Jio IPO: ଭାରତର ପ୍ରମୁଖ ବ୍ରୋକରେଜ୍ ହାଉସ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ ସେପ୍ଟେମ୍ବର ୨୦୨୭ ସୁଦ୍ଧା ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ଇକ୍ୱିଟି ମୂଲ୍ୟକୁ ୧୪୮ ବିଲିୟନ ଡଲାର (ପ୍ରାୟ ୧୩,୦୦୦୦୦ କୋଟି ଟଙ୍କା) କୁ ଉନ୍ନୀତ କରିଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ, ଏହି ବ୍ରୋକରେଜ୍ ଫାର୍ମ ଆଶା ପ୍ରକାଶ କରିଛି ଯେ ଜିଓ ପ୍ଲାଟଫର୍ମସର ଇବିଆଇଟିଡିଏ / ନେଟ ଲାଭ ସିଏଜିଆରରେ ଆର୍ଥିକ ପ୍ରଦର୍ଶନ ୨୦୨୫ ରୁ ୨୦୨୮ ଆର୍ଥିକ ବର୍ଷ ମଧ୍ୟରେ ୧୮ ରୁ ୨୧ ପ୍ରତିଶତ ବୃଦ୍ଧି ପାଇବ। ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀର ମୁକ୍ତ ନଗଦ ପ୍ରବାହ ୫୫୮ ବିଲିୟନ ଡଲାରକୁ ବୃଦ୍ଧି ପାଇବା ଆଶା କରାଯାଉଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ମଧ୍ୟ ସ୍ପେକ୍ଟ୍ରମ୍ ମୂଲ୍ୟରେ ହ୍ରାସର ପୂର୍ବାନୁମାନ କରିଛି, ଯାହାର ସିଧାସଳଖ ଲାଭ ଜିଓ ପ୍ଲାଟଫର୍ମସକୁ ମିଳିବ। ଗତ ମାସରେ, ଅନ୍ୟ ଏକ ବ୍ରୋକରେଜ୍ ଫାର୍ମ, ଜେପି ମୋର୍ଗାନ୍, ଜିଓ ପ୍ଲାଟଫର୍ମସର ଇକ୍ୱିଟି ମୂଲ୍ୟାଙ୍କନ…
Author: Samikhsya Bureau
ଭୁବନେଶ୍ବର: ଅକ୍ଟୋବର ଆସିଲେ ସବୁବେଲେ ଓଡିଶାକୁ ବାତ୍ୟା ଚିନ୍ତା ଘାରିଥାଏ। ଏଥର ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି। ଓଡିଶାକୁ ପୁଣି ବାତ୍ୟା ଡର। ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଏକ ବାତ୍ୟା, ଯାହାର ନାମ ରଖାଯାଇଛି ମୋନ୍ଥା। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଜି ଭୋରରୁ ଅବପାତରେ ପରିଣତ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଏହି ଅବପାତ ଧିରେଧିରେ ଶକ୍ତିଶାଳି ହେଉଛି ଏବଂ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ କଣ ହେବ, କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ଅପରାହ୍ନରେ ଏହାର ଗତିପଥ ଏବଂ ସ୍ଥଳଭାଗ ସ୍ପର୍ଶ କରିବାର ସମୟ ଜଣାପଡିବ। ତେବେ ଏହାର ପ୍ରଭାବ ଆଜିଠାରୁ…
Reliance Jio: ରିଲାଏନ୍ସ ଜିଓ କାଶ୍ମୀରର ବାନ୍ଦିପୋରାରେ ଗୁରେଜ ର ଦୁର୍ଗମ ଅଞ୍ଚଳରେ ଏହାର ସେବା ଆରମ୍ଭ କରିଛି। ରିଲାଏନ୍ସ ଜିଓ ଏବଂ ଭାରତୀୟ ସେନା ମିଳିତ ଭାବରେ ପାଞ୍ଚଟି ନୂତନ ଟାୱାର ସ୍ଥାପନ କରିଛନ୍ତି। କୁପୱାରା ସେଣ୍ଟିନେଲ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଏହା ଘୋଷଣା କରିଛି। ଏହି ଟାୱାରଗୁଡ଼ିକ ହାରାହାରି ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଆଗୁଆ ପୋଷ୍ଟଗୁଡ଼ିକୁ ଅତ୍ୟାଧୁନିକ ଯୋଗାଯୋଗ ସଂଯୋଗ ପ୍ରଦାନ କରିବ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଅଭିହିତ କରି କୁପୱାରା ସେଣ୍ଟିନେଲ୍ସ ଏହାର ପୋଷ୍ଟରେ କହିଛି, “ଭାରତୀୟ ସେନା ଏବଂ ରିଲାଏନ୍ସ ଜିଓ ଗୁରେଜ୍ ଅଞ୍ଚଳରେ ପାଞ୍ଚଟି ନୂତନ ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି – ଏହି ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ଡିଜିଟାଲ୍ ସଂଯୋଗୀକରଣକୁ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।” ପୂର୍ବରୁ, ଜିଓ ୧୬,୦୦୦…
Nuapada Bypoll: ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ନୂଆପଡା ଉପଜିଲ୍ଲାପାଳ ଅଫିସରେ ଏହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଶୋଭାଯାତ୍ରା ବେଳେ ତାଙ୍କ ସହିତ କଂଗ୍ରେସ ସଭାପତି ଭକ୍ତଦାସ, କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବିଧାୟକ ସାଗର ଦାସ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। JioFinance Dhanteras Offer: 2% Free Gold, Prizes Worth ₹10 Lakh ( Click Here to Read More)
Nuapada Byelection: ଆଜି ଏକ ଶୋଭାଯାତ୍ରାରେ ଯାଇ ବିଜେପି ତରଫରୁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜୟ ଢୋଲକିଆ। ସେ ନୂଆପଡା ଉପଜିଲ୍ଲାପାଳ ଅଫିସରେ ନେତାଙ୍କ ଗହଣରେ ଏହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା, ସାଂସଦ ମାଳବିକା ଦେଓ, ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ରବିନାରାୟଣ ନାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଜୟ ଢୋଲକିଆ ଖରିଆର ରୋଡସ୍ଥିତ ତାଙ୍କ ବାସ ଭବନରୁ ମାଆଙ୍କୁ ମୁଣ୍ଡିଆ ମାରି ଘରୁ ବାହାରିଥିଲେ। ଏହାପରେ ସେ କର୍ମୀମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳଙ୍କୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। JioFinance Dhanteras Offer: 2% Free…
ସାଇବର ସୁରକ୍ଷା: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫ ପ୍ରତିଶତ ଲୋକ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି। ଆମ ଦୈନନ୍ଦିନ ଜୀବନରେ ଆମେ…
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଧନତେରାସ। ଏହି ଅବସରରେ ସାରା ଦେଶ କିଣିବିକା ନେଇ ବେଶ ଉତ୍ସବ ମୁଖ୍ୟର ହୋଇଉଠିଛି। ଆଜି ସୁନା ରୂପେ ଜିନିଷ କିଣିଲେ ସାରା ବର୍ଷ ଶୁଭଦାୟକ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଅଳଙ୍କାର ଦୋକାନରେ ବେଶ ଭିଡ ପରିଲକ୍ଷିତ ହୋଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, “ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ପ୍ରଭୁ ଧନ୍ୱନ୍ତରୀ ସମସ୍ତଙ୍କ ଉପରେ ତାଙ୍କର ପ୍ରଚୁର ଆଶୀର୍ବାଦ ପ୍ରଦାନ କରନ୍ତୁ”ବୋଲି ଶ୍ରୀ ମୋଦୀ କହିଛନ୍ତି। ହିନ୍ଦିରେ ମୋଦୀ ଲେଖିଛନ୍ତି ଯେ, “देश के मेरे सभी परिवारजनों को धनतेरस की अनेकानेक शुभकामनाएं। इस पावन अवसर पर मैं हर किसी के सुख, सौभाग्य और आरोग्य की कामना करता हूं। भगवान…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଧନତେରସ। ଏହି ଅବସରରେ ଲୋକେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ବିଶ୍ବାସ ରହିଛି ଯେ, ଆଜି ସୁନା ରୂପା କିଣିଲେ ବେଶ ଶୁଭପ୍ରଦ ହୁଏ। ସେଥିପାଇଁ ସୁନାଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ଧନତେରସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ। ମା’ ଲକ୍ଷ୍ମୀଙ୍କ କୃପାରୁ ଆମ ଚାଷୀ, ଶ୍ରମିକ, ମହିଳା ଓ ଯୁବପିଢ଼ିଙ୍କ ପାଇଁ ସଫଳତାର ନୂତନ ଦ୍ୱାର ଉନ୍ମୁକ୍ତ ହେଉ।
ଭୁବନେଶ୍ୱର: ସ୍ଥାୟୀ ପରିବେଶ ପ୍ରତିଷ୍ଠା ଏବଂ ଊର୍ଜା-କ୍ଷମତାସମ୍ପନ୍ନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତ ପରିବର୍ତ୍ତନ ପାଇଁ ଜାତୀୟ ସଂସ୍ଥାନ (ନୀତି ଆୟୋଗ), ଓଡ଼ିଶା ସରକାର ଏବଂ ଇନଷ୍ଟିଚ୍ୟୁଟ ଅଫ ସଷ୍ଟେନେବିଲିଟି, ଏମ୍ପ୍ଲଏମେଣ୍ଟ ଆଣ୍ଡ ଗ୍ରୋଥ(ଆଇଏସଇଜି) ଫାଉଣ୍ଡେସନ, ଓଡ଼ିଶାରେ ଏକ ପରିବର୍ତ୍ତନଶୀଳ ସ୍ୱଚ୍ଛ ଊର୍ଜା ପ୍ରୟାସକୁ ନେଇ ସହଯୋଗିତା ସମ୍ପର୍କରେ ଏକ ଚୁକ୍ତ ପତ୍ର ( ଷ୍ଟେଟମେଣ୍ଟ ଅଫ ଇଣ୍ଟେଣ୍ଟ) ସ୍ଵାକ୍ଷରିତ ହୋଇଛି । ଏହି ତ୍ରୈପାକ୍ଷିକ ଚୁକ୍ତିପତ୍ର,ଆଜି ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା, ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସିଇଓ) ବି.ଭି.ଆର୍. ସୁବ୍ରମଣ୍ୟମ ଏବଂ ଡଃ. ଶିରୀଷ ସାଙ୍କେ, ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଭାଗୀଦାର, ଆଇଏସଇଜି ଫାଉଣ୍ଡେସନଙ୍କ ମଧ୍ୟରେ ସ୍ଵାକ୍ଷରିତ ହୋଇଛି, ଯାହା ଓଡ଼ିଶାରେ ଅଳ୍ପବ୍ୟୟ କ୍ଷମ ବିଦ୍ୟୁତ ରୂପାନ୍ତରଣ ଯୋଜନା ପ୍ରକଳ୍ପ ଏବଂ ଏଥିପାଇଁ ଏକ ରଣନୈତିକ ରୋଡମ୍ୟାପ୍ ଉନ୍ନତି ଓ…
Nuapada Bypoll: ବିଜେଡି-ବିଜେପି ଭାଇଭାଇ। ଚଳିତ ନୂଆପଡ଼ା ଉପନିର୍ବାଚନ ଏହି କଥାକୁ ପୁଣିଥରେ ପ୍ରମାଣ କଲା। ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଦେଇ ବିଜେଡି ତିନି ନମ୍ବରକୁ ଖସିବା ନିଶ୍ଚିତ କରିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ନୂଆପଡ଼ାଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସେ ଆହୁରି କହିଛନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଜେପିର ଲଢ଼େଇ କଂଗ୍ରେସ ସହ ହେଉଛି ବୋଲି ଗୁରୁବାର ନୂଆପଡ଼ା ସଭାରେ କହିବା ଏହି କଥାକୁ ସୂଚାଉଛି। ମୁଖ୍ୟମନ୍ତ୍ରୀଙ୍କ କଥାରୁ କଂଗ୍ରେସ ଆଗୁଆ ଥିବା ନେଇ ବିଜେପି ଆକଳନ କରୁଥିବା ଆଭାସ ମିଳୁଛି। କେବଳ କଂଗ୍ରେସକୁ ହରାଇବା ପାଇଁ ହିଁ ଦୁଇଦଳ ମିଳିତ ରଣନୀତି କରୁଛନ୍ତି। ପ୍ରଥମେ ବିଜେପି ଜଣେ ଯୋଗ୍ୟ ପ୍ରାର୍ଥୀ ନ ପାଇବାରୁ ବିଜେଡିରୁ ଜୟ ଢୋଲକିଆଙ୍କୁ ରାତାରାତି ଛଡ଼ାଇ ନେଇ ନିଜ ଦଳକୁ ନେଇ ପ୍ରାର୍ଥୀ ଘୋଷଣା କଲା। ତେବେ…
ଭୁବନେଶ୍ବର: ବହୁ ଦିନ ପରେ ରାଜ୍ୟ ବିଜେପି ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏଥିରେ 10 ଜଣ ଉପସଭାପତି ରହିଛନ୍ତି। ମନମୋହନ ସାମଲ ନୂଆ ସଭାପତି ହେବା ପରେ ତାଙ୍କର ଟିମ ଗଠନ କରି ନ ଥିଲେ। ବର୍ତ୍ତମାନ ନୂଆ ଟିମ ଗଠନ କରିଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇପାରି ନାହିଁ। ତେବେ ଯେଉଁମାନେ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ ସେହିପରି ଦଳ ତରଫରୁ 4 ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ଶାରଦା ପ୍ରସାଦ ଶତପଥୀ ନିଯୁକ୍ତ ହୋଇଛନ୍ତି। ସେହିପରି ଦଳ 10 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ଅଗ୍ରୱାଲ ଏବଂ ଉପକୋଷାଧ୍ୟକ୍ଷ ଭାବେ ଦିବାକର ହରିଚନ୍ଦନ ନିଯୁକ୍ତ ହୋଇଛନ୍ତି।
ଭୁବନେଶ୍ବର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର ୨୦୨୫) ମଧ୍ୟରେ ପଣ୍ୟ ପରିବହନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ୧୫୬.୫୭ ନିୟୁତ ଟନ୍ (ମିଲିୟନ ଟନ୍) ପଣ୍ୟ ପରିଚାଳନା କରିଛି ଯାହା ଏହି ଅଞ୍ଚଳର ପଣ୍ୟ ପରିବହନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ଏଥିମଧ୍ୟରୁ, ଏହି ସମୟ ମଧ୍ୟରେ ୮୬.୧୬ ନିୟୁତ ଟନ୍ ପଣ୍ୟ ବୋଝେଇ କରାଯାଇଥିଲା ବେଳେ ୭୦.୪୧ ନିୟୁତ ଟନ୍ ପଣ୍ୟ ପରିବହନ ରେଳମଣ୍ଡଳର କ୍ଷେତ୍ରାଧିକାର ମଧ୍ୟରେ ନିକାଶନ କରାଯାଇଥିଲା । ପୂର୍ବ ଆର୍ଥିକ ବର୍ଷର ସମାନ ସମୟ (ଏପ୍ରିଲ-ସେପ୍ଟେମ୍ବର ୨୦୨୪) ମଧ୍ୟରେ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ୧୪୮.୧୩ ନିୟୁତ ଟନ୍ ପଣ୍ୟ କାରବାର କରିଥିଲା, ଯେଉଁଥିରେ ୭୯.୨୫ ନିୟୁତ ଟନ ବୋଝେଇ ଏବଂ ୬୮.୮୮ ନିୟୁତ ଟନ ନିକାଶନ ଅନ୍ତର୍ଭୁକ୍ତ ଥିଲା । ଏହିପରି, ଖୋର୍ଧା ରୋଡ୍ ରେଳମଣ୍ଡଳ…
ମେଷ : ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। ନୂଆ ଚିନ୍ତାଧାରା ମନକୁ ଆସିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ ବୃଦ୍ଧି ପାଇବ। ନୂତନ ଆୟର ଉତ୍ସ ମିଳିପାରିବ । ଆଜି ଟଙ୍କା ରହିବ। ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ । ବୃଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। କାମ କରିବା ଭଳି ଅନୁଭବ କରିବେ ନାହିଁ । ଅନ୍ୟମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ। ବ୍ୟବସାୟ ଲାଭଦାୟକ ହେବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ମିଥୁନ : ତୁମେ ସମ୍ମାନ ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ଚାକିରିରେ କାମକୁ…
ଆନ୍ଧ୍ରରେ ପ୍ରଧାନମନ୍ତ୍ରୀ ମୋଦି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର କୁର୍ଣ୍ଣଲରେ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମ୍ – “ସୌରାଷ୍ଟ୍ରେ ସୋମନାଥମ୍ ଚ ଶ୍ରୀଶୈଲା ମଲ୍ଲିକାର୍ଜୁନମ୍” ର ଏକ ଶ୍ଳୋକ ପାଠ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ବାର ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଭଗବାନ ସୋମନାଥ ଏବଂ ଭଗବାନ ମଲ୍ଲିକାର୍ଜୁନଙ୍କ ନାମ ଆରମ୍ଭରେ ଏକତ୍ର ଦେଖାଯାଏ। “ଗୁଜୁରାଟର ସୋମନାଥର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିବା, କାଶୀରେ ବାବା ବିଶ୍ୱନାଥଙ୍କ ଭୂମିର ସେବା କରିବାର ସୁଯୋଗ ପାଇବା ଏବଂ…
ଦୀପାବଳି ପାଇଁ ରେଳବାଇର ଘୋଷଣା: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବା । ୧. ଆନନ୍ଦ ବିହାର – ପୁରୀ- ଆନନ୍ଦ ବିହାର, ଅଣସଂରକ୍ଷିତ ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍ (ଟ୍ରେନ୍ ନମ୍ବର ୦୪୪୦୮/୦୪୪୦୭) ଟ୍ରେନ୍ ନମ୍ବର ୦୪୪୦୮, ଆନନ୍ଦ ବିହାର – ପୁରୀ ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୧୮.୧୦.୨୦୨୫ (ଶନିବାର) ରାତି ୨୩:୦୦ ଘଣ୍ଟା (ରାତି ୧୧ଟା) ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ। ଟ୍ରେନ୍ ନମ୍ବର ୦୪୪୦୭, ପୁରୀ – ଆନନ୍ଦ ବିହାର ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୨୦.୧୦.୨୦୨୫ (ସୋମବାର) ଦିନ ସନ୍ଧ୍ୟା ୧୬:୩୦ ଘଣ୍ଟା (ସନ୍ଧ୍ୟା ୪.୩୦ ଘଣ୍ଟା) ରେ ପୁରୀରୁ ଛାଡ଼ିବ। ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଏହି ଟ୍ରେନ୍ ଗୁଡିକର ପ୍ରମୁଖ ରହଣି ସ୍ଥାନ ହେଉଛି, ଖୋର୍ଦ୍ଧ ରୋଡ,…
ଭୁବନେଶ୍ବର: ଆଜି ପୁଣି ବିଜେଡିକୁ ଧକ୍କା। କାରଣ ବିଜେଡି ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି ଲମ୍ବୋଦର ନିଆଲ। ନୂଆପଡାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲମ୍ବୋଦର ବିଜେପିରେ ସାମିଲ ହୋଇଛନ୍ତି। ସେ ଗତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ହେଲେ ସେଠାରେ ବିଜେପିର ମାଳବିକା ଦେବୀ ବିଜୟ ହୋଇଥିଲେ। ମାଳବିକା 50 ପ୍ରତିଶତ ଭୋଟ ପାଇଥିବା ବେଳେ ନିଆଳ 40 ପ୍ରତିଶତ ଭୋଟ ହାସଲ କରିଥିଲେ। ହେଲେ ନିର୍ବାଚନ ପରେ ବିଜେଡି ତାଙ୍କୁ ଅଣଦେଖା କରିଆସିଲା। ଏପରିକି ନୂଆପଡା ଉପନିର୍ବାଚନରେ ତାଙ୍କୁ କୌଣସି କଥା ପଚରାଗଲା ନାହିଁ। ଫଳରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ବସନ୍ତ ପଣ୍ଡା, ମନ୍ତ୍ରୀ ବିଭୂତି ଜେନା ପ୍ରମୁଖ ଉପସ୍ଥିତ ଥିଲେ। Tanishq Unveils ‘Mriganka’ Collection, Promotes Gold Exchange Drive
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍. ଅମ୍ବାନୀ ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ସୁପାରିଶକୁ ସ୍ବାଗତ କରି କହିଛନ୍ତି, “୨୦୩୦ ମସିହାରେ ଶତବାର୍ଷିକୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତର ସୁପାରିଶ ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତି ହେବା ଯାତ୍ରାରେ ଏକ ଗୌରବମୟ ମାଇଲଖୁଣ୍ଟ। ଏହା ଆମ ଦେଶର କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ପ୍ରତିଭାର ଏକ ଉତ୍ସବ! ମୁଁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଏହି ଐତିହାସିକ ପ୍ରୟାସରେ ଅଟଳ ସମର୍ଥନ ପାଇଁ ତାଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରୁଛି। ଏହି ଗୌରବମୟ ମୁହୂର୍ତ୍ତ ଭାରତରେ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବା ନେଇ ଆମର ରହିଥିବା ସ୍ୱପ୍ନ ଦିଗରେ ଆଉ ଏକ ପଦକ୍ଷେପ।
ଭୁବନେଶ୍ବର: ଆଜି ନୂଆପଡା ଶକ୍ତି ପ୍ରଦର୍ଶନ କରିଛି ବିଜେପି। ନୂଆପଡା ଉପନିର୍ବାଚନରେ ଜିତିବା ପାଇଁ ଦଳ ତରଫରୁ ସେଠାରେ ଆୟୋଜିତ ହୋଇଯାଇଛି ବିରାଟ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ଦଳ ମହିଳାଙ୍କୁ କିପରି ସମ୍ମାନ ଦିଏ ତାହାର ପ୍ରମାଣ ଆପଣମାନେ ଜାଣି ସାରିଥିବେ। ନିକଟରେ ପଶ୍ଚିମବଂଗରେ ଜଣେ ଓଡିଆ ଛାତ୍ରୀଙ୍କୁ ଗଣବଳତ୍କାର କରାଗଲା। ହେଲେ ଏହି ଦୁଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଲେ ନାହିଁ। ଲୋକମାନେ ଜାଣିସାରିଲେଣି ଏହି ଦୁଇଦଳ କିପରି ଭୁଆଁ ବୁଲାଇବାରେ ଲାଗିଛି। ସେହିପରି ସେ କହିଛନ୍ତି ଯେ, ନୂଆପଡା ବିକାଶ ଦାୟିତ୍ବ ମୁଁ ନେଲି। ନିକଟରେ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରାଯାଇଛି। ନିର୍ବାଚନ ପରେ ତାହାର…
ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ସରଗରମ ହେବାରେ ଲାଗିଛି। ତିନିଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲେଣି। ସମସ୍ତେ ବର୍ତ୍ତମାନ ନୂଆପଡା ମୁହାଁ। ତିନି ଦଳ ବିଜେପି ବିଜେଡି କଂଗ୍ରେସ ଛକାଛକି। ଏପରି ସମୟରେ ହଠାତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ହେଲେ ଘଟଣାଟି ହେଲା ଫୋନଟି କୌଣସି ରାଜନୈତିକ କାରଣ ନ ଥିଲା କି ଦଳୀୟ କାର୍ଯ୍ୟ ନ ଥିଲା। ତାହା ଥିଲା ଏକ ସମାଜିକ କାର୍ଯ୍ୟ। ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେଥିପାଇଁ ଶୁଭେଚ୍ଛା ଜଣାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।
Nuapada Byelection: ଆଜି ବିଜେପି ନୂଆପଡା ଉପନିର୍ବାଚନ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ନେତାମାନେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହିଚ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ଅଛନ୍ତି। ସେହିପରି ଚଳଚିତ୍ର ଅଭିନେତା ତଥା ନେତା ଭାବେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶଦାସ ନାୟକଙ୍କୁ ନିଆଯାଇଛି। Anil Kapoor Inaugurates Malabar Gold Showroom in Delhi
Naveen Patnaik @79 : ଆଜି ହେଉଛି ଦେଶର ପ୍ରତିଷ୍ଠତ ଜନନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଆଜି ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜ କଳା ମାଧ୍ୟମରେ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ବାଲୁକା କଳାରେ ନବୀନଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏକ ଗୋଲାପି ରଂଗର ବାଲୁକା କେକ୍ କରି ନବୀନଙ୍କ ପାଖରେ ରଖିଛନ୍ତି। ସେଥିରେ ସେ ହାପି ବାର୍ଥ ଡେ ବୋଲି ଲେଖିଛନ୍ତି। ସେହିପରି ଏହି ବାଲୁକା କଳାର ତଳେ ସେ ଇଂରାଜୀରେ 79th Birth Day of Naveen Patnaik ବୋଲି ଉଲ୍ଲେଖ କରଛନ୍ତି। ପୁରୀ ବେଳାଭୂମିରେ ହୋଇଥିବା ଏହି କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ…

