
ଭୁବନେଶ୍ବର : ଆଜି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ର ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ନବୀନ ପଟ୍ଟନାୟକ । ବରମୁଣ୍ଡାଠାରେ ବସ୍ ଟର୍ମିନାଲ୍ ନିର୍ମାଣ ହେଉଛି । ବରମୁଣ୍ଡାଠାରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ୍ ସରିବାକୁ ପାଖାପାଖି ଦୁଇ ବର୍ଷ ଲାଗିବ। ଏହି ନବୀକରଣ କାର୍ଯ୍ୟରେ 180 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି ।ଏହି ଅବସରରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ଅଶୋକ ପଣ୍ଡା, ଫାଇଭ୍ଟି ସଚିବ ଭିକେ ପାଣ୍ଡିୟାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।