ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରା ର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ। ସେଥିପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା ଲଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟର କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ସୁରକ୍ଷା କର୍ମି ଛାତ୍ରମାନଙ୍କୁ ମାଡ ମାରିବା ଘଟଣା ନେଇ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରିଛନ୍ତି। ଏଥିସହିତ ଯେଉଁ ସୁରକ୍ଷା କର୍ମୀମାନେ ମାଡ ମାରିଥିଲେ ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସେହିପରି ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍କି ସେମାନଙ୍କୁ ନିଲମ୍ବନ କରିବାକୁ କୁହାଯାଇଛି। ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ସଦସ୍ୟ ରହିଛନ୍ତି। ଗତକାଲି ରାତିରେ କିଟ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ରାତିରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ କିଟ୍ ସୁରକ୍ଷା କର୍ମୀ…
ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଗତକାଲି ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଆଜି ଏ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ବିଧାନସଭାର ଶୂନ୍ୟକାଳରେ ତାଙ୍କୁ ଗିରଫ କରିବା ପାଇଁ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ଯେ, କିଟ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ହେଉଛନ୍ତି ଜଣେ ଜମି ମାଫିଆ। ସେ ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏପରିକି ସେ ମନ୍ଦିର ମଧ୍ୟ କରିଛନ୍ତି। ସେ ପୂର୍ବରୁ ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳରେ ବସାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଜଙ୍ଗଲ ଜମି ଜବରଦଖଲ କରିବା ବେଆଇନ ବୋଲି କହିଥିଲେ। ବର୍ତ୍ତମାନ ଗତକାଲି ରାତିରେ ଯେଉଁ ଘଟଣା ଘଟିଲା ତାହା ଆମ ଓଡିଶାକୁ ସାରା ଦେଶରେ ନିନ୍ଦିତ କରିଛି। ତାଙ୍କୁ ତୁରନ୍ତ…
ଭୁବନେଶ୍ବର: ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସିବିଆଇ ଚଢାଉ କରିଛି। ଆଠଜଣିଆ ଟିମ ଆଜି ତାଙ୍କ ବାସଭବନରେ ପ୍ରବେଶ କରିିଥିଲେ। ସେମାନେ ସିବିଆଇରୁ ଆସିଛନ୍ତି ଚଢାଉ କରାଯିବ ବୋଲି କହିଥିଲେ। ହେଲେ ବିଷ୍ଣୁପଦ ସେଠୀଙ୍କ ଘରେ ଥିବା ତାଙ୍କ ପତ୍ନୀ କଣ ପାଇଁ ଚଢାଉ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ବିଷ୍ଣୁ ସେଠୀ ମଧ୍ୟ ସିବିଆଇ ଅଧିକାରୀଙ୍କୁ କେଉଁ କାରଣ ପାଇଁ ଚଢାଉ କରୁଛ ତାହାର କାଗଜ ମାଗିଥିଲେ। ଏପରିକି କୌଣସି ମହିଳା ଅଧିକାରୀଙ୍କୁ ନ ଆଣି କିପରି ଘରେ ପଶିଲ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସିବିଆଇ ଅଧିକାରୀ ଉତକ୍ଷିପ୍ତ ହୋଇପଡିଥିଲେ।ଏପରିକି ବିଷ୍ଣୁପଦ ମିଡିଆରେ କିଛି କହିବାକୁ ଯିବା ବେଳେ ସିବିଆଇ ଅଧିକାରୀ ତାହାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଷ୍ଣୁପଦ ରୋଡ ଆଣ୍ଡ ବ୍ରିଜ ରେ ଲାଞ୍ଚ କାରବାର ନେଇ ସଂପୃକ୍ତ ଥିବାର ଅଭିଯୋଗ…
ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ନେଲା ବଡ ନିଷ୍ପତି। ତାହା ହେଲା ଏଣିକି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ କ୍ଲାସ ହେବ। ଏପରିକି କୌଣସି ପରୀକ୍ଷା ଥିଲେ ତାହାକୁ ସକାଳେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ ଏସଓପି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଅନୁଷ୍ଠାନରେ ପିଇବା ପାଣି ସହିତ ଓଆରଏସ ରଖିବା ପାଇଁ ମଧ୍ୟ ଏସଓପି ରେ କୁହାଯାଇଛି। ଯଦି କୌଣସି ଅନୁଷ୍ଠାନରେ ନଳକୂପ ବା ପାଣି ଯୋଗାଣରେ ଅସୁବିଧା ଅଛି ତେବେ ସେମାନେ ତୁରନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧରିଥିବା ବ୍ରିଫ୍କେସ୍ଟି ଥିଲା ସ୍ୱତନ୍ତ୍ର। ସମ୍ବଲପୁରୀ ଇକତ୍ (ବାନ୍ଧକଳା) ଡିଜାଇନ୍ରେ ପ୍ରସ୍ତୁତ ହୋଇଥିବା ଏହି ବ୍ରିଫ୍କେସ୍କୁ ପ୍ରସ୍ତୁତ କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସୁପୁତ୍ରୀ ତଥା ମେୱାର୍ ରାଜପରିବାରର ବୋହୁ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର। ଉଦୟପୁର ମେୱାର ଓ ବଲାଙ୍ଗିର ପାଟଣାଗଡ଼ର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପାରମ୍ପରିକ ହସ୍ତତନ୍ତର ସମିଶ୍ରଣରେ ବିଭିନ୍ନ ଉପହାର, ଅଳଙ୍କାର ବାକ୍ସ ପ୍ରସ୍ତୁତି ସଂସ୍ଥା ଭୋଟାରୀ ପକ୍ଷରୁ ଏହି ବ୍ରିଫ୍କେସ୍କୁ ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଲ୍ୟାପ୍ଟପ୍ ବ୍ୟାଗ, ଅଳଙ୍କାର ବାକ୍ସ ଓ ବି୍ରଫ୍କେସ୍ ଆଦି ପ୍ରସ୍ତୁତ କରାଯାଉଛି। ବଂଶାନୁକ୍ରମିକ ପ୍ରଥା ଅନୁଯାୟୀ କାରିଗରମାନେ ଉଭୟ ସୁଦୃଶ ଓ ସଠିକ୍ ଦକ୍ଷତା ଉପଯୋଗ କରି ଏହି ବି୍ରଫ୍କେସ୍ ଭଳି ପ୍ରସ୍ତୁତ କରିଥିବା ଏହି ନୂତନ ଉତ୍ପାଦ ସ୍ୱତନ୍ତ୍ରତା ବହନ କରେ।…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି। ଜୟ ଜଗନ୍ନାଥ କହି ସେ ତାଙ୍କର ବଜେଟ ଭାଷଣ ଆରମ୍ଭ କରିଥିଲେ। ସେ ଆର୍ଥିକ ବର୍ଷ 2025-26 ପାଇଁ ମୋଟ 2 ଲକ୍ଷ 90 ହଜାର କୋଟି ଟଙ୍କା ବଜେଟ୍ ଅଟକଳ କରାଯାଇଛି। ଏହା ଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 10 ପ୍ରତିଶତ ଅଧିକ। ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ରସ୍ତାବିତ “କାର୍ଯ୍ୟକ୍ରମ ବ୍ୟୟ” (Programme Expenditure) ପାଇଁ ରହିଛି। ଯାହା ମୋଟ ବଜେଟ୍ ଅଟକଳର 59 ପ୍ରତିଶତ । ଚଳିତ ବଜେଟରେ ଆକଳନ କରାଯାଇଥିବା 65 ହଜାର 12 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6 ଦଶମିକ 1 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ପୁଞ୍ଜି ନିବେଶ ଅନ୍ତର୍ଗତ…
ଭୁବନେଶ୍ବର: ବହୁ ଦାବୀ ପରେ ଶେଷରେ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପାଣ୍ଠି ପରିମାଣ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚର ପରିମାଣ ବାର୍ଷିକ 3 କୋଟି ରହିଛି। ହେଲେ ଏଥର ବଜେଟରେ ତାହାକୁ ବାର୍ଷିକ 5 କୋଟିକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ 2025-2026 ମସିହା ପରେ ଏ ବାବଦରେ ଖର୍ଚ୍ଚ ହେବ 736 କୋଟି ଟଙ୍କା। ଏ ନେଇ ଚଳିତ ବଜେଟରେ ବ୍ୟୟ ଅଟକଳ କରାଯାଇଛି।
ଭୁବନେଶ୍ବର: ବିଗତ ଜୁଲାଇ ମାସ ଠାରୁ ରାଜ୍ୟ ଶାସକ ଦଳ ଧାନ କିଣା ନେଇ ଖୁବ୍ ବୟାନ ବାଜି କରିଥିଲା। କଟନୀ ଛଟନୀ ହେବନାହିଁ ବୋଲି ସଂପୂର୍ଣ୍ଣ ଯୋଜନା ଘୋଷଣା ହୋଇଥିଲା। ଧାନ କାଟ ବନ୍ଦ କରିବା ପାଇଁ ଦୁଇ ଜିଲ୍ଲାରେ ଜଣେ ମନ୍ତ୍ରୀଙ୍କୁ ପାଞ୍ଚ ଥାକିଆ ବ୍ୟବସ୍ଥାରେ ଜିଲ୍ଲା ଠାରୁ ବ୍ଲକ୍ ଯାଏ ତଦାରଖ କରିବା ପାଇଁ ବ୍ୟବସ୍ଥା ହୋଇଥିଲା ଏହାକୁ ନେଇ ତୁହାକୁ ତୁହା ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଗଲା। ହେଲେ, କ‘ଣ ରାଜନୈତିକ ପାଣିପାଗ ବଦଳିଗଲା ଯେ, ଆଉ କଟନୀ ଛଟନୀ ବନ୍ଦ କରିବା ପାଇଁ ସରକାର ଆଗ୍ରହ ପ୍ରକାଶ କଲେ ନାହିଁ। ଗୋଟିଏ ଗୋଟିଏ ଜିଲ୍ଲାରେ ୧୦ରୁ ୧୨ କେଜି ଧାନ କାଟ ହେଉଛି। ଖୋଦ୍ ଖୋର୍ଦ୍ଧା ଜିଲ୍ଲାରେ ୨୪ କେଜି ଧାନ କଟା ଯାଇଛି। ନୟାଗଡ଼ ଜିଲ୍ଲାର ପ୍ରତି ବ୍ଲକରେ ୯ ରୁ ୧୦ କେଜି ଧାନ କଟା ହେଉଛି। କିନ୍ତୁ କୌଣସି ଜାଗାରେ…
Odisha Budget: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ଏଥିରେ କୃଷି ପାଇଁ ୩୭,୮୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ ଯାହା ରହିଛି ତାହା ହେଲା.. 1- ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨୦୨୦ କୋଟି 2- ଶ୍ରୀ ଅନ୍ନ ପାଇଁ ୬୦୦ କୋଟି ଟଙ୍କା 3-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୬୪ କୋଟି ଟଙ୍କା 4- ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ଟଙ୍କା 5- ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୨୫୨ କୋଟି ଟଙ୍କାର ଆର୍ଥିକ ସହାୟତା ବ୍ୟୟବରାଦ କରିଛନ୍ତି।
ଭୁବନେଶ୍ବର: ଅଗ୍ରଣୀ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ “ରୁଦ୍ରାକ୍ଷ ଫାଉଣ୍ଡେସନ” ତରଫରୁ ଫେବୃୟାରୀ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସ୍ଥାନୀୟ “ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର” ପରିସରସ୍ଥ ‘ଉତ୍କଳ ରଙ୍ଗମଞ୍ଚ’ ପ୍ରେକ୍ଷାଳୟରେ ଅନୁଷ୍ଠିତ ସପ୍ତମ ସଙ୍ଗୀତ ଓ ନୃତ୍ୟ ଉତ୍ସବ “ବର୍ଣ୍ଣାଳୀ -୨୦୨୫” ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମହୋତ୍ସବକୁ ପ୍ରଥମ ଦିନ ସଂଧ୍ୟାରେ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡା. ଶୀତକଣ୍ଠ ଦାଶ, ସିସିବିଏ ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାମପ୍ରସାଦ ଆକିସେଟି, ଖ୍ୟାତନାମା ନୃତ୍ୟାଙ୍ଗନା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପିକା ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗର ପ୍ରାକ୍ତନ ଉପଦେଷ୍ଟା…
ଭୁବନେଶ୍ଵର: ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଆଜି ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାବେଶରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ, ଆଭ୍ୟନ୍ତରୀଣ ଜଳଉତ୍ସ ରହିଥିବାରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟଭାବେ ନେତୃତ୍ଵ ନେବାର ଅପାର ସମ୍ଭାବନା ଓ ସୁଯୋଗ ରହିଛି । ଗ୍ରାମୀଣ ଜୀବିକାକୁ ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହାର ସାମର୍ଥ୍ୟ ରହିଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନ ସହ ଜଡ଼ିତ । ଯେହେତୁ ଆମେ…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତାକାଲି ଦିନ ୧୦ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଂଚିବେ । ସେଠାରୁ ସଭାପତି ଶ୍ରୀ ଦାସ ନେତୃବୃନ୍ଦ ମାନଙ୍କ ସହ ସଂକଳ୍ପ ପଦଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପିପିଲି ପର୍ଯ୍ୟନ୍ତ, ୧୯ ତାରିଖ ଦିନ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଏବଂ ୨୦ ତାରିଖ ଦିନ ଚନ୍ଦନପୁର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପର୍ଯ୍ୟନ୍ତ ଯିବାପାଇଁ ସ୍ଥିର ହୋଇଅଛି । ଉକ୍ତ ପଦଯାତ୍ରାର ଏକ କାର୍ଯ୍ୟସୂଚୀ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଂଗରେ ଧରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହେବାକୁ ସଭାପତି…
ଭୁବନେଶ୍ବର: ଶ୍ରମିକଙ୍କ କଲ୍ୟାଣ ଓ କାର୍ଯ୍ୟ ସହଜ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ସେସ୍ (ଉପ-କର) ଆଦାୟ ସଂକ୍ରାନ୍ତରେ ସଫ୍ଟୱେର୍ ସଂଯୋଗ ସମସ୍ୟାର ସମାଧାନ କରି ଏହାକୁ ସମନ୍ୱିତ କରିବା ପରିପ୍ରେକ୍ଷୀରେ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ସେସ୍ ସଂଗ୍ରହକାରୀମାନେ ଆଦାୟ କରୁଥିବା ସେସ୍ ଅର୍ଥକୁ ବୋର୍ଡକୁ ନିରବଚ୍ଛିନ୍ନ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମା କରିବା ଏବଂ ଏଥିପାଇଁ ନିର୍ମାଣ ଶ୍ରମିକ ପୋର୍ଟାଲ ସହିତ ସଫ୍ଟଓୟାର ଏକୀକରଣର ଆବଶ୍ୟକତା ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହି ସମନ୍ୱିତ ବ୍ୟବସ୍ଥା ନିଶ୍ଚିତ ଭାବରେ ଆଗାମୀ ବର୍ଷଗୁଡ଼ିକରେ ବୋର୍ଡର…
ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ମାନନୀୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ; ଅନୁଗୁଳ – ଶ୍ରୀ ଯଯାତି କେଶରୀ ପଟ୍ଟନାୟକ ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା ଭୁବନେଶ୍ୱର – ଶ୍ରୀ ନିରଞ୍ଜନ ମିଶ୍ର ଗଜପତି – ଶ୍ରୀ ନବକିଶୋର ଶବର ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍ମାଝୀ ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା କୋରାପୁଟ – ଶ୍ରୀ ଶିବ ମୁଦୁଲି ନୟାଗଡ – ଶ୍ରୀ…
ଭୁବନେଶ୍ବର: ରିଅଲ ଇଷ୍ଟେଟ ବାର ଆସୋସିଏସନ ତରଫରୁ ଭୁବନେଶ୍ଵର ଏକ ପଞ୍ଚତାରକା ହୋଟେଲ “ମିଟ୍ ଏବଂ ଗ୍ରିଟ ” କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ରିଅଲ ଇଷ୍ଟେଟ ଅଥରିଟିର ସଦସ୍ୟ ଶ୍ରୀ ପ୍ରଦୀପ କୁମାର ବିଶ୍ଵାଳ, ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ କାର୍ଯ୍ୟ ନିର୍ବାହୀ ନ୍ୟାୟିକ ସଦସ୍ୟ ଶ୍ରୀ ମାନସ ରଞ୍ଜନ ମିଶ୍ର ପ୍ରଭୁତି ଅତିଥି ମାନେ ଯୋଗ ଦେଇଥିଲେ। ଏହି ସଭାରେ ରିଅଲ ଇଷ୍ଟେଟ ବାର ଆସୋସିଏସନର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସଭାପତିତ୍ବ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କୁମାର ମହାନ୍ତି ନୂତନ କରି ଗଠନ ହୋଇଥିବା ରିଅଲ ଇଷ୍ଟେଟ ସଂଘର ଆଭିମୁଖ୍ୟ ବୁଝାଇଥିଲେ। ସେ କହିଥିଲେ ଯେ ଯେଉଁ ଲୋକ ଜମି ବାଡି କିଣା ବିକା କରୁଛନ୍ତି ସେମାନେ ରେରା ଠାରୁ ଉପଯୁକ୍ତ ଅନୁମତି ନେଇ ଜମି…
ଭୁବନେଶ୍ବର: ଦୀର୍ଘ ନ ମାସ ପରେ କଂଗ୍ରେସ ଭବନରେ ପ୍ରବେଶ କଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେଶ ରାଉତରାୟ। ତାଙ୍କୁ ପୂର୍ବରୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ହେଲେ ନୂଆ ସଭାପତି ଭାବେ ଭକ୍ତ ଦାସ ଯୋଗ ଦେବା ପରେ ସେ ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଥିଲେ। ସେହି ଅନୁସାରେ ସୁରେଶ ରାଉତରାୟଙ୍କ ଉପରୁ ନିଲମ୍ବନ ହଟିଯାଇଛି। ଆଜି ସୁରେଶ ରାଉତରାୟ କଂଗ୍ରେସ ଭବନ ପ୍ରବେଶ ବେଳେ ବେଶ ଭାବ ବିହ୍ବୋଳ ହୋଇଯାଇଥିଲେ। ସେ ପାହଚରେ ଏକ ନଡିଆ ବାଡେଇ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ତାଙ୍କର ସମର୍ଥକମାନେ ଫୁଲମାଳ ପିନ୍ଧାଇ ତାଙ୍କୁ ସ୍ବାଗତ କରିଥିଲେ। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ ପୁଣି ଥରେ କଂଗ୍ରେସକୁ ଫେରିଆସିଛି। ମୋର ବ୍ଲଡ ହେଉଛି କଂଗ୍ରେସ। ତେଣୁ ମୁଁ ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋତେ ଚକ୍ରାନ୍ତ କରି ଦଳରୁ…
ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ଆୟୋଜିତ କବି ଓ ପ୍ରଶାସକ ରଂଜନ କୁମାର ଦାସଙ୍କ କବିତା ପୁସ୍ତକ ‘ପୂରବୀକୁ ନେଇ ଯେତେସବୁ ପ୍ରେମ କବିତା’ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷ୍ୟାଳୟରେ ଉନମୋଚିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଫନୀ ମହାନ୍ତି ବକ୍ତବ୍ୟ ରେ କହିଲେ ପ୍ରେମ ଏକ ଅଦେଖା ଆକର୍ଷଣ, ରଂଜନ ଦାସ ଙ୍କ ପୁରବୀ ଶରୀରରେ ଥାଉ ବା ନଥାଉ କିନ୍ତୁ ତାର ଅନୁପସ୍ଥିତ ବି ତା’ର ଉପସ୍ଥିତି ଜାହିର କରୁଛି। ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ ପ୍ରେମରେ ସଂସାର ଚାଲିଛି। ରଂଜନ ଦାସ ଙ୍କ ପୁରବୀ ସତ ହେଉ ବହୁତ ମିଛ ହେଇଥାଇପାରେ, ମାତ୍ର ପ୍ରତ୍ୟେକ ମଣିଷ ଙ୍କ ଜୀବନ ରେ ପୁରବୀ ଟିଏ ନିଶ୍ଚୟ ଆସିଥିବ। କବିଟିଏ ସେ ପ୍ରେମକୁ ଜୀବନ ଦେଇପାରେ, ଯାହା ରଂଜନ ଦାସ କରିଛନ୍ତି। ରଂଜନ ଦାସ ଙ୍କ ସରଳ ଶବ୍ଦ, ଶୈଳୀ ତଥା ଭାଷାର ଯାଦୁକରୀ…
ଭୁବନେଶ୍ବର: ଏଣିକି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ମିଳିବ ପ୍ରାପ୍ୟ, ଘୋଷଣା ହେଲା ଲକ୍ଷପତି ଦିଦି ସହାୟିକା ଯୋଜନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା..ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି…
ଭୁବନେଶ୍ବର: ପ୍ରଦେଶ କଂଗ୍ରେସର ନୂଆ ସଭାପତି ଭକ୍ତ ଚରଣ ଦାସ ଆକ୍ସନ ମୁଡରେ କାମ ଆରମ୍ଭ କରିଛନ୍ତି। ପ୍ରଥମେ ସେ କଟକ ନେତା ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ। ଏହାପରେ ଆଜି ସଭାପତି ନୂଆ କମିଟର ନାମ ଘୋଷଣା କରିଛନ୍ତି। ତେବେ ଏହି କମିଟ ସଂକଳ୍ପ ପଦଯାତ୍ରାର ସଂଯୋଜନା କରିବେ। ଏଥିରେ 16 ଜଣ ସଦସ୍ୟ ରହିଛନ୍ତି। ନୂଆଦିଲ୍ଲୀରୁ ସଭାପତି ଭକ୍ତ ଚରଣ ଦାସ ଫେରିବା ପରେ ଆସନ୍ତା 18 ତାରିଖରେ ଏକ ସଂକଳ୍ପ ପଦଯାତ୍ରା କରାଯିବ। ଏଥିରେ ଏକ ବଡ ଶୋଭାଯାତ୍ରା ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ। ସେହି ଶୋଭାଯାତ୍ରାର ପରିଚାଳନା ପାଇଁ ଭକ୍ତ ଦାସ ଏହି କମିଟ ଗଠନ କରିଛନ୍ତି।
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ(ଟିସିଏଫ୍)’, ମୁଖ୍ୟାଳୟ-ନୂଆଦିଲ୍ଲୀ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି ( ଜବ୍ କ୍ରିଏସନ ଆଣ୍ଡ ପ୍ରଡକ୍ଟିଭ ଏମ୍ପଲ୍ଏମେଣ୍ଟ) ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ଆଜି ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଟିସିଏଫର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ଧାୱନଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବା ସହ ଏହି ସହଯୋଗକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ଏହି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ସରକାରଙ୍କ ରହିଥିବା ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ରଣନୈତିକ…

