ଭୁବନେଶ୍ବର: ଆଜି ହେଉଛି ପବିତ୍ର ରଥଯାତ୍ରା। ଲୋକାରଣ୍ୟ ହୋଇପଡିଛି ବଡ ଦାଣ୍ଡ। ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିର। ସେଥିପାଇଁ ସିଂହଦ୍ବାରରେ ତିନିରଥ ଶ୍ରୀଜୀୟୁଙ୍କୁ ଅପେକ୍ଷା କରି ରହିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା।ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। ଜୟ ଜଗନ୍ନାଥ।
Author: thesamikhsya
ପୁରୀ: ବଡଦାଣ୍ଡ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ, ସମସ୍ତେ ଅପେକ୍ଷା କରିଛନ୍ତି ପ୍ରଭୃଙ୍କ ଆଗମନକୁ। ତେବେ ରଥନୀତି ନିର୍ଘଣ୍ଟ ଅନୁସାରେ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ଏହାପରେ ତିନିଠାକୁର ପହଣ୍ଡି ବିଜେରେ ଶ୍ରୀମନ୍ଦିରରୁ ବାହାରିବେ। ଏ ସବୁ ଦେଖିବା ପାଇଁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ବଡଦାଣ୍ଡ ହୋଇଛି ଲୋକାରଣ୍ୟ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର। ପହଣ୍ଡି ବିଜେ ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।
ଭୁବନେଶ୍ବର: ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଷ। ବହୁ ସଂଖ୍ୟାରେ ମହିମା ସାଧୁମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଅଲେଖ ମହିମା ଶଦ୍ଦରେ ଗୁଂଜରି ଉଠିଥିଲା ନବୀନ ନିବାସ। ସାଧୁମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବଙ୍କୁ ଆର୍ଶିବାଦ କରିଥିଲେ। ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ ଯୋରନ୍ଦା ପିଠର ନବୀନ କରଣ ପାଇଁ ୧୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାକରୁ ସେହି ଖୁସିରେ ସାଧୁମାନେ ତାଙ୍କୁ ଆର୍ଶିବାଦ କରିଥିଲେ। ସେମାନଙ୍କୁ ଏକ ସଂକ୍ଷିପ୍ତ ଭାଷଣ ଦେବା ବେଳେ ନବୀନ ପ୍ରଥମେ ଅ..ଲେ..ଖ ମହିମା…ବୋଲି କହିଥିଲେ। ଏହାପରେ ଅଲେଖ ସାଧୁମାନେ ବେଶ ଉତଫୁଲିତ ହୋଇପଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ସେମାନେ ମଧ୍ୟ ସ୍ବର ମିଳାଇ ଅଲେଖ ମହିମା ବୋଲି ଉଚ୍ଚାରଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଆପଣମାନେ ଭଲ ଅଛନ୍ତି। ମୁଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛି। ଏହାପରେ ପୁଣି ନବୀନ କହିଲେ…
ପୁରୀ: ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି। କେବଳ ଅପେକ୍ଷା ପ୍ରଭୃଙ୍କ ପହଣ୍ଡି ବିଜେକୁ। ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବ। ପ୍ରଥମେ ଭାଇ ବଳଭଦ୍ର, ପରେ ମା ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ। ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ…
ଭୁବନେଶ୍ବର: ଆସନ୍ତାକାଲି ରଥଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ପ୍ରଭୃ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଯିବେ। ଏହି ପରିପ୍ରେକ୍ଷାରେ ରାଜ୍ୟ ସଂସ୍କୃତି ବିଭାଗର ଲଳିତକଳା ଏକାଡେମୀ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ତାହା ହେଉଛି ଚିତ୍ରରେ ଜଗନ୍ନାଥ। ବିଭିନ୍ନ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ଚିତ୍ରକୁ ନେଇ ଏହି ପ୍ରଦର୍ଶନୀର ପରିକଳ୍ପନା କରାଯାଇଛି। ଏଥିରେ ଜଗନ୍ନାଥଙ୍କ ବିଭିନ୍ନ ନିତିକାନ୍ତି, ଜଗନ୍ନାଥଙ୍କ ବେଶ, ରଥଯାତ୍ରା, ଜଗନ୍ନାଥଙ୍କୁ ନେଇ କିମ୍ବଦନ୍ତୀ ପ୍ରଭୃତି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ପୁରୀ ବ୍ଲୁ ଫ୍ଲାଗ ବିଚ ରେ ଆୟୋଜନ କରାଯାଇଛି। ଏହା 21 ଜୁନ ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀଠାରେ ଗତ ଶନିବାର ଉପରାଷ୍ଟ୍ରପତିଙ୍କ ଠାରୁ ଓଡିଶା ପାଇଁ ଏହି ଜାତୀୟ ପୁରସ୍କାର ପ୍ରାପ୍ତି ପରେ ଆଜି ଲୋକସେବା ଭବନରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀବୃନ୍ଦ ସୌଜନ୍ୟମୂଳକ ସାକ୍ଷତ ଆଲୋଚନା କରିଥିଲେ। ରାଜ୍ୟ ସରକାର ତଥା ଜଳସମ୍ପଦ ବିଭାଗର ଏହି ସଫଳତା ଓଡିଶା ପାଇଁ ଗୌରବର କଥା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ…
ଭୁବନେଶ୍ବର: ପବିତ୍ର ରଥଯାତ୍ରାରେ ମଧ୍ୟ କେନ୍ଦ୍ର ସରକାର ରାଜନୀତି ଭର୍ତ୍ତି କରିବାକୁ ଚେଷ୍ଠା କରିଛନ୍ତି। ତାହା ହେଲା ଆସନ୍ତାକାଲି ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ସରକାର ପୁରୀ ଆୟୋଜନ କରୁଛନ୍ତି ଏକ ପ୍ରଦର୍ଶନୀ। ଯାହାର ନାମ ରହିଛି ‘୯ ବର୍ଷର ସେବା, ସୁଶାସନ, ଗରୀବ କଲ୍ୟାଣ।’ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପୁରୀ ଗ୍ରାଣ୍ଡରୋଡ ଗଜପତି ନଗର ଛକରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ମୋଦୀ ସରକାରରେ କଣ ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ହୋଇଛି ତାହାର ଫୋଟଚିତ୍ର ସ୍ଥାନିତ କରାଯାଇଛି। ଏହି ପ୍ରଦର୍ଶନୀକୁ ଆୟୋଜନ କରୁଛନ୍ତି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ହେଲେ ଏହା ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା। ଦିନରେ କଣ ହେବ କହି ହେବ ନାହିଁ, ହେଲେ ପୂର୍ବ ଅପେକ୍ଷା ତାପମାତ୍ର ହ୍ରସ ପାଇବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ୧୧.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ହେଲା , ଝାରସୁଗୁଡା: ୩୮.୮ ଡ଼ିଗ୍ରୀ, ସମ୍ବଲପୁର: ୩୭.୬ ଡ଼ିଗ୍ରୀ, ହୀରାକୁଦ: ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ, ପୁରୀ: ୩୩.୮ ଡ଼ିଗ୍ରୀ, ପାରାଦୀପ: ୩୩.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୩.୨ ଡ଼ିଗ୍ରୀ, କେନ୍ଦୁଝର: ୩୧ ଡ଼ିଗ୍ରୀ, ବାଲେଶ୍ୱର: ୩୦ ଡ଼ିଗ୍ରୀ, ଗୋପାଳପୁର: ୨୮.୬ ଡ଼ିଗ୍ରୀ ରହିଛି।
ଭୁବନେଶ୍ୱର: ଭାରତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ୨୦୨୩ ର ଚାମ୍ପିଅନ୍ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଚାଲିଥିବା ଏହି କ୍ରୀଡାରେ ଭାରତର ନୀଳ ଟାଇଗରମାନେ ଲେବାନନକୁ ପରାସ୍ତ କରିଛି। ଅଧିନାୟକ ସୁନୀଲ ଛେତ୍ରୀ ଏବଂ ଲାଲାନିଆଜୁୱାଲା ଚାଙ୍ଗେ ୨-୦ ଗୋଳ ଦେଇ ବିଜୟ ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଖୁସି ଜନତାଙ୍କ ଆଗରେ ଚାମ୍ପିୟନମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ମହାନ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିଅନ୍ସ ଟିମ୍ ଭାରତ ପାଇଁ ଏକ କୋଟି ଟଙ୍କା ଘୋଷଣା କରିଛନ୍ତି। ଷ୍ଟାଡିୟମରେ ଭରପୁର ଦର୍ଶକଙ୍କ ଗହଣରେ ଭାରତୀୟ ଏବଂ ଲେବାନୀୟ କଣ୍ଟିଜେଣ୍ଟର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ କରିଥିଲେ। ଉଦଜାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିୟନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଏହି ସମ୍ମାନଜନକ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି…
ଭୁବନେଶ୍ବର: ବର୍ତ୍ତମାନ ଲୋକଙ୍କ ମଧ୍ୟରେ ନାଟକ ଦେଖିବା ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଟିକେଟ କିଣି ନାଟକ ଦେଖିବାର ଆଗ୍ରହ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନାଟ୍ୟ ସଂସ୍ଥା ଭିନ୍ନ ଭିନ୍ନ ସମୟରେ ନାଟକ ପରିବେଷଣ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶାର ପ୍ରଖ୍ୟାତ ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଶରତ ସମ୍ରାଟ ମଙ୍ଗଳବାର ଦିନ ଏକ ନାଟକ ପରିବେଷଣ କରିବାକୁ ଯାଉଛନ୍ତି। ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ପରିବେଷଣ ହେବାକୁ ଥିବା ଏହି ନାଟକର ନାମ ‘ଅବୈଧ ପାପ’। ଏହାର କାହାଣୀ, ପରିକଳ୍ପନା ନିର୍ଦ୍ଦେଶନା ସହିତ ନିଜେ ଅଭିନୟ କରିଛନ୍ତି ଶରତ ସମ୍ରାଟ।
ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜିଠାରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମୀକ୍ଷା କରିବେ। ଜୁନ ୨୦ ତାରିଖ ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ। ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।
ଭୁବନେଶ୍ବର: ମହାପ୍ରଭୃଙ୍କ ରଥଯାତ୍ରା ଆସନ୍ତାକାଲି ମଙ୍ଗଳବାରରେ ଅନୁଷ୍ଠିତ ହେବ। ହେଲେ ଗତ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଭକ୍ତମାନେ ବହୁ କଷ୍ଟ ପାଇବେ ବୋଲି ଅନୁମାନ କରିହେଉଛି। ହେଲେ ଏହି ସମୟରେ ପାଣିପାଗ ବିଭାଗ ଦେଇଛି ଏକ ଖୁସି ସୂଚନା। ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦ ତାରିଖରୁ ରାଜ୍ୟର ତାତିର ପ୍ରକୋପ କମିବ। ଆଗାମୀ ୨୦ ଜୁନରୁ ପରବର୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ଦୀର୍ଘଦିନ ଧରି ତାତିଲା କଡେଇରେ ସାରା ଓଡିଶା ଭାଜି ହେବା ପରେ ଏବେ ସେଥିରୁ ମିଲିବ ତ୍ରାହି। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ଅନୁସାରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ବର୍ଷା। ତାପର ଦିନ ୨୨ ତାରିଖରୁ ବର୍ଷା ର ପରିମାଣ ବଢିବ। ୨୧ ଜୁନରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଭୁବନେଶ୍ବର: ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ଓଡିଆ ବିଶ୍ବବିଦ୍ୟାଳୟରେ ପାଠପାଢା ଆରମ୍ଭ ହେବ। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଦଘାଟନ ପୂର୍ବରୁ ବିଭାଗ ନାମଲେଖା ପକ୍ରିୟା ଶେଷ କରିବ ବୋଲି ଜଣାପଡିଛି। ପୁରୀ ସତ୍ୟବାଦୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2018 ମସିହା ଅକ୍ଟୋବର 9 ତାରିଖରେ ଏହାର ଶିଳାନ୍ୟାସ କରିଥିଲେ। ଏହାପରଠାରୁ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ବିଶ୍ବବିଦ୍ୟାଳୟରେ ନାମଲେଖା କମନ ପିଜି ଏଣ୍ଟ୍ରାନସ ଟେଷ୍ଟ ମାଧ୍ୟମରେ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିଶ୍ବବିଦ୍ୟାଳୟରେ ତିନୋଟି ବିଷୟରେ ନାମଲେଖା ଯିବ। ତାହା ହେଲା ଓଡିଆ ଭାଷା ଓ ସାହିତ୍ୟ, ଲିଙ୍ଗ୍ୟୁଷ୍ଟିକ ଆଣ୍ଡ ନାଚୁରାଲ ଲାଙ୍ଗୁଏଜ, ଟ୍ରାଇବାଲ ଲାଙ୍ଗୁଏଜ ଆଉ ହେରିଟେଜ ଷ୍ଟଡି। ଏ ନେଇ ଖୁବ ଶିଘ୍ର ଏକ ୱେବସାଇଟ ନିର୍ମାଣ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ…
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିଣାମ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆସନ୍ତାକାଲି ସୋମବାର ଦିନ ୧୧ ଘଟିକା ସମୟରେ ଭୁବନେଶ୍ଵରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ନିଆଯାଇଛି । ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆସନ୍ତା ୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ,ଦଳର ସମସ୍ତ ଛାମୁଆ ସଂଗଠନ ଏବଂ ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଯୋଗଦେବା ପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରବର୍ତୀ ୨ ଦିନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ ବୋଲି କୁହାଯାଇଛି। ଆଜି ସକାଳ ୮.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା:୩୭.୪ ଡ଼ିଗ୍ରୀ ସମ୍ବଲପୁର:୩୬.୪ ଡ଼ିଗ୍ରୀ ହୀରାକୁଦ:୩୫.୬ ଡ଼ିଗ୍ରୀ ଚାନ୍ଦବାଲି: ୩୩.୮ ଡ଼ିଗ୍ରୀ ଭୁବନେଶ୍ୱର:୩୩.୨ ଡ଼ିଗ୍ରୀ ପୁରୀ: ୩୨.୬ ଡ଼ିଗ୍ରୀ ବାଲେଶ୍ୱର: ୩୨.୨ ଡ଼ିଗ୍ରୀ ଗୋପାଳପୁର: ୩୨ ଡ଼ିଗ୍ରୀ କେନ୍ଦୁଝର: ୩୨ ଡ଼ିଗ୍ରୀ ପାରାଦୀପ:୩୧.୮ ଡ଼ିଗ୍ରୀ
ଭୁବନେଶ୍ବର: ଶେଷରେ ଅମଲା ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛି। ଗତକାଲି ସରକାରଙ୍କ ସହିତ ଆଲୋଚନା ପରେ ସେମାନେ ଏହି ନିଷ୍ପତି ନେଇଛନ୍ତି। ଫଳରେ ଆସନ୍ତାକାଲି ସୋମବାରରୁ ସମସ୍ତେ କାର୍ଯ୍ୟରେ ଯୋଗଦେବେ। ଏ ନେଇ ସଂଘ ତରଫରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଛି। ଗତକାଲି ସଂଘର ବରିଷ୍ଠ କର୍ମକର୍ତ୍ତାଗଣ ଭୁବନେଶ୍ବରର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସରକାରଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ 5ଟି ସଚିବ ଭି କେ ପାଣ୍ଡିଆନ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶାସକ ଆଦିତ୍ୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସଂଘ ସହିତ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଦରମାରେ ଗ୍ରେଡ୍ ପେ ଲେଭେଲ୍-୪ରୁ ଲେଭେଲ୍-୯କୁ ବୃଦ୍ଧି କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା।ଏହାସହ ଜିଲ୍ଲାସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଏ ନେଇ ସୋମବାରେ ଏକ କମିଟ ରାଜ୍ୟ…
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ କୌଶଳ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ପୋଲିସ ଉପାୟୁକ୍ତ ଶ୍ରୀ ପ୍ରତୀକ କୁମାର ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜେ.କେ. ଦାଶ, ଶ୍ରୀ ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାୟତ…
ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି। ତାହାପୁଣି ତାଙ୍କର ସଂସଦୀୟ କ୍ଷେତ୍ରରେ ହୋଇଛି ବିରୋଧ। ଆଶ୍ଚର୍ଯ୍ୟର କଥା ଯେଉଁମାନେ ବିରୋଧ କରିଛନ୍ତି ସେମାନେ ସମସ୍ତେ ହେଉଛନ୍ତି ବିଜେପି କର୍ମି। ପରିସ୍ଥିତି ଏପରି ହେଲା ଯେ, ସାଂସଦ ଅପରାଜିତା ସଭା କରି ନ ପାରି ହଟହଟା ହୋଇ ଭୁବନେଶ୍ବର ଫେରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଓଳସିଂ ଗ୍ରାମରେ ଘଟିଛି। ଶନିବାର ସଂଧ୍ୟାରେ ସାଂସଦ ଅପରାଜିତା ସେଠାରେ ଏକ ଦଳୀୟ ସଭା କରିବାର ଥିଲା। ଏହି ସଭାକୁ ଆୟୋଜନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର। ତେବେ ଏହି ସଭା କରାଇ ନ ଦେବାକୁ ସେଠାକାର ବିଜେପି କର୍ମିମାନେ ଅଡି ବସିଥିଲେ। ସାଂସଦ ଅପରାଜିତା ଷଡଙ୍ଗୀ ଯେତେବେଳେ ସଭାସ୍ଥଳକୁ ଆସୁଥିଲେ ସେତେବେଳେ ରାସ୍ତାରେ ତାଙ୍କୁ ହେଲା ପ୍ରବଳ ବିରୋଧ। ବିଜେପି କର୍ମିମାନେ ରାସ୍ତାରେ ପଥର ପକାଇ ସାଂସଦଙ୍କୁ ଅବରୋଧ କଲେ।…
ଭୁବନେଶ୍ବର: ଆଜି ମଧ୍ୟ ବିଭିନ୍ନ ସହରର ତାପମାତ୍ରା ଅସ୍ବାଭିକ ଭାବେ ବଢିବାରେ ଲାଗିଛି। ସକାଳ ଆଠଟା ବେଳକୁ ଦେହକୁ କାଟୁଛି ତାତି। ସବୁଦିନ ପରି ଆଜି ମଧ୍ୟ ଖରାର ପ୍ରକୋପ ବଢିବାରେ ଲାଗିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ବିଭାଗ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ପ୍ରବାହିତ ହେଉଛି। ପାଣିପାଗ ବିଭାଗ ରେକର୍ଡ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର:୪୨.୬ ଡ଼ିଗ୍ରୀ ହୀରାକୁଦ:୪୨.୪ ଡ଼ିଗ୍ରୀ ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ ଝାରସୁଗୁଡା: ୪୨.୨ ଡ଼ିଗ୍ରୀ କେନ୍ଦୁଝର:୩୯.୨ ଡ଼ିଗ୍ରୀ ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ ପୁରୀ: ୩୬ ଡ଼ିଗ୍ରୀ ଗୋପାଳପୁର: ୩୫.୪ ଡ଼ିଗ୍ରୀ ପାରାଦୀପ: ୩୪.୪ ଡ଼ିଗ୍ରୀ ବାଲେଶ୍ୱର: ୩୩.୬ ଡ଼ିଗ୍ରୀ
ଭୁବନେଶ୍ବର: ଗତକାଲି ଥିଲା ଶେଷ ରଜ। ଏହି ରଜରେ ଯିଏ ପରିଲା ସେ ମନଭରୀ ମଜା ଉଠାଇଲା। କାରଣ ତାପରେ ପୁଣି ଆର ବର୍ଷକୁ ଅପେକ୍ଷା। ଏପରି କ୍ଷେତ୍ରରେ ଓଡିଆ ସିନେ ଜଗତର ଚର୍ଚ୍ଚିତ ଦମ୍ପତି ସବ୍ୟାର୍ଚ୍ଚିତ ଦୋଳି ଖେଳି ଏହି ରଜକୁ ପାଳନ କରିଛନ୍ତି। ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ରାଜଧାନୀରେ କେତେକ ରଜ ଉତ୍ସବରେ ଯୋଗ ଦେଇଛନ୍ତି। ଉଭୟ ନୟାପଲ୍ଲୀ ଏବଂ ନୂଆଗାଁ ତରଫରୁ ହୋଇଥିବା ରଜ ଉତ୍ସବରେ ଯୋଗ ଦେଇଥିଲେ। ଉଭୟ ପତିପତ୍ନୀ ଦୋଳିରେ ଝୁଲିବା ସହିତ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ପିଠା ମଧ୍ୟ ଖାଇଥିଲେ। ଏ ନେଇ ପ୍ରେକ୍ଷାଳୟରେ ମଧ୍ୟ ଏକ ବଡ ରଂଗାରଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଭୟ ନିଜନିଜ ଅଭିନୟର ଦକ୍ଷତାକୁ ପ୍ରତିପାଦନ କରିଥିଲେ।

