ବାଲୁଗାଁ: ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୧ତମ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପି ଉତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତ ସାଙ୍ଗକୁ ସୁଦୂର ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଭାରତର ବିଭିନ୍ନ ପ୍ରାନ୍ତ ତଥା ଆଞ୍ଚଳିକ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ ଦୈନନ୍ଦିନ ଜାରି ରହିବାନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି। ଯାହାକି ଉକ୍ତ ଉତ୍ସବ ମାଧ୍ୟମରେ ଓଡ଼ି ଆର୍ଟକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୧୧ତମ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ ବହୁ ଧୁମଧାମରେ ପାଳନ କରିବାନେଇ ଆଲୋଚନା କରିଥିଲେ।ଚଳିତ ବର୍ଷ ଏସିଆର ସମର…
Author: Samikhsya Bureau
ବାଣପୁର: ଶିଶୁ ଦିବସ ଅବସରରେ ଶୁକ୍ରବାର ଦିନ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନ ପରିସରରେ ଶିଶୁଦିବସ ପାଳନ ଓ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଲୁକ ଆଇନା ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ, ଫ୍ରଣ୍ଟ ଅଫିସ ରିଟେନର ରାମଚନ୍ଦ୍ର ପଲାଇ ଆଦି ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିଶୁ ଅଧିକାର, କିଶୋର ଯତ୍ନ ଓ ସୁରକ୍ଷା ଅଧିନିୟମ, ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଆଦି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ନାଗରିକ। ତେଣୁ ପ୍ରତ୍ୟେକ ଶିଶୁକୁ ସ୍ନେହ ପ୍ରଦାନ କରିବା ସହ ଏକ ସୁରକ୍ଷିତ ପରିବେଶ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ସମସ୍ତ ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତି ଦାସ। ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ଅନୁଷ୍ଠାନ ଜାଗୋ କ୍ଳବ୍ ପକ୍ଷରୁ ଆଜି ଶିଶୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି ଶ୍ରୀମତି ଦାସ କହିଥିଲେ ଯେ, ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ସାରା ଦେଶ ଶିଶୁ ଦିବସ ଭାବରେ ପାଳନ କରିଥାଏ। ନଭେମ୍ବର ୧୪ ତାରିଖ ହେଉଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ପଣ୍ଡିତ ନେହେରୁ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ମଧ୍ୟ ସ୍ନେହରେ ଡାକୁଥିଲେ। ଶିଶୁମାନଙ୍କର…
ବାଲୁଗାଁ: ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ୱବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବ୍ରାଉନ ସୁଗାର ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଆଜି ବାଲୁଗାଁ ଥାନା ଅନ୍ତର୍ଗତ ରେଲୱେ ଓଭର ବ୍ରିଜ ନିକଟରେ ଚଢ଼ାଉ କରି ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ କେଶ ନଂ ୧୯୭/୨୫-୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ବେଳେ ଏହି କାରବାରରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଅଭିଯୁକ୍ତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ବିହାର ବିଧାନସଭା ନିର୍ବାଚନରେ ଏକ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଉତ୍ସବକୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ, ଯେଉଁଠାରେ ଉପସ୍ଥିତ ବହୁ ସଂଖ୍ୟକ ନେତା ଏବଂ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେ ବିହାରର ଗର୍ବର ପ୍ରତୀକ ଗାମୁଛା ହଲାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ବିଶେଷ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଦ୍ମ ଫୁଲର ମାଳ ଦେଇ ସ୍ୱାଗତ କରିଥିଲେ।
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ସମସ୍ତ ମେଣ୍ଟ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଜନତା ଆମ ସରକାର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, “୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି। ଏଥିପାଇଁ, ରାଜ୍ୟର ସମସ୍ତ ସମ୍ମାନିତ ଭୋଟରଙ୍କୁ ମୋର ସମ୍ମାନଜନକ ପ୍ରଣାମ, ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ।” ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଣାମ କରୁଛି ଏବଂ ତାଙ୍କର ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। ଏହି ନିର୍ବାଚନରେ NDA ମେଣ୍ଟ ସମ୍ପୂର୍ଣ୍ଣ ଏକତା ପ୍ରଦର୍ଶନ କରି ଏକ ବିପୁଳ ବିଜୟ ହାସଲ କରିଛି। ମୁଁ ଏହି ବିପୁଳ ବିଜୟ…
ନୂଆଦିଲ୍ଲୀ: ଆଜି ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସାମାଜିକ ଗଣମାଧ୍ୟମରେ ସେ ନୂଆପଡାବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୂଆପଡାବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟ କରିଥିବାରୁ ବହୁତ ଧନ୍ୟବାଦ। ଏଥିରେ ନୂଆପଡାରୁ ଜୟ ଢୋଲକିଆ ନୂଆ ବିଧାୟକ ଭାବେ ଜିତିଥିବାରୁ ତାଙ୍କୁ ଧନ୍ୟବାଦ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜମ୍ମୁକାଶ୍ମୀରର ନଗ୍ରୋତାରୁ ପ୍ରଥମ ଥର ପାଇଁ ବିଜୟ ଲାଭ କରି ବିଧାୟିକା ଦିବ୍ୟାନୀ ରାଣାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏମାନେ ଲୋକଙ୍କର ଭଲ ସେବା କରିବେ ବୋଲି ଆଶା କରୁଛି। ଏଥିସହିତ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଯାହା ଲେଖିଛନ୍ତି ତାହା ହେଲା.. I thank the people of Nagrota in Jammu and Kashmir as well as Nuapada in Odisha for blessing…
ନୂଆଦିଲ୍ଲୀ: ଭାରତର ସବୁଠାରୁ ପୁରୁଣା ଦଳ ତଥା ବର୍ତ୍ତମାନ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ, ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ବହୁତ ପଛରେ ପଡ଼ିଯାଇଛି। ରାଷ୍ଟ୍ରୀୟ ଜନତା ଦଳ ସମେତ ଅନେକ ଦଳ ସହିତ କଂଗ୍ରେସ ମହାଗଠବନ୍ଧନର ଅଂଶ ଭାବରେ ବିହାରରେ ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ବିହାରରେ ୬୧ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା, ଦଳ କେବଳ ଗୋଟିଏ ଆସନ କିଶନଗଞ୍ଜ ଜିତିଛି ଏବଂ ୫ ଟିରେ ଆଗୁଆ ଅଛି। ଏହି ଚାରୋଟି ବିଧାନସଭା ଆସନ ମଧ୍ୟରେ କିଶନଗଞ୍ଜ, ବାଲ୍ମିକି ନଗର, ଅରରିଆ, ଚନପାଟିଆ ଏବଂ ମଣିହାରି ଅନ୍ତର୍ଭୁକ୍ତ। ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ଦଳ ପଛରେ ପଡ଼ିଛି। ଆଜି ଭାରତୀୟ ନିର୍ବାଚନ କମିଶନ (ECI) ବିଭିନ୍ନ ରାଜ୍ୟର ଆଠଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା କରିଛନ୍ତି। ତଥାପି, କଂଗ୍ରେସ ଦଳ…
ଭୁବନେଶ୍ୱର: ଭାରତର ଆଦିବାସୀ ନାୟକମାନଙ୍କ ବୀରତ୍ୱ, ଦୂରଦୃଷ୍ଟି ଏବଂ ଅସାଧାରଣ ଅବଦାନ ପ୍ରତି ଏକ ଉତ୍ସାହୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ, ଜନଜାତୀୟ ଗୌରବ ବର୍ଷ ପଖୱାଡା 2025 ନଭେମ୍ବର 1 ରୁ 15 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳିତ ହେଉଛି। ଏହି ଦୁଇ ପକ୍ଷ ଧରି ପାଳନ ବର୍ଷବ୍ୟାପୀ ଜନଜାତୀୟ ଗୌରବ ବର୍ଷ ର ଏକ ଅବିଚ୍ଛେଦ୍ୟ ଅଂଶ, ଯାହା ଭାରତର ସବୁଠାରୁ ପୂଜ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଉପନିବେଶବାଦୀ ପ୍ରଭୁତ୍ୱ ବିରୁଦ୍ଧରେ ପ୍ରତିରୋଧର ଏକ ସ୍ଥାୟୀ ପ୍ରତୀକ – ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମବାର୍ଷିକୀକୁ ସ୍ମରଣ କରେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ଆଦିବାସୀ ସମ୍ପ୍ରଦାୟର ଐତିହାସିକ ଭୂମିକା ଏବଂ ସାଂସ୍କୃତିକ ସମୃଦ୍ଧିକୁ ସ୍ୱୀକାର କରି, ସେମାନଙ୍କର ସାହସ, ଐତିହ୍ୟ ଏବଂ ରାଷ୍ଟ୍ର ନିର୍ମାଣର କାହାଣୀକୁ ଜାତୀୟ ଚେତନା ସହିତ ଜଡିତ କରିବା ପାଇଁ ଜନଜାତି ଗୌରବ ବର୍ଷ ପାଳନ କରିବାର ଘୋଷଣା କରିଥିଲେ।…
ଭୁବନେଶ୍ଵର: ଓଡିଶାର ଏକ ମାତ୍ର ବିଧାନସଭା ଆସନ ନୂଆପଡା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଛି। ଏହି ଉପନିର୍ବାଚନର ଫଳାଫଳ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି। ଜୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩, ୭୪୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେପଟେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ମିଳିଛି।
ଭୁବନେଶ୍ୱର: ଓମ୍ଫେଡ୍ ପକ୍ଷରୁ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ନଭେମ୍ବର 14ରୁ 20 ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ସପ୍ତାହର ପ୍ରଥମ ଦିନରେ ଭୁବନେଶ୍ୱର ସହିଦନଗରସ୍ଥିତ ଓମ୍ଫେଡ୍ ର ମୁଖ୍ୟାଳୟରେ ସମବାୟ ପତାକା ଉତ୍ତୋଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଡେପୁଟି ମ୍ୟାନେଜର (ପ୍ରୋକ୍ୟୁୟରମେଣ୍ଟ) ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ ପତାକା ଉତ୍ତୋଳନ ପୂର୍ବକ ସମବେତ କର୍ମଚାରୀଙ୍କୁ ସମବାୟ ସପ୍ତାହର ତାପ୍ତର୍ଯ୍ୟ ସଂପର୍କରେ ଅବଗତ କରାଇବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଏହା କିପରି ସହାୟକ ହୋଇପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ। ସମବାୟ ଆନ୍ଦୋଳନକୁ ଆହୁରି ଆଗକୁ ନେବାର ଅଛି। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ସମବାୟ ସଂସ୍ଥା ସହ ଜଡିତ ହେବେ, ସେତେବେଳେ ରାଜ୍ୟ ତଥା ଦେଶ ନିଶ୍ଚୟ ସମୃଦ୍ଧ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର, ଡାଏରୀ ଅପରେସନ ମୃତ୍ୟୁଞ୍ଜୟ କୁମାର,…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିପୁଳ ସଫଳତା ମଧ୍ୟରେ ଅସଦୁଦ୍ଦିନ ଓୱେସିଙ୍କ ଦଳ, ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଭାରତୀୟ ଜାତୀୟ କଂଗ୍ରେସକୁ ପଛରେ ପକାଇ ଦେଇଛି। ଅପରାହ୍ନ ୪:୦୦ ସୁଦ୍ଧା ନିର୍ବାଚନ କମିଶନ ଟ୍ରେଣ୍ଡରେ କଂଗ୍ରେସ ଚାରିଟି ଆସନରେ ଏବଂ AIMIM ପାଞ୍ଚଟି ଆସନରେ ଆଗୁଆ ଥିବା ଦେଖାଯାଇଛି। ଖବର ଲେଖାଯିବା ବେଳକୁ କଂଗ୍ରେସ ୮.୬୮ ପ୍ରତିଶତ ଭୋଟ ପାଇଥିବା ବେଳେ AIMIM ୨.୦୫ ପ୍ରତିଶତ ଭୋଟ ପାଇଛି।
ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍…
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହେବାରେ ଲାଗିଛି ଯେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ବଡ ବିଜୟ ଆଡକୁ ମୁହାଁଉଛି। ତେବେ ଏହି ଫଳାଫଳ ନେଇ ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ବାଣ ମାରିଛନ୍ତି। ସେ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା। ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ୟ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ…
ନୂଆଦିଲ୍ଲୀ: ରାଜସ୍ଥାନର ଅନ୍ତା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଦଳ ଏକ ବଡ଼ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଭାୟା ପ୍ରାୟ ୧୫ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଫଳାଫଳ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଏକ ବଡ଼ ଝଟକା ଦେଇଛି। ଏହି ଆସନ ବସୁନ୍ଧରା ରାଜେଙ୍କ ଗଡ଼ ଭାବେ ବିବେଚନା କରାଯାଉଛି। ବିଜେପି ପ୍ରାର୍ଥୀ ମୋରପାଲ ସୁମନଙ୍କୁ ବସୁନ୍ଧରା ରାଜେଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।
ଭୁବନେଶ୍ଵର: ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ୧୫ ରାଉଣ୍ଡ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରୁ ୧୫ ରାଉଣ୍ଡ ପର୍ଯ୍ୟନ୍ତ ଶ୍ରୀ ଢୋଲକିଆ ଆଗରେ ରହିଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୭୩,୭୪୫ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୩,୦୮୯ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୨୨,୬୧୮ ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୫୦,୬୫୬ ଭୋଟରେ ଆଗରେ ଅଛନ୍ତି।
ଭୁବନେଶ୍ଵର: ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ମଧ୍ୟରେ ୧୩ ନଭେମ୍ବର ଗୁରୁବାର ଭାରତରେ ସୁନା ମୂଲ୍ୟ ତିନି ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଆମେରିକାରେ ଚାଲିଥିବା ବନ୍ଦ ଯୋଗୁଁ ମାନ୍ଦାବସ୍ଥାର ଆଶଙ୍କା ସୃଷ୍ଟି ହୋଇଛି, ଯାହା ଫଳରେ ସୁରକ୍ଷିତ ନିବେଶ ଭାବରେ ସୁନାର ଚାହିଦା ବୃଦ୍ଧି ପାଇଛି। ଘରୋଇ ବଜାରରେ, ଗତ ପାଞ୍ଚ ଦିନ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୬,୬୩୦ ଟଙ୍କା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଜି ସୁନାର ମୂଲ୍ୟ କେତେ?: ବିହାର ନିର୍ବାଚନ ଫଳାଫଳ ମଧ୍ୟରେ ଆଜି ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୨,୭୮୫ ଟଙ୍କା, ଗତକାଲି ତୁଳନାରେ ୮୦ ଟଙ୍କା ହ୍ରାସ ପାଇଛି। ଏହି ସମୟରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୧,୭୨୦ ଟଙ୍କା, ଗୁରୁବାର ତୁଳନାରେ ୭୦…
ନୂଆଦିଲ୍ଲୀ: ୨୦୨୫ ରାଇଜିଂ ଷ୍ଟାର୍ସ ଏସିଆ କପ୍ ଆଜି ଦୋହାରେ ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଗୋଟିଏ ନାମ ଉପରେ ଧ୍ୟାନ ଦେଇଛନ୍ତି: ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୪ ବର୍ଷ ବୟସରେ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିସାରିଥିବା ବୈଭବ ପ୍ରଥମ ଥର ପାଇଁ ଭାରତ ଏ ଦଳ ପାଇଁ ଖେଳିବେ। ସେ ଆଜି ୟୁଏଇ ବିପକ୍ଷ ମ୍ୟାଚ୍ରେ ଇନିଂସ୍ ଓପନିଂ କରିବେ। ଏହି ମ୍ୟାଚ୍କୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ମଧ୍ୟ ବୋଲି ବିବେଚନା କରାଯାଉଛି। ଆଇପିଏଲ୍ ଷ୍ଟାର ଜିତେଶ ଶର୍ମା ଭାରତ ଏ ଦଳର ନେତୃତ୍ୱ ନେଉଛନ୍ତି, ଯେତେବେଳେ ବୈଭବଙ୍କ ଦଳରେ ସାମିଲ ହେବା ତାଙ୍କ ଉତ୍କୃଷ୍ଟ ଫର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୪ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୋହାରେ ଖେଳାଯିବ, ଯେଉଁଥିରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହା ପ୍ରଥମ ଥର ପାଇଁ ଏମର୍ଜିଂ ଟିମ୍ସ ଏସିଆ କପ୍…
ଭୁବନେଶ୍ଵର: ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଦଶମ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରୁ ଦଶମ ପର୍ଯ୍ୟାୟ ପର୍ଯ୍ୟନ୍ତ ଶ୍ରୀ ଢୋଲକିଆ ଆଗରେ ରହିଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ 45251 ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 14784 ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ 11957 ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ 30467 ଭୋଟରେ ଆଗରେ ଅଛନ୍ତି।
India International Trade Fair: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-IITF ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହେଉଛି। ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ବାଣିଜ୍ୟ ମେଳାର ଉଦଘାଟନ କରିବେ। ଏହି ବର୍ଷର ମେଳାର ବିଷୟବସ୍ତୁ ହେଉଛି- ଏକ ଭାରତ-ଶ୍ରେଷ୍ଠ ଭାରତ। ଏଥିରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ବିହାର ପ୍ରଭୃତି ରାଜ୍ୟ ଏହି ଅନ୍ତର୍ଜାତୀୟ ମେଳାରେ ଯୋଗଦେଇଛନ୍ତି। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ, ଚୀନ୍, ଇରାନ, ଦକ୍ଷିଣ କୋରିଆ ଏବଂ ଇଜିପ୍ଟ ସମେତ ବାରଟି ଦେଶ ଏହି ୧୪ ଦିନିଆ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରୁଛନ୍ତି। ବାଣିଜ୍ୟ ମେଳା ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ପ୍ରଦାନ କରିବ। ବ୍ୟବସାୟ-ରୁ-ବ୍ୟବସାୟ ଏବଂ ବ୍ୟବସାୟ-ରୁ-ଗ୍ରାହକ ସଂଯୋଗକୁ ଉତ୍ସାହିତ କରିବ। ବ୍ୟବସାୟିକ ଦିନଗୁଡ଼ିକରେ ମେଳାର ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ସ୍ଥିର କରାଯାଇଛି।…
ନୂଆଦିଲ୍ଲୀ: ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୧୦:୩୦ ସୁଦ୍ଧା ସମସ୍ତ ୨୪୩ ଟି ଆସନର ଟ୍ରେଣ୍ଡସ ସାମ୍ନାକୁ ଆସିଛି। ଏଥିରେ NDA ୧୭୫ ଟି ଆସନରେ ଏବଂ ମହାଗଠବନ୍ଧନ ୬୩ ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟ ଦଳର ପ୍ରାର୍ଥୀମାନେ ୫ ଟି ଆସନରେ ଆଗୁଆ ଅଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗଣତିରେ ସବୁଠୁ ବଡ ଦଳ ଭାବେ ଜେଡ଼ିୟୁ ୭୭ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୭୫ ଟି ଆସନରେ ଆଗରେ ଅଛି। ସେହିଭଳି ଆରଜେଡ଼ି ୪୪ ଟି ଆସନରେ ଆଗରେ ଅଛି।

