Author: Samikhsya Bureau

ଭୁବନେଶ୍ବର: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା‌ ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପାଦ ଥାପିଥିଲେ। ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ କୌଣସି ଭୂମିକା ନ ଥିଲା କି ସେ ରାଜନୀତିରେ ନ ଥିଲେ। ତାଙ୍କର ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସେହି ଦଳର ସଭାପତି ହେଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ନବୀନ ରେକର୍ଡ ସ୍ଥାପନ…

Read More

ଭୁବନେଶ୍ବର: ଆଜି ରାଜ୍ୟପାଳ ଡ. ହରିବାବୁ କମ୍ଭମ ପାଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରି ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ବାସଭବନରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଧର୍ମପତ୍ନୀ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। Tanishq Unveils ‘Mriganka’ Collection, Promotes Gold Exchange Drive

Read More

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଗଠନ କଲା ଦୁଇଟି କମିଟ। ଷ୍ଟିୟରିଂ କମିଟ ଏବଂ ଇଲେକ୍ସନ ମନଟରିଂ କମିଟ ନାମିତ ଦୁଇଟି କମିଟ ଗଠନ କରିଛି। ଏଥିରେ ଯେଉଁମାନେ ରହିଲେ ସେମାନେ ହେଲେ Election Steering Committee of Pradesh Congress 1. Sri Saptagiri Ulaka, MP 2. Sri Debasish Patnaik, Vice-President, OPCC 3. Sri Siddharth Swarup Dash, Treasurer, OPCC 4. Sri Ashok Das, MLA 5. Sri Sagar Charan Das, MLA 6. Sri K Appalla Swamy, MLA 7. Sri Satyajeet Gomang, MLA 8. Sri Mangu Khilla, MLA 9. Sri Pabitra Saunta, MLA 10. Sri Nilamadhab Hikka, MLA Election Monitoring Committee of Pradesh Congress 1. Sri Bharat Bemal 2. Sri Binod Patra…

Read More

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହେଲା। ଜୟ ଢୋଲକିଆ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏ ନେଇ କେନ୍ଦ୍ରୀୟ ବିଜେପି ତାଙ୍କ ନାମରେ ମୋହର ମାରିଛି। ଆସନ୍ତା 16 ତାରିଖରେ ସେ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ। ଦିଲ୍ଲୀରୁ ପ୍ରକାଶିତ ହୋଇଥିବା ଏହି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି ଯେ, ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଗଲା। ବିଜେପି ସଂସଦୀୟ କମିଟର ନିଷ୍ପତି ଅନୁସାରେ ଏହି ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାରେ ହେବାକୁ ଥିବା ଗୋଟିଏ ଆସନ ପାଇଁ ଏହି ଘୋଷଣା କରାଯାଇଛି। Bihar Polls: ECI Directs Enforcement Agencies to Curb Money Power

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ସାକ୍ଷାତ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ତାଙ୍କ ବାସଭବନରେ ଅନୁଭବ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏ ନେଇ ଅନୁଭବ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଯାହା ଲେଖିଛନ୍ତି ତାହା ହେଲା ‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ ବାସଭବନରେ ତାଙ୍କ ସହ ଏକ ଫଳପ୍ରଦ ସାକ୍ଷାତକାର । ଏହି ସାକ୍ଷାତକାରରେ ରାଜ୍ୟର ବିକାଶ ଧାରା ଏବଂ ଆଗାମୀ ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହେଲା । ଓଡ଼ିଶାର ଲୋକଙ୍କ କଲ୍ୟାଣ ପାଇଁ ଯେକୌଣସି ଉତ୍ତମ କାର୍ଯ୍ୟ ପ୍ରତି ତାଙ୍କର ସକାରାତ୍ମକ ମନୋଭାବ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଉପରେ ସଦାସର୍ବଦା ରହିଥାଉ । ଜୟ ଜଗନ୍ନାଥ।’ ହେଲେ ଆଶ୍ଚର୍ଯ୍ୟର କଥା ଅନୁଭବ ପୂର୍ବରୁ ଓଡିଆ ଚଳଚିତ୍ର ସମସ୍ୟା ନେଇ ଯେଉଁ ଦାବୀ କରୁଥିଲେ ସେ ସଂପର୍କରେ ସେ କିଛି ଲେଖି…

Read More

Bihar Election: ବିହାର ବିଧାନସଭା ନିର୍ବାଚନରେ ​​ଟଙ୍କା ଦିଆନିଆ ବ୍ୟବହାର ରୋକିବା ପାଇଁ ନିର୍ବାଚନ କମିଶନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ କମିଶନ ରାଜ୍ୟ ପୋଲିସ ବିଭାଗ, ରାଜ୍ୟ ଅବକାରୀ ବିଭାଗ, ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, ସୀମା ଶୁଳ୍କ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି। 6 ଅକ୍ଟୋବରରେ ନିର୍ବାଚନ ଘୋଷଣା ହେବା ପରଠାରୁ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ପ୍ରାୟ 34 କୋଟି ଟଙ୍କାର ନଗଦ, ମଦ, ନିଶାଦ୍ରବ୍ୟ ଏବଂ ମାଗଣା ଉପହାର ସାମଗ୍ରୀ ଜବତ କରାଯାଇଛି। ଏଥିରେ କୁହାଯାଇଛି, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା କିମ୍ବା ଅନ୍ୟାନ୍ୟ ପ୍ରଲୋଭନର ଯେକୌଣସି ସନ୍ଦେହଜନକ ଘଟଣା ଉପରେ ନଜର ରଖିବା ପାଇଁ ଫ୍ଲାଇଂ ସ୍କ୍ୱାଡ୍, ପର୍ଯ୍ୟବେକ୍ଷଣ ଦଳ ଏବଂ ଭିଡିଓ ପର୍ଯ୍ୟବେକ୍ଷଣ ଦଳ 24 ଘଣ୍ଟା ସତର୍କ ରହିବେ। କମିଶନ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି…

Read More

ନୂଆଦିଲ୍ଲୀ: ଭାରତ ଆଜିଠାରୁ ଆମେରିକାକୁ ଅନ୍ତର୍ଜାତୀୟ ଡାକ ସେବା ପୁନର୍ବାର ଆରମ୍ଭ କରିବ। ଏକ ବିଜ୍ଞପ୍ତିରେ, ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ ବ୍ୟାପକ ସିଷ୍ଟମ ବିକାଶ ଏବଂ ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା ସହିତ ସମନ୍ୱୟ ପରେ ଇଣ୍ଡିଆ ପୋଷ୍ଟ ପୁଣି ଥରେ ଏହି ସେବା ଆରମ୍ଭ କରୁଛି। ତେବେ ମନ୍ତ୍ରଣାଳୟ କହିଛି ଯେ, ପୂର୍ବରୁ ଏହି ଅନ୍ତର୍ଜାତୀୟ ସେବା ପାଇଁ ଯେଉଁ ଶୁଳ୍କ ପଡୁଥିଲା ତାହା ବଜାଇ ରହିଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆମେରିକା ପ୍ରଶାସନ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ପରେ ଆମେରିକାକୁ ଡାକ ସେବା ପୂର୍ବରୁ ସ୍ଥଗିତ କରାଯାଇଥିଲା। ଆମଦାନୀ ଶୁଳ୍କ ସଂଗ୍ରହ ଏବଂ ପ୍ରେରଣ ପାଇଁ ଆମେରିକା କଷ୍ଟମ୍ସ ଦ୍ୱାରା ପ୍ରଚଳିତ ନୂତନ ନିୟାମକ ଆବଶ୍ୟକତା ଦ୍ୱାରା ଏହି ସ୍ଥଗିତ ରହିବା ଆବଶ୍ୟକ ଥିଲା। ତେବେ ସେଥିରେ ସମାଧାନ ପରେ ଏହି ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି। Google’s Vizag…

Read More

ପୁରୀ: ଆଜି ପୁରୀରେ ଚାରିଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ। ମହାପ୍ରଭୃଙ୍କ ବନକଲାଗି ନୀତି ପାଇଁ  ଶ୍ରୀମନ୍ଦିରେ ମହାପ୍ରଭୃଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ବନକଲାଗି ନୀତିରେ ଶ୍ରୀ ଜିୟୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାର ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ। ଏହି ନୀତିରେ ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଉଠି ଶ୍ରୀଜିୟୁଙ୍କ ଶୃଙ୍ଗାର କରିଥାନ୍ତି। ସେଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Read More

ଭୁବନେଶ୍ୱର: ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବ୍ୟଥିତ ହୋଇଛି । ଉଲ୍ଲେଖ ଯୋଗ୍ୟଯେ ଶ୍ରୀଯୁକ୍ତ କୁମାର ଜଣେ ଅନୁସୂଚିତ ଜାତିବର୍ଗର ଅଫିସର ଥିଲେ ଓ ସେ ସର୍ବଦା ଚାକିରୀ ଏବଂ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଅଧିକାରୀ ମାନଙ୍କର ଅନୁପାତିକ ସଂରକ୍ଷଣ ସପକ୍ଷରେ ସ୍ୱର ଉତ୍ତୋଳନ କରୁଥିଲେ। ଗତ ଅକ୍ଟୋବର ୭ ତାରିଖରେ ସେ ଲେଖିଥିବା ୯ ପୃଷ୍ଠା ବିଶିଷ୍ଟ “ସୁଇସାଇଡ” ନୋଟ ଅନୁଯାୟୀ ହରିଆନା ପୋଲିସ ଡିଜି ଶତୃଜିତ କପୁର ଓ ଅନ୍ୟ ୧୬ ଜଣ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମାନେ ତାଙ୍କୁ ଜାତିଗତ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିଆନା ସରକାର କୌଣସି ଜଣେ ମଧ୍ୟ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିନାହାନ୍ତି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟଯେ, ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରା ଠାରେ ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ। ଉକ୍ତ ବୈଠକରୁ ଜଣା ପଡିଛି ଯେ, ଏହି କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷା ର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ । ଏହି କେନ୍ଦ୍ରରେ…

Read More

ଭୁବନେଶ୍ବର: ଚାଉଳ ନେଇ ଆସିଲା ବଡ ଖବର। ତାହା ହେଲା ଯଦି ଆପଣ ଇ କେୱାସି କରି ନ ଥିବେ ତେବେ ଆର ମାସରୁ ଚାଉଳ ମିଳିପାରିବ ନାହିଁ। ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟିମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଗଣମାଧ୍ୟମକୁ କହିଛନ୍ତି, ଯେଉଁମାନେ ଇ କେୱାସି ନ କରିଛନ୍ତି ସେମାନଙ୍କୁ ଚାଉଳ ଯୋଗାଣ ବନ୍ଦ ରହିବ। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ଲୋକ ଇ-କେୱାସି କରି ନାହାଁନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇକେୱାସି ପ୍ରଚଳନ କରାଯାଇଥିଲା। ଏହାଦ୍ବାରା ଯୋଗ୍ୟ ହିତାଧିକାରୀ ଚାଉଳ ପାଇପାରିବେ ଅଯୋଗ୍ୟ ବାଦ ପଡିବେ। ସେହି ହିସାବରେ ୨୦ ଲକ୍ଷ ହିତାଧିକାରୀ ଏହି ସୁବିଧାରୁ ବାଦ ପଡିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ବର୍ତ୍ତମାନ ଯେଉଁ ହିତାଧିକାରୀ ବାଦ ପଡିବେ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Read More

ପୁରୀ: ଆସନ୍ତାକାରି ପୁରୀ ଶ୍ରୀମନ୍ଦିର ଚାରିଘଣ୍ଟା ପାଇଁ ବନ୍ଦ ରହିବ।  ମହାପ୍ରଭୃଙ୍କ ବନକଲାଗି ନୀତି ପାଇଁ  ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ବନକଲାଗି ନୀତିରେ ଶ୍ରୀ ଜିୟୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାର ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ। ଏହି ନୀତିରେ ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଉଠି ଶ୍ରୀଜିୟୁଙ୍କ ଶୃଙ୍ଗାର କରିଥାନ୍ତି। ସେଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Read More

Nuapada Bypoll: ଖୁବ ଶିଘ୍ର ଜୟ ଢୋଲକିଆ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ବୋଲି ଘୋଷଣା ହେବ। ଏହାପରେ 16 ତାରିଖରେ ସେ ନୂଆପଡାରେ ନିଜର ପ୍ରାର୍ଥୀପତ୍ର ଦଖଲ କରିବେ। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଏଥିସହିତ ବହୁ ମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଯୋଜନା ଚାଲିଛି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ମିଶିବା ପରେ ସେ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ହୋଇଛି। ବିଜେପି ଶାସନ କ୍ଷମତାକୁ ଆସିବା ପରେ ନୂଆପଡା ହେଉଛି ପ୍ରଥମ ଉପନିର୍ବାଚନ। ସେଥିପାଇଁ ଦଳ କିପରି ବିଜୟୀ ହେବ ସେ ନେଇ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇଉଠିଛନ୍ତି। NHAI Targets 2027 to Use Municipal Waste…

Read More

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଏନଏଚଆଇ 2027 ସୁଦ୍ଧା ଦେଶରେ ଉତ୍ପାଦିତ ସମସ୍ତ ପୌର ଆବର୍ଜନାକୁ ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରିବାର ଯୋଜନା ରଖିଛି। ଗତକାଲି ଚେନ୍ନାଇ ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ପୂର୍ବରୁ 80 ଲକ୍ଷ ଟନ୍ ପୌର ଆବର୍ଜନା ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରାଯାଇଛି। ଯେଉଁଥିରେ ଅହମ୍ମଦାବାଦ-ପୁଣେ ରାଜପଥ ନିର୍ମାଣ ଅନ୍ତର୍ଭୁକ୍ତ। ସେଠାରେ 25 ଲକ୍ଷ ଟନ୍ ଆବର୍ଜନା ବ୍ୟବହୃତ ହୋଇଥିଲା ଏବଂ ମୁମ୍ବାଇ-ଦିଲ୍ଲୀ ରାଜପଥ ପାଇଁ 40 ଲକ୍ଷ ଟନ୍ ଆବର୍ଜନା ବ୍ୟବହୃତ ହୋଇଥିଲା। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପୌର ଆବର୍ଜନା ସମେତ ବିଭିନ୍ନ ଉତ୍ସରୁ ହାଇଡ୍ରୋଜେନ୍ ସଂଗ୍ରହ କରିବା ପାଇଁ ଅନେକ ଗବେଷଣା ପଦକ୍ଷେପ ନିଆଯାଇଛି। ସେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ଖୋଜୁଥିବା ଅପେକ୍ଷା ଚାକିରି ସୃଷ୍ଟିକାରୀ ହେବାକୁ ଉତ୍ସାହିତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି।’ ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତାଙ୍କ ମା ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ…

Read More

ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ସେତିକି ନୂଆ ନୂଆ କଥା ଦେଖିବାକୁ ମିଳୁଛି। ଯାହାକୁ ବିଜେଡି ପ୍ରାର୍ଥୀ କରିବ ବୋଲି ପାଗ ଭିଡି ବସିଥିଲା ତାଙ୍କୁ ହାଇଜାକ କରି ନେଲା ବିଜେପି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ରାଜ୍ୟ ବିଜେପି ତାଙ୍କ ନାମକୁ ସଂସଦୀୟ କମିଟକୁ ସୁପାରିଶ କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ। ନିଜ ପ୍ରାର୍ଥୀ ବିଜେପିକୁ ଯିବା ପରେ ବର୍ତ୍ତମାନ ବାଉଳା ହେବାରେ ଲାଗିଛି ବିଜେଡି। ତାଙ୍କ ଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କ କଷା। ତେବେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ। କାରଣ କଂଗ୍ରେସର ଟାଣୁଆ ପ୍ରାର୍ଥୀ ଘାସିରାମ ମାଝୀ, ପୁଣି ବିଜେପିର ଜୟ ଢୋଲକିଆଙ୍କୁ ଟକ୍କର ଦେବା ପରି ପ୍ରାର୍ଥୀ ଆବଶ୍ୟକ। ସେଥିପାଇଁ ନୂଆପଡାରେ ବିଜେଡିର ଏକ ବଡ ଟିମ ଡେରା ପକାଇ ବସିଛନ୍ତି। ହେଲେ ସେ…

Read More

ଭୁବନେଶ୍ୱର: କୋଲକାତାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ ପ୍ରତିବାଦ କରି ନାରୀ ନ୍ୟାୟ ବାହିନୀ ପକ୍ଷରୁ ଗାନ୍ଧିମାର୍ଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଙ୍ଗଠନର ଆବାହିକା ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ ନେତୃତ୍ୱରେ ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ମଧୁମିତା ଦାସ, ନିବେଦିତା ପଟ୍ଟନାୟକ, ସୂର୍ଯ୍ୟ ସ୍ମିତା ପଣ୍ଡା, ସେଫାଳି ଶର୍ମା, ରଂଜୁକ୍ତା ବେହେରା, ଜ୍ୟୋସ୍ଟାମୟୀ ବେହେରା, ସୁନିତା ଧାର୍ମି, ଶ୍ୱେତା ମଲ୍ଲିକ ପ୍ରମୁଖ ବହୁ ମହିଳା ସଦସ୍ୟା ଗଣଧାରଣା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ଯେହେତୁ ସେ ଓଡ଼ିଶାର ଝିଅ ଓଡିଶା ସରକାର ମଧ୍ୟ ଘଟଣାରେ ହସ୍ତକ୍ଷେପ କରିବା ସହ ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରିବାକୁ ଏବଂ ଛାତ୍ରୀଙ୍କ ସୁରକ୍ଷା ପ୍ରଦାନ କରିବାକୁ ଦାବି…

Read More

ପୁରୀ: ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ। ଏହି ଅବସରରେ ସେ କହିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ ଭାବରେ ଓଡ଼ିଆ ସଂସ୍କୃତିରେ ବିଶେଷ ଗୁରୁତ୍ୱ ରଖେ। ସେ ଉଲ୍ଲେଖ କରିଥିଲେ ଯେ ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ…

Read More

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି।। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପରମ୍ପରା ଓ ମୂଲ୍ୟବୋଧ ଉପରେ ନିର୍ଭର କରୁଥିବାବେଳେ SDG 4 ସହିତ ଏକବିଂଶ ଶତାବ୍ଦୀର ଶିକ୍ଷାର ଆକାଂକ୍ଷିତ ଲକ୍ଷ୍ୟ ସହିତ ସମତୁଲ ଏକ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ନିୟମାବଳୀ ଓ ପ୍ରଶାସନ ସହିତ ଶିକ୍ଷା ସଂରଚନାର ସମସ୍ତ ଦିଗଗୁଡ଼ିକର ସଂଶୋଧନ ଓ ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି।  ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି।  ଶିକ୍ଷା ନୀତି ଏହି ସିଦ୍ଧାନ୍ତ…

Read More

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ। କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା। Manipal University Jaipur Hosts International Conference on Empowering Women

Read More

ନୂଆଦିଲ୍ଲୀ: କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଆଜି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଶ୍ରୀମତୀ ଆନନ୍ଦଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବୁଝାମଣାକୁ ସୁଦୃଢ କରିବ। ଆର୍ଥିକ ସହଯୋଗକୁ ଏବଂ ଲୋକ-ଲୋକ ସମ୍ପର୍କକୁ ଆହୁରି ମଜବୁତ କରି ଭାରତ-କାନାଡା ସମ୍ପର୍କରେ ସକାରାତ୍ମକ ଗତି ବୃଦ୍ଧି କରିବାରେ ସାହାଯ୍ୟ କରିବ। ଚଳିତ ବର୍ଷ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଅନିତା ଆନନ୍ଦଙ୍କ ଭାରତ ଗସ୍ତ ଆରମ୍ଭ ହୋଇଛି।

Read More