ରେଢ଼ାଖୋଲ (କନ୍ଦର୍ପ ବେହେରା): ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ ରେ ରାଣୀ ଲକ୍ଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମିଶନ ସାହସୀ ଶୀର୍ଷକ ରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ନିମନ୍ତେ ଏକ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଯୋଗଦେଇ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷଣର ଉପଯୋଗୀତା ଏବଂ ମହାରାଣୀ ଲକ୍ଷ୍ମୀ ବାଇ ଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ। ପ୍ରଶିକ୍ଷିକା ଏଲ୍ ବିଷ୍ଣୁପ୍ରିୟା ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅର୍ଜୁନ…
Author: Samikhsya Bureau
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ସହରର ବ୍ୟସ୍ତବହୁଳ ମେଡିକାଲ ଛକରେ ପାଉଁଶ ବୋଝେଇ ହାଇୱା ଧକ୍କାରେ ଜଣେ ବାବାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ମେଡିକାଲ ଛକରେ ସମ୍ବଲପୁର ଆଡୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ପାଉଁଶ ବୋଝେଇ ହାଇୱା ଏକ ଲୁନାଗାଡିକୁ ଧକ୍କା ଦେଇଥିଲା। ଫଳରେ ସାଧୁବାବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇଛି। ମୃତକ ହେଲେ ରେଢ଼ାଖୋଲ ଥାନା ବୈଷ୍ଣବଝୁଲି ଆଶ୍ରମର ରଜନୀ ବାବା ବୋଲି ଜଣାପଡିଛି। ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ହାଇୱା ଗାଡିକୁ ଜବତ କରିବା ସହିତ ଚାଳକ ଫେରାର ଥିବା ଜଣା ପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
Ticketless Travel: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନଧିକୃତ ଯାତ୍ରାକୁ ଏଡ଼ାଇବା ପାଇଁ ଏହାର କାର୍ଯ୍ୟକାରୀତା ଏବଂ ସଚେତନତା ପ୍ରୟାସକୁ ସୁଦୃଢ଼ କରିଛି ଯାହା ଦ୍ୱାରା ଅକ୍ଟୋବର 2025 ରେ ବହୁ ସଂଖ୍ୟକ ବିନା ଟିକେଟ୍ ଏବଂ ଅନିୟମିତ ଯାତ୍ରା ମାମଲା ଚିହ୍ନଟ କରାଯାଇଅଛି । ରେଳମଣ୍ଡଳ ଗୁରୁତ୍ୱାରୋପ କରିଛି ଯେ ବିନା ଟିକେଟ କିମ୍ବା ବୈଧ ଟିକେଟ ବିନା ଟ୍ରେନ ଯାତ୍ରା କରିବା ଦ୍ୱାରା କେବଳ ଦଣ୍ଡ ଲାଗୁ ହୁଏ ନାହିଁ ବରଂ ଯାତ୍ରୀମାନଙ୍କୁ ଅସୁବିଧା ହୁଏ ଏବଂ ଯାତ୍ରା ପରିବେଶକୁ ବିପର୍ଯ୍ୟସ୍ତ କରେ । କେବଳ ଅକ୍ଟୋବର 2025 ରେ, ଟିକେଟ ଉଲ୍ଲଂଘନର 58,731 ମାମଲା ଚିହ୍ନଟ ହୋଇଅଛି ଯାହା ଗତ ବର୍ଷ ଅକ୍ଟୋବର ମାସ ତୁଳନାରେ 5.4% ଅଧିକ ଅଟେ । ଏପ୍ରିଲରୁ ଅକ୍ଟୋବର 2025 ପର୍ଯ୍ୟନ୍ତ, ମୋଟ ଉଲ୍ଲଂଘନ 4,41,106 ମାମଲାକୁ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ପ୍ରତ୍ନ ତତ୍ୱ ବିଭାଗ ସମ୍ବଲପୁର ଜିଲ୍ଲା ଓ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ନାତକ ମହାବିଦ୍ୟାଳୟର ସଭାଗୃହରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଉଦଘାଟନ ହୋଇଛି। ଏହାକୁ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ସମ୍ମାନିତ ଅତିଥି ଭାବରେ ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ, ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ହେମାନଦ ପ୍ରଧାନ, ନାକଟିଦେଉଳ ଥାନା ସବ ଇନ୍ସପେକ୍ଟର ଗଙ୍ଗାଧର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଵକ୍ତାଭାବରେ ପ୍ରତ୍ନତତ୍ୱ ବିଭାଗର ପୁରୀ ସର୍କିଲ ର ଡେପୁଟିସୁପରୀଟେଣ୍ଡେଣ୍ଟ ପ୍ରଜ୍ଞା ପ୍ରୀତମ ପ୍ରଧାନ ଯୋଗ ଦେଇ ବିଶ୍ୱ ଐତିହ୍ୟ ଏବଂ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଐତିହାସିକ ଭିମମଣ୍ଡଳୀ ଉପରେ ଆଲୋଚନା କରି ଐତିହ୍ୟ ସମ୍ପର୍କରେ ଛାତ୍ର…
Hindalco CSR: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍ଜିଓ ଅପ୍ହୋଲ୍ଡ ଆର୍ଥ ସହଯୋଗୀତାରେ ଏକ ଅନନ୍ୟ ପ୍ରୟାସ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ପାରିବେଶିକ ଅଗ୍ରଗାମୀତାକୁ ପ୍ରତିପାଳନ କରୁଛି । ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲାର ଲାଉମାଳ ଏବଂ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକରେ ପାରମ୍ପରିକ ବାଉଁଶ ହସ୍ତଶିଳ୍ପର ପୁନରୁଦ୍ଧାର ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ନିମନ୍ତେ ସ୍ଥିର ଆୟକାରୀ ସୁଯୋଗଗୁଡିକ ସୃଷ୍ଟି କରିବାକୁ ଚାହୁଁଛି । ପ୍ରୋଜେକ୍ଟ ବାସ୍କେଟ୍ରିର ମୂଳ ଲକ୍ଷ୍ୟ ହେଉଛି ଅତ୍ୟାବଶକ ସମ୍ବଳ ଏବଂ ଦକ୍ଷତା ସହିତ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା। ଏହି ପ୍ରୟାସ ଅଧୀନରେ ଏକ ନବୀକରଣଯୋଗ୍ୟ ଏବଂ ପରିବେଶ ଅନୁକୂଳ ସମ୍ବଳ ଭାବରେ ବାଉଁଶ ଚାଷକୁ ଉତ୍ସାହିତ କରିବାକୁ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ବାଉଁଶ ଚାରା ବଣ୍ଟନ କରାଯାଉଛି । କାରିଗରମାନଙ୍କୁ ସେମାନଙ୍କର ନିଜର…
ନୂଆଦିଲ୍ଲୀ: ନୀତୀଶ କୁମାର ଆଜି ରାଜଭବନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଏବଂ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ କରିଥିଲେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିଧାୟକ ଦଳ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବାକୁ ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବରେ ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ନିର୍ବାଚିତ କରାଯାଇଥିଲା। ସୂଚନା ଅନୁସାରେ, ବାଚସ୍ପତି ପଦ ବିଜେପି ପାଖକୁ ଯିବ। ନୀତିଶ…
ଭୁବନେଶ୍ୱର: ରାଜ୍ୟରେ ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର। 72 ତମ ନିଖିଳ ଭାରତ ସମବାୟ ସପ୍ତାହ-2025 ପାଳନ ଅବସରରେ ଓମ୍ଫେଡକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ଭାରପ୍ରାପ୍ତ ମାନବ ସମ୍ବଳ ବିକାଶ ମୁଖ୍ୟ ନିତ୍ୟଦର୍ଶନ ମିଶ୍ର ମଂଚାସୀନ ଅତିଥିମାନଙ୍କଠାରୁ ସ୍ୱତନ୍ତ୍ର କପ୍ ଓ ମାନପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସ, ସମବାୟ ସମିତି ୟୁନିୟନର ସଭାପତି ପ୍ରଭାସିନୀ ଷଢଙ୍ଗୀ ଏବଂ ସମବାୟ ମହାସମୀକ୍ଷକ ସନ୍ତୋଷ କୁମାର…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଯ୍ୟାସ ମିଳିଛି, ଯାହା ରାଜ୍ୟର ଅବଲମ୍ବନରେ ସାମଗ୍ରିକ ବିକାଶ ସହାୟକ ହେବ। ଆଜି ସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମାନ୍ୟବର ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ, ଜାତୀୟ ହାରକୁ ଦୃଷ୍ଟିରେ ରଖି ଆମର ସହରୀକରଣକୁ ଆଗକୁ ନେବାର ଅଛି। ସହରର ଉନ୍ନତି ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ତେଣୁ ସହରାଂଚଳ ବିକାଶ ସହିତ ଜଡ଼ିତ ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ମାନ୍ୟବର…
ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ 12 ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର 89 ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ। ଜୁନ୍ 2024 ରୁ ଜୁନ୍ 2025 ମଧ୍ୟରେ ଓଡିଶା ବିଧାନସଭା 62ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, 2024 ଉପରେ ରେକର୍ଡ 12 ଘଣ୍ଟା 25 ମିନିଟ୍ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ…
Four New Tahasils: ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନ ପାଇଁ ଘୋଷଣା କରିଛନ୍ତି। ଏଥିରେ ପୂର୍ବରୁ ଥିବା ଭୁବନେଶ୍ୱର ତହସିଲକୁ ବିଭାଜିତ କରି ଦୁଇଟି ନୂତନ ତହସିଲ ଗଠନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି କଟକ ତହସିଲକୁ ବିଭାଜିତ କରି ଗୋଟିଏ ନୂତନ ତହସିଲ ସମ୍ବଲପୁର ତହସିଲକୁ ବିଭାଜିତ କରି ଗୋଟିଏ ନୂତନ ତହସିଲ ଗଠନ କରାଯିବ। ସହରୀକରଣ ଏବଂ ଜନବହୁଳ ଅଞ୍ଚଳରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନକୁ ଅନୁମୋଦନ କରିଛନ୍ତି। ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଥିବା ତହସିଲଗୁଡ଼ିକରେ ହେଉଥିବା ନୂଆ ଚ୍ୟାଲେଞ୍ଜର ସମାଧାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଜନସଂଖ୍ୟା ବୃଦ୍ଧି ତଥା ବହୁ କାମ ରହୁଥିବାରୁ ଏହି ତହସିଲଗୁଡ଼ିକ ଉପରେ ଯଥେଷ୍ଟ ପ୍ରଶାସନିକ ବୋଝ ପଡିବାରେ ଲାଗିଛି।…
ନୂଆଦିଲ୍ଲୀ: ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ମନୋନୀତ କରାଯାଇଛି। ଏହି ଅବସରରେ, କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ସାଂସଦ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଉଭୟଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବରେ ନିର୍ବାଚିତ କରାଯାଇଛି। ବିହାର ବିକାଶ ପଥରେ ଆଗେଇ ଚାଲିଛି ଏବଂ “ଖୁବଶୀଘ୍ର, ବିହାର ଏକ ‘ବିକଶିତ ବିହାର’ ହୋଇଯିବ।”
ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ମୀନାକ୍ଷୀ ହୁଡା ସହିଦ ବିଜୟ ସିଂହ ପଥିକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛନ୍ତି। ମୀନାକ୍ଷୀ (୪୮ କିଲୋଗ୍ରାମ) କୋରିଆର ବାକ୍ ଚୋ-ରୋଙ୍ଗଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସେପଟେ ଅରୁନ୍ଧତୀ ଚୌଧୁରୀ ତାଙ୍କର ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରି ତିନିଥର ବିଶ୍ୱ କପ୍ ପଦକ ବିଜେତା ଲିଓନି ମୁଲରଙ୍କୁ ପରାସ୍ତ କରିଛନ୍ତି। ମୀନାକ୍ଷୀ, ଅଙ୍କୁଶ ଫଙ୍ଗଲ, ପରବୀନ ଏବଂ ନୁପୁର ସମସ୍ତେ ଫାଇନାଲରେ ନିଜ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି। ଦେଢ଼ ବର୍ଷ ପରେ ଅରୁନ୍ଧତୀଙ୍କ ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ ପୂର୍ବଟନ ବିଶ୍ୱ ଚାମ୍ପିଅନ ଅରୁନ୍ଧତୀ ଦେଢ଼ ବର୍ଷ ପରେ ପ୍ରତିଯୋଗିତା କରୁଥିଲେ। ସେ ପୂର୍ଣ୍ଣ ଆକ୍ରମଣାତ୍ମକ ଭାବରେ ପ୍ରଥମ ଦୁଇଟି ରାଉଣ୍ଡ ଜିତିଥିଲେ। ସେ ଦ୍ୱିତୀୟ ରାଉଣ୍ଡରେ ଜର୍ମାନକୁ ନକ୍ ଆଉଟ୍ କରିଥିଲେ। ଅରୁନ୍ଧତୀ କହିଛନ୍ତି ଯେ, “ମୁଁ ଦେଢ଼ ବର୍ଷ ପରେ ଅନ୍ତର୍ଜାତୀୟ କ୍ଷେତ୍ରକୁ ଫେରିଛି,…
Pre-Budget Consultation: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଆଗାମୀ Union Budget 2026-27 ସମ୍ପର୍କରେ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା ବିଶେଷଜ୍ଞଙ୍କ ସହିତ 7ମ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ, କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ଗତକାଲି ଅର୍ଥମନ୍ତ୍ରୀ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଏବଂ ପୁଞ୍ଜି ବଜାରର ଅଂଶୀଦାରମାନଙ୍କ ସହିତ ସାକ୍ଷାତ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ପ୍ରତିବର୍ଷ ବିଶେଷଜ୍ଞ, ଶିଳ୍ପ ନେତା, ଅର୍ଥନୀତିଜ୍ଞ ଏବଂ ରାଜ୍ୟ ଅଧିକାରୀଙ୍କ ସହିତ ଅନେକ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଆୟୋଜନ କରିଥାଏ। ଏହି ପରାମର୍ଶ ବଜେଟ ପ୍ରସ୍ତୁତ କରିବାରେ ବେଶ ସହାୟତା ପ୍ରଦାନ କରିଥାଏ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଅକ୍ଟୋବର ୨୬ ତାରିଖରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଚନ୍ଦ୍ରକାନ୍ତ ସାହୁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ବେଳେ ତାଙ୍କ ସ୍ତ୍ରୀ ବାଲି ଉପରେ ରଖିଥିବା ଭେନିଟି ବ୍ୟାଗ୍ ଟି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ଉକ୍ତ ବ୍ୟାଗ୍ ରେ ପ୍ରାୟ ୮ ଭରି ସ୍ବର୍ଣ୍ଣ ଅଳଙ୍କାର, କିଛି ନଗଦ ଟଙ୍କା ଓ ଏଟିଏମ୍ କାର୍ଡ ଥିଲା। କିନ୍ତୁ ପରିବାରର ସମସ୍ତେ ଉକ୍ତ ବ୍ୟାଗ୍ ଖୋଜି ପାଇନଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟଟକ ସାହୁ ଗତ ୧୭ ତାରିଖରେ ଗୋପାଳପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ସୁଚିନ୍ତିତ ଅନୁଧ୍ୟାନ କରି ଗୋପାଳପୁର ସହର ନୁଆ ସାହିର ବି ରାମାରାଓ ନାମକ ଜଣେ ବ୍ୟକ୍ତି ଉକ୍ତ ବ୍ୟାଗ୍ ପାଇଥିବା ଜାଣି ତାଙ୍କ ଘରେ ପହଞ୍ଚି ଉକ୍ତ ବ୍ୟାଗ୍ ଜବତ କରି ଯାଞ୍ଚ କରିବା ବେଳେ କିଛି ସ୍ବର୍ଣ୍ଣ ଅଳଙ୍କାର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ କୁଠାରି ମନ୍ଦିର ସାହିର ପ୍ରମୋଦ କୁମାର ନାୟକ ନାମକ ଜଣେ ଯୁବକକୁ ଗିରଫ କରି ବଡ଼ବଜାର ପୋଲିସ କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଉକ୍ତ ଅଞ୍ଚଳର ଜନୈକା ମହିଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଯୁବକ ଜଣକ ମହିଳାଙ୍କ ସହିତ ସମ୍ପର୍କରେ ଆସିଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହର ପ୍ରତିଶୃତି ଦେଇ ଉକ୍ତ ମହିଳା ସହ ଯୁବକଜଣଙ୍କ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏହା ମଧ୍ୟରେ ବିବାହ କଥା ଗଡେଇ ନିଜର ସ୍ବାର୍ଥ ହାସଲ କରିଥିଲେ। ଏହି ଭଳି ପରିସ୍ଥିତିରେ ମହିଳା ଜଣଙ୍କ ବିବାହ ପାଇଁ ଜିଦ୍ କରିବାରୁ କିଛି ମାସ ହେଲା ଯୁବକ ଜଣଙ୍କ ବିବାହ ପ୍ରତିଶ୍ରୁତିରୁ ଓହରି ଯିବା ପରେ ପୀଡ଼ିତା ମହିଳା ଜଣକ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତକୁ…
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଏବେ ସାମ୍ନାକୁ ଆସିଛି। ଦଳ ୪୩ ଜଣ ବିଶ୍ୱସ୍ତ ନେତାଙ୍କୁ ନୋଟିସ ଜାରି କରିଛି। ରାଜ୍ୟ ନେତୃତ୍ୱ ନେତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣି ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟ କଂଗ୍ରେସ ଭିତରେ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି। କଂଗ୍ରେସ ଆଦେଶରେ କୁହାଯାଇଛି ଯେ, କଂଗ୍ରେସ ଦଳ ଶୃଙ୍ଖଳାଗତ କମିଟି ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ପାଇଁ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନିର୍ବାଚନ ସମୟରେ, ଏହି ବ୍ୟକ୍ତିମାନେ ଗଣମାଧ୍ୟମ ସମେତ ସାର୍ବଜନୀନ ମଞ୍ଚରେ ଦଳର ଆଧିକାରିକ ଲାଇନ୍ ରୁ ବିଚ୍ୟୁତ ବୟାନ ଦେଇଥିଲେ, ଯାହା ଦଳର ଭାବମୂର୍ତ୍ତି, ପ୍ରତିଷ୍ଠା ଏବଂ ନିର୍ବାଚନୀ ପ୍ରଦର୍ଶନକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିଥିଲା। ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି। ସୁଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତିର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୦ ତାରିଖରେ ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ। ନୀତିଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଟନାରେ ପହଞ୍ଚିବେ। ଗୃହମନ୍ତ୍ରୀ ଅମିତ ଶାହ ଆଜି ପହଞ୍ଚିବେ। ବିଜେପି ସମସ୍ତ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ବିହାରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଅନ୍ୟାନ୍ୟ ଏନଡିଏ ନେତାମାନେ ଗାନ୍ଧୀ ମଇଦାନ ଗସ୍ତ କରିଥିଲେ।
ନୂଆଦିଲ୍ଲୀ: ଗୌହାଟୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଯିଏ ଭାରତ ପାଇଁ ଗର୍ବ କରେ ସେ ହିନ୍ଦୁ। ଭାଗବତ ହିନ୍ଦୁ ଧର୍ମକୁ ସେ କେବଳ ଏକ ଧାର୍ମିକ ନୁହେଁ ବରଂ ଏକ ସଭ୍ୟତାଗତ ପରିଚୟ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଜୋର ଦେଇଥିଲେ ଯେ, ଭାରତ ଏବଂ ହିନ୍ଦୁମାନେ ଏକ ଏବଂ ସମାନ। ସେ ଭାରତକୁ ଏକ ସ୍ୱାଭାବିକ ଭାବରେ “ହିନ୍ଦୁ ରାଷ୍ଟ୍ର” ବୋଲି ଘୋଷଣା କରିଥିଲେ ଏବଂ RSSର ଚରିତ୍ର ନିର୍ମାଣ ଏବଂ ଏକତାର ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। RSS ମୁଖ୍ୟ ଭାଗବତ କହିଛନ୍ତି ଯେ, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ; ଏହାର ସଭ୍ୟତା ପୂର୍ବରୁ ଏହାକୁ ପ୍ରତିଫଳିତ କରିଥାଏ। ସେ କହିଛନ୍ତି ଯେ, ହିନ୍ଦୁ କେବଳ ଏକ ଧାର୍ମିକ ଶବ୍ଦ ନୁହେଁ ବରଂ ହଜାର ହଜାର ବର୍ଷର ସାଂସ୍କୃତିକ…
ନୂଆଦିଲ୍ଲୀ: ଅନ୍ତିମ ଲିଗ୍ ମ୍ୟାଚ୍ରେ ଓମାନକୁ ଭାରତ ଏ ୭ ୱିକେଟ୍ରେ ପରାସ୍ତ କରି ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ଜିତେଶ ଶର୍ମାଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଏହି ଡୁ-ଅର୍-ଡାଏ ମ୍ୟାଚ୍ରେ ନିଜର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏହା ପରେ ଏବଂ ମଧ୍ୟକ୍ରମର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ପାଇଁ ମାତ୍ର ୧୭.୫ ଓଭରରେ ଭାରତ ୧୩୬ ରନ୍ର ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ, ଭାରତ ଏ ଗ୍ରୁପ୍ ବିରେ ଦ୍ୱିତୀୟ ସ୍ଥାନ ହାସଲ କରି ନକଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗ୍ରୁପ୍ ପର୍ଯ୍ୟାୟ ଯାତ୍ରା କିପରି ଥିଲା? ଭାରତ ଏ ପାଇଁ ଗ୍ରୁପ୍ ପର୍ଯ୍ୟାୟ ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା। ଦଳ ୟୁଏଇ ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ୍କୁ ଏକ ବିରାଟ ବ୍ୟବଧାନରେ ଜିତିଥିଲା। ତଥାପି, ଦ୍ୱିତୀୟ ମ୍ୟାଚ୍ରେ ସେମାନେ ପାକିସ୍ତାନ ଶାହିନ୍ ଦ୍ୱାରା ପରାସ୍ତ ହୋଇଥିଲେ। ତା’ପରେ, ଓମାନ ବିପକ୍ଷ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଗସ୍ତ କରିବେ। ସେ ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀର ଉଦଘାଟନ କରିବେ। ଏହି ସମ୍ମିଳନୀରେ ପଚାଶ ହଜାର ଚାଷୀ ଯୋଗଦେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୯ କୋଟି ଚାଷୀଙ୍କ ପାଇଁ ୧୮,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଜୈବିକ କୃଷି କରୁଥିବା ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଅବସରରେ ଦଶ ଜଣ ଉତ୍କୃଷ୍ଟ ଚାଷୀଙ୍କୁ ସମ୍ମାନିତ କରାଯିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସ୍ୱର୍ଗତ ଜୈବିକ ଚାଷୀ ନମ୍ମାଲଭରଙ୍କ ଦ୍ୱାରା ପ୍ରୋତ୍ସାହିତ ଜୈବିକ କୃଷି ପଦ୍ଧତିକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥିରେ ଶ୍ରୀ ସତ୍ୟସାଇ ବାବା ମନ୍ଦିର ଏବଂ ମହାସମାଧି ସ୍ଥଳରେ ପ୍ରାର୍ଥନା କରିବେ। ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ…

