ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି।’ ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତାଙ୍କ ମା ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ…
Author: Samikhsya Bureau
ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ସେତିକି ନୂଆ ନୂଆ କଥା ଦେଖିବାକୁ ମିଳୁଛି। ଯାହାକୁ ବିଜେଡି ପ୍ରାର୍ଥୀ କରିବ ବୋଲି ପାଗ ଭିଡି ବସିଥିଲା ତାଙ୍କୁ ହାଇଜାକ କରି ନେଲା ବିଜେପି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ରାଜ୍ୟ ବିଜେପି ତାଙ୍କ ନାମକୁ ସଂସଦୀୟ କମିଟକୁ ସୁପାରିଶ କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ। ନିଜ ପ୍ରାର୍ଥୀ ବିଜେପିକୁ ଯିବା ପରେ ବର୍ତ୍ତମାନ ବାଉଳା ହେବାରେ ଲାଗିଛି ବିଜେଡି। ତାଙ୍କ ଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କ କଷା। ତେବେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ। କାରଣ କଂଗ୍ରେସର ଟାଣୁଆ ପ୍ରାର୍ଥୀ ଘାସିରାମ ମାଝୀ, ପୁଣି ବିଜେପିର ଜୟ ଢୋଲକିଆଙ୍କୁ ଟକ୍କର ଦେବା ପରି ପ୍ରାର୍ଥୀ ଆବଶ୍ୟକ। ସେଥିପାଇଁ ନୂଆପଡାରେ ବିଜେଡିର ଏକ ବଡ ଟିମ ଡେରା ପକାଇ ବସିଛନ୍ତି। ହେଲେ ସେ…
ଭୁବନେଶ୍ୱର: କୋଲକାତାରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ ପ୍ରତିବାଦ କରି ନାରୀ ନ୍ୟାୟ ବାହିନୀ ପକ୍ଷରୁ ଗାନ୍ଧିମାର୍ଗରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଙ୍ଗଠନର ଆବାହିକା ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ ନେତୃତ୍ୱରେ ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ମଧୁମିତା ଦାସ, ନିବେଦିତା ପଟ୍ଟନାୟକ, ସୂର୍ଯ୍ୟ ସ୍ମିତା ପଣ୍ଡା, ସେଫାଳି ଶର୍ମା, ରଂଜୁକ୍ତା ବେହେରା, ଜ୍ୟୋସ୍ଟାମୟୀ ବେହେରା, ସୁନିତା ଧାର୍ମି, ଶ୍ୱେତା ମଲ୍ଲିକ ପ୍ରମୁଖ ବହୁ ମହିଳା ସଦସ୍ୟା ଗଣଧାରଣା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ଯେହେତୁ ସେ ଓଡ଼ିଶାର ଝିଅ ଓଡିଶା ସରକାର ମଧ୍ୟ ଘଟଣାରେ ହସ୍ତକ୍ଷେପ କରିବା ସହ ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରିବାକୁ ଏବଂ ଛାତ୍ରୀଙ୍କ ସୁରକ୍ଷା ପ୍ରଦାନ କରିବାକୁ ଦାବି…
ପୁରୀ: ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ। ଏହି ଅବସରରେ ସେ କହିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ ଭାବରେ ଓଡ଼ିଆ ସଂସ୍କୃତିରେ ବିଶେଷ ଗୁରୁତ୍ୱ ରଖେ। ସେ ଉଲ୍ଲେଖ କରିଥିଲେ ଯେ ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ…
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି।। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପରମ୍ପରା ଓ ମୂଲ୍ୟବୋଧ ଉପରେ ନିର୍ଭର କରୁଥିବାବେଳେ SDG 4 ସହିତ ଏକବିଂଶ ଶତାବ୍ଦୀର ଶିକ୍ଷାର ଆକାଂକ୍ଷିତ ଲକ୍ଷ୍ୟ ସହିତ ସମତୁଲ ଏକ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ନିୟମାବଳୀ ଓ ପ୍ରଶାସନ ସହିତ ଶିକ୍ଷା ସଂରଚନାର ସମସ୍ତ ଦିଗଗୁଡ଼ିକର ସଂଶୋଧନ ଓ ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଶିକ୍ଷା ନୀତି ଏହି ସିଦ୍ଧାନ୍ତ…
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ। କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା। Manipal University Jaipur Hosts International Conference on Empowering Women
ନୂଆଦିଲ୍ଲୀ: କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଆଜି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଶ୍ରୀମତୀ ଆନନ୍ଦଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବୁଝାମଣାକୁ ସୁଦୃଢ କରିବ। ଆର୍ଥିକ ସହଯୋଗକୁ ଏବଂ ଲୋକ-ଲୋକ ସମ୍ପର୍କକୁ ଆହୁରି ମଜବୁତ କରି ଭାରତ-କାନାଡା ସମ୍ପର୍କରେ ସକାରାତ୍ମକ ଗତି ବୃଦ୍ଧି କରିବାରେ ସାହାଯ୍ୟ କରିବ। ଚଳିତ ବର୍ଷ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଅନିତା ଆନନ୍ଦଙ୍କ ଭାରତ ଗସ୍ତ ଆରମ୍ଭ ହୋଇଛି।
ଭୁବନେଶ୍ବର: ଦୀର୍ଘ ବାର ବର୍ଷ ଧରି ଟିଭି ପରଦାରେ ଯିଏ ନ୍ୟୁଜ ପରିବେଷଣ କରୁଥିଲେ ସେ ଆଜି ସେହି ଜଗତକୁ ବାଏ ବାଏ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ। ସେ ଆର୍ଗସ ନ୍ୟୁଜର ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ନନ୍ଦିଘୋଷ ଟିଭି ଏବଂ ନ୍ୟୁଜ 18 ଓଡିଆର ଆଙ୍କର ଥିଲେ। ସ୍ମୃତିଲଗ୍ନା ନ୍ୟୁଜ ପଢିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ମଧ୍ୟ କରୁଥିଲେ। ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କର ସେ ସାକ୍ଷାତକାର ମଧ୍ୟ ବେଶ ଭଲ ଶୈଳୀରେ ପରିବେଷଣ କରିଛନ୍ତି। ହେଲେ ସେ ହଠାତ କାହିକି ଏହି ମିଡିଆ ଜଗତକୁ ବାଏ ବାଏ କଲେ ସେ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ତେବେ ଏହାର ଉତ୍ତର ଖୋଦ ସ୍ମୃତିଲଗ୍ନା ନିଜେ ଦେଇଛନ୍ତି। ସାମାଜିକ ଗଣାମାଧ୍ୟମରେ ସେ ଲେଖିଛନ୍ତି ଯେ, ଓଡ଼ିଶା ମିଡ଼ିଆରେ ବୃତ୍ତିଗତ ଜୀବନରେ ୧୨ବର୍ଷ ହେଲା। ଦର୍ଶକଙ୍କ ଗ୍ରହଣୀୟତା ଓ…
Jio Agentic AI: ଛୋଟ ଦୋକାନୀ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଏବେ ବଜାରର ବଡ଼ କମ୍ପାନୀଙ୍କ ସହ ପ୍ରତିଯୋଗିତା କରିପାରିବେ। ଛୋଟ ଦୋକାନୀମାନଙ୍କୁ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଜିଓ ଏକ ଏଆଇ ସହାୟକ ପ୍ରଚଳନ କରିଛି। ଏହି ଏଆଇ ସହାୟକ ଦିନର ୨୪ ଘଣ୍ଟା ଉପଲବ୍ଧ ରହିବ, ଗ୍ରାହକଙ୍କ ଫୋନ କଲ ର ଉତ୍ତର ଦେବ, ପ୍ରଶ୍ନଗୁଡିକୁ ଆଗକୁ ବଢାଇବ, ଅର୍ଡର ପ୍ରକ୍ରିୟାକୁ ଆଗକୁ ବଢାଇବ, ବିତରଣ ସୁନିଶ୍ଚିତ କରିବ, ସମୟ ସ୍ଥିର କରିବ ଏବଂ ସୁନିଶ୍ଚିତ ହୋଇଥିବା ବାର୍ତ୍ତା ପଠାଇବ। ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ରେ ଏହି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିଥିଲା। କ୍ଷୁଦ୍ର ଉଦ୍ୟୋଗ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ଜିଓ ଏଜେଣ୍ଟିକ ଏଆଇ ସହାୟକ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀରେ କହିପାରିବ। ତେଲୁଗୁ ଏବଂ କନ୍ନଡରେ ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ। କମ୍ପାନୀ ଏହାକୁ ୧୦ଟି…
ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଅଭିଯାନରେ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ ସାହିତ୍ୟକ, ଲେଖକ, କବି ଓ ମୁରବୀଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଏଥିରେ ଅଭିଯାନର ମୁଖ୍ୟ ଉପଦେଷ୍ଟା ତଥା ପ୍ରଥମ ଖୋର୍ଦ୍ଧା ଜିଲ୍ଲାପାଳ ତଥା କେଦାରନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ର ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱରକୁ ଜିଲ୍ଲା କରିବାରେ ସବୁ ସୁବିଧା ରହିଛି। ଲୋକ ସଂଖ୍ୟା ଓ ରାଜଧାନୀ ଦୃଷ୍ଟିରୁ ଏହା ଶିଘ୍ର ହେବା ଆବଶ୍ୟକ। ଏଥିରେ ବିଶିଷ୍ଠ କବି ତନୟା ଦାସ ଗୋସ୍ୱାମୀ, ସାହିତ୍ୟକ ଡ଼ ଦେବାଶିଷ ମହାପାତ୍ର, ପ୍ରଫେସର ଶରତ ରଥ, ଡ଼ ବିବେକାନନ୍ଦ ପାଣିଗ୍ରାହୀ, ନିର୍ମଳ କୁମାର ମହାପାତ୍ର, ମନ୍ମଥ ଶତପଥି, ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଡ଼ ଅରୁଣ କୁମାର ନାୟକ ସମେତ ବହୁ ବରିଷ୍ଠ ବିଦ୍ୱାନ କବି, ଲେଖକ ଓ ବରିଷ୍ଠ ନାଗରିକମାନେ…
ଆର୍ଯ୍ୟ ସମାଜ: ଯେତେବେଳେ ଭାରତ ବିଦେଶୀ ଶାସନ ଅଧିନରେ ସଂଘର୍ଷ କରୁଥିଲା, ସେହି ସମୟରେ ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ, ପରାଧୀନ ଭାରତ ବର୍ଷରେ ଅଜ୍ଞତାର ଅନ୍ଧକାର ଓ ଅସାମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍ ଠାରେ ଆୟୋଜିତ ଆର୍ଯ୍ୟ ମହା ସମ୍ମେଳନ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଆମେ ଗତ ୧୫୦ ବର୍ଷକୁ ଦେଖିବା ତେବେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ । ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ। ସେ ପୁଣି କହିଥିଲେ, ପରାଧୀନ ଭାରତ ବର୍ଷରେ…
ଭୁବନେଶ୍ବର: ନିଜ ପ୍ରାର୍ଥୀ ବିଜେପି ଯିବା ପରେ ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଛି ବିଜେଡି। ଜୟ ଢୋଲକିଆ ବିଜେପିରେ ଯୋଗଦେବା ପରେ ବର୍ତ୍ତମାନ ବିଜେଡିର ପ୍ରାର୍ଥୀ କିଏ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ଏପରି କ୍ଷେତ୍ରରେ ଦଳ ଏକ ନୂଆ ପଦ୍ଧତି ଆପଣେଇଛି। ତାହା ହେଲା ଉପନିର୍ବାଚନରେ କିଏ ଉପଯୁକ୍ତ ପ୍ରାର୍ଥୀ ହେବ ସେ ନେଇ ଦଳର ଏକ ଟିମ ନୂଆପଡା ଗସ୍ତ କରିଛନ୍ତି। ସେଠାରେ କର୍ମିମାନଙ୍କ ସହିତ ଆଲୋଚନା କରି ଏହି ଟିମ ନିଷ୍ପତି ନେବ। ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ ନୂଆପଡାରେ ପହଞ୍ଚିଛନ୍ତି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ସଂଜୟ ଦାସବର୍ମା, ଅତନୁସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଏବଂ ଟୁକୁନି ସାହୁ ପ୍ରମୁଖ ଅଛନ୍ତି। ସେମାନେ ଦୁଇଦିନ ଧରି ସେଠାରେ ରହି ପ୍ରାର୍ଥୀ ଚୟନ କରିବେ। ଏହାପରେ ସେମାନେ ଭୁବନେଶ୍ବର ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଲିକା ଦେବେ…
ଭୁବନେଶ୍ୱର: ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ହୋଇଥିବା ଚପଲ ଫୋପଡ଼ା ଘଟଣାକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସ ଭବନ ଠାରୁ ଏ.ଜି. ଛକ ସ୍ଥିତ ଡ. ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷା ଯାତ୍ରା ନାମରେ ଏକ ନୀରବ ପ୍ରତିବାଦ ଯାତ୍ରା ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବିଭାଗର ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ଜିଲ୍ଲା ଅଧ୍ୟକ୍ଷମାନେ ଉକ୍ତ ଯାତ୍ରାରେ ସାମିଲ ହୋଇଥିଲେ । ଉକ୍ତ ଯାତ୍ରା ସମାପନ ପରେ ସମସ୍ତ କର୍ମକର୍ତ୍ତା ଏଜି ଛକଠାରେ ସମବେତ ହୋଇ ସାମ୍ପ୍ରଦାୟୀକ ଶକ୍ତି ଦ୍ୱାରା ଦେଶର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସଂଗେ ସଂଗେ ସମଗ୍ର ଦେଶରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଶପଥ ଗ୍ରହଣ କରିଥିଲେ । ଯଦି ଦେଶର ପ୍ରଧାନ ବିଚାରପତିଙ୍କୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମ ବଙ୍ଗ ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସଂପୃକ୍ତ ପୀଡ଼ିତାଙ୍କ ବାପା ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳର ବାସିନ୍ଦା। ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’।ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ…
ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ ତାଙ୍କର ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ମଧ୍ୟ ସାଥୀରେ ଥିଲେ। ଉଭୟ ନୀନ ନିବାସ ଯାଇ ସେଠାରେ ବିରୋଧୀ ଦଳର ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଉଭୟ ବେଶ କିଛି ସମୟ ଧରି ନବୀନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ତେବେ ଏହି କଥାକୁ ଖୋଦ ଅପରାଜିତା ମଧ୍ୟ ଲୁଚାଇ ନାହାଁନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ବହୁତ ଖୁସି ଲାଗିଲା। ଆମେ ଅତୀତର ଅନେକ ଘଟଣା ବିଷୟରେ ତାଙ୍କ ଆଲୋଚନା କଲୁ। ଖୁସି ଲାଗିଲା ଯେ, ସେ ସମସ୍ତ ଘଟଣା ମନେ ରଖିଛନ୍ତି। ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଲୁ। ତାଙ୍କ…
ଜିଓ କ୍ଲାଉଡ୍ ଗେମିଂ: ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନଲାଇନ୍ ଗେମିଂ ଶିଳ୍ପକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବାକୁ ପ୍ରସ୍ତୁତ। ହାଇ-ଆନିମେଟେଡ୍, କିମ୍ବା ହାଇ-ଏଣ୍ଡ୍, ଇଣ୍ଟରାକ୍ଟିଭ୍ ଗେମ୍ ଖେଳିବା ପାଇଁ ଆଉ ମହଙ୍ଗା ଗ୍ୟାଜେଟ୍ ଆବଶ୍ୟକ ହେବ ନାହିଁ। ଜିଓ କ୍ଲାଉଡ୍ ଗେମିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅନଲାଇନ୍ କ୍ଲାଉଡ୍ ଗେମ୍ ଖେଳିବା ପାଇଁ, ବ୍ୟବହାରକାରୀମାନଙ୍କୁ କେବଳ ଏକ ଭଲ ଇଣ୍ଟରନେଟ୍ ସଂଯୋଗ ଏବଂ ଜିଓ ଗେମ୍ସ ଆପ୍ ଆବଶ୍ୟକ। କିଛି ଡାଉନଲୋଡ୍ ନକରି ଲାପଟପ୍, ବ୍ୟକ୍ତିଗତ କମ୍ପ୍ୟୁଟର, ସ୍ମାର୍ଟଫୋନ୍, ଜିଓ ସେଟ୍-ଟପ୍ ବକ୍ସ ଏବଂ ୱେବ୍ ବ୍ରାଉଜରରେ ଗେମିଂ କରାଯାଇପାରିବ। କେବଳ ଏକ ଗେମ୍ ଚୟନ କରନ୍ତୁ ଏବଂ ଖେଳିବା ଆରମ୍ଭ କରନ୍ତୁ। ଟେକ୍କେନ୍ସେଭେନ, ଏଲଡେନ୍, ଏବଂ ରିଙ୍ଗ ପରି ଟ୍ରିପଲ୍-ଏ ଟାଇଟଲ୍ ଏବେ ଜିଓ କ୍ଲାଉଡ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସହଜରେ ଖେଳିପାରିବେ। ଗେମର୍ସ ମାନେ ୨୮ ଦିନର ବୈଧତା ସହିତ ୨୯୮ ଟଙ୍କାରେ ଜିଓ ଗେମ୍ସ ଆପ୍ ପ୍ଲାନ୍ ପାଇପାରିବେ। ଜିଓ…
ଭୁବନେଶ୍ବର: ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ( ଏଡିପି ) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) ର କାର୍ଯ୍ୟକାରିତା ସଂପର୍କରେ ଶୁକ୍ରବାର ଏକ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ସଭାରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀବୃନ୍ଦ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାପାଇଁ ନିୟୋଜିତ ବରିଷ୍ଠ ଅଧିକାରୀ,ଚିହ୍ନଟ ହୋଇଥିବା ୧୬ ଜିଲ୍ଲା ଓ ୪୦ ବ୍ଲକରୁ ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ ସଂଯୋଜନା କରିଥିଲେ। ସମୀକ୍ଷାରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଏବଂ ସୂଚକାଙ୍କରେ ପ୍ରଗତି, ପ୍ରକଳ୍ପଗୁଡିକର ସ୍ଥିତି ଏବଂ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ( ସିଏସଆର) ସମର୍ଥିତ ପଦକ୍ଷେପରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ…
ଭୁବନେଶ୍ବର: ଆଜି ବିଜେପିରେ ଜୟ ଢୋଲକିଆ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି। ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏଥିରେ ବର୍ତ୍ତମାନ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ସେଠାରେ କିଏ ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ହେବ। ପୂର୍ବରୁ ପ୍ରତାପ ଜେନା କହିଛନ୍ତି ଯେ, ଜୟ ଢୋଲକିଆ ଏପରି କରିବେ ବୋଲି ଜଣାଥିଲା। ସେ ବିଜେଡି ଛାଡି ଗଲେ ମଧ୍ୟ ସେଥିରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ଯଦି ଜୟ ବିଜେପି ଯିବେ ବୋଲି ବିଜେଡି ଜାଣିଥିଲା ତେବେ ଦଳ ନିଶ୍ଚିତ ପ୍ଲାନ-ବି ପ୍ରସ୍ତୁତ କରି ରଖିଛି। ଖୁବ ଶିଘ୍ର ବିଜେଡି ସୁପ୍ରିମୋ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।
ଭୁବନେଶ୍ବର: ଆଜି ସବୁ କଳ୍ପନା ଜଣଳ୍ପନାକୁ ପଛରେ ପକାଇ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ। ଫଳରେ ନୂଆପଡା ଉପନିର୍ବାଚନ ଏକ ଭିନ୍ନ ମୋଡ ନେଇଛି। ଆଜି ସେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେ ବିଜେଡିରୁ ଛିଡା ହେବେ ବୋଲି ପୂର୍ବରୁ କହିଥିଲେ। ହେଲେ ହଠାତ କଣ ହେଲା କେଜାଣି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଯେ, ଢୋଲକିଆ ବିକ୍ରି ହୋଇଗଲେ। ଯଦି ରାଜେନ୍ଦ୍ର ଢୋଲକିଆ ବଞ୍ଚିଥାଆନ୍ତେ ସେ କେବେ ଏହାକୁ ଦେଖିପାରି ନ ଥାଆନ୍ତେ। ସେ ବିଜେପିର ଘୋଡା ବେପାରରେ ସାମିଲ ହେଲେ। ଖୋଦ ଜୟ ଢୋଲକିଆ ନିଜେ ଘୋଷଣା କରିଥିଲେ ଯେ, ସେ ବିଜେଡିରୁ ଟିକେଟ ପାଇବେ ବୋଲି ନବୀନ…
ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ଜୟ ଢୋଲକିଆ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ଢୋଲକିଆ ବିଜେପିରେ ମିଶିବା ପରେ ସ୍ପଷ୍ଟ ହେଲା ଯେ, ସେ ନୂଆପଡା ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ। ବିଜେପି ରାଜ୍ୟରେ ସରକାରରେ ଥିବା ବେଳେ ନିକଟରେ ତାଙ୍କର ବାପା ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକର ସମବେଦନା ବେଶ ସାହାଯ୍ୟ କରିବ। ଫଳରେ ସେ ଜିତିବା ନିଶ୍ଚିତ ବୋଲି ବିଜେପି ନେତାମାନେ ଭାବି ନେଇଛନ୍ତି। ସେଥିପାଇଁ ବିଜେପି କଳେବଳେ କୌଶଳେ ଦଳରେ ସାମିଲ କରାଇଛନ୍ତି। ଏ ସଂପର୍କରେ TheSamikhsya ତରଫରୁ ଚଳିତ ମାସ ଆଠ ତାରିଖରେ…
ଭୁବନେଶ୍ବର: ଆଜି ପୁଣି ଥରେ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀମୟୀ ଆଜି ଲେଖିଛନ୍ତି… କର୍ମୀ ବସିଛନ୍ତି ଅନାଇ ଦିଲ୍ଲୀ ରେ ୟରବକ୍ଷ କରିଦେଲେ କହ୍ନେଇ ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର ଭାରି ଭୟଂକର ! କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ……………. ଏହାର ଅର୍ଥ ଶ୍ରୀମୟୀ କିଛି ଲେଖି ନ ଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ସମସ୍ତେ ଅଳ୍ପ ବହୁତି ବୁଝିପାରୁଛନ୍ତି। ତାହା ହେଲା ବିଜେଡିରୁ ନୂଆପଡା ପାଇଁ ପ୍ରାର୍ଥୀ ହେବାକୁ ଥିବା ଜୟ ଢୋଲକିଆ ବିଜେପି ମିଶିବେ। ଆଉ ବିଜେପି ପ୍ରାର୍ଥୀ ଭାବେ ସେ ନୂଆପଡା ଉପନିର୍ବାଚନରେ ଲଢେଇ କରିବେ। ତେଣୁ ଶ୍ରୀମୟୀଙ୍କ କହିବା କଥା ଏହା ବିଜେପି ସହିତ ଏକ ଡିଲ ହୋଇଛି। ଆଉ ସେହି କହ୍ନେଇ ହେଉଛନ୍ତି ଖୋଦ ଭି କେ ପାଣ୍ଡିଆନ। କାରଣ ସେ ନବୀନଙ୍କ ସହିତ ଦିଲ୍ଲୀରେ ଏକ ମାସ ଧରି…

