JioBharat: ଲୋକପ୍ରିୟ ଜିଓଭାରତ ସିରିଜ୍ ମୋବାଇଲ୍ ଫୋନ୍ ଏକ ନୂତନ ସେଫ୍ଟି ସିଲ୍ଡ ଫିଚର ସହିତ ବଜାରକୁ ଆସବାକୁ ପ୍ରସ୍ତୁତ। ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ରେ ଏହି ଶକ୍ତିଶାଳୀ ମୋବାଇଲ୍ ଫୋନ୍ ର ବୈଶିଷ୍ଟ୍ୟଗୁଡ଼ିକ ଉନ୍ମୋଚନ କରିଛି। ଫୋନର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହା ଆପଣଙ୍କ ପ୍ରିୟଜନଙ୍କୁ ଠକେଇ ଏବଂ ଠକେଇ ଉଦ୍ୟମରୁ ରକ୍ଷା କରିବା ସହିତ ଆପଣଙ୍କୁ ସର୍ବଦା ସଂଯୁକ୍ତ ରଖିବ। ଏହାକୁ ବିଶେଷ ଭାବରେ ପିଲା, ମହିଳା ଏବଂ ବୟସ୍କଙ୍କ ସୁରକ୍ଷା ଓ ସଂଯୋଗ ପାଇଁ ଏକ ସ୍ମାର୍ଟ ସମାଧାନ ଭାବରେ ଡିଜାଇନ୍ କରାଯାଇଛି। ଦେଶର ସବୁଠାରୁ ସୁଲଭ ଫୋନ୍ ମଧ୍ୟରୁ ଅନ୍ୟତମ, ଜିଓଭାରତ ଫୋନର ମୂଲ୍ୟ ମାତ୍ର ୭୯୯ ଟଙ୍କା ରହିଛି। ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ଯୁଗରେ, ପିଲା, ମହିଳା ଏବଂ ବୟସ୍କଙ୍କ କ୍ଷେତ୍ରରେ ଠକେଇ ବ୍ୟାପକ ହୋଇଛ। ପରିବାରମାନେ ସେମାନଙ୍କ ସ୍ଥାନ ବା ଲୋକେସନ ବିଷୟରେ ସର୍ବଦା ଚିନ୍ତିତ ଅଛନ୍ତି।…
Author: Samikhsya Bureau
ନୂଆଦିଲ୍ଲୀ: ଯେତେବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ “ସମସ୍ତଙ୍କ ପାଇଁ ଏଆଇ” ପାଇଁ କହିଥିଲେ, ସେତେବେଳେ କେହି ଭବିଷ୍ୟବାଣୀ କରିପାରି ନ ଥିଲେ ଯେ ଜିଓ ମାତ୍ର କିଛି ମାସ ମଧ୍ୟରେ ଏଆଇ କ୍ଲାସରୁମ୍ ଫାଉଣ୍ଡେସନ୍ କୋର୍ସ ଆରମ୍ଭ କରିବ। ଏହି ଚାରି ସପ୍ତାହର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ମାଗଣା ଏବଂ ଏଆଇରେ ନିଜ ପକ୍ଷରୁ ଚେଷ୍ଟା କରିବାକୁ ଚାହୁଁଥିବା ଯେକୌସି ବ୍ୟକ୍ତିଙ୍କ ପାଇଁ ଉନ୍ମୁକ୍ତ ରହିଛି। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ର ଉଦଘାଟନୀ ଦିନରେ ଏହି ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀ ଅନୁଯାୟୀ, ଭାରତକୁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଏକ ସୁପରପାୱାର କରିବା ମିଶନକୁ ଆଗକୁ ବଢ଼ାଇବା ପାଇଁ ଜିଓ ପିସି ଏବଂ ଜିଓ ଇନଷ୍ଟିଚ୍ୟୁଟ୍ ଏଆଇ କ୍ଲାସରୁମ୍ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ କମ୍ପ୍ୟୁଟର, ଡେସ୍କଟପ୍ କିମ୍ବା ଲାପଟପ୍ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏହି କୋର୍ସର ଲାଭ ନେଇପାରିବେ। ତେବେ, ପ୍ରମାଣପତ୍ର (ସାର୍ଟିଫିକେଟ) କେବଳ ଜିଓ ପିସି…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନିକଟରେ ସେ ବିଜେଡିରୁ ନିଲମ୍ବିତ ହେବା ପରେ ଏହି ଚର୍ଚ୍ଚା ଅଧିକ ହୋଇଯାଇଛି। ବିଜେଡିରୁ ନିଲମ୍ବିତ ହେବା ପରେ ସେ କଣ କରିବେ, କୁଆଡେ ଯିବେ ସେ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ଶ୍ରୀମୟୀଙ୍କର କେତେକ ଫଟୋ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦେଖାଯାଇଛି ଯେ, ବିଜେପି ନେତାଙ୍କ ସହିତ ଶ୍ରୀମୟୀ ବେଶ ହସଖୁସିରେ କଥାବାର୍ତ୍ତା କରିବା ସହିତ ସେମାନଙ୍କ ସହିତ ହାତ ମିଳାଇଛନ୍ତି। ତେବେ ନେତାମାନେ ପରସ୍ପର ମଧ୍ୟରେ ହାତ ମିଳାଇବା ବା କଥା ବାର୍ତ୍ତା ହେବାରେ କୌଣସି ଅସୁବିଧା ନାହିଁ। ହେଲେ ବର୍ତ୍ତମାନ ସମୟରେ ଏହା ବେଶ ଚର୍ଚ୍ଚାକୁ ଆସିଛି। ଫଟୋରେ ଶ୍ରୀମୟୀ ବିଜେପି ଉପସଭାପତି ଗୋଲଖ ମହାପାତ୍ର, ବିଧାୟକ ବାବୁ ସିଂ ପ୍ରମୁଖ ନେତାମାନଙ୍କ ସହିତ ଅଛନ୍ତି। ତେବେ ଏହାକୁ ନିଜେ ଶ୍ରୀୟମୀ ମିଶ୍ର…
ଭୁବନେଶ୍ବର: ବିଜୁ ଜନତା ଦଳ ଏହାର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଦଳ ଏଗାର ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଇଛି। ସେମାନଙ୍କ ମଧ୍ୟରୁ ଜଣେ ଉପସଭାପତି ହୋଇଥିବା ବେଳେ ବରିଷ୍ଠ ସାଧାରଣ ସଂପାଦକ, ଏବଂ ସଂପାଦକ ଭାବେ ନେତାଙ୍କୁ ନିଆଯାଇଛି। କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଚିରଞ୍ଜିବୀ ବିଶ୍ବାଳଙ୍କୁ ଦଳ ଉପସଭାପତି ଭାବେ ନିଯୁକ୍ତି ଦେଇଛି। ସେହିପରି ପୁଷ୍ପେନ୍ଦର ସିଂହଦେଓ, ଗଣେଶ୍ବର ବେହେରାଙ୍କୁ ମଧ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ତିନୋଟି କମିଟି। ଏହି କମିଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପରିଚାଳନା କରିବେ। ଏହି କମିଟଗୁଡିକ ହେଲା ଷ୍ଟିଅରିଂ କମିଟି, ଜୋନାଲ୍ କମିଟି ଏବଂ ଲୋକାଲ୍ ଆକ୍ସନ କମିଟି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି କମିଟ ଗଠନ କରାଯାଇଛି। ତେବେ ଏହି କମିଟରେ ବିଜେଡିର ଟାଣୁଆ ନେତା ବବି ଦାସଙ୍କୁ ଆଉଟ କରାଯାଇଛି। ଅର୍ଥାତ ସେ ଏହି ତିନି କମିଟରେ ସ୍ଥାନ ପାଇ ନାହାଁନ୍ତି। ପୂର୍ବରୁ ସେ ପୁରା ଉପନିର୍ବାଚନକୁ ପରିଚାଳନା କରୁଥିଲେ। ତାଙ୍କ ନେତୃତ୍ବରେ ଦଳ ନିର୍ବାଚନରେ ଲଢେଇ କରୁଥିଲା। ହେଲେ ଏଥର ତାଙ୍କୁ ଏଥିରୁ ବାଦ ଦିଆଯାଇଛି। India Mobile Congress 2025: Prime Minister Narendra Modi Addresses
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ବରିଷ୍ଠ କଂଗ୍ରେସ ନେତା ଘାସିରାମ ମାଝୀ ହେବେ ପ୍ରାର୍ଥୀ। ସେହିପରି ବିଜେଡି ମଧ୍ୟ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହେବେ। କେବଳ ଘୋଷଣା ବାକି ଅଛି। ତେବେ ଏହା ଭିତରେ ବିଜେପିର କିଏ ହେବ ପ୍ରାର୍ଥୀ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି। କାରଣ ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଏହି ଉପନିର୍ବାଚନ ହେଉଛି ପ୍ରଥମ। ସେଥିପାଇଁ ରାଜ୍ୟ ସରକାରୀ ଦଳ ପାଇଁ ଏହା ବେଶ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ବେଶ ଅଙ୍କକଷା ଚାଲିଛି। ତେବେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଯାହାଙ୍କ ନାମ ଜୋରଦାର ଚର୍ଚ୍ଚା ଚାଲିଛି ସେ ହେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଉପନିର୍ବାଚନରେ ସେ କୁଆଡେ ପ୍ରାର୍ଥୀ ହେବେ…
ଶରତ ପାଇକରାୟ ନୂଆପଡା ଉପନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୈଚିକ ପାଣିପାଗ ଧିରେଧିରେ ଉଷୁମ ହେବାରେ ଲାଗିଲାଣି। କାରଣ ଏହି ଉପନିର୍ବାଚନ ଆସନ୍ତା ନଭେମ୍ବର ଏଗାର ତାରିଖରେ ହେବ ବୋଲି ଘୋଷଣା ହୋଇସାରିଛି। ସେଥିପାଇଁ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି। ତେବେ ପ୍ରଦେଶ କଂଗ୍ରେସ ସମସ୍ତଙ୍କୁ ଚମକାଇ ତାହାର ପ୍ରାର୍ଥୀଙ୍କ ନାମ ପ୍ରଥମେ ଘୋଷଣା କରିଛି। ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ହେବେ କଂଗ୍ରେସ ପ୍ରାର୍ଥୀ। ଗତ ନିର୍ବାଚନରେ ସେ ରାଜେନ୍ଦ୍ର ଢୋଲକିଆଙ୍କୁ କଡା ଟକ୍କର ଦେଇଥିଲେ। ପୂର୍ବରୁ ବିଭିନ୍ନ ଉପନିର୍ବାଚନରେ ଶେଷରେ ପ୍ରାର୍ଥୀ ଘୋଷଣା କରିଥାଏ କଂଗ୍ରେସ। କାରଣ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଖୋଜୁଖୋଜୁ ତାଙ୍କୁ ସମୟ ଲାଗିଯାଏ। ହେଲେ ଏଥର ସେ ମୁଖ୍ୟ ଦୁଇ ଦଳକୁ ପଛରେ ପକାଇ ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଇଛି। ସେତିକି ନୁହେଁ ବହୁ ପୂର୍ବରୁ କଂଗ୍ରେସ ସଭାପତି ଭକ୍ତ ଦାସ ମଧ୍ୟ ଘାସିରାମ ମାଝୀ…
ଭୁବନେଶ୍ବର: ଆଇନ, ପୁର୍ତ୍ତ ତଥା ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଉପରେ ସବୁ ଆର୍ଶିବାଦ ଢାଳିଦେଲେ କାର୍ତ୍ତିକ ହବିଷ୍ୟାଳି। ଖାଲି ସେତିକି ନୁହେଁ ସେ ସବୁବେଳେ ମନ୍ତ୍ରୀ ହୋଇ ରହିଥାନ୍ତୁ ବୋଲି ମଧ୍ୟ ସେମାନେ ଆର୍ଶିବାଦ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ମଙ୍ଗଳବାର ଦିନ ପୁରୀ ଗସ୍ତ କରିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେଠାରେ ହବିଷ୍ୟାଳିଙ୍କ ପାଇଁ କିପରି ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ସେ ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କର ଅଭାବ ଅସୁବିଧାକୁ ସେ ଅନୁଧ୍ୟାନ କରିଥିଲେ। ଏହି ସମୟରେ ହବିଷ୍ୟାଳିମାନେ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ହାତ ରଖି ଆର୍ଶିବାଦ ପ୍ରଦାନ କରିଥିଲେ। ଏହାକୁ ନେଇ ଖୋଦ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।…
ନୂଆପଡା ଉପନିର୍ବାଚନ: ଆସନ୍ତା ୧୧ ନଭେମ୍ବର ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତିରେ ଆଗୁଆ ରହିଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ମୂଳରୁ ହିଁ ଶ୍ରୀ ମାଝୀ ଦଳର ପ୍ରାର୍ଥୀ ହେବେ ବୋଲି ପିସିସି ସଭାପତିଙ୍କ ଅନୁମାନ ସତ୍ୟ ହୋଇଛି। ଗତ ୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ…
Diwali Festival: ସନାତନ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଏହା କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୁଏ ଏବଂ ଏହି ବର୍ଷ ଆଲୋକର ପର୍ବ ୨୦ ଅକ୍ଟୋବର ୨୦୨୫ ରେ ପାଳିତ ହେବ। ଦୀପାବଳି ପୂର୍ବରୁ ଘର ସଫା କରିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ବାସ୍ତୁ ଶାସ୍ତ୍ର ଅନୁସାରେ, ଏହି ସଫା କରିବାର ଏକ ବିଶେଷ କାରଣ ଅଛି: ଘରୁ ଅଶୁଭ ଜିନିଷ ବାହାର କରିବା। ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ପରିବାରରେ ସୁଖ ଏବଂ ସମୃଦ୍ଧି ବଜାୟ ରଖେ। ପ୍ରଥମେ ଘରୁ ଭଙ୍ଗା କାଚ ବାହାର କରନ୍ତୁ। ଭଙ୍ଗା କାଚ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ ଏବଂ ଜୀବନରେ ବାଧା ସୃଷ୍ଟି କରେ। ଏହାକୁ ଘରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ। ସେହିପରି ପୁରୁଣା ଏବଂ ଛିଣ୍ଡା ଜୋତାକୁ ମଧ୍ୟ ଦୁର୍ଭାଗ୍ୟର ପ୍ରତୀକ ବୋଲି ବିବେଚନା କରାଯାଏ। ଘରେ ରଖିବା…
ଭୁବନେଶ୍ବର: ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗ କହିଛି ଯେ, ଟ୍ରପ ଲାଇନ ପ୍ରଭାବରେ ଏହି ବର୍ଷା ଲାଗି ରହିବ। ଏପରିକି କେତେକ ସ୍ଥାନରେ ପ୍ରବାଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଘଣ୍ଟାକୁ 30 ରୁ 40 କିଲୋମିଟର ବେଗରେ ପବନ ମଧ୍ୟ ପ୍ରବହିତ ହେବ। ଗତ କିଛିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। Cabinet Approves ₹24,634 Cr Rail Multitracking Projects
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ଆନୁମାନିକ 24,634 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପଗୁଡ଼ିକ ହେଲା:- ୱର୍ଦ୍ଧା-ଭୁସାୱଲ – ତୃତୀୟ ଓ ଚତୁର୍ଥ ଲାଇନ୍ – 314 କିଲୋମିଟର (ମହାରାଷ୍ଟ୍ର) ଗୋନ୍ଦିୟା-ଡଙ୍ଗରଗଡ଼ – ଚତୁର୍ଥ ଲାଇନ-84 କିଲୋମିଟର (ମହାରାଷ୍ଟ୍ର ଏବଂ ଛତିଶଗଡ଼) ଭଦୋଦରା-ରତଲାମ- ତୃତୀୟ ଓ ଚତୁର୍ଥ ଲାଇନ୍ – 259 କିଲୋମିଟର (ଗୁଜରାଟ ଏବଂ ମଧ୍ୟପ୍ରଦେଶ) ଇଟାରସୀ-ଭୋପାଳ – ବୀଣା ଚତୁର୍ଥ ଲାଇନ୍- 237 (ମଧ୍ୟପ୍ରଦେଶ) ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର 18ଟି ଜିଲ୍ଲା ଦେଇ ଅତିକ୍ରମ କରିଥିବା ଏହି ଚାରିଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ରେଳ ନେଟୱର୍କରେ ପ୍ରାୟ 894 କିଲୋମିଟର ରେଳଲାଇନ ନିର୍ମାଣ କରିବ। ଅନୁମୋଦିତ ମଲ୍ଟିଟ୍ରାକିଂ…
ଭୁବନେଶ୍ବର: ବ୍ରହ୍ମପୁରର ବରିଷ୍ଠ ଓକିଲ ପୀତବାସ ପଣ୍ଡା ହତ୍ୟା ବିରୋଧରେ ଆସନ୍ତାକାଲି କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ରାଜ୍ୟ ବାର କାଉନସିଲ। ଏ ନେଇ କାଉନିସର ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ସ୍ବର୍ଗତ ପଣ୍ଡାଙ୍କ ପରିବାରଙ୍କୁ ସହାୟତା ଦାବୀ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପୀତବାସଙ୍କ ହତ୍ୟା ପରେ ଗତକାଲି ବିଳମ୍ବିତ ରାତିରେ ପରିଷଦର ଏକ ଜରୁରୀକାଳୀନ ଭର୍ଚୁଆଲ୍ ବୈଠକ ଡକାଯାଇଥିଲା। ଏଥିରେ ପୀତବାସଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରାଯିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ଜ୍ଞାପନ କରାଯାଇଛି। ସ୍ୱର୍ଗତ ପୀତବାସଙ୍କ ଆତ୍ମାର ଶାନ୍ତି ପାଇଁ ମଧ୍ୟ ପରିଷଦ ପ୍ରାର୍ଥନା କରିଛି। ଏହି ହତ୍ୟାକାଣ୍ଡର ପ୍ରତିବାଦ ସ୍ବରୂପ ଅକ୍ଟୋବର 8 ତାରିଖରେ ରାଜ୍ୟବ୍ୟାପୀ “ପେନ୍-ଡାଉନ୍ ଧର୍ମଘଟ” ବା କଲମ ଛାଡ ଆନ୍ଦୋଳନ କରିବାକୁ ପରିଷଦ ଘୋଷଣା କରିଛି। ଏଥିରେ ସାରା ଓଡ଼ିଶାର…
ଭୁବନେଶ୍ବର: ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଭୁବନେଶ୍ବର: ଖୁବ ଶିଘ୍ର ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ନୂଆ ପରିଚୟ ନେଇ ଆଗକୁ ଆସିବେ। କିଛିଦିନ ତଳେ ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀମୟୀ କୁଆଡେ ଯିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ତୁମ୍ବି ତୋଫାନ କରିବାରେ ଲାଗିଛନ୍ତି। ବିଜେଡିର ଗୋଟିଏ ଗୋଟିଏ ଗଈ ଖୋଳିବାରେ ଲାଗିଛନ୍ତି। ତେବେ ଏହା ଭିତରେ ସେ ଖୁବ ଶିଘ୍ର ନୂଆ ଦଳକୁ ଯିବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ସେ ବିଜେପିରେ ସାମିଲ ହେବେ ବୋଲି କଥାବାର୍ତ୍ତା ଚାଲିଛି। ଶ୍ରୀମୟୀଙ୍କ ସହିତ ଯୋଗାଯୋଗରେ ଥିବା କେତେକେ ନେତା ଏ ନେଇ ସ୍ପଷ୍ଟ କରିଛନ୍ତି। ବିଜେପି ତରଫରୁ କୁଆଡେ ତାଙ୍କୁ ଦଳରେ ସାମିଲ ହେବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ସେ ବିଜେପିରେ ସାମିଲ ହେଲେ ତାଙ୍କୁ ପୁଣି ଓଟିଡିସି ଅଧ୍ୟକ୍ଷା କରାଯିବ…
ନୂଆଦିଲ୍ଲୀ: ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ଉପରକୁ ଜଣେ ଓକିଲ ଚପଲ ଫିଙ୍ଗିଛନ୍ତି। ସେ ହେଉଛନ୍ତି ରାକେଶ କିଶୋର। ମୁଖ୍ୟବିଚାରପତି ଏକ ମାମଲାର ଶୁଣାଣି କରୁଥିବା ବେଳେ ସଂପୃକ୍ତ ଓକିଲ କୋର୍ଟ ମଧ୍ୟ ଭାଗକୁ ଆସି ତାଙ୍କ ଗୋଡରୁ ଚପଲ କାଢି ମୁଖ୍ୟ ବିଚାରପତିଙ୍କୁ ଫିଙ୍ଗିବାକୁ ଚେଷ୍ଠା କରିଥିଲେ। ହେଲେ କୋର୍ଟରେ ଥିବା ସୁରକ୍ଷା କର୍ମି ତୁରନ୍ତ ଯାଇ ରାକେଶ କିଶୋରଙ୍କୁ ଜବତ କରିବା ସହିତ କୋର୍ଟ ରୁମରୁ ବାହାରକୁ ଭିଡି ଆଣିଥିଲେ। ଏହାକୁ ନେଇ କୋର୍ଟ ରୁମରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସେ କୋର୍ଟ ରୁମରେ ‘ସନାତନ ଧର୍ମର ଅପମାନ ହିନ୍ଦୁ କେବେ ସହିପାରିବ ନାହିଁ’ ବୋଲି ପାଟି କରି କହୁଥିଲେ। ତେବେ ସୁପ୍ରିମକୋର୍ଟ ବାର ଆସୋସିଏସନ ତାଙ୍କର ବାର ଲାଇସେନସ ରଦ୍ଦ କରିଥିବାର ଜଣାପଡିଛି। ତେବେ ମୁଖ୍ୟବିଚାରପତି…
ଭୁବନେଶ୍ବର: ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର ‘କଳ୍ପନା ଟକିଜ୍’ ପରିବାରର ଜ୍ଯେଷ୍ଠ ପୁରୋଧା ‘ସୂର୍ଯ୍ୟ କୁମାର ନନ୍ଦ’ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଗତ ତିନି ଅକ୍ଟୋବର ରାତ୍ରିରେ ଦେହାନ୍ତ ହୋଇଯାଇଛି। ସୂର୍ଯ୍ୟ ନନ୍ଦଙ୍କ ଜନ୍ମ 1935 ମସିହାରେ ସେ ସମୟରେ ପ୍ରସିଦ୍ଧ ପୁରୁଣା ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ସନ୍ନିକଟ ସମ୍ଭ୍ରାନ୍ତ ‘ନନ୍ଦ’ ପରିବାରରେ ହୋଇଥିଲା। ବାଲ୍ୟ ଶିକ୍ଷା ପୁରୁଣା ଭୁବନେଶ୍ଵରରୁ ଆରମ୍ଭ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସେ ବୈମାନିକ ଭାବେ ଶିକ୍ଷା ନେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ବାୟୁସେନାର ବୈମାନିକ ଭାବେ ଯୋଗ ଦେଇଥିଲେ। ଏକ ଛୋଟ ଦୁର୍ଘଟଣା ପରେ ସେ ବିମାନ ଚାଳନାରୁ ଅବ୍ୟାହତି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ପୈତୃକ ବ୍ୟବସାୟ ଭୁବନେଶ୍ୱର ର ପ୍ରଥମ ସିନେମା ହଲ୍ ‘କଳ୍ପନା ଟକିଜ୍’ ପରିଚାଳନା ଦାୟିତ୍ଵ ସୂଚାରୁ ରୂପରେ ତୁଲାଇ ଥିଲେ। ଗତ…
ଭୁବନେଶ୍ବର: ନୂଆପଡା ବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିଁବେ, ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ, ତେବେ ସେ ସବୁକୁ ଗୁରୁତ୍ବ ଦିଆଯାଇ ସମାଧାନ କରିବାକୁ ଉଦ୍ୟମ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୂର ହେଉ କି ପାଖ, ବଡ ହେଉ ବା ଛୋଟ, ରାଜ୍ୟର ସବୁ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଜନସାଧାରଣଙ୍କ ସେବା ପାଇଁ ସବୁ ସମୟରେ, ସବୁ ମୁହୂର୍ତ୍ତରେ ଉପସ୍ଥିତ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆପଡା ସହିତ ମୋର ଭାବଗତ ସମ୍ପର୍କ ରହିଛି ଏବଂ ଏହା ବଢି ବଢି ଚାଲିଛି। ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ସୁଦୃଢ…
ନୂଆଦିଲ୍ଲୀ: ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ। ଆଜି ଭାରତୀୟ ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ବିହାର ବିଧାନସଭା ନିର୍ବାଚନ ନଭେମ୍ବର 6 ଏବଂ 11 ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବିଧାନସଭା ଭୋଟ ଗଣତି ନଭେମ୍ବର 14 ରେ ହେବ ବୋଲି କୁହାଯାଇଛି। ବିହାର ନିର୍ବାଚନ ସମସ୍ତ ନିର୍ବାଚନଠାରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେଥିପାଇଁ ବିହାର ନିର୍ବାଚନ ପାଇଁ ମୋଟ 8.5 ଲକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି।
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବର୍ତ୍ତମାନ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଲାଣି। ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଠିକ କରିସାରିଥିବା କେବଳ ଘୋଷଣା ବାକି ରହିଛି। ହେଲେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ। ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଘୋଷଣା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ମିନି ଷ୍ଟାଡିୟମରେ ଏକ ବଡ ସଭା କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1100 କୋଟି ଟଙ୍କାର 957 ଟି ପ୍ରକଳ୍ପର ଉଦଘାଟନ ତଥା ଭତ୍ତିପ୍ରସ୍ତର ସ୍ଥାପନ କରିବେ।…
ଭୁବନେଶ୍ବର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କିନ୍ତୁ, ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢନ୍ତୁ ଏବଂ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

