Author: Samikhsya Bureau

ଭୁବନେଶ୍ୱର: ରାଜ୍ୟରେ ଆୟୁଷ ସର୍ଜନ ଙ୍କ ଭତ୍ତା ଵୃଦ୍ଧି ପାଇଁ ବହୁଦିନରୁ ଦାବୀ ରହିଥିଲା।ଏ ସମ୍ପର୍କରେ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ରେ ଥିବା ୪ଟି ସରକାରୀ ହୋମିଓପ୍ୟାଥିକ ଓ ପୁରୀ, ଅଙ୍କୁଶପୁର,ବଲାଙ୍ଗୀରରେ ଥିବା୩ଟି ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ମାସ ଧରି ସମସ୍ତ ସରକାରୀ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ବନ୍ଦ ଡାକରା ଦେଇ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ରେ ଆନ୍ଦୋଳନ କରାଯାଇଥିଲା। ଏମବିବିଏସ ଓ ବିଡିଏସ ଛାତ୍ର ଛାତ୍ରୀ ଙ୍କ ଭତ୍ତା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଆୟୁଷ ହାଉସ ସର୍ଜନ ଙ୍କୁ ପୂର୍ଣ ମାତ୍ରାରେ ଉପେକ୍ଷା କରାଯାଉଥିବା ନେଇ ତୀବ୍ର ସମାଲୋଚନା କରିଥିଲେ। ତେବେ ନୂତନ ସରକାର ଆସିବା ପରେ ଅଲ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷ ରୁ ପୂର୍ବରୁ ଆୟୁଷ ହାଉସ ସର୍ଜନ ଙ୍କ ଥିବା୧୭ହଜାର ଟଙ୍କା ଭତ୍ତା କୁ ଆୟୁଷ ମେଡ଼ିକାଲ ଅଫିସର ଙ୍କ ମାସିକ…

Read More

ଭୁବନେଶ୍ୱର: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ । ଅର୍ଥ କମିଶନ ପୁରୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖାଯାଇ ସାମଗ୍ରିକ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବା ପାଇଁ ସମୁଚିତ ସମ୍ବଳ ବଣ୍ଟନ ଉପରେ ଗୁରୁତ୍ୱାରୋପ…

Read More

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ।ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଓଡ଼ିଶା ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରୁଛି ଓଡ଼ିଶା ଯାତ୍ରୀ – ଏକ ଅଭିନବ ଗତିଶୀଳତା ଆପ୍ ଯାହା ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ଯାତାୟାତକୁ ପରିବର୍ତ୍ତନ କରୁଛି। ଏହାର କାର୍ଯ୍ୟର ମୂଳରେ ସୁରକ୍ଷା ସହିତ, ଏହି ଆପ୍ ଶୀଘ୍ର ହଜାର ହଜାର ନାଗରିକଙ୍କ ପାଇଁ ବିଶ୍ୱସ୍ତ ଯାତ୍ରା ସାଥୀ ହୋଇପାରିଛି । ଏହି କାହାଣୀ ଗତ ମାସରେ “ଘରକୁ ନିରାପଦରେ ଆସ” ଶୀର୍ଷକ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ସମୟରେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ ଓଡ଼ିଶା ଯାତ୍ରୀ ଆରମ୍ଭ କରିଥିଲେ, ଯାହା ଯାତ୍ରୀ ସୁରକ୍ଷା ବୃଦ୍ଧି କରିବା ଏବଂ ସ୍ମାର୍ଟ, ଅଧିକ…

Read More

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ତାଙ୍କ ଘର ଆଉ ବିଭିନ୍ନ ସ୍ଥାନ ଚଢାଉ କରିବା ପରେ ମିଳୁଛି ଖାଲି ଟଙ୍କା, ସୁନା, ପ୍ଲଟ ଆଉ କୋଠା। ଟଙ୍କାର ପରିମାଣ ଏତେ ଯେ, ଭିଜିଲାନ୍ସ ଅଧିକାରୀ ଟଙ୍କା ମେସନ ଆଣି ତାହା ଗଣିବାରେ ଲାଗିଛନ୍ତି। ଦେଖନ୍ତୁ ଏହି ଭିଡିଓ… ତେବେ ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମାଲକାନାଗିର ୱାଟରସେଡ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଏବଂ ପିଡି। ତାଙ୍କ ନାମ ହେଉଛି ସାନ୍ତନୁ ମହାପାତ୍ର। ତାଙ୍କର ସାତଟି ସ୍ଥାନରେ ଚଢାଉ ଚାଲିଛି। ସେଥିରେ ଯାହା ଏ ପର୍ଯ୍ୟନ୍ତ ମିଳିଛି ତାହା ହେଲା କୋରାପୁଟ ଜୟପୁରରେ ଛଅ ହଜାର ସ୍କ୍ବାର ଫୁଟର ଏକ ତିନି ମହଲା ବାସ ଗୃହ, ଭୁବନେଶ୍ବର ହଂସାପଳରେ  33 ଡିସିମିଲି ପ୍ଲଟ, ଜୟପୁର ଟାଉନରେ 40 ଡିସିମିଲର ପ୍ଲଟ, ସେହି ଜୟପୁରରେ ଆଉ ଏକ 55 ଡିସିମିଲି ପ୍ଲଟ ରହିଛି। ଉପରୋକ୍ତ ଗୃହ ଏବଂ ଜମିଗୁଡ଼ିକର…

Read More

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସକାଳୁ ସାତଟାରୁ ଏହି ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଛି। ଏହି ଗଣପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆଜି ସାଧାରଣ ଭୋଟରେ ଭାବେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। କଡା ସୁରକ୍ଷା ମଧ୍ୟରେ ସେ ପ୍ରେସିଡେଣ୍ଟ ଇଷ୍ଟେଟରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ଭୋଟ ଦେଇଥିଲେ।

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା-୨୦୨୫ ଯଥା +୨ କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା (ଭୋକେସନାଲ) ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ (୧୦ମ)  ପରୀକ୍ଷା-୨୦୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସଂପୃକ୍ତ  ଅନ୍ୟ ପଦାଧିକାରୀମାନେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଳ୍ଲା ଶିକ୍ଷା ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ବୈଠକରୁ ଜଣାଯାଇଛି ଯେ ଚଳିତ ବର୍ଷ ଯୁକ୍ତ ୨ କଳାରେ ୨,୪୭,୩୯୧…

Read More

ଭୁବନେଶ୍ୱର: ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍‌ଥ ଇନ ଟୁଡେସ୍ ଫାଷ୍ଟ-ପେସ୍‌ଡ ଲାଇଫ୍‌ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସନିଷ୍ଟ ଡା. ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍‌ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ।…

Read More

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ ଡିଜିଟାଲ ମାଧ୍ୟମରେ ପାଳନ ହୋଇଥିଲା ଯେଉଁଥିରେ ୩୦୦୦ରୁ ଅଧିକ କର୍ମଚାରୀ ଓ ସହଯୋଗୀ ଯୋଗ ଦେଇଥିଲେ। କମ୍ପାନୀର ଏଆଇ ଗ୍ରୁପ ତତ୍ୱଓରେସନ.ଏଆଇ (TatwaOrationAI) ଅଧିନରେ ଏହାର ଅତ୍ୟାଧୁନିକ କନଭରସେଶନାଲ ଏଆଇ ପ୍ରଡକ୍ଟ- ଏଆଇ ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ ଏହି ସେଲିବ୍ରେଶନର ମୁଖ୍ୟ ଆକର୍ଷଣ ଥିଲା । ଏଆଇ ଫାଷ୍ଟ ଓମନିଏଜେଂଟ ହେଉଛି ଭାରତର ପ୍ରଥମ ବହୁଭାଷୀୟ, ମାନବ-ସଦୃଶ ଏଆଇ ଏଜେଂଟ ଯାହା ପ୍ରସଙ୍ଗ-ସଚେତନ, ଭାବନା-ପରିଚାଳିତ ଯୋଗାଯୋଗ ପ୍ରଦାନ କରିବାରେ ସକ୍ଷମ । ଏହାକୁ ହାସ୍ୟ, ବ୍ୟଙ୍ଗ ଓ ସମାନୁଭୂତି ଭଳି ମାନବିକ ଗୁଣ ସହିତ କଷ୍ଟମାଇଜ କରାଯାଇପାରିବ, ଯାହା ଏହାକୁ ବିଶ୍ୱବ୍ୟାପୀ ଏଆଇ-ପରିଚାଳିତ ଗ୍ରାହକ ନିୟୋଜନରେ…

Read More

ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ  ବ୍ରିଗେଡିୟର ତଥା  ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଗସ୍ତରେ ଆସିଥିବା ଏହି ଅଧିକାରୀମାନେ ରାଜ୍ୟର  ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ନିକଟରୁ ଜାଣିବାର ଆଭିମୁଖ୍ୟ ରହିଛି । ନ୍ୟାସନାଲ ଡିଫେନ୍ସ କଲେଜରେ ଜାତୀୟ ନିରାପତ୍ତା ଏବଂ ରଣନୀତିକ ଶିକ୍ଷା ପାଠ୍ୟକ୍ରମ ବିଷୟରେ ଏକ ବର୍ଷିଆ ପ୍ରଶିକ୍ଷଣ ନେଉଥିବା  ଏହି ଅଧିକାରୀମାନେ…

Read More

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ । ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ । ପରେ ପରେ କଳିଙ୍ଗ…

Read More

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତାଙ୍କ ଅପମାନ ଓଡ଼ିଆ ଜାତି ସହିବ ନାହିଁ । ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁଙ୍କ ପଛରେ ସାଢେ଼ ଚାରି କୋଟି ଓଡ଼ିଆ ଛିଡା ହୋଇ ରହିଛନ୍ତି । ଏହା ସହିତ ସମ୍ବିତ ପାତ୍ର ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ପ୍ରିଭିଲେଜ ମୋସନ ଆଣିବା ପାଇଁ ମଧ୍ୟ ମତ ରଖିଥିଲେ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହି ଥିଲେ…

Read More

ବାଣପୁର: ଆଜି ବାଣପୁର କୋର୍ଟର ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେଏମଏଫସି) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଇପ୍ସିତା ପ୍ରିୟା ଏକ୍କା। ଏହି ଅବସରରେ ତାଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ସମେତ ଉପସଭାପତି ରାମଚନ୍ଦ୍ର ପଲେଇ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଆଦି ନୂତନ ବିଚାରପତିଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥଲେ। ନୂତନ ବିଚାରପତି ବାଣପୁର ଓକିଲ ସଂଘର ସମସ୍ତ ପ୍ରକାର ସହଯୋଗ ଲୋଡ଼ିବା ସହ ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କୋର୍ଟ କାର୍ଯ୍ୟ କିପରି ସୁରୁଖୁରୁରେ ଜାରି ରହିବ ତାହାଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ସୂଚନା ଥାଉକି ପୂର୍ବତନ ବାଣପୁର ଜେଏମଏଫସି ସ୍ନାତକୀ ଦାସଙ୍କ ନୂଆପଡା ଏସଡିଜେଏମ ଭାବେ…

Read More

ଭୁବନେଶ୍ବର: ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ସୂର୍ଯ୍ୟ ଦେବତାଙ୍କ ଜନ୍ମ ତିଥି। ମାଘ ସପ୍ତମୀ ଦିନ ସୂର୍ଯ୍ୟ କ୍ଷେତ୍ର କୋଣାର୍କର ପବିତ୍ର ଚଦ୍ରଭାଗା ତୀର୍ଥରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଥାଏ । ଏହା ମାଘ ସପ୍ତମୀ ମେଳା ବା ଚନ୍ଦ୍ରଭାଗା ଯାତ୍ରା ରୂପେ ପ୍ରସିଦ୍ଧ। ସୁପ୍ରାଚୀନ କାଳରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଛି। ପୁରାଣ ବର୍ଣ୍ଣିତ କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଜନ୍ମ ପୀଠ। କୋଣାର୍କ ହେଉଛି ସୂର୍ଯ୍ୟ ଦେବତା ଙ୍କ ଜନ୍ମପୀଠ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମୈତ୍ରୟ ବନର ଏହି ଚନ୍ଦ୍ରଭାଗା ତୀର୍ଥରେ ସୁର୍ଯ୍ୟ ଉପାସନା କରି ପିତୃ ଅଭିଶାପ ଜନିତ କୁଷ୍ଠରୋଗରୁ ମୁକ୍ତି ଲାଭ କରି କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସ୍ୱୟଂ ଶିବ ଏହି ତୀର୍ଥରେ ସ୍ନାନ କରି ବ୍ରହ୍ମାଙ୍କ ଶିର ଛେଦନ ଜନିତ ପାପରୁ ମୁକ୍ତି ହୋଇଥିଲେ। ଦେବୀ ସରସ୍ୱତୀ ପ୍ରାଚୀ ସରସ୍ୱତୀ ନଦୀ ରୂପରେ…

Read More

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି। ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Read More

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହି ମେଳାର ଅନ୍ୟତମ ଆକର୍ଷଣ ହେଉଛି ଯାତ୍ରା। ଏହା ଦେଖିବାକୁ ପାଇଁ ଦର୍ଶକଙ୍କର ବେଶ ଭିଡ ଜମିଥାଏ। ହେଲେ ଏହି ନାଟକ ପରିବେଷଣ ନେଇ ଚଳିତ ବର୍ଷ ବେଶ ବିବାଦୀୟ ହୋଇପଡିଛି। କାରଣ ଏହି ଯାତ୍ରପାର୍ଟିରେ ଅଭିନେତ୍ରୀ ବା ନୃତ୍ୟଶିଳ୍ପୀମାନେ ଉଲଗ୍ନ ହୋଇ ନୃତ୍ୟକୁ ବିରୋଧ କରାଯାଇଛି। ଏହି ବିରୋଧରେ ସାମିଲ ହୋଇଛନ୍ତି ସେହି ଅଞ୍ଚଳର ସରକାରୀ ଦଳର ବିଧାୟକ ବାବୁ ସିଂ। ଖାଲି ବିରୋଧ ନୁହେଁ ସେ ଠେଙ୍ଗା ଧରି ଧମକ ଦେଇଛନ୍ତି। ଯେଉଁମାନେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରିବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି ବିଧାୟକ। ଆଜି ସେ ନିଜର ସମର୍ଥକଙ୍କୁ ନେଇ ଏହି ଠେଙ୍ଗା ପ୍ରଦର୍ଶନୀ କରିଛନ୍ତି। ଚେତାବନୀ ଦେଇଛନ୍ତି ଯିଏ ମଞ୍ଚରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବ ତାହାକୁ ଠେଙ୍ଗା ପାହର ଦିଆଯିବ।

Read More

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ “ସପ୍ତରଙ୍ଗ” ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶୀ ଗାୟନ ପରମ୍ପରାର ମହାନ୍ ପ୍ରତିଭା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପାରମ୍ପରିକ ସଙ୍ଗୀତର ସୁନାମଧନ୍ୟା ଗାୟିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ ଓ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀରା ଦାସଙ୍କ ଯୋଗଦାନ କାର୍ଯ୍ୟକ୍ରମର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହି ସବୁ କଳା ପରିପାଟୀ ମହାଭାରତୀୟ ସାଂସ୍କୃତିକ ପରିମଣ୍ଡଳକୁ କିପରି ଭାବରେ ସମୃଦ୍ଧ କରିଛି ତାର ଗୋଟିଏ ଆଭାସ ଦେଖିବାକୁ ମିଳିଛି। ଶ୍ରୀମତୀ ସୀମା ପଟ୍ଟନାୟକ, ପ୍ରଫେସର ସୁଚେତା ପ୍ରିୟବାଦିନୀ ଙ୍କର ଯୁଗଳ ସୀତାର ବାଦ୍ୟ ପରିବେଷଣ, ଡଃ ବର୍ଷା ବୈଶାଳୀ ପରିଡ଼ାଙ୍କ ଅନନ୍ୟ ଓଡ଼ିଶୀ…

Read More

ଭୁବନେଶ୍ବର: ଏଣିକି ରେରା ପୂରର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ । ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ ( ରେଜିଷ୍ଟାର ) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି । ଏ ନେଇ ଗୃହ…

Read More

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଟଙ୍କା କେବେ ମିଳିବ ସେ ନେଇ ଥିବା ପ୍ରତୀକ୍ଷାର ଏବେ ଅନ୍ତ ହେବାକୁ ଯାଇଛି। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଆସନ୍ତା ଆଠ ତାରିଖରେ ଏହି ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ସେ କହିଛନ୍ତି ଯେ, ଏଥର 20 ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯାଇଛି। ହିତାଧିକାରୀମାନେ ତା ପୂର୍ବରୁ ଅର୍ଥାତ 3 ଓ 4 ତାରିଖରେ NPCI ରେ ଯାଞ୍ଚ କରିପାରିବେ। ତେବେ ଏଥର ଯାଜପୁରରେ ଏକ ବଡ କାର୍ଯ୍ୟକ୍ରମ କରାଯାଇ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।

Read More

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ବିଦ୍ୟାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି। ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ। ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଅନୁକୂଳ ହେବ।  ଦେବଦେବୀ ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ ଓ ସେଠାରେ କାଠ ଚିରା ଅନୁକୂଳ କରାଯିବ।

Read More

ଭୁବନେଶ୍ବର: ନିକଟରେ ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ବିଭିନ୍ନ ନେତାଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ତାଲିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଏହି ତାଲିକାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସଙ୍କୁ ଅଧିକ କ୍ଷମତା ଦିଆଯାଇଥିବାରୁ ତାହାକୁ ନେଇ ଆଲୋଚନା ଚାଲିଛି। ତେବେ ବିଜେଡି ନିକଟରେ ଯେଉଁ ତାଲିକା ପ୍ରକାଶ କରିଛି ତାହା ହେଲା ଏଥିରେ ପ୍ରଣବ ପ୍ରକାଶ ପାଞ୍ଚଟି ନିର୍ବାଚନ ମଣ୍ଡଳି ଦାୟିତ୍ବରେ ରହିଛନ୍ତି। ତାଙ୍କର ସେହି ପୁରୁଣା ସଂଗଠନ ମୟୁରଭଂଜର କେତେକ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି। ସେହିପରି ସଂଜୟ ଦାସ ବର୍ମାଙ୍କୁ ଗଂଜାମ ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳି ଦାୟିତ୍ବ ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ଏହି ନେତାମାନେ ନିର୍ବାଚନ ମଣ୍ଡଳି ଗସ୍ତ କରି ସଂଗଠନକୁ କିପରି ସଜାଡିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

Read More

PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ…

Read More