Author: Samikhsya Bureau

ଭୁବନେଶ୍ବର: ଗତକାଲି ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏପରି ଅବହେଳା ପାଇଁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଟାର୍ଗେଟ କରିଛି ଦଳ। ଏପରି ଅବହେଳା ପାଇଁ କ୍ରୀଡାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବୀ କରିଛି। ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ଯେ, ମ୍ୟାଚ ପୂର୍ବରୁ ମନ୍ତ୍ରୀ ଚାରିଥର ଷ୍ଟାଡିୟମ ଯାଇ ପ୍ରସ୍ତୁତି ତଦାରଖ କରିଥିଲେ। ହେଲେ ଠିକ ମ୍ୟାଚ ବେଳେ କିପରି ଲାଇଟ ପଳାଇଲା ତାହା ବଡ ନିନ୍ଦନୀୟ ଘଟଣା। ମନ୍ତ୍ରୀ କିପରି ପ୍ରସ୍ତୁତି ନିରୀକ୍ଷଣ କରୁଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରାଯାଇଥିବାରୁ ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Read More

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା ନେଇ କ୍ଷୁବ୍ଧ ହୋଇଛନ୍ତି ରାଜ୍ୟ ସରକାର। ମ୍ୟାଚ ଆୟୋଜନ କରୁଥିବା ଓଡିଶା କ୍ରିକେଟ ଆସୋସିଏସନକୁ କାରଣ ଦର୍ଶା ନୋଟିସ ଜାରୀ କଲା କ୍ରୀଡା ବିଭାଗ। ଦଶ ଦିନ ଭିତରେ ଏପରି କାହିଁକି ଘଟିଲା ତାହାର କାରଣ ଦର୍ଶାଇବାକୁ ଏହି ନୋଟିସରେ କୁହାଯାଇଛି। ଅନ୍ୟପକ୍ଷରେ ଓସିଏ ତରଫରୁ ଗତକାଲି ଘଟଣାର ଖୋଳତାଡ ହୋଇଛି। ହେଲେ ସେମାନେ ଯାହା ଉତ୍ତର ଦେଉଛନ୍ତି ତାହା ବଡ ହାସ୍ୟସ୍ପଦ ଘଟଣା। ଓସିଏର କହିବା କଥା ଯେ, ଫ୍ଲଡ ଲାଇଟ କଟିଯିବା ପରେ ଜେନେରଟର ଲାଗିବା କଥା। ହେଲେ ସେତେବେଳେ ସେହି ଗାଡିର ଡ୍ରାଇଭର ପାଖେର ନ ଥିଲା। ସେ ଆସିବାକୁ ବିଳମ୍ବ ହେବାରୁ ଏପରି ଘଟିଲା ବୋଲି ସଫେଇ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସବୁ ଦୋଷ ଡ୍ରାଇଭର ଉପରେ…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଓଡ଼ିଶୀ, କଥକ, ଭାରତନାଟ୍ୟମ୍‍ ଓ ମୋହିନୀଆଟ୍ଟମ ନୃତ୍ୟର ଫ୍ୟୁଜନ ସହିତ ମୟୁରଭଞ୍ଜ ଛଉ ନୃତ୍ୟ । ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ, କଥକ, ଭାରତନାଟ୍ୟମ୍‍ ଏବଂ ମୋହିନୀଆଟ୍ଟମର ମିଶ୍ରଣ ଯାହା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଖାନକ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ପରଫର୍ମିଂ ଆର୍ଟସ୍‍, ପବିତ୍ର ଆର୍ଟ ଭିଜୁଆଲ୍‍ ଇନଷ୍ଟିଚ୍ୟୁଟ୍‍ ଏବଂ ଇଣ୍ଟରନ୍ୟାସନାଲ୍‍ ଏକାଡ଼େମୀ ଅଫ୍‍ ମୋହିନୀଆଟ୍ଟମ୍‍ ଦ୍ୱାରା ପରିବେଷିତ ହୋଇଥିଲା । ସେମାନଙ୍କର ପ୍ରଥମ ଉପସ୍ଥାପନ ଥିଲା ଗଣେଶ ବନ୍ଦନା ଏବଂ ପରେ ପରେ ଶ୍ରୀ କୃଷ୍ଣ ଶରଣମ୍‍ ନମଃ – କୃଷ୍ଣଙ୍କ ଜୀବନର ଯାତ୍ରା। ଏହି ପ୍ରସ୍ତୁତି ଏକ ମିଶ୍ରିତ ସୃଜନଶୀଳ ନୃତ୍ୟ ଥିଲା ଯେଉଁଥିରେ ଓଡ଼ିଶା ଡ଼୍ୟାନ୍ସ…

Read More

କଟକ: ପୁଣି ଥରେ ବାରବାଟୀ ବଦନାମ ହୋଇପଡିଛି। ଆଜି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳାଳୀମାନେ ଖେଳି ନ ପାରି ସେମାନେ ପାଭେଲିୟନକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ସେଠାରେ ଖେଳ ଦେଖିବାକୁ ଯାଇଥିବା ହଜାରହଜାର ଦର୍ଶକ ନିରାଶ ହୋଇପଡିଛନ୍ତି। ସେମାନଙ୍କୁ ବାରବାଟୀ ଆଜି ନିରାଶ କରିଛି। ସୂଚନା ଅନୁସାରେ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଲିଭିଯିବା ପରେ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଅମ୍ପାୟରଙ୍କୁ ଏହି ଅଭିଯୋଗ କରିଥିଲେ। ସେମାନେ ଏପରି ଲାଇଟିରେ ଖେଳିପାରିବେ ନାହିଁ ବୋଲି ଜଣାଇଦେଇଥିଲେ। ଫଳରେ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସମସ୍ତ ଖେଳାଳୀ ପଡିଆ ଛାଡି ପ୍ୟାଭିଲିୟନକୁ ଫେରିଯାଇଥିଲେ। ଆଜି ପ୍ରଥମେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରି ୩୦୪ ରନ ହାସଲ କରିଛି। ଏହାପରେ  ଭାରତର ଓପନର ଭାବେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ଲ ଓପନିଂ କରିଥିଲେ। ରୋହିତ ଶର୍ମା…

Read More

ଭୁବନେଶ୍ୱର: ଆଜି ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବହୁବନ୍ଧ ଗ୍ରାମପଂଚାୟତ ସରପଂଚ ଶ୍ରୀ ସୂର୍ଯ୍ୟନାରାୟଣ ମୁର୍ମୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମୁର୍ମୁଙ୍କ ସମେତ ପଂଚାୟତ ସମିତି ସଦସ୍ୟ କାଂଚନି ପାତ୍ର, ୱାର୍ଡ ମେମ୍ବର ସରସ୍ୱତୀ ମୁର୍ମୁ, ୱାର୍ଡ ମେମ୍ବର ହେମଲତା ମୁର୍ମୁ, ୱାର୍ଡ ମେମ୍ବର ସନିଆ ମଢେଇ, ପୂର୍ବତନ ୱାର୍ଡ ମେମ୍ବର ଲିଲୋ ଚନ୍ଦ୍ର ବିନ୍ଧାଣି, ପୂର୍ବତନ ୱାର୍ଡ ମେମ୍ବର ବ୍ରଜ ମୋହନ ହୋ, ପୂର୍ବତନ ୱାର୍ଡ ମେମ୍ବର ରଘୁନାଥ ସିଂଙ୍କ ସମେତ ନାରୀନେତ୍ରୀ ଶାନ୍ତିଲତା ମୁର୍ମୁ, ମାନସ ରଞ୍ଜନ ଦାସ, ଶେଖ ଅଞ୍ଜୁମ ହୁସେନ, ଦିତିକାନ୍ତ ପାତ୍ର, ଗୌରମୋହନ ସିଂ, ରତିକାନ୍ତ ପାତ୍ର, ଚୁରିଆ ସୋରେନ୍‌, ଗୋପାଳ ସୋରେନ୍‌, ଲକ୍ଷ୍ମଣ ମହନ୍ତ, ସାଲଖାନ୍ ମୁର୍ମୁ, ରବିନ୍ଦ୍ର ଦେହୁରୀ, ଯଦୁନାଥ ପାତ୍ର, ଶଶୀଧର ଦେହୁରୀ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ…

Read More

ଭୁବନେଶ୍ବର: ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ଦିଲ୍ଲୀ ବିଧାନସଭାରେ ଯେପରି ଆସନ ହାସଲ କରିଛି ତାହା ଏକ ରେକର୍ଡ। ସାରା ଦେଶରେ ବର୍ତ୍ତମାନ ବିଜେପିର ଦିଲ୍ଲୀ ଦରବାର ଦଖଲ ନେଇ ଚାଲିଛି ଚର୍ଚ୍ଚା। ତେବେ ଏହା ଭିତରେ ଜଣେ ଓଡିଆ ନେତାଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ସେ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେପିର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କାରଣ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନର ପୁରା ଦାୟିତ୍ବ ନେଇଥିଲେ ସାଂସଦ ବୈଜୟନ୍ତ ବା ଜୟ ପଣ୍ଡା। ଗତବର୍ଷ ଅକ୍ଟୋବର ମାସରେ ଦଳ ତାଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତଙ୍କ ଦିଲ୍ଲୀରେ ଭଲ ଦଖଲ ରହିଥିବାରୁ ଦଳର ନେତା ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡା ତାଙ୍କ ଉପରେ ଭରସା କଲେ। ଆଉ ତାହାର ଫଳ ଦେଖାଇଦେଲେ ସାଂସଦ ବୈଜୟନ୍ତ ପଣ୍ଡା।…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ବିଜେପିର ବଡ ବିଜୟ ଘଟିଛି। ଏହାକୁ ନେଇ ବିଜେପି ଶିବିରରେ ବେଶ ଉତ୍ସାହ ଖେଳିଯାଇଛି। ତେବେ ଏହାକୁ ନେଇ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟିପ୍ପଣୀ ଦେଇଛନ୍ତି। ତାହା ହେଲା… ଜନଶକ୍ତି ସର୍ବୋପରି!  ବିକାଶ ଜିତିଲା, ସୁଶାସନ ଜିତିଲା।  ଦିଲ୍ଲୀର ସମସ୍ତ ଭାଇ ଭଉଣୀଙ୍କୁ ଏପରି ଐତିହାସିକ ବିଜୟ ପାଇଁ ଆପଣଙ୍କୁ ମୋର ସାଲ୍ୟୁଟ୍ ଏବଂ ଅଭିନନ୍ଦନ! ଆପଣମାନେ ମୋତେ ଯେଉଁ ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ଗଭୀର କୃତଜ୍ଞ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏହାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ; ଏହା ଆମର ଗ୍ୟାରେଣ୍ଟି।  ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମୁଁ ବିଜେପି…

Read More

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ରାଜ୍ୟର ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରାଯିବ। ଏଥିରେ ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ରାଜ୍ୟ ସରକାର ଯୋଗାଇ ଦେବେ। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଭୋଗିଥିବା ବିସ୍ଥାପିତଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ଅନ୍ତର୍ଭୂକ୍ତ କରାଯିବ। ଏହି ଯୋଜନାରେ ଷ୍ଟିମୁଲସ୍ ବ୍ୟବସ୍ଥା ରହିଛି; ୪ ମାସ ମଧ୍ୟରେ ଘର କାମ ସମାପ୍ତ କଲେ ୨୦ ହଜାର ଟଙ୍କା, ୬ ମାସରେ ସମାପ୍ତ କଲେ ୧୦ ହଜାର ଟଙ୍କା ବୋନସ ମିଳିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୭,୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ରାଜ୍ୟର ୩୧୪ ବ୍ଲକରେ ନୂତନ ଷ୍ଟାଡିୟମ…

Read More

ଭୁବନେଶ୍ୱର: ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍‌ପାଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଓୟୁଟିଆର୍‌ରେ ବିଏସ୍‌ସି ଇଂଜିନିୟରିଂ (ସିଭିଲ୍‌) ପରେ ପ୍ରଫେସର ସାହୁ ଏମ୍‌.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍‌କିରୁ ପିଏଚ୍‌ଡି ହାସଲ୍ କରିଥିଲେ । ଏହାପରେ ପ୍ରଫେସର ସାହୁ ମଧ୍ୟ ଏଲଏଲବି ମଧ୍ୟ କରିଛନ୍ତି । ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି । ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍‌ସିଲର ସଦସ୍ୟ ଏବଂ ସିନେଟ୍‌ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ…

Read More

ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି। ଆଜି ସକାଳେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଦେଖିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ। ବର୍ତ୍ତମାନ ସେ ଭେଣ୍ଟିଲେଟର ଥାଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ପାଖରେ ପତ୍ନୀ ଅପରାଜିତା ମହାନ୍ତି, ପୁତ୍ର ବାବୁସାନ ସହିତ ତାଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିତ ଥିବାର ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Read More

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିଛି। ଯାହା କେହି କେବେ ଆଶା କରି ନ ଥିଲା। ବର୍ତ୍ତମାନ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ଦଖଲ କରିବାରେ ଲାଗିଛି। ଆଜିର ଫଳାଫଳ ଅନୁସାରେ ଦିଲ୍ଲୀର ମୋଟ 70ଟି ବିଧାନସଭା ଆସନରୁ ବିଜେପି ଖାତାକୁ ଯାଇଛି 47 ଟି ଆସନ। ଆମ ଆଦମୀ ପାର୍ଟିକୁ ମିଳିଛି ମାତ୍ର 23 ଟି ଆସନ। ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିବାରେ ସକ୍ଷମ ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ଏହି ବିଧାନସଭା ଆସନରେ ରାଜ କରୁଥିଲା। ହେଲେ ସେଠାରେ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ ଏହି…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଭୋଟ ଗଣତି ପରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ତାହା ହେଲା ଆପ ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନିର୍ବାଚନରେ ହାରିଯାଇଛନ୍ତି। ନୂଆଦିଲ୍ଲୀ ଆସନରେ ଲଢେଇ କରୁଥିବା ଅରବିନ୍ଦ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ପରବେଶ ବର୍ମାଙ୍କଠାରୁ 3 ହଜାର 183 ଭୋଟରେ ହାରିଯାଇଛନ୍ତି। ପରବେଶ ବର୍ମା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବସିଂ ବର୍ମାଙ୍କୁ ପୁଅ। ସେହିପରି ଆମ ଆଦମୀ ପାର୍ଟିର ଅନ୍ୟତମ ଚେହେରା ମନୀଷ ସିସୋଦିଆ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି।  ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦକ୍ଷିଣପୂର୍ବ ଦିଲ୍ଲୀର ଜଙ୍ଗପୁରାରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ମାତ୍ର 600 ଭୋଟରେ ପରାସ୍ତ କରିଛନ୍ତି। ଆମ ଆଦମୀ ଦୁଇ ପ୍ରମୁଖ ଚେହେରା ନିର୍ବାଚନ ହାରିଯିବା ପରେ ଦଳ ପାଇଁ ଏକ ବଡ ବିପର୍ଯ୍ୟୟ ସାବସ୍ତ ହୋଇଛି।

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳୀ। ଏକ ସ୍ବତନ୍ତ୍ର ବିମାନରେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ମୋ ଫାୟାର ହୋଟେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା। ହୋଟେଲ ବାହାରେ ଓଡିଶାର ଲୋକନୃତ୍ୟ ଶିଳ୍ପୀମାନେ ସେମାନଙ୍କ ନୃତ୍ୟରେ ଖେଳାଳୀମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ହୋଟେଲ ପ୍ରବେଶ ପଥରେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଆଜି ଉଭୟ ଦଳ ସେଠାରେ ବିଶ୍ରାମ କରିବା ପରେ ଆସନ୍ତାକାଲି ବାରବାଟୀ ଷ୍ଟାଣ୍ଡିୟମକୁ ଅଭ୍ୟାସ ପାଇଁ ଯିବେ। ଖେଳାଳୀମାନଙ୍କ ପାଇଁ କମିଶନେରଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଆସନ୍ତାକାଲି କଟକ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ…

Read More

ଭୁବନେଶ୍ବର: ଆଜି ନୟାଗଡ଼ ପି.ଟି.ଏସ୍ ଗ୍ରାଉଣ୍ଡ ଠାରେ ପ୍ରଥମ ବ୍ୟାଚ଼୍ ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। ଅବକାରୀ ସିପାହୀ ମାନେ ହେଉଛନ୍ତି ଅବକାରୀ ବିଭାଗ ର ମେରୁଦଣ୍ଡ ସଦୃଶ।ଅବକାରୀ ସିପାହୀ ମାନଙ୍କର ସମାଜରେ ଏକ ପ୍ରମୁଖ ଭୂମିକା ରହିଛି।ଅବକାରୀ ପ୍ରଶାସନର ସମ୍ପୂର୍ଣ୍ଣ କାର୍ଯ୍ୟ ଅବକାରୀ ଷ୍ଟେସନର ଅଧିକାରୀଙ୍କ ଦକ୍ଷତା,ପ୍ରତିବଦ୍ଧତା, ବୃତ୍ତିଗତତା ଏବଂ ସାଧୁତା ଉପରେ ନିର୍ଭର କରେ।ଏକ ଷ୍ଟେସନରେ ନିଯୁକ୍ତ ଅବକାରୀ ସିପାହୀ ଅନୁଭବ କରିବା ଉଚିତ ଯେ ଅବକାରୀ ଆଇନ ଅନୁଯାୟୀ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ସମାଜରେ ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଏହା ଅବକାରୀ ଆଇନ ଏବଂ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସମୟରେ ସାଧାରଣ ଜନତାଙ୍କଠାରୁ ପ୍ରମୁଖ ସହଯୋଗ ହାସଲ କରିବ ଉଚିତ। ଓଡ଼ିଶା ପ୍ରଦେଶରେ ବେଆଇନ ମଦ,ଗଞ୍ଜେଇ ଓ…

Read More

ଭୁବନେଶ୍ବର: ବର୍ତ୍ତମାନ ଟୋଲଗେଟରେ କେବଳ ଟୋଲ ଆଦାୟ ନୁହେଁ, ଆପଣଙ୍କ ଗାଡିର ସମସ୍ତ ବିବରଣୀ ଠିକ ଅଛି କି ନାହିଁ ଯାଞ୍ଚ ହେଉଛି। ପୂର୍ବରୁ ପରମିଟ ଟିକସ ଆଦି ଯାଞ୍ଚ ହେଉଥିଲା। ହେଲେ ଚଳିତ ଫେବୃୟାରୀ 1 ତାରିଖରୁ ଗାଡିର ବୀମା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି। ଏ ନେଇ ରାଜ୍ୟରେ ଥିବା 22 ଟି ଟୋଲଗେଟରେ ଏହି ଯାଞ୍ଚ ପକ୍ରିୟା ଜାରୀ ରହିଛି। ବର୍ତ୍ତମାନ ଓଡିଶାରେ ପ୍ରାୟ 15 ଶହଟି ଗାଡି ବିନା ବୀମାରେ ଚାଲୁଥିବାର ଜଣାପଡିଛି। ଇ ଡିଟେକସନ ମାଧ୍ୟମରେ ଏହି ବୀମା ଅଛି କି ନାହିଁ ତାହା ଜଣାପଡିଯାଉଛି। ଫଳରେ ଗାଡି ଚାଳକଙ୍କୁ ବର୍ତ୍ତମାନ ତାଗିଦ କରି ଛାଡି ଦିଆଯାଉଛି। ପରବର୍ତ୍ତି ସମୟରେ ଏହା ଉପରେ କଡାକଡି ଧରପଗଡ କରାଯିବ ବୋଲି ନିଷ୍ପତି କରାଯାଇଛି। ସାଧାରଣତଃ ଗାଡିର ବୀମା ନ ଥିଲେ ଯଦି ଦୁର୍ଘଟଣା ହୁଏ ତେବେ କ୍ଷତିଗସ୍ତଙ୍କୁ କୌଣସି ସହାୟତା ରାଶି…

Read More

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଆଜି ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଂଚାୟତ ସମିତି ସଦସ୍ୟା ମାଳତି ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ଉଦଳା ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରୁଧର ବିଶ୍ୱାଳ, ରୋହିଦାଶ ଟୁଡୁ, ଯୋଗେନ୍ଦ୍ର ଖଡିକା, ଶ୍ରୀଧର ଖଉଡେଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ଥ ନାଏକ, ରାମ ଚରନ ପାନିଆଲ୍‌, ହରିଶ୍ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ, ପ୍ରଶନ୍ନ ପାନିଆଲିଆ, ଗୋବିନ୍ଦ ରଣସିଆ, ହରେକୃଷ୍ଣ ବିଶ୍ୱାଳ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି…

Read More

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ…

Read More

ଭୁବନେଶ୍ବର: ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ। ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି। ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ। ଏହି ପରିପ୍ରେକ୍ଷିରେ ଆସନ୍ତା ଫେବୃୟାରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ…

Read More

ଭୁବନେଶ୍ବର: ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର‌୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି। ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଆସନ୍ତାକାଲି ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି। ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ…

Read More

ଭୁବନେଶ୍ବର: କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ। ସେମାନେ ହେଲେ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏମାନେ ନିଜ ପରିବାର ସହିତ ପ୍ରୟାଗରାଜ ଗସ୍ତରେ ବାହାରିଛନ୍ତି। ଗତକାଲି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଡ ପକାଇଥିଲେ। ସେ ସେଠାରେ ପୂଜାପାଠ ମଧ୍ୟ କରିଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସପରିବାର ଯାଇ ପ୍ରୟାଗରାଜରେ ବୁଡ ପକାଇଥିଲେ। ଏଥିସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ବିଧାୟକ ତଥା ନେତାମାନେ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଏକଜିଟ୍ ପୋଲ ଫଳାଫଳ ଆସିବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଛଅଟି ଏକଜିଟ୍ ପୋଲ ବିଜେପିକୁ ୩୫-୬୦ ଆସନରେ ଜିତିବାର ପୂର୍ବାନୁମାନ କରିଛି। ସେହିପରି ଶାସକ ଆପ ପାଇଁ ଆକଳନ ବହୁତ ଖରାପ ବୋଲି କୁହାଯାଇଛି। ଆପର ଆସନ ଆକଳନ ୩୨-୩୭ ମଧ୍ୟରେ ରହିଛି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ, ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି, ଏକାକୀ ବିଜୟର ହ୍ୟାଟ୍ରିକ୍ ଲକ୍ଷ୍ୟ ରଖିଛି। ଦଳ ୨୦୧୩ ରୁ ଦିଲ୍ଲୀରେ କ୍ଷମତାରେ ଅଛି। ସେତେବେଳେ ଏହାକୁ କଂଗ୍ରେସ ସମର୍ଥନ କରିଥିଲା। ୬୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଗତ ୨୮ ବର୍ଷ ଧରି ଦିଲ୍ଲୀରେ କ୍ଷମତା ବାହାରେ ଅଛି। ୧୫ ବର୍ଷ ଧରି ସହରକୁ ଶାସନ କରିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ​​କୌଣସି ଆସନ ଜିତିପାରି ନାହିଁ।

Read More