Author: Samikhsya Bureau

ଭୁବନେଶ୍ବର:  ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ। ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ଗୋଳନ୍ଥରା ଥାନାରେ ହୋଇଥିବା ସମସ୍ତ ମାମଲା ତାଙ୍କ ଦ୍ବାରା ପରିଚାଳିତ ହେବ। ଏ ସଂକ୍ରାନ୍ତର ସବୁ ମାମଲାରେ ସେ ତଡନ୍ତ କରିବେ। ତେବେ ଏହି ତଦନ୍ତକୁ ସୁପରଭିଜନ କରିବେ ଏସପି ଅନୀଲ ବେଉରିଆ। ତେବେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ରହିଛି ବୋଲି ସନ୍ଦେହ ସୃଷ୍ଟି ହେଲାଣି। ସେଥିପାଇଁ ତଦନ୍ତ ଦିଗହରା ନ ହେବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଠା କରୁଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ…

Read More

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀମୟୀ ମିଶ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ବେଶ ତୁମ୍ବି ତୁଫାନ କରିବାରେ ଲାଗିଛନ୍ତି। ଏବେ ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଥିବା ଗପକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ଏଥିରେ ଶ୍ରୀମୟୀ କାହାକୁ କରିଛନ୍ତି ଟାର୍ଗେଟ ସେ ନେଇ ବେଶ ଆଲୋଚନା ଚାଲିଛି। ତେବେ ଶ୍ରୀମୟୀ ଯେଉଁ ଗପଟି ଲେଖିଛନ୍ତି ତାହା ହେଲା.. କାହାଣୀଟି କାଳ୍ପନିକ ଅନାମ ବାବୁଙ୍କ କାହାଣୀ “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।” ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ…

Read More

ଜିଏସଟି ହ୍ରାସର ପ୍ରଭାବ: କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି। ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି । ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ 100% ବୃଦ୍ଧି ପାଇଛି। କମ୍ପାନୀର କାର୍‌ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ।…

Read More

କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ । କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି । ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି ।ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍‍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି । ମୂଳରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ । ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେ ବସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ । ତାହାରି ମଧ୍ୟରେ ସେ ରହିବେ ।ରା ଜକନ୍ୟାକୁଏହି ପରି ଚଳାଇଲା ବେଳକୁ ଲୋକମାନେ ଉପହାସ କଲେ ।ତେଣୁ ସଂକୋଚ…

Read More

ଭୁବନେଶ୍ବର: ରେଳ ମନ୍ତ୍ରଣାଳୟ ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଦୀର୍ଘ ଦୂରତା ରେଳ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଟ୍ରେନ ନମ୍ବର 19022/19021 ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସେବାର ନିୟମିତ ସେବାକୁ ଅନୁମୋଦନ କରିଛି। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ। ଟ୍ରେନ ବିବରଣୀ: ଟ୍ରେନ ନମ୍ବର 19022 ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ 6 ଅକ୍ଟୋବର ଠାରୁ ପ୍ରତି ସୋମବାର ରାତି 11 ଘ. 45 ମିନଟରେ ବ୍ରହ୍ମପୁରରୁ ଛାଡ଼ିବ ଏବଂ ପରଦିନ ସକାଳ 08 ଘ. 45 ମିନଟରେ ଉଧନାରେ ପହଞ୍ଚିବ। ଫେରିବା ବେଳେ ଟ୍ରେନ୍ ନମ୍ବର 19021 ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ 5 ଅକ୍ଟୋବରରୁ ପ୍ରତି ରବିବାର ସକାଳ 07…

Read More

ମେଷ ରାଶି- ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ବୃଷ ରାଶି- ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ। ମିଥୁନ ରାଶି- ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।…

Read More

ସମ୍ବଲପୁର: ଆଇଆଇଏମ, ସମ୍ବଲପୁର ଧୀରେ ଧୀରେ ବଟ୍ଟବୃକ୍ଷର ରୂପ ନେବା ଆରମ୍ଭ କରିଛି । ବିଶେଷ ଭାବରେ ଏହା ଆଗାମୀ ଦିନରେ ଓଡ଼ିଶା ସମେତ ଭାରତବର୍ଷର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ ବୋଲି ଗୁରୁବାର ଦଶହରା ଅବସରରେ ଆଇଆଇଏମ୍, ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଆଇଆଇଏମର ପରିସର ବୃଦ୍ଧି ପାଉଛି । ନିକଟରେ ନୂଆ ଯୁଗର ଆବଶ୍ୟକତାକୁ ଦେଖି ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଯଥା ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ପବ୍ଲିକ ପଲିସି ଆଣ୍ଡ୍ ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଆଣ୍ଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆରମ୍ଭ…

Read More

ବାଣପୁର: ଦୀର୍ଘ ସତର ଦିନ ଧରି ଛଅ ଭଉଣୀଙ୍କୁ ସାଥିରେ ନେଇ ମହାସମାରୋହରେ ପାଳିତ ହୋଇଥିବା ମା’ଭଗବତୀଙ୍କ ଶାରଦୀୟ ପର୍ବ ଶେଷରେ ପବିତ୍ର ବିଜୟ ଦଶମୀ (ଦଶହରା)ର ମଧ୍ୟରାତ୍ରରେ ଶେଷ ହୋଇଛି । ବର୍ଷର ବିଭିନ୍ନ ପର୍ବରେ ଚାରିଦିଗର ଭଉଣୀମାନଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି କାହାଠାରୁ ଆଜ୍ଞାମାଳ ତ କିଏ ସ୍ୱଦେହରେ ଏବଂ କିଏ ଚଳନ୍ତି ପ୍ରତିମା ଭାବରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ମା’ଙ୍କ ଶାରଦୀୟ ପର୍ବରେ ଯୋଗଦେଇ ଏକତ୍ର ପୂଜା ପାଇ ଆସୁଥିଲେ । ପ୍ରଥମ ସାତ ଦିନ ଭିତର ପର୍ବ ମନ୍ଦିର ବେଢ଼ା ଭିତରେ ପର୍ବଗୃହରେ ପାଳିତ ହୋଇଥିଲା । ଅମାବାସ୍ୟା ଦିନ ମା’ବିରିଜାଇଙ୍କ ସହ ଛ ଭଉଣୀଙ୍କର ଭେଟଘାଟ ହୋଇସାରିବା ପରେ ସମସ୍ତଙ୍କୁ ସାତବଖରା ଘରକୁ ନିଆଯାଇଥିଲା। ସେଠାରେ ଶେଷ ଦଶ ଦିନ ବାହାର ପର୍ବ ଭାବରେ ପାଳନ କରାଯାଇ ମା’ମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଥିଲ। ପ୍ରତିଦିନ ଅବକାଶ, ଅଙ୍ଗରାଗ ମାଜଣା, ମହାପ୍ରସାଦ ସେବନ,…

Read More

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆସିଲେ ମନରେ ଛନକା ପଶେ ଯେ, ବାତ୍ୟା ହେବ। ସତକୁ ସତ ଏକ ବାତ୍ୟା ଦାନା ବାନ୍ଧୁଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି। ସୂଚନା ଅନୁସାରେ ଆରବ ସାଗରରେ ଏହି ବାତ୍ୟା ସୃଷ୍ଟି ହେବ। ଯାହାର ନାମ ଶକ୍ତି ରଖାଯାଇଛି। ବର୍ତ୍ତମାନ ଆରବ ସାଗରର ଉତ୍ତରପୂର୍ବ ଦିଗରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ଭୀଷଣ ରୂପ ଧାରଣ କରି ଆସନ୍ତା 24 ଘଣ୍ଟାରେ ବାତ୍ୟା ଶକ୍ତିରେ ପରିଣତ ହେବ। ପାଣପାଗ ବିଭାଗ ଅନୁସାରେ ବର୍ତ୍ତମାନ ଅବପାତ ଦ୍ବାରିକା ଏବଂ ପୋରବନ୍ଦରର ପଶ୍ଚିମ ଦିଗରେ ଘନିଭୂତ ହୋଇଛି। ଏହା ପରବର୍ତ୍ତି ସମୟରେ ଆରବ ସାଗରର ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଫଳରେ ଏହା ଭାରତ ମୁହାଁ ହେବ ନାହିଁ ବୋଲି ଆଶଙ୍କା କରାଯାଇଛି। ଯଦି ଏହା ବାତ୍ୟା ରୂପ ନିଏ ତେବେ ଏହା ଆରବ ସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ। https://twitter.com/Indiametdept/status/1974054478770012192…

Read More

The Samikhsya Desk: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଏ। ଏହି ଯୋଜନା ଅଧୀନରେ, ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳା ହିତାଧିକାରୀଙ୍କ ମଧ୍ୟରେ ୨,୫୦୦ କୋଟି ଟଙ୍କା ଜାରି କରିଛନ୍ତି। ଏହି ଯୋଜନା ଅଧୀନରେ, ପ୍ରାରମ୍ଭିକ ଭାବରେ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଯଦି ମହିଳା ହିତାଧିକାରୀମାନେ ସଫଳତାର ସହିତ ଆତ୍ମନିଯୁକ୍ତି କିମ୍ବା ଛୋଟ ବ୍ୟବସାୟ ପରିଚାଳନା କରନ୍ତି, ତେବେ ସେମାନେ ₹୨ ଲକ୍ଷ ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ପାଇଁ ଯୋଗ୍ୟ ହେବେ। ଗ୍ରାମାଞ୍ଚଳରେ ଜୀବିକା ଦିଦି ଭାବରେ ପରିଚିତ ୧.୪୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ବିଶାଳ ନେଟୱାର୍କକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶର ଦୁଗ୍ଧ କ୍ଷେତ୍ରରେ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି। ସେ କହିଛନ୍ତି ଯେ ଏହା ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର। ମନ୍ତ୍ରୀ ଆଜି ରୋହତକ ଆଇଏମଟିରେ ସାବର ଡେରୀର ନବନିର୍ମିତ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ, ସାବର ଡେରୀ ୩୨୫ କୋଟି ଟଙ୍କା ବିନିଯୋଗରେ ସମଗ୍ର ଦେଶର ସର୍ବବୃହତ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛି। ସେ କହିଛନ୍ତି ଯେ, ଏହା କ୍ଷୀର ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଏହା ସମଗ୍ର ଏନସିଆର ଅଞ୍ଚଳର ଆବଶ୍ୟକତା ପୂରଣ କରିବ। ସେ କହିଛନ୍ତି ଯେ ପ୍ରତିଦିନ କ୍ଷୀର ସଂଗ୍ରହ ୬୬୦ ଲକ୍ଷ ଲିଟର ଏବଂ ସରକାର ୨୦୨୮-୨୯ ସୁଦ୍ଧା ପ୍ରତିଦିନ କ୍ଷୀର ସଂଗ୍ରହକୁ ଏକ ହଜାର ଲକ୍ଷ ମେଟ୍ରିକ୍ ଟନ୍‌କୁ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢାଖୋଲ କଦମ୍ବ ପଡ଼ିଆ ରେ ଗୁରୁବାର ସଂଧ୍ୟାରେ ୯ ତମ ରାବଣ ପୋଡି ମହୋତ୍ସବ ପାଳନ ହୋଇଯାଇଛି । ଆବାହକ ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ରାବଣ ପୋଡି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ ପ୍ରଧାନ , ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଆଗାମୀ ଦିନରେ କଳା ସଂସ୍କୃତି ଓ ବିକାଶ କ୍ଷେତ୍ରରେ ଆଗଉଥିବା ରେଢ଼ାଖୋଲ ଏନଏସି ରୁ ମୁନ୍ସିପାଲଟି ହେବାକୁ ଯାଉଛି ବୋଲି ମୁଖ୍ୟଅତିଥି ସରୋଜ ପ୍ରଧାନ କହିଥିଲେ। ରାବଣ ପୋଡି ମହୋତ୍ସବ ର ସଭାପତି ତଥା ଏନ‌ଏସି ଅଧ୍ୟକ୍ଷ ଶିବରାମ ସାହୁ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଏନ‌ଏସି ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା , ତହସିଲଦାର ରାମ ଗୋବିନ୍ଦ ପରିଡ଼ା , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ,…

Read More

ହୀରାକୁଦ/ସମ୍ବଲପୁର: ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ହୀରାକୁଦ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଓ ବାଲେଶ୍ୱର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି। ହୀରାକୁଦ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ। ଏଠାରେ…

Read More

ଭୁବନେଶ୍ୱର: କମ୍ୟୁନିକେସନ୍ସ ଆର୍ଥ ଆଣ୍ଡ ଏନଭାର୍ନମେଣ୍ଟରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ପାର୍ବତ୍ୟ ଅଞ୍ଚଳରେ ଛୋଟ ହ୍ରଦ ବା ଜଳାଶୟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଅଣଦେଖା କରାଯାଇଛି, ଯାହାର ଉଦାହରଣ ନେପାଳର ଲିମି ଉପତ୍ୟକାରେ ଏକ ବିନାଶକାରୀ ବନ୍ୟା ଘଟଣା। ୧୫ ମଇ, ୨୦୨୫ରେ, ଉତ୍ତର-ପଶ୍ଚିମ ନେପାଳର ଦୂରବର୍ତ୍ତୀ ତିଲ୍ ଗ୍ରାମ ହଠାତ୍ ଏକ ଭଗ୍ନାବଶେଷ ଦ୍ୱାରା ପ୍ରଭାବିତ ହୋଇଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଭସାଇ ନେଇଥିଲା ଯେଉଁଥିରେ ଏକ ସଦ୍ୟ ନିର୍ମିତ ୧୫ କିଲୋୱାଟ ଜଳବିଦ୍ୟୁତ କେନ୍ଦ୍ର, ସେତୁ, ରାସ୍ତା ଏବଂ ପ୍ରାୟ ୦.୨୫ ବର୍ଗ କିଲୋମିଟର ଚାଷଜମି ଅନ୍ତର୍ଭୁକ୍ତ ଥିଲା। ବନ୍ୟା ନଦୀକୂଳକୁ ମଧ୍ୟ ଅସ୍ଥିର କରିଥିଲା, ଯାହା ଉପତ୍ୟକାରେ ଆହୁରି ବିପଦ ସୃଷ୍ଟି କରିଥିଲା। ଏହି ଅଧ୍ୟୟନରେ ଗୁରୁତ୍ୱ ଦିଆଯାଇଛି ଯେ ବଡ଼ ହିମବାହୀ ହ୍ରଦ ତୁଳନାରେ ଛୋଟ ଉଚ୍ଚ ପର୍ବତ ହ୍ରଦଗୁଡ଼ିକ ପ୍ରାୟତଃ ଅଣଦେଖା କରାଯାଏ, ଯେତେବେଳେ ସେମାନେ ହଠାତ୍ ଜଳଶୂନ୍ୟ ହୋଇଯାଆନ୍ତି…

Read More

The Samikhsya Desk: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସଦ୍ୟ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ଆଜି ୨୫ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରିବେ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚଳନ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା । ଗ୍ରାମୀଣ ବିକାଶ ବିଭାଗ ଅନୁଯାୟୀ, ଯେଉଁ ମହିଳାମାନେ ଏହି ଯୋଜନା ଅଧୀନରେ ସଫଳତାର ସହ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ। ରାଜ୍ୟ ସରକାର ପ୍ରତି ଶୁକ୍ରବାର ୧୦,୦୦୦ ଟଙ୍କା ସହାୟତା ରାଶି ହସ୍ତାନ୍ତର ପାଇଁ ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୧୪ ତାରିଖ ସ୍ଥିର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ ୨୬ ତାରିଖରେ ଭର୍ଚୁଆଲ୍ ଭାବରେ ଏହି ଯୋଜନା…

Read More

The Samikhsya Desk: ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ବଡ ଭରସା। କାରଣ ତାଙ୍କ ସଂଗୀତକୁ କୃତ୍ରିମ ବୁଦ୍ଧିମତ୍ତା ବା AI ପ୍ଲାଟଫର୍ମ ବ୍ୟବହାର କରି କେତେକ କଂପାନୀ ବ୍ୟବସାୟ କରିବାରେ ଲାଗିଛନ୍ତି। ଏପରି ଅନଧିକୃତ ବ୍ୟବହାରରୁ ରକ୍ଷା କରିବା ପାଇଁ ବର୍ତ୍ତମାନ କୋର୍ଟ ପଦକ୍ଷେପ ନେଇଛନ୍ତି। କୋର୍ଟ ପ୍ରସିଦ୍ଧ ଗାୟିକାଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛନ୍ତି, AI କମ୍ପାନୀ, ଅନଲାଇନ୍ ବଜାର ଏବଂ ଡିଜିଟାଲ୍ ବିକ୍ରେତାମାନଙ୍କୁ ତାଙ୍କ ସ୍ୱର କ୍ଲୋନ୍ କରିବା କିମ୍ବା ତାଙ୍କ ଅନୁମତି ବିନା ତାଙ୍କ ପ୍ରତିଛବି, ପ୍ରତିରୂପ ଏବଂ ପରିଚୟର ଅପବ୍ୟବହାର କରିବାକୁ ନିଷେଧ କରିଛନ୍ତି। 90 ବର୍ଷୀୟ ଆଶା,  ମାୟକ୍ ଇନକର୍ପୋରେଟେଡ୍-ଏକ AI କମ୍ପାନୀ ସମେତ ଅନେକ ଅପରାଧୀଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପ୍ରତିରୂପର ଭଏସ୍ କ୍ଲୋନ୍ କରି କଂପାନୀମାନେ ବ୍ୟବସାୟିକ କାର୍ଯ୍ୟ କରୁଛନ୍ତି। ଏଥିରେ କୋର୍ଟ ହସ୍ତକ୍ଷେପ କରି…

Read More

ସରିଲା ପୂଜା: ଶେଷ ହେଲା ବହୁ ପ୍ରତିକ୍ଷୀତ ମା ଦୁର୍ଗାଙ୍କ ପୂଜା। କୋଟିକୋଟି ଟଙ୍କା ଖର୍ଚ୍ଚ କରି କରାଯାଇଥିଲା ଏହି ପୂଜା। ହଜାରହଜାର ଭକ୍ତ ମାଙ୍କୁ କଲେ ଦର୍ଶନ। ଆଜି ମା ବିଦାୟ ନେବେ। ଭସାଣୀ ପାଇଁ କଟକ ଭୁବନେଶ୍ବରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣୀ ଉତ୍ସବ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ଭସାଣୀ ଶୋଭାଯାତ୍ରାକୁ ସଂପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ସେଥିପାଇଁ ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ମଧ୍ୟ ରଖାଯାଇଛି। ଲମ୍ବା ଶୋଭାଯାତ୍ରା ଯାଉଥିବା ବେଳେ ଉପରୁ ଏହି ଡ୍ରୋନ କ୍ୟାମେରା ମାଧ୍ୟମରେ ପରିସ୍ଥିତି ନିରୀକ୍ଷଣ କରାଯିବ। ଏସବୁ ପାଇଁ ଉଭୟ କଟକ ଓ ଭୁବନେଶ୍ବରରରେ ପୋଲିସ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଭସାଣୀ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମୋଟ ୧୨୫ ପ୍ଲାଟୁନ…

Read More

ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ବାତିଲ ପରେ ବିଜେଡି ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଗୋଚରରେ ପୋଲିସ ଏସଆଇ ଚାକିରୀ ବିକ୍ରି ହେଉଥିଲା ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏହି ପରୀକ୍ଷା ପଛରେ ଏକ ବଡ ସ୍କାଣ୍ଡେଲ କାମ କରୁଛି। ରାଜ୍ୟ ସରକାରଙ୍କ ଦମ ଅଛି ତ ପୋଲିସ ଏଏସଆଇ ନିଯୁକ୍ତି ହେରଫେର ଉପରେ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଅଭିଯୋଗ ଅନୁସାରେ ଶ୍ରୀକାକୁଲମ ପୋଲିସ ଆଶାୟୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ସେମାନେ 25 ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଶ୍ରୀକାକୁଲମ ପୋଲିସ ଜାଣିବା ପରେ ଓଡିଶା ପୋଲିସକୁ ତାହା ହସ୍ତାନ୍ତର କରିଥିଲା। ଏହାପରେ ଓଡିଶା ପୋଲିସ ସଜାଗ ହୋଇ ଉଠିଲା। ଅନ୍ୟରାଜ୍ୟର ପୋଲିସ ଏଥିରେ ଥିବାରୁ ଓଡିଶା ପୋଲିସ ବାଧ୍ୟ ହୋଇ ପରୀକ୍ଷା ବାତିଲ କରିବା ସହିତ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ.. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଆଇଟି ଓ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏହି ସେଲ ଠିକରେ କାମ କରିପାରିଲା ନାହିଁ ବୋଲି 2024 ନିର୍ବାଚନରେ ବିଜେଡି ହାରିଲା ବୋଲି ନବୀନ କହିଆସୁଛନ୍ତି। ସେଥିପାଇଁ ଦଳ ତାହାର ନୂଆ ଟିମ ଗଠନ କରିଛି।

Read More

ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ ଘରୋଇ ଏବଂ ଅନ୍ତର୍ଜାତୀୟ ଶିଳ୍ପପତିଙ୍କଠାରୁ ଏକ ଅଭୂତପୂର୍ବ ସମର୍ଥନ ମିଳିଛି। ଏହି ଯୋଜନାରେ ୧ ଲକ୍ଷ ୧୫ ହଜାର କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି। ଏହା ବିଶ୍ୱ ସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠାକୁ ପ୍ରମାଣିତ କରୁଛି । ଏଥିସହିତ ଦେଶକୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ଦୃଢ଼ ଆଗ୍ରହ ପ୍ରଦର୍ଶନ କରିଥିବା ଏମଏସଏମଇ ସମେତ ଘରୋଇ ଶିଳ୍ପର ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ଧାର୍ଯ୍ୟ ନିଯୁକ୍ତି ଲକ୍ଷ୍ୟ ୯୧,୬୦୦ ଠାରୁ ବହୁ ଅଧିକ ୧,୪୨,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବ୍ୟାପକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକର ଏଭଳି ଉତ୍ସାହଜନକ ସମର୍ଥନରେ ଖୁସି ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟଗୁଡ଼ିକୁ ଏହି ସୁବର୍ଣ୍ଣ ସୁଯୋଗର…

Read More

The Samikhsya Desk: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ। Infosys Hires 550 Students from Manipal University Jaipur in a Day

Read More