ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଆଠଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସୁପର -୧୦ ପାଇଁ ଅବଶିଷ୍ଟ ୨ ଟି ସ୍ଥାନ ଲାଗି ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଶ୍ରୀଲଙ୍କା ଦଳ ମୁଖ୍ୟ ଇଭେଣ୍ଟ ପାଇଁ ନିଜର ସ୍ଥାନ ନିଶ୍ଚିତ କରିସାରିଛି। ବର୍ତ୍ତମାନ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଲଢେଇ ହୋଇପାରେ। ଦିନିକିଆ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ୬ ଟି ଦଳ ସୁପର ସିକ୍ସରେ ପହଞ୍ଚିବାରେ ସଫଳ ହୋଇଥିଲେ। ଏଥିରେ ଓମାନ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମେ ଦୌଡରୁ ବାଦ ପଡିଥିବାବେଳେ ଜିମ୍ବାୱେର ଦିନିକିଆ ବିଶ୍ୱକପ୍ରେ ପହଞ୍ଚିବାର ସ୍ୱପ୍ନ ସ୍କଟଲ୍ୟାଣ୍ଡ ବିପକ୍ଷରେ ୩୧ ରନ୍ ପରାଜୟ ପରେ ଧ୍ୱଂସ ହୋଇଯାଇଥିଲା। ଅବଶିଷ୍ଟ ଗୋଟିଏ…
Author: Samikhsya Bureau
ନିରାକାରପୁର: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳ ହଜ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଘରର ଝରକା ତାଡି ଲୁଟ ହୋଇଛି। କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଦୁହେଁ ବରିଷ୍ଠ ନାଗରିକ। ଦୁହେଁ ଘରେ ଶୋଇଥିଲା ବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି ଲୁଟିନେଇଛନ୍ତି। ଲୁଟେରା ମାନେ ଘରର ଝରକା ତାଡି ଘର ଭିତରେ ପଶି ଗଦରେଜ ଆଲମାରୀ ଓ ଟ୍ରଙ୍କ ବାକ୍ସ ଭାଗିଂ ସୁନାରୂପା ଅଳଙ୍କାର ସହିତ ଟଙ୍କା ଲୁଟିନେଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ ଆସି ପହଞ୍ଚି ତଦନ୍ତ କଲେ କିଛି ସୁରାକ ମିଳି ପାରିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।ନିରାକାରପୁର ପୋଲିସର ଢିଲା ପାଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମର ଲବ ସ୍ଵାଇଁ ନାମରେ ଜଣେ ଯୁବକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ନିମଖଣ୍ଡି ଥାନା ପୋଲିସ ପୋକ୍ସ ଆଇନ ଅନୁଯାୟୀ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ନାବାଳିକା ଗାଁ ର ଗୋଟିଏ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଲବ ମୋବାଇଲ ଫୋନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଇବାକୁ କହି ଘର ଛାତ ଉପରକୁ ନେଇ କୌଶଳ କ୍ରମେ ଦୁଷ୍କର୍ମ କରିଥିଲା। ଏହି ବିଷୟରେ ନାବାଳିକା ଜଣକ ତାଙ୍କ ମାଁ କୁ କହିବାରୁ ମାଁ ପୋଲିସରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିରେ ବିଭାଜନ ପରେ ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଜିତ ପାୱାରଙ୍କ ମଞ୍ଚରେ ୨୯ ଜଣ ବିଧାୟକ ନଜର ଆସିଛନ୍ତି। ସେପଟେ ୧୪ ଜଣ ବିଧାୟକ ଏବଂ ୪ ସାଂସଦ ଶରଦ ପାୱାରଙ୍କ ମଞ୍ଚରେ ଯୋଗ ଦେଇଛନ୍ତି। ଏନସିପି ନେତା ତଥା ଅଜିତ ପାୱାର ଦଳର ମନ୍ତ୍ରୀ ଛଗନ ଭୁଜବଲ କହିଛନ୍ତି ଯେ, ୪୦ ରୁ ଅଧିକ ବିଧାୟକ ଏବଂ ଏମଏଲସି ଆମ ସହ ଅଛନ୍ତି। ଶପଥ ନେବା ପୂର୍ବରୁ ଆମେ ସମସ୍ତେ କଠିନ ପରିଶ୍ରମ କରିଛୁ। ଆମେ ସେପରି ଶପଥ ନେଇ ନାହୁଁ।
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଏହି ସମୟରେ ଚୀନ୍ ଭାରତକୁ ପ୍ରଶଂସା କରିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଆସନ୍ତୁ ଜାଣିବା ଏହାର କାରଣ କ’ଣ, ଯେଉଁ କାରଣରୁ ଚୀନ୍ ଭାରତ ପାଇଁ ପ୍ରଶଂସା ସେତୁ ନିର୍ମାଣ କରୁଛି। ଉଲ୍ଲେଖନୀୟ ବିଷୟ ହେଉଛି, ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚାଲିଛି, ଯେଉଁଥିରୁ ଭାରତ ଏହାର ଫାଇଦା ନେଉଛି। ବାସ୍ତବରେ ଭାରତ ରିହାତି ମୂଲ୍ୟରେ ଋଷର ଅଶୋଧିତ ତୈଳ କିଣୁଛି। ଏହା ସମସ୍ତେ ଜାଣନ୍ତି ଯେ, ଅଶୋଧିତ ତୈଳ କ୍ରୟ ଏବଂ ବିକ୍ରୟ ପାଇଁ ଆନ୍ତର୍ଜାତୀୟ ବଜାରରେ ଡଲାର ବ୍ୟବହାର କରାଯାଏ। ତଦନୁଯାୟୀ ଭାରତ ଡଲାର ଦେଇ ଋଷରୁ ଅଶୋଧିତ ତୈଳ କିଣୁଥିଲା, କିନ୍ତୁ ଯୁଦ୍ଧ ମଧ୍ୟରେ ଋଷ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିଯାଇଥିଲା, ଯେଉଁ କାରଣରୁ ଋଷ ଆମେରିକୀୟ ଡଲାର ବ୍ୟତୀତ ଅନ୍ୟ ଦେଶର ମୁଦ୍ରାରେ ବାଣିଜ୍ୟ କରିବାକୁ ବାଧ୍ୟ ହୋଇଛି। ଏଭଳି…
ଭୁବନେଶ୍ବର: ଆଜି ଆୟକର ବିଭାଗ ତରଫରୁ ବଡ ଧରଣର ଚଢାଉ କରାଯାଇଛି। ଓଡିଶାର ପ୍ରତିଷ୍ଠିତ ବିଲିଡର ତଥା ବ୍ୟବସାୟୀ ଜଗଦୀଶ ନାୟକଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ଡିଏନ ଗ୍ରୁପର ମାଲିକ। ତାଙ୍କ ନିଜ ବାସଭବନ, ସହିତ ନୟାପଲ୍ଲୀରେ ଥିବା ତାଙ୍କ ଅଫିସ, ପାତ୍ରପଡାରେ ଥିବା ଡିଏନ ରିଗାଲିଆ ଅଫିସ ଏବଂ ତାଙ୍କ କର୍ମଚାରୀଙ୍କ ବାସଭବନରେ ଏହି ଚଢାଉ ଜାରୀ ରହିଛି। ତେବେ ଏ ନେଇ ଆୟକର ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ନଗଦ ଟଙ୍କା ଜବତ ହୋଇଛି। ଭୁବନେଶ୍ବରର ଚାରି ନମ୍ବରରେ ଥିବା ତାଙ୍କର ବାସଭବନରୁ ଏହି ଟଙ୍କା ଜବତ କରାଯାଇଛି। ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ଜଣାପଡିଛି।୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ ଏହି ଚଢ଼ାଉ କରୁଛନ୍ତି । ଆଜି…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ମଲା ପ୍ରଧାନ ନାମ୍ନୀ ଜନୈକ ମହିଳାଙ୍କ ଗତ କିଛି ଦିନ ହେଲା ଖୋଜ ଖବର ନଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଗାଁ ର ଜନୈକ ଲୋକଙ୍କ ଘର ବାଡ଼ି ପଟ କୂଅରେ ବୃଦ୍ଧାଙ୍କ ଶବ ଭାସୁଥିବା ଖବର ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଓ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମଏ) ଓ ଏଲଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି। ବିଶ୍ୱର ବିଶ୍ୱାସ ଭାରତ ଉପରେ ବଢିଛି। ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ ଯୋଡିବାର ଉପାୟ ଅନ୍ୱେଷଣ କରିବାକୁ ହେବ। ଦେଶରେ…
ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ। ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।
କୈଳାଶ ଚନ୍ଦ୍ର ବେହେରା ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକଡାଖଣ୍ଡି ବ୍ଳକ ବନ୍ଥପଲୀ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ନନ୍ଦନ ବେହେରା ସମେତ ଅନ୍ୟ କିଛି ଯୁବକ ଆକ୍ରମଣ କରିଛନ୍ତି ବୋଲି ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗ୍ରାମ ଚାଞ୍ଚଡାପଲି ଫେରୁଥିବା ବେଳେ ଗାଁ ର ଠାକୁରାଣୀ ମନ୍ଦିର ପଛପଟରେ ଛକି ବସିଥିବା କିଛି ଯୁବକ ତାଙ୍କୁ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇଛି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ପ୍ରଶାନ୍ତ ସରପଞ୍ଚ ଥିବା ବେଳେ ଗାଁ ରେ ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ସେହି ମକଦ୍ଦମାରେ ପ୍ରଶାନ୍ତ ସାକ୍ଷୀ ରହି ଶୁଣାଣି ବେଳେ ସାକ୍ଷୀ କାଟିଦେବାରୁ ଆକ୍ରମଣକାରୀ ଯୁବକ ମାନେ ପ୍ରଥମେ…
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି। ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା…
ନୂଆଦିଲ୍ଲୀ: ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ କରି ଅବିବାହିତ ଝିଅମାନେ ଇଚ୍ଛା କରୁଥିବା ବର ପାଆନ୍ତି। ଅନ୍ୟପକ୍ଷରେ, ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମିଳିଥାଏ। କୁହାଯାଏ ଯେ, ଶ୍ରାବଣର ଉପବାସ ପାଳନ କରୁଥିବା ଲୋକଙ୍କୁ (ବିଶେଷ କରି ମହିଳା) କିଛି ନିୟମ ପାଳନ କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଶ୍ରାବଣ ମାସ ପାଇଁ ଉପବାସ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ଉପବାସ ସମୟରେ ଉଲ୍ଲେଖ କରାଯାଇଥିବା ଏହି ନିୟମକୁ ଅନୁସରଣ କରନ୍ତୁ। ଯଦି ଆପଣ ଶ୍ରାବଣ ଉପବାସ ପାଳନ କରୁଛନ୍ତି, ତେବେ ସକାଳୁ ଉଠି ସ୍ନାନ କରିବା ସହ ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ୍। ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶନାରେ କୋଦଳା ଓ ବେଗୁନିଆପଡ଼ା ଥାନା ପୋଲିସ୍ ବେଗୁନିଆ ପଡ଼ା ନିକଟସ୍ଥ ତିରିଡା କାଜୁ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି। ଏହି ଚଢାଉ ବେଳେ କିଛି ଜୁଆଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ କରିଥିବା ବେଳେ ୬ ଜଣ ଜୁଆଡି, ୧୩ ଟି ମୋଟରସାଇକେଲ, ୬ ଟି ମୋବାଇଲ ଫୋନ ଓ ନଗଦ ୫୬ ହଜାର ଟଙ୍କାରୁ ଅଧିକ ପୋଲିସ ଜବତ୍ କରିଛି। ବେଗୁନିଆପଡ଼ା ଥାନାରେ ଏତଲା ରୁଜୁ ହୋଇଛି ଓ ଅନ୍ୟାନ୍ୟ ଜୁଆଡି ମାନଙ୍କ ଉପରେ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ପ୍ରକାଶ କରିଛି। ଏହି ସବୁ ଜୁଆଡି ନିକଟସ୍ଥ ପୁରୁଷୋତ୍ତମପୁର, କୋଦଳା, ଖଲିକୋଟ ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି।
ଭୁବନେଶ୍ୱର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦଠାରେ ଏକ ଦୁଇ ଦିନିଆ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ‘ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ’ର ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି। ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ପୁରାତନ ଛାତ୍ର ସଂସଦ ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ଡିଆଇଇଟି ପୁରସ୍କାର ଏବଂ ସିଆରସିସି, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର ଆଦି ବର୍ଗରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଏହି ଶିକ୍ଷା…
ବ୍ରହ୍ମପୁର: ବାଲିଗୁଡ଼ା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ସିନ୍ଧ୍ରିଗାଁ ଜଙ୍ଗଲରେ ଚଢ଼ାଉ କରି ଗଚ୍ଛିତ ଥିବା ୩୦୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ଚାଲାଣ କାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗଞ୍ଜେଇ ଜବତ କରି ପୋଲିସ ୧୬୮/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…
ବ୍ରହ୍ମପୁର: ହିଞ୍ଜିଳି ଠାରୁ ପୁରୀ ଯାଉଥିବା ଓ ଏସ୍ ଆର୍ ଟି ସି ବସ୍ ସହ ଏକ ଯାତ୍ରୀବାହୀ ଅଟୋ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ସମେତ ଅଟୋରେ ବସି ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ। ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ସାଫ ଚାମ୍ପିଅନସିପ୍ ଫାଇନାଲରେ ଭାରତ କୁଏତକୁ ପରାସ୍ତ କରିଛି। ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଦଳ ୨-୧ ଗୋଲରେ ବିଜୟୀ ହୋଇଛି। ଏହିପରି, ଭାରତ ୯ମ ଥର ପାଇଁ ସାଫ ଚାମ୍ପିଅନସିପ୍ ଜିତିଛି। କୁଏତର ଖେଳାଳି ଅଲକଲଡି ଏହି ମ୍ୟାଚର ପ୍ରଥମ ଗୋଲ ସ୍କୋର କରିଥିଲେ। ଏହିପରି ଭାବରେ ମ୍ୟାଚ୍ ର ୧୬ ତମ ମିନିଟରେ କୁଏତ ୧-୦ ରେ ଆଗୁଆ ହୋଇଥିଲା। ଏଥି ସହିତ, ଭାରତୀୟ ଦଳ ୧୭ ମିନିଟରେ ଗୋଲ କରିବାର ସୁଯୋଗ ପାଇଲା, କିନ୍ତୁ ଏଥିରୁ ବଞ୍ଚିତ ହେଲା। ତେବେ ଅଧିନାୟକ ସୁନୀଲ ଛେତ୍ରୀ ୩୯ ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରି ଖେଳକୁ ୧-୧ ସ୍ତରକୁ ଆଣିଥିଲେ। ଅବଶ୍ୟ, ଏହା ପରେ ମଧ୍ୟ ଉଭୟ ଦଳକୁ ଗୋଲ ସ୍କୋର କରିବା ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ଉଭୟ ହାତ ଛଡା କରିଥିଲେ। କିନ୍ତୁ ଶେଷରେ ପେନାଲଟି ସୁଟଆଉଟ ଜରିଆରେ ଭାରତ ବିଜୟ ଲାଭ…
ଭୁବନେଶ୍ୱର: ମହିଳାମାନଙ୍କ ଚିରନ୍ତନ ବିକାଶ, ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର। ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ। ମା’ ରମାଦେବୀ ଚେୟାରର ଶୁଭାରମ୍ଭ ଅବସରରେ ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏହା ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରସ୍ଥ ନୂତନ ପ୍ର୍ରେକ୍ଷାଳୟରେ ରମାଦେବୀ ଚେୟାର ଅନ ଓମେନ୍ସ୍ ଷ୍ଟଡିଜ୍ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ, ଆମ ଜୀବନର ପ୍ରଥମ ଶିକ୍ଷକ ହେଉଛି ମାଆ। ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି ସେ…

