ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ। ସେ ଆସନ୍ତା 24 ତାରିଖରେ ଓଡିଶା ଆସୁଥିବାର ଜଣାପଡିଛି। ସେ ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ କଣ୍ଟିଲୋ ଯିବେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗନ୍ନାଥ ସଂସ୍କୃତିର ମୂଳପିଠ ଭାପୁର ବ୍ଲକ ଅଧିନରେ ଥିବା କାଳିଆପଲ୍ଲୀ ଜଙ୍ଗଲକୁ ଯିବେ। ସେଠାରେ ଥିବା ଶବର ରାଜା ବିଶ୍ବାବସୁ ଏବଂ ଲଳିତାଙ୍କ ଜନ୍ମପିଠ ପରିଦର୍ଶନ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ନୟାଗଡ ଜିଲ୍ଲାପାଳ ଏବଂ ଏସପି କଣ୍ଟିଲୋ ଓ କାଳିଆପଲ୍ଲୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ବିବାହ କରିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ତାଙ୍କର ବାହାଘର ଗୋଆରେ ହେବ ବୋଲି ସ୍ଥିର ହୋଇଛି। ସେଥିପାଇଁ ଉଭୟଙ୍କର ହଳଦୀ ଉତ୍ସବ ଶେଷ ହୋଇଛି। ଉଭୟ ବରକନ୍ୟା ହଳଦିଆ ବସ୍ତ୍ର ପରିଧାନ କରି ବେଶ ସୁନ୍ଦର ଦେଖାଯାଉଥିଲେ। ତେବେ ସମସ୍ତେ ଉତକଣ୍ଠା ହେଉଥିବା ଯେ, ପ୍ରଦୀପ ବିବାହ କରୁଥିବା କନ୍ୟା କିଏ ସେ। ସେ ହେଉଛନ୍ତି ଜଣେ ସାମ୍ବାଦିକା। ଯାହାଙ୍କର ନାମ ହେଉଛି ସୁଶ୍ରୀ। ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ସେ ନବରଂଗପୁରରୁ କଂଗ୍ରେସ ଦଳରୁ ସାଂସଦ ଥିଲେ। ହେଲେ 2024ରେ ସେ ବିଜେଡି ସାମିଲ ହୋଇ ସେହି ନବରଂଗପୁରରୁ ଲଢେଇ କରି ହାରିଯାଇଛନ୍ତି।
ଜୀବନ ଶୈଳୀ: ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ। ୧- ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ। ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ। ୨- ପରିବାରରେ ଯଦି କୈଣସି…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ରାମଗୁଲାମ ଘୋଷଣା କରିଥିଲେ ଯେ ମରିସସ୍ ଜାତୀୟ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍ (ଜିସିଏସକେ)’ ପ୍ରଦାନ କରିବ। ଏହି…
ଭୁବନେଶ୍ବର: ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନ୍ଗୁଡ଼ିକରେ ଭିଡ଼ କମ କରିବାରେ ସାହାଯ୍ୟ କରିବ | ବିଶାଖାପାଟଣା-ପାଟନା ହୋଲି ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳପଥ ମଧ୍ୟରୁ ପୁଣି ଗୋଟିଏ ସ୍ୱତନ୍ତ୍ର ଟ୍ରେନ ରାୟଗଡା-ଟିଟିଲାଗଡ଼-ସମ୍ବଲପୁର-ରାଉରକେଲା ମାର୍ଗ ଦେଇ ବିଶାଖାପାଟଣା ଏବଂ ପାଟନା ମଧ୍ୟରେ ଚଳାଚଳ କରାଇବ : * ଟ୍ରେନ୍ ନମ୍ବର 08537/08538 ବିଶାଖାପାଟଣା-ପାଟନା-ବିଶାଖାପାଟଣା ହୋଲି ସ୍ପେଶାଲ୍ ଟ୍ରେନ * ବିଶାଖାପାଟଣାରୁ: ପ୍ରତି ରବିବାର (16 ମାର୍ଚ୍ଚ ରୁ 30 ମାର୍ଚ୍ଚ 2025) ଦିନ 1930 ଘଣ୍ଟାରେ ଛାଡିବ * ପାଟନାରୁ: ପ୍ରତି ସୋମବାର (17 ମାର୍ଚ୍ଚ ରୁ 31…
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଏହା ସାହାଯ୍ୟରେ, ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇ ପାରିବ ଯେଉଁଠାରେ ସଂଯୋଗ ଯୋଗାଇବା କଷ୍ଟକର ରହିଛି। ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହୋଇଥିବା ବେଳେ, ଷ୍ଟାରଲିଙ୍କ୍ ବିଶ୍ୱର ଅଗ୍ରଣୀ ଲୋ ଆର୍ଥ ଅର୍ବିଟ (ଲିଓ) ସାଟେଲାଇଟ୍ କନଷ୍ଟେଲେସନ ଅପରେଟର। ଏହି ଚୁକ୍ତିନାମା ଅନୁସାରେ ଜିଓ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସମାଧାନଗୁଡ଼ିକ ଜିଓ ଷ୍ଟୋର ସମୂହ ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର…
ଭୁବନେଶ୍ବର: ଆଜି ବିଧାନସଭା ପରିସରରେ ଧାରଣା ଦେଇଥିବା ସାମ୍ବାଦିକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକମାନେ ବସିଥିବା ସ୍ଥାନକୁ ଆସି ବୁଝାସୁଝା କରିବା ପରେ ଏହି ଧାରଣରୁ ସେମାନେ ହଟିଛନ୍ତି। ତେବେ ଆଜି ବିଧାନସଭା ପରିସରରେ ଥିବା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଫଳରେ ସେମାନେ ଆଜି ପ୍ରଶ୍ନକାଳ ବୟକଟ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ହେଲେ ପରେ ମନ୍ତ୍ରୀ ଆସିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।
ଭୁବନେଶ୍ବର: ଏଥର ହୋଲି ପାଇଁ କଟକଣା ଜାରୀ କରିଛି ପୋଲିସ। ଏଥର ହୋଲିରେ ମଦପିଇ ମସ୍ତି କଲେ ସିଧା ବନ୍ଧା ହେବ ଆଉ ଭିତରକୁ ଯିବ। ଏହିପରି ଏକ କଡାବାଣୀ ଶୁଣାଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଅତୀତରେ ହୋଲିବେଳେ ଏପରି ଅଘଟଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ହୋଲି ଦିନ ପୂର୍ବରୁ ଦୁର୍ଘଟଣା ହୋଇଥିବା ସ୍ଥାନଗୁଡିକ ଉପରେ ପୋଲିସ ତୀକ୍ଷ୍ମ ନଜର ରହିବ। ଏଥିସହିତ ସେଦିନ ପୋଲିସ ପୁରା ରାଜଧାନୀରେ ପଇଁତରା ମାରିବ। ଯେଉଁଠାରେ ମଦ ପିଇ କିଏ ମସ୍ତି କରୁଥିଲେ ତାକୁ ଗିରଫ କରାଯିବ। ଏଥର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ନିବେଦନ କରାଯାଇଛି।
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଅର୍ଥ ବିଭାଗ ତରଫରୁ ୨୦୨୪-୨୫ ଆର୍ଥିକ ବର୍ଷ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ସମୀକ୍ଷା କରାଯିବା ସହିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ, ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ ଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗକୁ ବଜେଟ୍ ଅନୁମୋଦନ ଅନୁସାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିଲା।ଏହାକୁ ଦୃଷ୍ଟିରେ ରଖି ବିଭାଗମାନଙ୍କ ଦ୍ୱାରା ବଜେଟ୍ ପ୍ରାବଧାନ ଅନୁସାରେ ଖର୍ଚ୍ଚ ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ବିଭିନ୍ନ ବିଭାଗ ଦ୍ୱାରା ଚଳିତ…
ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟରେ ଯୋଗଦେଇ ନାହାଁନ୍ତି କଂଗ୍ରେସ ବିଧାୟକ। ଗତକାଲି ତାରା ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହ ଭିତରକୁ ନ ଯାଇ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ସେମାନେ ହାତରେ ପ୍ଲାକାର୍ଡ ଧରି ଏହି ପ୍ରତିବାଦ କରୁଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ବିଜେପି ବିଧାୟକମାନେ ମୋତେ ମାରିଦେବାକୁ ଆସିଥିଲେ। ସେମାନେ ସଂସଦୀୟ ମନ୍ତ୍ରୀଙ୍କ ଡକରାରେ ମୋ ଉପରକୁ ମାଡିଆସିଥିଲେ। ଏହା କଣ ବିଜେପିର ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଥିଲେ ତାରା। ତେବେ ତାରାଙ୍କ ଉପରୁ ବାଚସ୍ପତି ନିଲମ୍ବନ ନ ହଟାଇବା ପର୍ଯ୍ୟନ୍ତ କଂଗ୍ରେସ ବିଧାୟକମାନେ ଧାରଣା ଦେବେ ବୋଲି ନିଷ୍ପତି କରିଛନ୍ତି।
ଭୁବନେଶ୍ବର: ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଆମେ ସିଧା କରିପାରିବୁ ବଙ୍କା ମଧ୍ୟ କରିପାରିବୁ। ଏହି କଳାକୌଶଳ ଆମକୁ ଜଣା। ହେଲେ ସେପରି କରିବାକୁ ଆମେ ଯାଉ ନାହୁଁ। ଆମେ ବର୍ତ୍ତମାନ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛୁ। ସେଥିପାଇଁ ହିଂସା କରିବାକୁ ଯାଉ ନାହୁଁ। ଗତକାଲି ବିଧାନସଭାରେ ଜୟନାରାୟଣ ମିଶ୍ର ତାଙ୍କ କଲର ଧରିବା ପ୍ରସଂଗରେ ଏପରି କହିଛନ୍ତି ବିଧାୟକ ତାରା। ସେ କହିଛନ୍ତି ଯେ, ବିଜେପି ବିଧାୟକମାନେ ଗତକାଲି ମୋ ପାଖକୁ ଝପଟି ଆସିଲେ। ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିଦେବା ପାଇଁ ଆସିଥିଲେ। ମୋ ଭାଗ୍ୟ ଭଲ ରକ୍ଷା ପାଇଗଲି। ସାଧାରଣତଃ ମୁଁ ଯେତେବେଳେ ଡିବେଟରେ ଭାଗ ନିଏ ସେତେବେଳେ ଯେଉଁ କଥା କହେ ତାହା ବିଜେପି ସଦସ୍ୟଙ୍କୁ ବାଧୁଛି। ପୂର୍ବରୁ ସେମାନେ ରାଗିକରି ଥିଲେ। ଗତକାଲି ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିବାକୁ ଆସିଥିଲେ ବୋଲି ତାରା କହିଛନ୍ତି।
ଭୁବନେଶ୍ବର: ଆଜି ସାମ୍ବାଦିକଙ୍କ ବିଧାନସଭା ପ୍ରେସ ଗ୍ୟାଲେରୀକୁ ମୋବାଇଲ ନେବାକୁ ବାରଣ କରାଗଲା। ପୂର୍ବରୁ ଏପରି କଟକଣା ନ ଥିବା ବେଳେ ଆଜି ଏହା ଲାଗୁ କରାଯାଇଛି। ଫଳରେ ବିଧାନସଭା ସୁରକ୍ଷା କର୍ମି ବାହାରେ ସାମ୍ବାଦିକଙ୍କ ମୋବାଇଲ ନ ନେବାକୁ ନିବେଦନ କରୁଛନ୍ତି। ଯାହାକୁ ନେଇ ବିଧାନସଭା ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ଗୃହ ମଧ୍ୟରେ ବିଜେପି ସଦସ୍ୟମାନେ ବିରୋଧୀଙ୍କୁ ଧସ୍ତାଧସ୍ତା କରୁଥିବାର ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଥିଲା। ସାମ୍ବାଦିକମାନେ ତାହାକୁ ନିଦ ମୋବାଇଲରେ ରେକର୍ଡ କରି ଭାଇରାଲ କରିଥିଲେ। ଯେହେତୁ କେବଳ ପ୍ରଶ୍ନକାଳଟି ସୁଟିଂ ପାଇଁ ଅନୁମତି ରହିଛି, ସେହି ଅନୁସାରେ ସାମ୍ବାଦିକମାନେ ତାହାକୁ ରେକର୍ଡ କରିଥିଲେ। ଏହା ଶାସକ ବିଜେପିକୁ ଅଡୁଆ କରିଥିବାରୁ ଆଜି ସାମ୍ବାଦିକଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଫଳରେ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୃର୍ତ୍ତି ତଳେ ଧାରଣରେ ବସିଛନ୍ତି।
ଭୁବନେଶ୍ବର: ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରସଂଗକୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରେ ଧକ୍କା ମରାମରି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଗୃହରେ ବଡ ଉତ୍ତେଜନ ସୃଷ୍ଟି ହୋଇଛି। ଜୟନାରାୟଣ ମିଶ୍ର ଓଡିଶାକୁ କଣ ଭାଗଭାଗ କରିବେ କି ବୋଲି ବିଜେଡି ସଦସ୍ୟ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଗୃହରେ ହାଙ୍ଗାମା ସୃଷ୍ଟି ହୋଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନ ବୃଦ୍ଧିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଧରି ସେମାନେ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ବିଧାୟକ ତାରାବାହିନୀ ପତି ବାରମ୍ବାର ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ଗୃହରେ ହାଙ୍ଗାମା କରିଥିଲେ। ସେହିପରି ବିଜେଡି ସଦସ୍ୟଗଣ ଜୟନାରାୟଣ ମିଶ୍ରଙ୍କ କୋଶଳ ବିବୃତିକୁ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେମାନେ…
ଭୁବନେଶ୍ୱର: ଆର୍ଥିକ ଦୁର୍ବଳବା ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟାକୁ ପ୍ରାଇଭେଟ ସ୍କୁଲଙ୍କୁ କେଳେଙ୍କାରୀ ପାଇଁ ପ୍ରୋତ୍ସାହନ ଦେବାକୁ ସମ୍ପୂର୍ଣ ପ୍ରକ୍ରିୟା ଏକ ମାସ ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟଲା ରହିଛି ବୋଲି ଅଭିଯୋଗ କରି ଓଡିଶା ଅଭିଭାବକ ମହାସଂଘ ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ପଞ୍ଜିକରଣ ଦାବୀ କରି ଆଜି ଆମରଣ ଅନଶନରେ ବସିଥିଲା। ସଂଶୋଧିତ ମାର୍ଗଦର୍ଶିକା ରେ ନିରୀହ, ଗରିବ ଓ ଅଶିକ୍ଷିତ ଆର୍ଥିକ ଦୁର୍ବଳ ବା ଗରିବ ଶ୍ରେଣୀର ଅଭିଭାବକ ନିଜର ପିଲାର ଆବେଦନ ପାଇଁ 17 ସତର ଦିନ ସମୟ ଦିଆଯାଇଥିବା ବେଳେ ଧନୀ ବା ବିତ୍ତଶାଳୀ ଉଚ ଶିକ୍ଷିତ ପ୍ରାଇଭେଟ ମ୍ୟାନେଜମେଣ୍ଟ ସ୍କୁଲ ଙ୍କୁ ପୋର୍ଟାଲ ରେ ପଞ୍ଜିକରଣ ପାଇଁ ସତୁରି 70 ଦିନ ସମୟ ଦିଆଯାଇଛି l ପ୍ରଥମ ପର୍ଯ୍ୟାୟ ଆବେଦନରେ ଜାନୁଆରୀ 22 ରୁ ଫେବୃଆରୀରୁ 28 ପର୍ଯ୍ୟନ୍ତ ସ୍କୁଲ ମାନଙ୍କ…
ଭୁବନେଶ୍ୱର: ପଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ତା -୯/୩/୨୦୨୫ ରିଖ ରବିବାର ଦିନ ‘ପାଣ୍ଡା କବ୍’ସ ଦ୍ୱିତୀୟ ଶାଖା ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗଦେଇ ‘ପାଣ୍ଡା କବସ୍’ ର ଉଦ୍ଘାଟନ କରିଥିଲେ । ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳି ର ବିକାଶ, କୌଶଳଭିତ୍ତିକ ପାଠ୍ୟକ୍ରମ ଏଵଂ ଆଧୁନିକ ପାଠ୍ୟ ଖସଡ଼ା ପଦ୍ଧତିରେ ଶିକ୍ଷାଦାନ ଆଦି ‘ପାଣ୍ଡା କବସ ‘ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋତ୍ସାହକ ଜନ୍ମେଜୟ ଜେନା ,ଅଜନ୍ତା କଳା ମିଶ୍ର ,ଅମିତ୍ ଖୁଣ୍ଟିଆ , ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ସ୍କୁଲ ର ନିର୍ଦେଶକ ଡ଼ା. ପ୍ରଭୁଚରଣ ମହାନ୍ତି , ମେନେଜିଙ୍ଗ ଟ୍ରଷ୍ଟି ସ୍ନିଗ୍ଧା ମହାନ୍ତି , ଡମ୍ବୁରୁ ପାଠଶାଳାର ପ୍ରତିଷ୍ଠାତା…
ଭୁବନେଶ୍ବର: ବିଜେପିକୁ ଅଡୁଆ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। କାରଣ ସେ କେତେବେଳେ କଣ କହିଦେଉଛନ୍ତି ଯାହାକୁ ନେଇ ସାରା ଓଡିଶାରେ ଚହଳ ପଡୁଛି। ସେତିକିୁ ନୁହେଁ ତାଙ୍କ ବିଜେପି ଦଳ ମଧ୍ୟ ଅଡୁଆରେ ପଡୁଛି। ପୂର୍ବରୁ ବହୁ ଉଦାହରଣ ରହିଛି ଯାହା ତାଙ୍କୁ ବିବାଦୀୟ କରିଦେଇଛି। ସେହିପରି ଗତକାଲି ମହିଳା ଦିବସରେ ସେ ଯାହା କହିଲେ ତାହା ମଧ୍ୟ ଭିନ୍ନ ଏକ ବିବାଦୀୟ ସୃଷ୍ଟି କରିଛି। ଜୟନାରାୟଣ ସମ୍ବଲପୁରରେ ଏକ ସଭାରେ କହିଲେ ଯେ, ଆମେ ଓଡିଶାରେ ମିଶି ଭୁଲ କରିଥିଲୁ। କାରଣ କଳିଙ୍ଗ, କୋଶଳ ଓ ଉତ୍କଳ ନେଇ ଓଡିଶା। ହେଲେ ବର୍ତ୍ତମାନ କେବଳ ଉତ୍କଳ ନାଆ ରହୁଛି. କୋଶଳ ନାମ ରହୁ ନାହିଁ। ସମସ୍ତେ ଜୟ ଉତ୍କଳ ଗାଉଛନ୍ତି, ହେଲେ କାହିଁକି କୋଶଳ ନାମ ନିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ସେତେବେଳ ଓଡିଶା ସହିତ କୋଶଳ ମିଶିବା ଏକ ଐତିହାସିକ ଭୁଲ ଥିଲା…
ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ବାଲେଶ୍ବର ଜିଲ୍ଲା ଭୋଗରାଇରୁ ଲଗାତର ଭାବେ ଚାରିଥର ବିଧାୟକ ଥିଲେ। ସେ 2014 ମସିହାରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଉଚ୍ଚଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଥିଲେ। ତେବେ ଗତ ନିର୍ବାଚନରେ ବିଜେଡି ତାଙ୍କ ବଦଳରେ ଗୌତମ ବୁଦ୍ଧ ଦାସଙ୍କୁ ଟିକେଟ ଦେଇଥିଲେ। ସେ ବିଜୟ ଲାଭ କରି ବର୍ତ୍ତମାନ ବିଧାୟକ ଅଛନ୍ତି। ତାଙ୍କ ବିୟୋଗରେ ଓଡିଶା ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଆଜି ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସଫଳତା ବୋଲି କହୁଥିବା ବେଳେ ନବୀନ ଏହାକୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଆଜି ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଏହି ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ସୁଭଦ୍ରା ଯୋଜନାର ସଫଳତା ନେଇ ବିରୋଧୀ ହଜମ କରିପାରୁ ନାହଁନ୍ତି। ସେମାନଙ୍କୁ ହଜମ ଗୁଳି ଦରକାର ବୋଲି ତାତ୍ସଲ୍ୟ କରିଥିଲେ। ସେ କହିଥିଲେ ଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର…
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତିଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର…
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୁବନେଶ୍ବର ସହିଦ ନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରି। ଯାହାର ନାମ ରହିଛି ମୁଖରୋଚ୍। ନିଆଁ ଏତେ ଜୋରରେ ଜଳୁଛି ଯେ, ପାଖ ଦୋକାନରେ ଏହା ବ୍ୟାପିବାର ସମ୍ଭାବନା ରହିଛି। ଭିତରେ ଥିବା ମିକ୍ସଚର ଏବଂ ଏହାର ବିଭିନ୍ନ ସାମଗ୍ରୀରେ ନିଆଁ ଲାଗି ଏହା ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଘଟଣା ଜଣାପଡିବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଠା ଚାଲିଛି। ଏଥିରେ ତିନୋଟି ଦମକଳ ଲାଗିଥିବାର ଜଣାପଡିଛି। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡି ନାହିଁ। ହେଲେ ନିଆଁର ବେଗ ଏତେ ପ୍ରଖର ଅଛି ଯେ ତାହାକୁ ଆୟତ କରିବାରେ କଷ୍ଟ ଦାୟକ ହୋଇପଡିଛି।
ଭୁବନେଶ୍ବର: ଓଡିଶାରେ ୨୦୨୪ ମସିହାରେ ହୋଇଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ନେଇ ଉନମୋଚିତ ହେଲା ଏକ ପୁସ୍ତକ ‘ନିର୍ବାଚନ ୨୦୨୪’। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଉନମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଏବଂ ସମ୍ବାଦ ଓ କନକ ଟିଭିର ସମ୍ପାଦିକା ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ପେନ ଇନ ବୁକସ ପ୍ରକାଶନୀ ସଂସ୍ଥା ତରଫରୁ ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ଯୁବ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁସ୍ତକଟି ବେଶ ଉପାଦେୟ ହୋଇପାରିବ ବୋଲି କହିଥିଲେ। ଗତ ନିର୍ବାଚନରେ ଓଡିଶାରେ ବେଶ ବିରଳ ଘଟଣା ଘଟିଯାଇଛି। ଯାହାକୁ ଜଣେ ସାମ୍ବାଦିକ ଭାବେ ଅମିତାଭ ବେଶ ପାଖରୁ ଦେଖିଛନ୍ତି। ସେଥିପାଇଁ ଏହି ପୁସ୍ତକରେ ସେସବୁ ଘଟଣା ନିଶ୍ଚିତ ସ୍ଥାନିତ…

