Nuapada Bypoll: ନୂଆପଡା ଭୋଟର ବର୍ତ୍ତମାନ ତାଙ୍କର ନୂଆ ନେତା ବାଛିବା ପାଇଁ ମତଦାନ କରୁଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ମତଦାନ ଶାନ୍ତଶୃଙ୍ଖଳାର ସହିତ ଚାଲିଛି। ମୋଟ ୩୫୮ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି। ଏହାମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ୍ ଥିବା ବେଳେ ୮ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏହି ଆଠଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି।
Author: Samikhsya Bureau
ନୂଆପଡା: ଆଜି ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି। ତେବେ ଏହା ଭିତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପୂଜାପାଠ କରୁଥିବାରୁ ଲକ୍ଷ କରାଯାଇଛି। ସକାଳୁ ସକାଳୁ ସେ ଘରେ ହୋମଯଜ୍ଞ କରିଛନ୍ତି। ଏଥିରେ ତାଙ୍କର ପତ୍ନୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏହା କରିବାର ଅର୍ଥ ହେଲା ସେ ଭୋଟ ଦେବାକୁ ଯିବେ। ଏକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ପୂଜାପାଠ କରାଯାଇଥାଏ। ସେଥିପାଇଁ ସେ ଭୋଟ ଦେବା ପୂର୍ବରୁ ଏହି ପୂଜାପାଠ କରିଛନ୍ତି। ଏହାପରେ ସେ ୧୬୬ ନମ୍ବର ବୁଥରେଭୋଟ ଦେଇଛନ୍ତି।
Bihar Assembly Voting: ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ୟ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଛି। ଏଥିରେ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଏକ ହଜାର ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୭ଟି ନିର୍ବାଚନମଣ୍ଡଳୀରେ ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ। ତେବେ ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ ସକାଳ ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ ହୋଇଛି। ଗୟା ଜି ଏବଂ କିଶନଗଞ୍ଜରେ ସର୍ବାଧିକ ମତଦାନ ହୋଇଛି। ସକାଳ ୯ ଟା ସୁଦ୍ଧା ପ୍ରାୟ ୧୬ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ପୋଲିସ ମହାନିର୍ଦ୍ଦେଶକ ବିନୟ କୁମାର କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ, ନେପାଳ ସଂଲଗ୍ନ ସୀମା ଏବଂ ଉତ୍ତର…
Nuapada Voting: ଆଜି ସକାଳୁ ନୂଆପଡାରେ ଭୋଟଦାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା କେଉଁଠାରେ କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ଶାନ୍ତ ଶୃଙ୍ଖଳାର ସହିତ ଚାଲିଛି ମତଦାନ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ନୂଆପଡା ଉପନିର୍ବାଚନରେ ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି। ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମେ ଇଭିଏମ ଯାଞ୍ଚ ପରେ ଏହି ପକ୍ରିୟା ଆରମ୍ଭ କରାଯାଇଥିଲା। ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟରମାନେ ମୋଟ ୩୫୮ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି। ଏହାମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ୍ ଥିବା ବେଳେ ୮ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏହି ଆଠଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି।
ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯିବା ପାଇଁ ବିମାନ କଂପାନୀଗୁଡିକର ମୁଖ୍ୟ କାର୍ଯ୍ୟ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆକାଶ ଏୟାର ଏକ ନୂଆ ନିୟମ ଜାରୀ କରିଛି। ତାହା ହେଲା ଯାତ୍ରୀମାନେ ବିମାନ ଛାଡିବାର ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦର ଆସିବାକୁ ଅନୁରୋଧ କରିଛି। ଏ ନେଇ ବିମାନ କଂପାନୀ ଏକ ପରମର୍ଶ ଜାରୀ କରିଛି। ସାଧାରଣତଃ ବିମାନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଚେକ ଇନ କରିଥାନ୍ତି। ହେଲେ ଆକାଶ ଏୟାର ଏହାର ସମୟ ବୃଦ୍ଧି କରି ତିନିଘଣ୍ଟା କରିଛି। ଏହାଦ୍ବାରା ଯାତ୍ରୀମାନଙ୍କର ଚେକ ଇନ ସୁବିଧାଜନକ ହେବା ସହିତ କେହି ଅସୁବିଧାରେ ପଡିବେ ନାହିଁ ବୋଲି କଂପାନୀ କହିଛି। ଏଥିସହିତ ଯାତ୍ରୀମାନେ ସେମାନଙ୍କର ସରକାରୀ ସ୍ବୀକୃତ ପରିଚୟ ପତ୍ର ଆଣିବା ପାଇଁ ମନେପକାଇ ଦେଇଛି।
ଭୁବନେଶ୍ବର: ଦିଲ୍ଲୀରେ ଆଜି ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଏବଂ ସାଧାରଣ ଲୋକଙ୍କ ଜୀବନହାନି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର କଡ଼ା ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି, ଓଡ଼ିଶାରେ ବାଲିଯାତ୍ରା ପରି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ଟ୍ରାକ୍ସନ୍ ପାୱାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ଦ୍ୱାରା ସିଙ୍ଗାପୁର ରୋଡ୍ – ଟିଟଲାଗଡ଼ ସେକ୍ସନରେ ବିଦ୍ୟମାନ 1 X 25 KV ଓଭରହେଡ୍ ବିଦ୍ୟୁତୀକରଣ (OHE) ସିଷ୍ଟମକୁ ଉନ୍ନତ 2 X 25 KV ସିଷ୍ଟମରେ ଅପଗ୍ରେଡେସନ୍ କରାଯିବ, ଯେଉଁଥିରେ ସମ୍ବଲପୁର ଡିଭିଜନର ଟିଟଲାଗଡ଼ – ବଡ଼ମାଲ ଏବଂ ଟିଟଲାଗଡ଼ – ମୁରିବାହାଲ ଟ୍ରିପଲ୍ ଲାଇନ୍ ସେକ୍ସନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ, 153 ରୁଟ୍ କିଲୋମିଟର (RKM) ଏବଂ 575 ଟ୍ରାକ୍ କିଲୋମିଟର (TKM) କୁ ଅନ୍ତର୍ଭୁକ୍ତ କରି, ₹465.47 କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ପ୍ରସ୍ତାବିତ। ଏହି କାର୍ଯ୍ୟ ଭାରତୀୟ ରେଳବାଇରେ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମକୁ ଉନ୍ନତ କରିବା ପାଇଁ ଏହା ରେଳବାଇ ବୋର୍ଡ ପଦକ୍ଷେପର ଏକ ପ୍ରମୁଖ ଅଂଶ, ଯାହା ପାଇଁ ବିଦ୍ୟୁତ୍ ଯୋଗାଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିଦ୍ୟୁତିକୃତ ରୁଟର…
ନାଥଦ୍ୱାରା/ରାଜସ୍ଥାନ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳ ଶ୍ରୀନାଥଜୀଙ୍କ ସହର ନାଥଦ୍ୱାରାରେ ଏକ ଆଧୁନିକ “ଯାତ୍ରୀ ଏବଂ ବରିଷ୍ଠ ସେବା ସଦନ” ନିର୍ମାଣ ଘୋଷଣା କରିଛନ୍ତି। ସେ ଶ୍ରୀନାଥଜୀ ମନ୍ଦିରକୁ ୧୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। ଅମ୍ବାନୀ ରବିବାର ଦିନ ଶ୍ରୀନାଥଜୀଙ୍କ ଭୋଗ-ଆରତୀ ଓ ଦର୍ଶନ କରିବା ସହିତ ପୂଜ୍ୟ ଗୁରୁ ବିଶାଳ ବାବା ସାହେବଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଏହି ନୂତନ ସେବା ସଦନତୀର୍ଥଯାତ୍ରୀ ଏବଂ ବରିଷ୍ଠ ବୈଷ୍ଣବ ଭକ୍ତଙ୍କ ପାଇଁ ସମର୍ପିତ ରହିବ। ଏଥିରେ ୧୦୦ ରୁ ଅଧିକ କୋଠରୀ ରହିବ, ଯାହା ସୁରକ୍ଷିତ ଏବଂ ସମ୍ମାନଜନକ ଆବାସ ସୁବିଧା ପ୍ରଦାନ କରିବ। ଏଠାରେ ଏକ ୨୪ ଘଣ୍ଟା ଚାଲୁଥିବା ଚିକିତ୍ସା ୟୁନିଟ୍, ନର୍ସିଂ ଏବଂ ଫିଜିଓଥେରାପି ସେବା, ସତସଙ୍ଗ ଏବଂ ପ୍ରବଚନ ହଲ୍ ଏବଂ ପୁଷ୍ଟିମାର୍ଗ ଥାଳ-ପ୍ରସାଦ ପରମ୍ପରା ଉପରେ ଆଧାରିତ ଭୋଜନ ବ୍ୟବସ୍ଥା ମଧ୍ୟ ରହିବ। ଏହି ବିଶେଷ ଅବସରରେ…
Delhi Car Blast Update: ଦିଲ୍ଲୀରେ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁଯାୟୀ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛନ୍ତି। ଏହି ସମୟରେ, ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସ କମିଶନର, NIA ଡିଜି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁସାରେ ଶ୍ରୀ ଶାହା NSG, NIA ଏବଂ ଫୋରେନସିକ୍ ବିଭାଗର ଦଳଗୁଡ଼ିକୁ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଘଟଣା ସମ୍ପର୍କରେ IB ନିର୍ଦ୍ଦେଶକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେସନ। ଚଳିତ ଅଧିବେଶନ ଏକ ଐତିହାସିକ ଅଧିବେସନ ହେବ। କାରଣ ହେଲା ଏହି ଅଧିବେସନକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ଆଜି ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅଧିବେଶନ ଆରମ୍ଭ ଦିନ ରାଷ୍ଟ୍ରପତି ଅଭିଭାଷଣ ରଖିବେ ବୋଲି ଉଲ୍ଲେଖ ରହିଛି। ଏହି ଅଧିବେଶନ ନଭେମ୍ବର ୨୭ ତାରଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୮ ତାରିଖ ଦିନ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଉପସ୍ଥାପନା କରିବେ। ଏହି ଅଧିବେଶନରେ ୨୯ ଟି କାର୍ଯ୍ୟ ଦିବସ ରହିଛି।
Delhi Car Blast: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ହୋଇଥିବା କାର ବ୍ଲାଷ୍ଟ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, i20 କାରରେ ଏହି ବିସ୍ପୋରଣ ହୋଇଛି। ଏହାଦ୍ବାରା ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେଠାକୁ ବିଭିନ୍ନ ତଦନ୍ତ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଲାଗିଥିବା ସମସ୍ତ ସିସି ଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଏହି ଘଟଣା ସଂପର୍କରେ ତଦନ୍ତ ହେବା ପରେ ଯେଉଁ ରିପୋର୍ଟ ଆସିବ ତାହା ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପିତ କରାଯିବ। ସେ ଖୁବ ଶିଘ୍ର ଘଟଣାସ୍ଥଳ ଏବଂ ଡାକ୍ତରଖାନା ଯିବେ ବୋଲି ଅମିତ ଶାହ କହିଛନ୍ତି।
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଲାଲ କ୍ୱିଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଶକ୍ତିଶାଳୀ କାର ବିସ୍ଫୋରଣ ଘଟିଛି।ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚବିଶ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୬.୫୨ ସମୟରେ ଏକ ଧୀର ଗତିରେ ଯାଉଥିବା ଗାଡି ଲାଲ ଆଲୋକରେ ଅଟକି ଯାଇଥିଲା ଏବଂ ସେହି ଗାଡିରେ ବିସ୍ଫୋରଣ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ସେମାନେ ସନ୍ଧ୍ୟା ପ୍ରାୟ ୬:୫୫ ସମୟରେ ଘଟଣା ବିଷୟରେ ଏକ ଫୋନ୍ ପାଇଥିଲେ। ଏଥିରେ କୁହାଯାଇଛି ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସାତୋଟି ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ବିସ୍ଫୋରଣ ଫଳରେ ନିକଟରେ ଥିବା ଦୁଇଟି କାରରେ ମଧ୍ୟ ନିଆଁ ଲାଗିଯାଇଛି। ଭାରତର…
ଭୁବନେଶ୍ବର: ଆସନ୍ତାକାଲି ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜି ସକାଳୁ ସମସ୍ତ ବୁଥକୁ ପୋଲିଂ ପାର୍ଟି ପଠାଇବା ଆରମ୍ଭ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ବାବଧାନରେ ଏହି ବ୍ୟବସ୍ଥା କରାଯାଇଛି। ଆଜି ସଂଧ୍ୟା ସୁଦ୍ଧା ପୋଲିଂ ପାର୍ଟି ସେମାନଙ୍କ ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସକାଳୁ ସବୁ ବୁଥକୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। କେତେକ ବୁଥରେ ପୋଲିଂ ପାର୍ଟି ପହଞ୍ଚିଥିବାର ଜଣାପଡିଛି। ତେବେ ଏହି ନିର୍ବାଚନ ମଣ୍ଡଳିର ଆଠଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବେ ଗ୍ରହଣ କରାଯାଇଛି। ଫଳରେ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ସୁନାବେଡା ଅଞ୍ଚଳକୁ ପୋଲିଂ ପାର୍ଟିଙ୍କୁ ସ୍ବତନ୍ତ୍ର ବାୟୁ ସେନା ହେଲିକାପ୍ଟରରେ ପଠାଯାଇଛି। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିଂ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ଦୁଇଟି ହେଲିକାପ୍ଟର ନିୟୋଜିତ କରାଯାଇଛି। ଗୋତମା ଏୟାରପୋର୍ଟରୁ ଆଜି…
Union Budget 2026: ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ କେନ୍ଦ୍ର ବଜେଟ୍ 2026-27 ପାଇଁ ନୂଆଦିଲ୍ଲୀରେ ଦେଶର ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ କରିଛନ୍ତି। ଏହି ବୈଠକରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବଙ୍କ ସହିତ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ଅର୍ଥନୀତିଜ୍ଞଙ୍କ ସହ ପ୍ରାକ୍-ବଜେଟ୍ ପରାମର୍ଶ ସକାଳ 10ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅପରାହ୍ନ 1ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବିଶିଷ୍ଟ କୃଷି ବିଶେଷଜ୍ଞ ଏବଂ କୃଷକ ସଂଗଠନ ସହିତ ଆଉ ଏକ ଆଲୋଚନା ହେବ। ଏହି ବୈଠକଗୁଡ଼ିକ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅଂଶ ଭାବରେ ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ କରୁଥିବା ପ୍ରାକ୍-ବଜେଟ୍ ଆଲୋଚନାର ଆରମ୍ଭ। ଏହି ପ୍ରାକ୍-ବଜେଟ୍ ବୈଠକ ହେଉଛି ଚୂଡ଼ାନ୍ତ ବାର୍ଷିକ ବଜେଟ୍…
ଭୁବନେଶ୍ୱର: ଶ୍ରୀ ମନ୍ଦିର ରଥଯାତ୍ରା ସମୟରେ ଦଳା ଚକଟାରେ ୩ ଭକ୍ତଙ୍କ ପ୍ରାଣହାନୀ ଓ ଶତାଧିକ ଆହତ ହେବା ଅଘଟଣ ଉପରେ ଅନୁସନ୍ଧାନ କମିଟିର ରିପୋର୍ଟ ପ୍ରକାଶକୁ ନେଇ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପିତ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଲେ, ରଥଯାତ୍ରା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରଶାସନ ରଥଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ୨୭୫ ଗୋଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇ ଥିବାବେଳେ ପ୍ରକୃତପକ୍ଷେ ୧୬୦/୬୫ ଗୋଟି ଲାଗିଥିଲା । ଦାୟିତ୍ୱ କାହିଁକି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦିଆ ଯାଇ ନଥିଲା, ତିରୁପତି ମନ୍ଦିର ଦର୍ଶନ ବ୍ୟବସ୍ଥା ଅନୁସାରେ ଆଇନ ମନ୍ତ୍ରୀ ଧାଡି ବ୍ୟବସ୍ଥା ପାଇଁ ସୁପାରିଶ କରିବା…
ନୂଆପଡା / ଭୁବନେଶ୍ୱର: ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତ ୧୧ ତାରିଖ ଦିନ ନୂଆପଡାବାସୀ ତାଙ୍କ ବିଧାୟକଙ୍କୁ ଚୟନ କରିବେ। ଆଜି ପ୍ରଚାର ପ୍ରସାର କାର୍ଯ୍ୟ ଶେଷ ହେବାକୁ ଯାଉଥିବାବେଳେ ଆସନ୍ତା ୧୪ ତାରିଖ ଦିନ ଫଳ ପ୍ରକାଶ ପାଇବ। ଉପନିର୍ବାଚନକୁ ନେଇ ନୂଆପଡାବାସୀଙ୍କ ମନ ଭିତରେ ଅନେକ ଉତ୍ସାହ ରହିଛି। ବର୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ବାତାବରଣରେ ନିର୍ବାଚନ ପ୍ରଚାର ପ୍ରକ୍ରିୟା ସରିବାକୁ ଯାଉଥିବାରୁୁ ସମସ୍ତ ଭୋଟର ଭାଇଭଉଣୀମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ନୂଆପଡା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ‘ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ’ କେବଳ ପ୍ରତିଶୃତି ନୁହେଁ, ଏହା ଆମର ପ୍ରତିବଦ୍ଧତା । ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ୨୧ ରୁ ୨୦ ସାଂସଦ ଆସନ ବିଜେପିକୁ ଦେଇଥିବାବେଳେ ରାଜ୍ୟରେ ପ୍ରଥମ…
ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର। ବେଶ କିଛି ଦିନ ଧରି ନୂଆପଡାରେ ଚାଲିଥିଲା ଘୋ..ଘା। ଏବେ ଆରମ୍ଭ ହେଲା ସାଇଲାଣ୍ଟ ପିରିୟଡ। ଭୋଟରଙ୍କୁ ଏହି ପିରିୟଡରେ କାହାକୁ ଭୋଟ ଦେବା ଉଚିତ ତାହା ଚିନ୍ତା କରିବେ। ଆସନ୍ତା ମଙ୍ଗଳବାର ଦିନ ସକାଳ ସାତଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଆଜି ଅପରାହ୍ନରୁ ସମସ୍ତ ବାହାର ନେତାଙ୍କୁ ନୂଆପଡା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ବିଭିନ୍ନ ଦଳର ନେତା ନୂଆପଡା ଜିଲ୍ଲା ଛାଡି ନିକଟ ଜିଲ୍ଲାରେ ଆଶ୍ରୟ ନେଇଥିବାର ଜଣାପଡିଛି। ତେବେ ବର୍ତ୍ତମାନ ପ୍ରଚାର ସରିଛି ସତ ହେଲେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନେତାଙ୍କ ଅନ୍ଧାରୀ ବିଜେ ହେବ। ଅର୍ଥାତ ନେତାମାନେ ଲୁଚିଛପି ଭୋଟରଙ୍କୁ ବିଭିନ୍ନ ପ୍ରଲଭୋନ ଦେଖାଇବା ପାଇଁ ଚେଷ୍ଠା କରିବେ। ତେବେ ପ୍ରଚାର ସରିବା ପରେ ନୂଆପଡାରେ ସୁରକ୍ଷା କଡାକଡି କରାଯାଇଛି। ଯେପରି କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତ ନ ଘଟେ ସେଥିପାଇଁ…
ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ଦିନ ନୂଆପଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଆଜି ଅପରାହ୍ନରେ ଶେଷ ହୋଇଛି ପ୍ରଚାର। ତେବେ ପ୍ରଚାରର କିଛି ସମୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଭୋଟରଙ୍କୁ ପୁଣି ନବେଦନ କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ସେଥିରେ ନୂଆପଡାବାସୀଙ୍କପ ପ୍ରଥମେ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁଇଥର ନୂଆପଡା ପ୍ରଚାର ଗସ୍ତରେ ଯାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଆପଣମାନେ ଯୋଗଦେଇଥିବାରୁ ବହୁ ଧନ୍ୟବାଦ। ସେହିପରି ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି ଯେ, ନୂଆପଡାରୁ ବିଜେପିର ପରାଜୟ ଯାତ୍ରା ଆରମ୍ଭ ହେବ। ସେମାନେ ସରକାରକୁ ଆସିବା ପରେ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିପାରୁ ନାହାଁନ୍ତି। ବିଏସକେୱାଇ କାର୍ଡ ବନ୍ଦ କରି ସେମାନେ ଆୟୁଶ୍ମାନ କାର୍ଡ ପ୍ରଚଳନ କଲେ। ହେଲେ ତାହା ଫେଲ ମାରିଲା। ରୋଗୀମାନେ ଡାକ୍ତରଖାନାରେ ହନ୍ତସନ୍ତ…
ଭୁବନେଶ୍ବର: ଆଜି ପୁରୀ ଜିଲ୍ଲା ବାଲିପୁଟ ପଞ୍ଚାୟତ ଅନ୍ତର୍ଗତ ମାର୍କଣ୍ଡପୁର ସ୍ଥିତ ବରିଷ୍ଠ ବିଜେପି ନେତା ଓ କବି ଶଙ୍କର ପରିଡାଙ୍କ ଏକାଦଶାହ ପାଳିତ ହୋଇଯାଇଛି। ଏଥିରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ। ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ଶ୍ରୀ ହରିଚନ୍ଦନ ତାଙ୍କର ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି ଯେ. ବିଜେପି ନେତା ତଥା ମୋ ଘନିଷ୍ଠ ବନ୍ଧୁ ସ୍ବର୍ଗତ ଶଙ୍କର୍ଷଣ ପରିଡ଼ାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସ୍ମୃତିଚ଼ାରଣ କଲି। ତାଙ୍କ ବିୟୋଗ ବ୍ୟକ୍ତିଗତ ଭାବେ ମୋତେ ବ୍ୟଥିତ କରିଛି।ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଯେଉଁ ପାରଦର୍ଶିତା ଓ ଅଙ୍ଗୀକାରବଦ୍ଧତା ଦେଖାଇଛନ୍ତି,ତାହା ଚ଼ିରକାଳ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବେ।ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ…
ଭୁବନେଶ୍ୱର: ରାଜନୀତିରେ ମୂଲ୍ୟବୋଧ ଓ ସ୍ୱଚ୍ଛତା ସାଙ୍ଗକୁ ସାହିତ୍ୟରେ ଯୁବଲେଖକମାନଙ୍କୁ ପ୍ରେରଣା ଦେବାରେ ରାଜନେତା ତଥା କବି ଶଙ୍କର ପରିଡ଼ା ସ୍ମରଣୀୟ ରହିବେ । ଆଜି ଗୀତଗୋବିନ୍ଦ ସଦନରେ ସ୍ୱର୍ଗୀୟ ପରିଡ଼ାଙ୍କ ଏକାଦଶାହ ଅବସରରେ ଆୟୋଜିତ ଶୋକସଭାରେ ତାଙ୍କ ଉଦ୍ଦେଶ୍ୟରେ ବକ୍ତାମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡ଼ିଆ ଯୁବଲେଖକ ସମ୍ମେଳନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରସିଦ୍ଧ କବି ତଥା ସମ୍ମେଳନର ପ୍ରାକ୍ତନ ସଭାପତି ଶ୍ରୀ ଅମରେଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟରେ ନିଶା ନିବାରଣର ପ୍ରମୁଖ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତି୍ରପାଠୀ ଉପସ୍ଥିତ ରହି ସ୍ୱର୍ଗୀୟ ପରିଡ଼ାଙ୍କ କୃତି ଓ କୃତିତ୍ୱ ନେଇ ବକ୍ତବ୍ୟ ରଖିଥିଲେ । ସ୍ୱର୍ଗୀୟ ପରିଡ଼ାଙ୍କ ଫଟୋଚିତ୍ରରେ ସମସ୍ତଙ୍କ ଶ୍ରଦ୍ଧାସୁମନ ଅର୍ପଣ ପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁବଲେଖକ ସମ୍ମେଳନର…
ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ହେବ ନୂଆପଡା ଉପନିର୍ବାଚନର ମତଦାନ ପକ୍ରିୟା। ଏହି ସମୟରେ ନୂଆପଡାରେ ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ଆଜି ବିଜେଡିର ସଂପାଦକ ଥିବା ତଥା ନୂଆପଡା ବିଜେଡିର ପୂର୍ବତନ ସଭାପତି ମନୋଜ ମିଶ୍ରଙ୍କ ବାସ ଭବନ ଉପରେ ଏହି ଚଢାଉ କରାଯାଇଛି। ଆୟକର ବିଭାଗର ଅଧିକାରୀମାନେ ତାଙ୍କ ବାସଭବନରେ ଖୋଳତାଡ କରିଛନ୍ତି। ହେଲେ କିଛି ମିଳି ନ ଥିବାର ଜଣାପଡିଛି। ଗତକାଲି ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ମହମ୍ମଦ ଜୁନେଦଙ୍କ ନୂଆପଡ଼ା ଖରିଆର ରୋଡର ବାସଭବନରେ ଚଢାଉ କରାଯାଇଥିଲା। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆୟକର ବିଭାଗର ଏପରି ଚଢାଉକୁ ବିଜେଡି ତରଫରୁ ନିନ୍ଦା କରାଯାଇଛି। ଜାଣିଶୁଣି ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରାଯାଇଛି।

