକ ଚିକିତ୍ସା କିଟ୍, ଥର୍ମୋକୋଲ୍ ଆଇସ୍ ବକ୍ସ, ଡିପ୍ ଫ୍ରିଜର ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ସାମଗ୍ରୀ ଗୁଡ଼ିକ ମତ୍ସ୍ୟଜୀବୀମାନଙ୍କ ଦୈନିକ ଜୀବନ, ସୁରକ୍ଷା ଓ ଆର୍ଥିକ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,…

Read More

Monday Stock Market: ସୋମବାର, ଡିସେମ୍ବର 1, 2025 ରେ, NBFC କ୍ଷେତ୍ରର ଏକ କ୍ଷୁଦ୍ର-କ୍ୟାପ୍ କମ୍ପାନୀ, Paisalo Digital Ltd. ର ଷ୍ଟକ୍ ରାଡାରରେ ରହିବ। କାରଣ ଏହା କମ୍ପାନୀର ଏକ ବଡ ବିକାଶ ହୋଇଛି। ନଭେମ୍ବର 28 ରେ କଂପାନୀ ଏକ୍ସଚେଞ୍ଜ ଫାଇଲିଂରେ କହିଛି ଯେ ଏହାର ପ୍ରମୋଟରମାନେ ଖୋଲା ବଜାରରୁ ସେୟାର କ୍ରୟ କରି ସମ୍ପ୍ରତି ସେମାନଙ୍କର ଅଂଶଧନ ବୃଦ୍ଧି କରିଛନ୍ତି। କମ୍ପାନୀ କହିଛି ଯେ ପ୍ରମୋଟର ଗୋଷ୍ଠୀର ଅଂଶଧନ FY19 ରେ ପ୍ରାୟ 26% ରୁ FY25 ରେ ପ୍ରାୟ 37% କୁ ବୃଦ୍ଧି ପାଇଛି। ଏହି ଅଂଶଧନ ଚଳିତ ଆର୍ଥିକ ବର୍ଷରେ ଆହୁରି ବୃଦ୍ଧି ପାଇଛି। କମ୍ପାନୀ କହିଛି ଯେ ଅଂଶଧନରେ ନିରନ୍ତର ବୃଦ୍ଧି କମ୍ପାନୀର ବ୍ୟବସାୟ ମଡେଲ, ସୁଦୃଢ଼ ​​ଶାସନ ଏବଂ ଦୃଢ଼ କାର୍ଯ୍ୟ ଉପରେ ପ୍ରମୋଟର ଗୋଷ୍ଠୀର ବିଶ୍ୱାସକୁ ଦର୍ଶାଉଛି। ଏହା ଦେଶ ସାରା MSME, କ୍ଷୁଦ୍ର-ଉଦ୍ୟୋଗ ଏବଂ ଛୋଟ ଗ୍ରାହକମାନଙ୍କୁ…

Read More

Bank Holidays in December: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଡିସେମ୍ବର 2025 ପାଇଁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ଛୁଟି ତାଲିକା ଜାରି କରିଛି। ଏହି ସମୟରେ ବିଭିନ୍ନ କାରଣ ପାଇଁ ବ୍ୟାଙ୍କଗୁଡ଼ିକ 18 ଦିନ ଧରି ବନ୍ଦ ରହିବ। ଏହି ଛୁଟିଗୁଡ଼ିକରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ଅନ୍ତର୍ଭୁକ୍ତ। ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସହଜ କରିବା ପାଇଁ, ଆମେ ଆପଣଙ୍କୁ ଡିସେମ୍ବର 2025 ରେ ବ୍ୟାଙ୍କଗୁଡ଼ିକ କେବେ ବନ୍ଦ ରହିବ ତାହାର ତାରିଖ ପ୍ରଦାନ କରୁଛୁ, ଯାହା ଦ୍ଵାରା ଆପଣ ପୂର୍ବରୁ ଯୋଜନା କରି ଆପଣଙ୍କର କାର୍ଯ୍ୟ କରିପାରିବେ। ଏହି ଛୁଟିଦିନ ସାରା ଦେଶରେ ସମାନ ହେବ ନାହିଁ । କାରଣ କେତେକ ରାଜ୍ୟ ସରକାର ସେମାନଙ୍କ ବିଶେଷ ଦିବସ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରିଥାନ୍ତି।  ଡିସେମ୍ବର ମାସରେ ବ୍ୟାଙ୍କ ଛୁଟିର ତାଲିକା ଡିସେମ୍ବର ୧ (ସୋମବାର): ରାଜ୍ୟ ପ୍ରତିଷ୍ଠା ଦିବସ ଏବଂ ଆଦିବାସୀ…

Read More

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଘେରାଉ କରିବ ପ୍ରାକ୍ ପ୍ରାଥମିକ ଶିକ୍ଷକ ସଂଘ। ଏ ନେଇ ସଂଘ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଓଡିଶା ପ୍ରାକ୍ ଶିକ୍ଷକ ସଂଘ ସୋମବାର ଦିନ ଭୁବନେଶ୍ବରର ଲୋଏର ପିଏମଜି ରେ ଏକ ଶାନ୍ତି ପୂର୍ଣ୍ଣ ଧର୍ମଘଟ କରିବ। ଏଥିରେ ମୁଖ୍ୟ ଦାବୀ ରହିଛି ଯେ, ରାଜ୍ୟରେ ପ୍ରାକ୍ ଶିକ୍ଷକ ନିଯୁକ୍ତି। ରାଜ୍ୟରେ ବର୍ତ୍ତମାନ ପ୍ରାକ୍ ଶିକ୍ଷକ ପଦବୀ ଖାଲି ଥିବା ବେଳେ ସରକାର ତାହା ପୁରଣ କରୁ ନାହାଁନ୍ତି। ଦୀର୍ଘ ଦିନ ଧରି ସଂଘ ଏ ନେଇ ସରକାରଙ୍କ ନିକଟରେ ଦାବୀ ରଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ସେଥିପାଇଁ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲା। ସରକାର ତୁରନ୍ତ ନିଯୁକ୍ତି ପ୍ରଦାନ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ କହିଛି।

Read More

Cyclone Ditwah: ବଙ୍ଗୋପସାଗର ଆଡକୁ ଆସୁଥିବା ବାତ୍ୟା ଦିଟୱାକୁ ଦୃଷ୍ଟିରେ ରଖି ଦୂରସଂଚାର ବିଭାଗ (DoT) ଦୂରସଂଚାର ନେଟୱାର୍କର ସୁଦୃଢ଼ତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି। ଏହି ବାତ୍ୟା ଉପକୂଳ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ବାତ୍ୟା ଦିଟୱା ବିପଦକୁ ଦୃଷ୍ଟିରେ ରଖି, ଦୂରସଂଚାର ବିଭାଗ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଦୂରସଂଚାର ସଂଯୋଗୀକରଣର ସୁରକ୍ଷା, ସେବା ପ୍ରଦାନକାରୀଙ୍କ ସହ ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଏକ 24×7 ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ସମସ୍ତ ଦୂରସଂଚାର ସେବା ପ୍ରଦାନକାରୀ (TSPs)ଙ୍କୁ ନିରବଚ୍ଛିନ୍ନ ନେଟୱାର୍କ କାର୍ଯ୍ୟ, ପର୍ଯ୍ୟାପ୍ତ ଇନ୍ଧନ ସଂରକ୍ଷଣ, ଜରୁରୀକାଳୀନ ପାୱାର ବ୍ୟାକଅପ୍ ପ୍ରସ୍ତୁତି ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ଷେତ୍ର ପ୍ରତିକ୍ରିୟା ଦଳ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାନକ କାର୍ଯ୍ୟ ପ୍ରକ୍ରିୟା (SOP-2020) ଅନୁଯାୟୀ, ଦୂରସଂଚାର ବିଭାଗ…

Read More

ନୂଆଦିଲ୍ଲୀ: ନିର୍ବାଚନ କମିଶନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପାଇଁ ସମୟ ସୀମାକୁ ସାତ ଦିନ ବୃଦ୍ଧି କରିଛନ୍ତି। ରବିବାର ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକ୍ରିୟା ଏବେ ଡିସେମ୍ବର ୧୧ ​​ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଡିସେମ୍ବର ୪ ତାରିଖ ସୁଦ୍ଧା ଭୋଟର ଗଣନା ଫର୍ମ ଦାଖଲ ଏବଂ ଡିଜିଟାଇଜେସନ୍ ସମାପ୍ତ କରିବାକୁ ସ୍ଥିର କରାଯାଇଥିଲା। ମତଦାନ କେନ୍ଦ୍ର ସଂଶୋଧନ କିମ୍ବା ପୁନଃବ୍ୟବସ୍ଥିତ କରିବାର ସମୟ ସୀମା ମଧ୍ୟ ଡିସେମ୍ବର ୧୧ ​​ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପୁରୁଣା କାର୍ଯ୍ୟସୂଚୀ ଅନୁଯାୟୀ, ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ ଡିସେମ୍ବର ୯ ତାରିଖ ପାଇଁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଏହାକୁ ଏବେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି ଡିସେମ୍ବର ୧୬, ୨୦୨୫…

Read More

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଉପସ୍ଥାପନକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ଏହି ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଟ୍ୟାକ୍ସ ପରାମର୍ଶଦାତା ପ୍ରଶାନ୍ତ ଶତପଥୀ ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀ କାନୁନଗୋ କହିଲେ, ବର୍ତ୍ତମାନର ବିଜେପି ସରକାର ଓଡ଼ିଶାରେ ବଜେଟ ପରିଚାଳନାରେ ସମ୍ପୂର୍ଣ ରୂପେ ଅସଫଳ ହୋଇଛନ୍ତି l ସରକାର ଯେଉଁ 17440 କୋଟିର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କଲେ ତାହାର ବିଶେଷ ଆବଶ୍ୟକତା ଥିଲା ଭଳି ମନେହୁଏ ନାହିଁ। ମୂଳ ବଜେଟର ଯାହା ବ୍ୟୟ ବରାଦ ହୋଇଥିଲା ସେଥିରୁ ଅଧା ରାଶି ମଧ୍ୟ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇପାରି ନାହିଁ । ମୂଳ ବଜେଟ 2 ଲକ୍ଷ 90 ହଜାର କୋଟି ହୋଇଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ମାତ୍ର 1 ଲକ୍ଷ 14 ହଜାର 91 କୋଟି…

Read More

ସଂସ୍କୃତି ଚର୍ଚ୍ଚା: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବରିଷ୍ଠ ଆଇନଜୀବୀ, କବି, ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର। ସଂପାନରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ଉପଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀମତୀ ସଙ୍ଘମିତ୍ରା ବେହେରା। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର। ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଡ. ଅନାମ ବେହେରା, ଡ. ସତ୍ୟନାରାୟଣ ମିଶ୍ର ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି…

Read More

ଭୁବନେଶ୍ୱର: ଗଣମାଧ୍ୟମ କ୍ଷେତ୍ରରେ ନୂଆ ଟେକ୍ନୋଲୋଜି ବା ନୂତନ ବୈଷୟିକ ଜ୍ଞାନ ପ୍ରୟୋଗର ସକରାତ୍ମକ ଦିଗ ପ୍ରତି ଏବେଠାରୁ ଉପଯୁକ୍ତ ଧ୍ୟାନ ଦିଆନଗଲେ ଭବିଷ୍ୟତରେ ତାହା ଗଣତନ୍ତ୍ର ଓ ମାନବ ଜଗତ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଓ ସାମାଜିକ ଗଣମାଧ୍ୟମର ବହୁଳ ଅପବ୍ୟବହାର ଦିଗରେ ସଜାଗ ରହିବାକୁ ଦେଶର ବିଶିଷ୍ଟ ସାମ୍ବାଦିକ ତଥା ପଦ୍ମଭୂଷଣ ସ୍ୱପନ ଦାସଗୁପ୍ତା ପରାମର୍ଶ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ପରିସରରେ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ’ ପକ୍ଷରୁ ଆୟୋଜିତ ଅଷ୍ଟମ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସଗୁପ୍ତା ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। “ଗଣମାଧ୍ୟମ, ଗଣତନ୍ତ୍ର ଏବଂ ସୁଶାସନ;ପାରମ୍ପରିକ ବନାମ ନୂତନ ଗଣମାଧ୍ୟମର ଭୂମିକା” ଶୀର୍ଷକ ବିଷୟବସ୍ତୁ…

Read More