Author: Samikhsya Bureau

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହେଲା। ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି।

Read More

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା 27 ଓ 28 ତାରିଖରେ ଦୁଇଦିନ ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଏକ ଐତିହାସିକ ଗସ୍ତ ହେବ ବୋଲି ଜଣାପଡିଛି। କାରଣ ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ନିଜର ଅଭିଭାଷଣ ରଖିବେ। ପୂର୍ବରୁ ଓଡିଶା ବିଧାନସଭାରେ କେବେ କୌଣସି ରାଷ୍ଟ୍ରପତି ଅଭିଭାଷଣ ରଖିନାହାଁନ୍ତି। ରାଷ୍ଟ୍ରପତି 27 ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ 2 ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ 4 ଟା 20 ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ 4 ଟା 30 ରୁ 5 ଟା 30 ପର୍ଯ୍ୟନ୍ତ ନିଜର ଅଭିଭାଷଣ ରଖିବେ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଟାନର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଦୁଃଖଦ ଘଟଣା ପରେ ଭୂଟାନର ଲୋକମାନେ ପୀଡ଼ିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅନନ୍ୟ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ କରୁଣା ଏବଂ ଏକତାର ଏହି ଗଭୀର କାର୍ଯ୍ୟକୁ ସ୍ୱୀକାର କରି କହିଛନ୍ତି, “ମୁଁ ଏହି ପଦକ୍ଷେପକୁ କେବେବି ଭୁଲିବି ନାହିଁ”। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂଟାନର ଜନସାଧାରଣ ଏକ ଅନନ୍ୟ ପ୍ରାର୍ଥନା ମାଧ୍ୟମରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ଭାରତର ଜନସାଧାରଣଙ୍କ ସହ ଏକତା ବ୍ୟକ୍ତ କରିଥିଲେ। ମୁଁ ଏହି ଆଚରଣକୁ କେବେବି ଭୁଲିବି ନାହିଁ।”

Read More

Indian Consumer Market: ଅନ୍ତର୍ଜାତୀୟ ଆର୍ଥିକ ସର୍ଭେ ସଂସ୍ଥା UBS ର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତ ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧି ପଥରେ ଗତି କରୁଛି। ଏହା ସହିତ ଦେଶ ୨୦୨୬ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଗ୍ରାହକ ବଜାର ବା Consumer Market ଏବଂ ୨୦୨୮ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। UBS ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଭାରତର ଘରୋଇ ବ୍ୟବହାର ଦୁଇଗୁଣ ହୋଇ ୨.୪ ଟ୍ରିଲିୟନ ଡଲାର ହେବ। ରିପୋର୍ଟ ଅନୁଯାୟୀ ଗତ ଦଶନ୍ଧି ମଧ୍ୟରେ ଭାରତର ଘରୋଇ ବ୍ୟବହାର ଦ୍ୱିଗୁଣିତ ହୋଇ ୨୦୨୪ ମସିହାରେ ୨.୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହା ଚୀନ୍, ଯୁକ୍ତରାଷ୍ଟ୍ର ଏବଂ ଜର୍ମାନୀ ଭଳି ଦେଶଗୁଡ଼ିକୁ ପଛରେ ପକାଇ ଦେଇଛି। ଭାରତର ଘରୋଇ ବ୍ୟବହାର ୭.୯ ପ୍ରତିଶତର CAGR ପଞ୍ଜୀକୃତ କରିଛି। ରିପୋର୍ଟ କହିଛି ଯେ, ଆମେ ଆକଳନ କରୁଛୁ ଯେ ଭାରତର ଗ୍ରାହକ ବଜାର ୨୦୨୬…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସଞ୍ଚୟ ଜନ ଭାଗିଦାରୀ 1.0 (ଜେଏସଜେବି) ପ୍ରୟାସ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛି। ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍ ଅଭିଯାନ ଅନ୍ତର୍ଗତ ଏକ ପ୍ରମୁଖ ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଏହି ପୁରସ୍କାର ମିଳିଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସମାରୋହରେ 2025 ମସିହା ପାଇଁ ଷଷ୍ଠ ଜାତୀୟ ଜଳ ପୁରସ୍କାର ସହିତ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ ଜଳ ଶକ୍ତି ପାଇଁ ଜନ ଶକ୍ତି ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ, ଜଳ ସଂଚୟ ଜନ ଭାଗୀଦାରୀ ପ୍ରୟାସ 6 ସେପ୍ଟେମ୍ବର 2024 ରେ ଗୁଜୁରାଟର ସୁରତରୁ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ମୋଟ 100 ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ତିନୋଟି…

Read More

ନୂଆଦିଲ୍ଲୀ: ପିଲାମାନଙ୍କ ପାଇଁ ଆଧାରରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ) ଲାଗି ସମସ୍ତ ଶୁଳ୍କ ଛାଡ଼ କରିବା ପରେ ଭାରତୀୟ ଅନନ୍ୟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏମବିୟୁ ଗ୍ରହଣକୁ ବୃଦ୍ଧି କରିବା ପାଇଁ ଆଚରଣଗତ ଅନ୍ତର୍ଦୃଷ୍ଟି ବ୍ୟବହାର କରିବ। ଛୋଟ ପିଲା ଏବଂ ଯୁବପିଢ଼ିଙ୍କୁ ସେମାନଙ୍କର ଆଧାରରେ ବାୟୋମେଟ୍ରିକ୍ ସମୟାନୁସାରେ ସଂଶୋଧନ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ପାଇବାରେ ସାହାଯ୍ୟ କରିବା ପାଇଁ ୟୁଆଇଡିଏଆଇ ଗବେଷଣା ପରାମର୍ଶଦାତା ବିହେବିୟରାଲ ଇନସାଇଟ୍‌ ଲିମିଟେଡ୍ (ବିଆଇଟି) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। 5 ବର୍ଷ ଏବଂ 15 ବର୍ଷ ବୟସର ପିଲାମାନଙ୍କ ପାଇଁ ଆଧାରରେ ଏମବିୟୁ ବୃଦ୍ଧି କରିବା ଏବଂ ସମୟାନୁସାରେ ସଂଶୋଧନ ଲାଗି ଆଚରଣଗତ, ଲଜିଷ୍ଟିକ୍ ଏବଂ ସଚେତନତା-ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏହି ବୁଝାମଣାପତ୍ରର ଲକ୍ଷ୍ୟ। ଏହା ଆଧାର ସହିତ ଜଡିତ ସେବା ଏବଂ ଲାଭଗୁଡ଼ିକୁ ସୁଗମ ଉପଲବ୍ଧତାକୁ ସକ୍ଷମ କରିବ। ଆଧାର ଏମବିୟୁଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଉପଯୁକ୍ତ ଆଚରଣଗତ ହସ୍ତକ୍ଷେପ…

Read More

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ ପ୍ରକାଶ ପାଇଛି, ଏବଂ ପ୍ରାୟ ସମସ୍ତ ସର୍ଭେ ଏଜେନ୍ସି NDA ଆଗରେ ଥିବା ଦେଖାଇଛନ୍ତି। PRAJA POLL ANALYTICS ଅନୁଯାୟୀ, NDA 186 ଆସନ, ମହାଗଠବନ୍ଧନ 50 ଏବଂ ଅନ୍ୟାନ୍ୟ ଦଳ 7 ଆସନ ଜିତିବ ବୋଲି ଆକଳନ କରାଯାଇଛି। ଯଦି ସର୍ଭେକୁ ବିଶ୍ୱାସ କରାଯାଏ, ତେବେ NDA ସ୍ପଷ୍ଟ ବହୁମତ ସହିତ ରାଜ୍ୟରେ କ୍ଷମତାକୁ ଫେରିପାରେ। MATRIZE-IANS: NDA ଆଗରେ, ମହାଗଠବନ୍ଧନ ପଛରେ Matrize-IANS ଏକଜିଟ୍ ପୋଲ NDA ପାଇଁ 147 ରୁ 167 ଆସନ ପାଇବାର ପୂର୍ବାନୁମାନ କରିଛି। ମହାଗଠବନ୍ଧନ 70 ରୁ 90 ଆସନ ଜିତିବ ବୋଲି ଆକଳନ କରାଯାଇଛି, ଯେତେବେଳେ ଅନ୍ୟ ଦଳଗୁଡ଼ିକ 2 ରୁ 6 ଆସନ ଜିତିବେ ବୋଲି ଆକଳନ କରାଯାଇଛି। ଏହି ପୋଲ ଅନୁସାରେ, ବିଜେପି 65 ରୁ 73 ଆସନ, JDU 67 ରୁ 75 ଆସନ, LJP (R)…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ। ସେହିପରି ଭଗବାନ ହେଲେ ମଧ୍ୟ କଣ ହେଲା ପ୍ରଭୃ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ଲିଙ୍ଗରାଜଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ସେଦିନ ଏକ ସ୍ବତନ୍ତ୍ର ପୂଜା କରାଯାଇଥାଏ। ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ। ଲିଙ୍ଗରାଜ ମହାପ୍ରଭୁ ଏହିଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ପଢୁଆଁ ହେବା ପାଇଁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’। ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ। ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି। ତାହା ପାପନାଶିନୀ ରୂପେ ପରିଚିତ। ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି। ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ…

Read More

କଟକ: ବାଲିଯାତ୍ରାର ବଢ଼ୁଛି ଭିଡ଼। ମଙ୍ଗଳବାର ସପ୍ତମ ସଂଧ୍ୟାରେ ହଠାତ୍ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସିଛନ୍ତି ଏହି ଅବସରରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଏକ ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରାକୁ ଆହୁରି ଜୀବନ୍ତ କରିଥିଲା, ଯାହା ଓଡ଼ିଶାର କଳାତ୍ମକ ଐତିହ୍ୟ ସହିତ ଜାତୀୟ ସାଂସ୍କୃତିକ ସ୍ୱାଦକୁ ପ୍ରଦର୍ଶିତ ଦର୍ଶକଙ୍କ ଆଗରେ। ଆରମ୍ଭ ହୋଇଥିଲା ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ବୋଇତ ବନ୍ଦାଣ ଏବଂ ସମୃଦ୍ଧ ସାଧବ ପରମ୍ପରାକୁ ମନେପକାଇବା ଉଦ୍ଦେଶ୍ୟରେ ପଡ଼ିଆ ନିକଟରେ ଗଡ଼ଗଡ଼ିଆ ଘାଟଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହରେ ସହିତ। ଯେଉଁ କାର୍ଯକ୍ରମରେ ଉପସ୍ଥିତ ଥିଲେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କଟକ (ଚୌଦ୍ୱାର) ବିଧାୟକ ସୌଭିକ ବିଶ୍ୱାଳ, ପର୍ଯ୍ୟଟନ ବିଭାଗର ସଚିବ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀ କାର ବିସ୍ଫୋରଣ ଘଟଣା ଉପରେ ସୁରକ୍ଷା ଏଜେନ୍ସି ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ପ୍ରଥମ ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାତୀୟ ତଦନ୍ତାକରୀ ସଂସ୍ଥାର ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୋଲିସ କମିଶନର ଯୋଗ ଦେଇଥିଲେ। ଜାମ୍ମୁ-କାଶ୍ମୀରର ମହାନିର୍ଦ୍ଦେଶକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ଦେଇଥିଲେ। ଦ୍ୱିତୀୟ ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ମହାନିର୍ଦ୍ଦେଶକ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ମହାନିର୍ଦ୍ଦେଶକ, ଫରେନ୍ସିକ ସାଇନ୍ସ ସର୍ଭିସେସ୍ ନିର୍ଦ୍ଦେଶକ, ଦିଲ୍ଲୀର ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ମୁଖ୍ୟ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ‘ଏକ୍ସ’ରେ ତାଙ୍କ ପୋଷ୍ଟରେ କହିଛନ୍ତି, “ବରିଷ୍ଠ ଅଧିକାରୀଙ୍କ ସହ ଦିଲ୍ଲୀ…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ଆପ୍ଳାଏଡ୍ ଜୁଲୋଜିଷ୍ଟସ୍ ରିସର୍ଚ୍ଚ ଆସୋସିଏସନ୍ (ଆଜରା) ଏବଂ ଇଂଟରନ୍ୟାସ୍‌୍‌ନାଲ ରାଇସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଆର୍‌ଆର୍‌ଆଇ), ଫିଲିଫାଇନ୍ସ ର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ -୪ ପରିସରରେ ତିନି ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ୧୯ତମ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ଏହି ତ୍ରିିବିସୀୟ ସମ୍ମିଳନୀରେ ଆର୍ନ୍ତଜାତିକ ଓ ଜାତୀୟ ସ୍ତରର ଦେଶ ତଥା ବିଦେଶରୁ ୨୫୦ଜଣ ଗବେଷକ, ଯୁବ ଗବେଷକ ଓ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି। ଏହି ଉଦ୍‌ଘାଟନୀ ସମ୍ମିଳନୀରେ ‘ଆଜରା -୨୦୨୫’ ନାମିତ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି। ଜଳବାୟୁ ପରିବର୍ତ୍ତନ ପ୍ରାଣୀ, ଜୈବ,ଖାଦ୍ୟ ସୁରକ୍ଷା ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଏହା କିପରି ପ୍ରଭାବ ପକାଉଛି ତାହା ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରସିଦ୍ଧ ବୈଜ୍ଞାନିକ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ରେ ସୋମବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ (ଏକସଟେନସନ) ଡକ୍ଟର ଚକ୍ରଧର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ୱନାମଧନ୍ୟ କ୍ଷେତ୍ରବିଜ୍ଞାନୀ ବିଦ୍ୟାଧର ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଡକ୍ଟର ଜିତେନ୍ଦ୍ର କୁମାର ନାୟକ ଲଘୁ ଶସ୍ୟ ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଅଗ୍ରଗତି ଓ କୁମାର ସମ୍ଭବ ଗିରି ମାଣ୍ଡିଆରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଦ୍ରବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ଅଧ୍ୟକ୍ଷତା କରିଥିଲେ। ମାଣ୍ଡିଆ ଫସଲର ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅବସରରେ କ୍ଷେତ୍ର ବିଜ୍ଞାନ ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ…

Read More

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଂଘନକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି କିଭଳି ଉଲଂଘନ କରୁଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି। ଶ୍ରୀ ଜେନା କହିଲେ, ମୁଁ ଅନେକ ନିର୍ବାଚନ ଦେଖିଛି କିନ୍ତୁ ନୂଆପଡା ଭଳି ଟଙ୍କାବଣ୍ଟା ନିର୍ବାଚନ ଦେଖି ନଥିଲି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ ଉଲଂଘନ କରି ବିଜେପି ଗାଁ ଗଣ୍ଡା, ସହର ସବୁଠି ଖୋଲାଖୋଲି ଟଙ୍କା ବାଣ୍ଟୁଛି। ଏ ବିଷୟକୁ ନେଇ ଅନେକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସ୍ୱଚ୍ଛ ଅବାଧ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି । ପୁଲିଙ୍ଗ ଅଫିସର ଭୋଟ ବେଳେ ସରକାରୀ ଦଳକୁ ସାହାଯ୍ୟ କରି ନିଲମ୍ବିତ ହେଉଛନ୍ତି। ଷ୍ଟ୍ରଙ୍ଗରୁମ ଯେଉଁଠି ଭୋଟ ସରିଲା ପରେ…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ୨୦୨୫ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ବିଭାଗ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ କୁଷ୍ଠ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। କୁଷ୍ଠ ରୋଗୀର ନାକରୁ ଜୀବାଣୁ ବାହାରି ବାୟୁ ମଣ୍ଡଳରେ ଘୁରି ବୁଲନ୍ତି। ରୋଗୀ ନିକଟରେ ଚଳ ପ୍ରଚଳ କରୁଥିବା ପରିବାର ଲୋକ ପ୍ରଶ୍ୱାସରେ କୁଷ୍ଠ ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବହୁ ବର୍ଷ ପରେ କୁଷ୍ଠ ରୋଗର ଲକ୍ଷଣ ଜାଣି ହୁଏ। ଯେଉଁ ବ୍ୟକ୍ତିଙ୍କୁ କୁଷ୍ଠ…

Read More

CBI Inquiry: ଓଡିଶା ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା। ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି। ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି। ତେଣୁ ଏହାର ଉପଯୁକ୍ତ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…

Read More

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ। ବିଶ୍ବାସ ରହିଛି ମାର୍ଗଶୀର ଅଷ୍ଠମୀରେ ମାମୁଁଙ୍କ ଘରୁ ଭଣଜା ଭାଣଜୀଙ୍କ ପାଇଁ ଭାର ଆସେ। ସେଥିରେ ସେମାନେ ପୋଢୁଆଁ ବା ପୂଜା ହୋଇଥାଆନ୍ତି। ଏହିପରି ପ୍ରଥା କାହିଁ କେଉଁ କାଳରୁ ଓଡିଶାରେ ପାଳିତ ହୋଇଆସୁଛି। ଏହି ପ୍ରଥମାଷ୍ଠମୀରେ ମାମୁଁ ଘରୁ ଭାରରେ କଣ ଆସୁଛି ତାହାକୁ ଅପେକ୍ଷା କରିଥାନ୍ତି ଭଣଜାଭାଣଜୀ। ତେବେ ଏହି ପରଂପରା ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଆସୁଛି। ମାର୍ଗଶୀର ଅଷ୍ଠମୀରେ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ ପ୍ରଥମାଅଷ୍ଠମୀ ବା ପୋଢୁଆଁ ଅଷ୍ଠମୀ। ଏହି ଦିନ ମହାପ୍ରଭୃଙ୍କର ସ୍ବତନ୍ତ୍ର ନୀତି ପାଳନ ହୋଇଥାଏ। ଏହି ପର୍ବ ଶ୍ରୀମନ୍ଦିର ଭିତରେ ପାଳନ କରାଯାଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ମହାପ୍ରଭୃଙ୍କର ମାମୁଁ ଘର କେଉଁଠି? ସେଠାରୁ କଣ ପ୍ରତିବର୍ଷ ଅଷ୍ଟମୀ ଭାର ଆସିଥାଏ କି? ଯଦି ହଁ ତେବେ ସେହି ଭାରରେ ପ୍ରଭୃଙ୍କ ପାଇଁ କଣ କଣ ଆସେ? ଏହାର ଉତ୍ତର ହେଲା ଯେ,…

Read More

Modi in Bhutan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ କେବେ ବି ଛଡ଼ାଯିବ ନାହିଁ। ପିଡିତମାନଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ। ଭୁଟାନର ଥିମ୍ପୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ଗତକାଲି ସାରା ରାତି ଏହି ଘଟଣାର ତଦନ୍ତ କରୁଥିବା ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସହିତ ଯୋଗାଯୋଗରେ ଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସେ ବହୁତ ଦୁଃଖ ହୃଦୟରେ ଭୁଟାନ ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଘଟଣା ସମସ୍ତଙ୍କୁ ଗଭୀର ଭାବରେ ବିଚଳିତ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ, ସେ ପ୍ରଭାବିତ ପରିବାରର ଯନ୍ତ୍ରଣା ବୁଝନ୍ତି ଏବଂ ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭୁଟାନ ପାଇଁ, ଭୁଟାନର ରାଜପରିବାର ପାଇଁ…

Read More

Islambad Bomb Blast: ଆଜି ପାକିସ୍ତାନର ଇସଲାମାବାଦର ଏକ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ ଅନୁଯାୟୀ, କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରଣ ଘଟିଥିଲା। ପାକିସ୍ତାନ ଗତ କିଛି ବର୍ଷ ଧରି ବିଶେଷକରି ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ, ପାକିସ୍ତାନ ମାନବାଧିକାର କମିଶନ (HRCP) ଖାଇବର ପଖତୁନଖ୍ୱାରେ ସୁରକ୍ଷା ଏବଂ ମାନବାଧିକାର ପରିସ୍ଥିତି ବିଗିଡ଼ିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

Read More

Nuapada Voting: ବେଶ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ନୂଆପଡା ଉପନିର୍ବାଚନ ମତଦାନ। ତେବେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୬୫.୫୬ ପ୍ରତିଶତ ମତଦାନ ହୋଇଛି। ବର୍ତ୍ତମାନ ମତଦାନ ଦେବା ସମୟ ଶେଷ ହେବା ପାଇଁ ଯାଉଛି। ତେବେ ଯେଉଁଠି ଅତି ଉତ୍ତେଜନ ପ୍ରବଣ ବୁଥ ରହିଛି ସେଠାରେ ଅପରାହ୍ନ ଚାରିଟାରେ ଭୋଟ ଗ୍ରହଣ ଶେଷ ହେବ।

Read More