ଭୁବନେଶ୍ୱର: ପ୍ରେମ, ଭାଇଚାରା ଓ ସଦ୍ଭାବନାର ପର୍ବ ହୋଲି । ହୋଲିରେ ବିଶେଷ କରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ରହିଥାଏ । ରଙ୍ଗରେ ରଙ୍ଗେଇ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଙ୍ଗସାଥୀମାନେ ମିଶି ପରସ୍ପର ଅବିର ବୋଳି ହୋଲି ଉତ୍ସବକୁ ଧୁମ୍ଧାମରେ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡ଼କ୍ସନର ମିଳିତ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପରିଚାଳନାରେ ଭୁବନେଶ୍ୱରର ସହିଦ ନଗରସ୍ଥିତ ସୁନ୍ଦରୀ ଗୋଶାଳାରେ ଥିବା ଗୋମାତାଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ଖାଦ୍ୟ ଖୁଆଇ, ଦେହରେ ଅବିର ବୋଳି ହୋଲି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ବାରିକ, ରାକେଶ ସେଠୀ, ସଂଗ୍ରାମ ଜେନା, ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇ ଗୋମାତାଙ୍କ ସହ ହୋଲି ଖେଳିଥିଲେ…
Author: Samikhsya Bureau
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ନେଇ ମୁଖ୍ୟ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ୟ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ଏ.ସି. ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ ଏବଂ ଅନ୍ୟାନ୍ୟ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏସବୁ କାର୍ଯ୍ୟ ସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଥିଲା। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହେବା ପୂର୍ବରୁ ଦେଶୀ ବେହେରା ସାହିରେ ପାରମ୍ପରିକ ସିଦ୍ଧାନ୍ତ ଅନୁଯାୟୀ ଯାତ୍ରାର ତାରିଖ ଆୟୋଜିତ ଘୋଷଣା ହୋଇଛି। ବୈଠକରେ ଦେଶୀ ବେହେରା ପି ଦୁର୍ଗା ପ୍ରତାପଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପଣ୍ଡିତଙ୍କ ମଧ୍ୟରେ ଆଲୋଚନା କରାଯାଇ ଆସନ୍ତା ଏପ୍ରିଲ୍ ୩ ରେ ଯାତ୍ରା ଆରମ୍ଭପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏନେଇ ଏକ ବିରାଟ ପଟୁଆରରେ ମାଙ୍କ ନିଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ଅଣାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା ।
ଆଟ୍ଟୁକାଲ ପୋଙ୍ଗଲ: ଆଜି କେରଳର ରାଜଧାନୀ ତିରୁବନନ୍ତପୁରମରେ ବିଶ୍ୱର ସବୁଠାରୁ ବଡ଼ ମହିଳା ସମାବେଶ “ଆଟ୍ଟୁକାଲ ପୋଙ୍ଗଲ” ଦେଖିବାକୁ ମିଳିଛି। ଏହି ପୂଜା 2009 ମସିହାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା, ଯେଉଁଠାରେ ଗୋଟିଏ ଦିନରେ 2.5 ମିଲିୟନରୁ ଅଧିକ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଆଟ୍ଟୁକାଲ ମନ୍ଦିରକୁ “ମହିଳା ସବରୀମାଲା” ଭାବରେ ମଧ୍ୟ ଜଣାଶୁଣା। ଲକ୍ଷ ଲକ୍ଷ ମହିଳା ସେମାନଙ୍କ ପରିବାରର ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନଙ୍କର ପ୍ରିୟ ଦେବତା, ଆଟ୍ଟୁକାଲ ଭଗବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୋଙ୍ଗାଲା ପ୍ରସ୍ତୁତ କରନ୍ତି। ‘ପୋଙ୍ଗାଲା’ରେ, ଭକ୍ତମାନେ ଅସ୍ଥାୟୀ ଇଟା ଚୁଲିରେ ପାତ୍ରରେ ଚାଉଳ, ଗୁଡ଼ ଏବଂ କଟା ନଡ଼ିଆର ମିଶ୍ରଣ ପ୍ରସ୍ତୁତ କରନ୍ତି। ଆଟ୍ଟୁକାଲ ପୋଙ୍ଗଲ କେବଳ ଏକ ଚିରସ୍ଥାୟୀ ପରମ୍ପରା ନୁହେଁ ବରଂ ଏକତା, ବିଶ୍ୱାସ ଏବଂ ସାମୂହିକ ଭକ୍ତିର ପ୍ରମାଣ ମଧ୍ୟ, କାରଣ ପ୍ରତିବର୍ଷ ନିକଟସ୍ଥ ଚର୍ଚ୍ଚ, ମନ୍ଦିର ଏବଂ ମସଜିଦଗୁଡ଼ିକ ଏହି…
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି। ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଗାମୀ ୨୦୨୬ ରଥଯାତ୍ରା ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବା ସହ ଶ୍ରୀମନ୍ଦିରର ନୂତନ କାର୍ଯ୍ୟାଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ…
ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେହିଠାରେ ଯୁବକଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକଘଣ୍ଟା ଧରି ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି। ଯେଉଁ ବିରୋଧି ଦଳର ବିଧାୟକ ମୋହନ ସରକାରର ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତ ପ୍ରସଙ୍ଗରେ ସ୍ୱର ଉତୋଳନ କଲେ ତାଙ୍କୁ ବିଜେପି ବିଧାୟକ ମାନେ ଏକତ୍ରିତ ହୋଇ ଆକ୍ରମଣ କରୁଛନ୍ତି। ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ…
ଭୁବନେଶ୍ବର: ଏବେ କେବଳ ଗ୍ରାଜୁଏସନ ପରେ ନୁହେଁ ଏଣିକି ପ୍ଲସ ଟୁ ପରେ ମଧ୍ୟ ବି ଏଡ କରିପାରିବେ। ଏ ନେଇ ଆଜି ସବଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ପାଇଁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ପାଠ୍ୟକ୍ରମର ଅବଧିକୁ ମଧ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ +୨ ପରେ ଚାରି ବର୍ଷରେ ବିଏଡ ଶିକ୍ଷା ସମାପ୍ତ କରିପାରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୮ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ନିକଟବର୍ତ୍ତୀ କଲେଜ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ୧୬ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ମଧ୍ୟରୁ ୮ଟି ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ପରବର୍ତ୍ତି ସମୟରେ ଏହାର ସଂପ୍ରସାରଣ କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି କ୍ରାଇମ ବ୍ରାଞ୍ଚ ଖଣି ପରିବହନ ବ୍ୟବସାୟ ତଥା ବିଜେଡି ନେତାଙ୍କୁ ଗିରଫ କରିଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜନ୍ସି ମାଧ୍ୟମରେ କୋଟିକୋଟି ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହାକୁ ନେଇ କେଉଁଝର ଘସିପୁରା ବିଧାୟକ ବଦ୍ରି ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବଦ୍ରି ପାତ୍ର କହିଛନ୍ତି ଯେ, ରାଜା ଚକ୍ର ଖଣି ପରିବହନ ନାମରେ କୋଟିକୋଟି ଟଙ୍କା ଦୁର୍ନିତି କରୁଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେତେବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ଜଣାଇଥିଲି। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ରାଜା ଯୋଗୁ କେଉଁଝରରେ ବିଜେଡିର ସ୍ଥିତି ଖରାପ ହେଉଛି ବୋଲି କହିଥିଲି। ଏ ନେଇ ଲିଖିତ ଭାବ ମଧ୍ୟ ଜଣାଇଥିଲି ହେଲେ ତା ବିରୋଧରେ କିଛି କରାଗଲା ନାହିଁ। ସେତିକି ନୁହେଁ, ସେ କେଉଁଝର…
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି l କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ…
କୋଲକାତା: ପଶ୍ଚିମବଙ୍ଗ ସରକାର ଚଳିତ ହୋଲି ପର୍ବକୁ ଏକତା ଏବଂ ସଦ୍ଭାବର ସହିତ ପାଳନ କରିବାକୁ ସମସ୍ତ ଧର୍ମର ଲୋକଙ୍କୁ ଆହ୍ୱାନ କରିଛନ୍ତି। ପ୍ରଥମ ଥର ପାଇଁ ଗତକାଲି କୋଲକାତାରେ ଦୋଳ ଏବଂ ହୋଲି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ହୋଲି ପାଳନ କରିବାକୁ ଅନୁରୋଧ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ଆହୁରି ବଡ଼ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ସେ ଦାଣ୍ଡିଆ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା…
ଭୁବନେଶ୍ବର: ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି। ଏଠାରୁ ଶହ ଶହ ବନ୍ଧୁକ ତିଆରି ଜିନିଷ ଓ ମାଗାଜିନ୍ ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଘଟଣାରୁ ଜଣାପଡିଛି ଯେ, ବୟାଳିଶି ମୌଜାର ଜଙ୍ଗଲ ଭିତରେ ଏକ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି ଚାଲିଥିଲା। ଏହି କାରଖାନା ଦୀର୍ଘ ଦିନ ହେବ ଚାଲି ଆସି ବ୍ୟବସାୟ କରୁଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ତେବେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ବର୍ତ୍ତମାନ ସୁଦ୍ଧା ଚଢାଉ କରୁଥିବାରୁ ସବିଶେଷ…
ଭୁବନେଶ୍ବର: ଶେଷରେ ବିଜେଡି ନେତା ତଥା ଚିଲିକା ନିର୍ବାଚନ ମଣ୍ଡଳିର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂର କୋଟିକୋଟି ଟଙ୍କା ହେରେଫେର ମାମଲାରେ ଗିରଫ କରାଯାଇଛି। ସୂଚନା ଅନୁସାରେ ରାଜା ହାଇକୋର୍ଟ ଅନ୍ତିରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତାହା ଗତକାଲି ଶେଷ ହୋଇଯାଇଛି। ଫଳରେ କ୍ରାଇମ ବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ରାଜା ଖଣିଜ ସଂପଦ ପରିବହନ ପାଇଁ ପ୍ରାୟ 15 ଶହ ଟ୍ରକ ପରିଚାଳନା କରୁଥିଲା। ତାଙ୍କ କାରବାରରେ ଦୁର୍ନିତି ରହିଥିବାର ପ୍ରମାଣ ମିଳିବା ପରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏଥିସହିତ ରାଜା ଚକ୍ରଙ୍କ ସହିତ କେଉଁ ବିଜେଡି ନେତା ସାମିଲ ରହିଥିଲେ ସେମାନଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଅନୁଧ୍ୟାନ କରୁଛି। ରାଜାଙ୍କୁ…
ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ। ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ ଆରମ୍ଭ କରାଯିବ। ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଜାନୁଆରୀ ୧୩ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ବୈଠକର…
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଆରଆଇଇ – ଏନସିଇଆରଟି କ୍ୟାମ୍ପସ୍ ଅଡିଟୋରିୟମଠାରେ ଅନୁଷ୍ଠିତ ଚତୁର୍ଥ କୁମାର କୃଷ୍ଣ ଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସମାବେଶୀ ବିକାଶ, ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ଶାସନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦିବଂଗତ ବିଶିଷ୍ଟ ସାମାଜିକ କର୍ମୀ କୁମାର କୃଷ୍ଣ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ସ୍ୱର୍ଗତ ରାୟଙ୍କର ସାମାଜିକ ନ୍ୟାୟ, ଶିକ୍ଷା ଏବଂ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଉଦ୍ୟମ ସଂପର୍କରେ ଆଲୋକପାତ କରିଥିଲେ। ଯେତେବେଳେ ସମାଜର ସବୁଠାରୁ ପଛୁଆ ବର୍ଗର ଲୋକଙ୍କର ଉତ୍ଥାନ ହୋଇଥାଏ ସେତେବେଳେ ପ୍ରକୃତ ପ୍ରଗତି ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି କହିଥିଲେ। ଏହି ସ୍ମାରକୀ ବକ୍ତୃତା କେବଳ ସ୍ୱର୍ଗତ ରାୟଙ୍କର କୃତୀ ଓ କିର୍ତ୍ତୀ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ତାଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ସ୍ମରଣ କରାଇଦିଏ । ଅଗଣିତ ଅବହେଳିତ ଲୋକଙ୍କର ଜୀବନର…
ଭୁବନେଶ୍ବର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ୨ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୫ ରବୀନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ଶ୍ରୀ ଆହୁଜା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ସମସ୍ତ କର୍ମକତ୍ତା ଓ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ। ସରକାରଙ୍କ ବିଭିନ୍ନ କାର୍ଯ୍ୟନିୟମ, ସାଧାରଣ ସେବା ନିୟମ ଏବଂ ସର୍ତ୍ତାବଳୀ ଆଦି ସଂପର୍କରେ ସରକାରୀ ବିଭାଗଗୁଡ଼ିକୁ ପରାମର୍ଶ ଦେବା ତଥା ପ୍ରଶାସନିକ ସଂସ୍କାରରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଭୁବନେଶ୍ୱର:୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ସିଆଇଆଇ ଓଡିଶା ଷ୍ଟେଟ ଆନୁଆଲ ଡେ’ ୨୦୨୫ରେ ଏହି ଘୋଷଣା କରାଯାଇଛି । ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବେଦାନ୍ତ ଲିମିଟେଡର ଝାରସୁଗୁଡା, ଲାଞ୍ଜିଗଡସ୍ଥିତ ପ୍ଲାଂଟ ସମେତ ଖଣି ବ୍ୟବସାୟର ରଣନୈତିକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ୨୯ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହିତ ସେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଓ ପରିଚାଳନାଗତ ଦକ୍ଷତା ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭାବେ ଦୃଢ ଭାବେ ସ୍ଥାପିତ କରିଛନ୍ତି । ସେ…
ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗ ଦେଇଥିଲେ। ପ୍ରଭାରୀ ଶ୍ରୀ ଲଲ୍କୁ ଓଡ଼ିଶାରେ ଗତ କିଛିଦିନ ଭିତରେ କଂଗ୍ରେସ ଦଳ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କର ପ୍ରିୟ ଭାଜନ ହେବାରେ ସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢ଼ଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଟାଉନ୍ ପ୍ଲାନିଂ ଆଣ୍ଡ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍) ନିୟମାବଳୀ, ୨୦୨୧ (ବିଜ୍ଞପ୍ତି ନଂ ୪୬୭, ତାରିଖ ୨୧.୦୨.୨୦୨୫) ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ ) ନିୟମ, ୨୦୨୦ (ବିଜ୍ଞପ୍ତି ନଂ ୪୬୮, ତାରିଖ ୨୧.୦୨.୨୦୨୫)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସଂଶୋଧନ ରାଜ୍ୟର ସ୍ୱତନ୍ତ୍ର ଓ ବହୁ ମହଲା ବିଶିଷ୍ଟ ଶିଳ୍ପ କୋଠା, ବିଶେଷକରି ଏମ୍ଏସ୍ଏମ୍ଇ କ୍ଷେତ୍ର ଏବଂ ଆଇଟି/ଆଇଟିଇଏସ୍ ଉଦ୍ୟୋଗପାଇଁ ବିଶେଷ ଆଶ୍ୱସ୍ତି ଆଣିଛି । ଏହି ବିଜ୍ଞପ୍ତି ପ୍ରକାଶିତ ସଂଶୋଧନ ଦ୍ୱାରା ଓଡ଼ିଶାରେ ଅର୍ଥନୈତିକ ସ୍ୱାଧୀନତା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି ପାଇବ। ଏହି ସଂଶୋଧନ ଦ୍ୱାରା ଗ୍ରାଉଣ୍ଡ କଭରେଜର ଆବଶ୍ୟକତା ଦୂର ହେବ, ପାର୍କିଂ ଏବଂ ବିପର୍ଯ୍ୟୟ ହ୍ରାସ ହେବ ଏବଂ କାରଖାନା ଏବଂ ଆଇଟି/ଆଇଟି…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ। ସେ ଆସନ୍ତା 24 ତାରିଖରେ ଓଡିଶା ଆସୁଥିବାର ଜଣାପଡିଛି। ସେ ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ କଣ୍ଟିଲୋ ଯିବେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗନ୍ନାଥ ସଂସ୍କୃତିର ମୂଳପିଠ ଭାପୁର ବ୍ଲକ ଅଧିନରେ ଥିବା କାଳିଆପଲ୍ଲୀ ଜଙ୍ଗଲକୁ ଯିବେ। ସେଠାରେ ଥିବା ଶବର ରାଜା ବିଶ୍ବାବସୁ ଏବଂ ଲଳିତାଙ୍କ ଜନ୍ମପିଠ ପରିଦର୍ଶନ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ନୟାଗଡ ଜିଲ୍ଲାପାଳ ଏବଂ ଏସପି କଣ୍ଟିଲୋ ଓ କାଳିଆପଲ୍ଲୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।
ଭୁବନେଶ୍ବର: ବିବାହ କରିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ତାଙ୍କର ବାହାଘର ଗୋଆରେ ହେବ ବୋଲି ସ୍ଥିର ହୋଇଛି। ସେଥିପାଇଁ ଉଭୟଙ୍କର ହଳଦୀ ଉତ୍ସବ ଶେଷ ହୋଇଛି। ଉଭୟ ବରକନ୍ୟା ହଳଦିଆ ବସ୍ତ୍ର ପରିଧାନ କରି ବେଶ ସୁନ୍ଦର ଦେଖାଯାଉଥିଲେ। ତେବେ ସମସ୍ତେ ଉତକଣ୍ଠା ହେଉଥିବା ଯେ, ପ୍ରଦୀପ ବିବାହ କରୁଥିବା କନ୍ୟା କିଏ ସେ। ସେ ହେଉଛନ୍ତି ଜଣେ ସାମ୍ବାଦିକା। ଯାହାଙ୍କର ନାମ ହେଉଛି ସୁଶ୍ରୀ। ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ସେ ନବରଂଗପୁରରୁ କଂଗ୍ରେସ ଦଳରୁ ସାଂସଦ ଥିଲେ। ହେଲେ 2024ରେ ସେ ବିଜେଡି ସାମିଲ ହୋଇ ସେହି ନବରଂଗପୁରରୁ ଲଢେଇ କରି ହାରିଯାଇଛନ୍ତି।

