Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଶରଧାବାଲିରେ ଦଳଚକଟା ଏବଂ ୩ ଭକ୍ତଙ୍କ ମୃତ୍ୟୁକୁ ନେଇ ତୀବ୍ର ନିନ୍ଦା କଲେ ନବୀନ

ଭୁବନେଶ୍ବର:  ପୁରୀ ଶରଧାବାଲିରେ ଘଟିଯାଇଥିବା ଦଳଚକଟା ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନିଜ ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଯେ, “ ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସେ ଆହୁରି କହିଛନ୍ତି ଯେ, “ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ଆଜିର ଅଘଟଣ ଦର୍ଶାଉଛି, ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।”

ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ସେଠାରେ ନଥିଲା; ଯାହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଛି।

ରଥଯାତ୍ରା ଦିନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିବାରେ ଅହେତୁକ ବିଳମ୍ବ ହେଲା, ହେଲେ ସରକାର ଅତି ସହଜରେ ଏହାକୁ ‘ମହାପ୍ରଭୁଙ୍କ ଇଚ୍ଛା’ ବୋଲି କହି ଦାୟିତ୍ୱରୁ ମୁହଁ ଫେରାଇ ନେଲେ। ଏପରି ଅଭାବନୀୟ ଉକ୍ତି ପ୍ରଶାସନର ଦାୟିତ୍ବହୀନତାକୁ ଢାଙ୍କିବା ବ୍ୟତୀତ ଆଉ କିଛି ବି ନୁହେଁ।

ଏହାକୁ ସରକାରଙ୍କ ଚରମ ଅପରାଧିକ ଅବହେଳା ବୋଲି ମୁଁ କହୁ ନ ‘ଥିଲେ ବି, ସରକାରଙ୍କ ବେଖାତିର ମନୋଭାବ ତଥା ସମ୍ବେଦନହୀନ ଆଚରଣ ହିଁ ଏପରି ଅଘଟଣର କାରଣ।

ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଆଡ଼ପ ବିଜେ, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ରୀତିନୀତି ଯେପରି ସୁରୁଖୁରୁରେ ସମାପନ ହେବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ବେଦନଶୀଳ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।

Categories
ବିଶେଷ ଖବର ରାଜ୍ୟ ଖବର

ହେ ପ୍ରଭୃ ଜଗନ୍ନାଥ, ସମସ୍ତଙ୍କୁ କ୍ଷମା କରିଦିଅ……ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି।

ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।”

ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବଂ ଏବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା।”

ସେ ପୁଣି କହିଛନ୍ତି ଯେ, “ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: “ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ।

ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ।” ନବୀନ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁମ୍ବାଇର ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ରଥଯାତ୍ରା ହୋଇଥିବାରୁ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି। ସେ କହିଛନ୍ତି ଯେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର, ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ସ୍ପଣ୍ଡଲାଇଟ ଅପରେସନ ପାଇଁ ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଛି। ଡାକ୍ତରଙ୍କ ଅବଜରଭେସନ ପାଇଁ ସେ ବର୍ତ୍ତମାନ କ୍ୟାବିନରେ ଅଛନ୍ତି। କିଛିଦିନ ପରେ ସେ ଓଡିଶା ଫେରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମୁମ୍ବାଇ ହସପିଟାଲରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବିଧାୟକ ଓ ନେତାଗଣ

ଭୁବନେଶ୍ବର: ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ବିଧାୟକ ତଥା ନେତାଗଣ। ଆଜି ମୁମ୍ବାଇ ହସପିଟାଲରେ ନବୀନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଅବଗତ ହେବା ସହିତ ସେଠାରେ ଥିବା ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।

ଯେଉଁ ନେତାମାନେ ଯାଇଥିଲେ ସେମାନେ ହେଲ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ପ୍ରମୁଖ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନବୀନଙ୍କ ଅପରେସନ ସଫଳ, ଦୁଇଦିନ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିବେ

The Samikhsya Desk: ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ସଫଳ ହୋଇଛି ନବୀନ ପଟ୍ଟନାୟକଙ୍କ ଅପରେସନ। ଆଜି ସକାଳୁ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ଅପରସେନ ସରିବା ପରେ ବର୍ତ୍ତମାନ ଡାକ୍ତରଙ୍କ ଅବଜରଭେସନରେ ଅଛନ୍ତି। କିଛି ସମୟ ପରେ ସେ ବେଡକୁ ସ୍ଥାନାନ୍ତରିତ ହେବେ। ଏହାପରେ ସେ ପ୍ରାୟ ଦୁଇଦିନ ପାଇଁ ଡାକ୍ତରଖାନାରେ ଡାକ୍ତରଙ୍କ ତତ୍ବାବଧାନରେ ରହିବେ ବୋଲି ଜଣାପଡିଛି।

ଆଜି ଅପରେସନ ବେଳେ ତାଙ୍କ ପାଖରେ ତାଙ୍କର ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ। ସେମାନେ ନବୀନଙ୍କ ଅପରସେନ ତଦାରଖ କରୁଥିଲେ। ସେହିପରି ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଥିଲେ।ସେ ପ୍ରାୟ ପାଞ୍ଚ ଦିନ ପରେ ଭୁବନେଶ୍ବର ଫେରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ଆଖି ଛଳଛଳ କରି ଆଶୁ ଆରୋଗ୍ୟ କାମନା କଲେ ମହିଳା ସମର୍ଥକ

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ସ୍ପଣ୍ଟଲାଇଟ ଚିକିତ୍ସା ପାଇଁ ମୁମ୍ବାଇ ଗଲେ। ସେ ପୂର୍ବରୁ ଆଜି ମୁମ୍ବାଇ ଯିବେ ଏବଂ 22 ତାରିଖରେ ଚିକିତ୍ସା ହେବ ବୋଲି ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ଏହି ଭିଡ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଶିଘ୍ର ଆରୋଗ୍ୟ ଲାଭ ପାଇଁ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଥିଲେ।

ତେବେ ଏହି ଭିଡ ଭିତରେ ଅନେକ ମହିଳା କାନ୍ଦୁ ଥିବାର ଲକ୍ଷ୍ୟ କରାଯାଇଥିଲା। ନବୀନ ଘରୁ ବାହାରି ଗାଡିରେ ବସି ହାତ ହଲାଇ ହଲାଇ ବିମାନ ବନ୍ଦରକୁ ଯାଇଥିଲେ। ଏହି ସମୟରେ ନବୀନଙ୍କୁ ଦେଖି ମହିଳାମାନଙ୍କର ଆଖି ଛଳଛଳ ହୋଇଯାଇଥିଲା। ସେମାନେ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କର ପ୍ରିୟ ନବୀନ ପଟ୍ଟନାୟକ ଖୁବ ଶିଘ୍ର ଆରୋଗ୍ୟ ଲାଭ କରି ଫେରି ଆସନ୍ତୁ ବୋଲି ସେମାନେ ମନେ ମନେ ଜଗନ୍ନାଥଙ୍କୁ କହୁଥିବାର ଦେଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ନବୀନ ନିବାସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସମର୍ଥକଙ୍କ ଭିଡ

ଭୁବନେଶ୍ବର: ଆଜି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ଆଜି ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେ ନବୀନ ନିବାସରୁ ବାହାରିବା ବେଳେ ପ୍ରବଳ ଜନସମାଗମ ହୋଇପଡିଥିଲା।

ସେହିପରି ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। ଭାବ ବିହ୍ବଳ ମଧ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମର୍ଥକ। ଲଙ୍ଗ ଲିଭ ନବୀନ, ଜୟ ଜଗନ୍ନାଥ ପ୍ରଭଡତି ଧ୍ବନୀରେ ସମର୍ଥକମାନେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ସେ ଶିଘ୍ର ସୁସ୍ଥ ହୋଇ ଭୁବନେଶ୍ବର ଫେରିଆସିବେ ବୋଲି ଜଗନ୍ନାଥଙ୍କ ନିକଟରେ ସମର୍ଥକମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି।

ପଢନ୍ତୁ- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟ ପାଇଁ ଭୁବନେଶ୍ବରରେ ଅନୁପସ୍ଥିତ ରହିବେ ନବୀନ, କିଏ ବୁଝିବ ଦଳୀୟ ବ୍ୟାପାର ? ସ୍ପଷ୍ଟ କଲେ ସଭାପତି

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରଧୀଦଳର ନେତା ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ସେ ଆସନ୍ତା 20 ତାରିଖରେ ମୁମ୍ବାଇ ଗସ୍ତ କରିବେ ଏବଂ 22 ତାରିଖରେ ତାଙ୍କର ଚିକିତ୍ସା ହେବ। ସେ ମୁମ୍ବାଇର ପ୍ରଖ୍ୟାତ ହସପିଟାଲ କୋକିଳବେନ ଧିରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଚିକିତ୍ସା ବ୍ୟବସ୍ଥା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ବୁଝାବୁଝି କରୁଛନ୍ତି।

ତେବେ ତାଙ୍କ ଅନୁପସ୍ଥିତରେ ବିଜେଡିର ଦୈନ୍ୟନ୍ଦିନ କଥା କିଏ ବୁଝିବ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ନବୀନ ବାହାରକୁ ଗଲେ ଦଳ ଭିତରେ ବିଦ୍ରୋହର ସ୍ବର ଉଠୁଛି। ତେବେ ଏସବୁକୁ ଧ୍ୟାନରେ ରଖି ନବୀନ ଯିବା ପୂର୍ବରୁ ସେ ନେଇ ସମସ୍ତ କାର୍ଯ୍ୟ କରିସାରିଛନ୍ତି। ଏ ନେଇ ନବୀନ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜୁ ଜନତା ଦଳ ତରଫରୁ ପ୍ରକାଶିତ ଏବଂ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ହୋଇଛି। ଏଥିରେ କୁହାଯାଇଛି ଯେ, ମୋର ଅନୁପସ୍ଥିତରେ ବିଜେଡିର ରାଜନୈତିକ ବ୍ୟାପାର କମିଟ ଦଳୀୟ ବ୍ୟାପାର ଉପରେ ନିଷ୍ପତି ଗ୍ରହଣ କରିବେ। ଏଥିସହିତ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ବିଜେଡି ଅଫିସରେ ରହି ବିଭିନ୍ନ ଛାମୁଆ ସଂଗଠନ ସହିତ ସମନ୍ବୟ ରଖିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ନିଜେ ନିଜର ପ୍ରଶଂସକଙ୍କୁ ଆବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା 22 ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସା ହେବି। ମୋର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଏକ ପକ୍ରିୟା ଶେଷ କରାଯିବ। 

ସେ ଆହୁରି କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପରାମର୍ଶରେ ଏହି କାର୍ଯ୍ୟ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥଙ୍କ ଆର୍ଶିବାଦ ତଥା ଓଡିଶାର ଭାଇଭଉଣୀଙ୍କ ଶୁଭକାମନା ପାଇଁ ଖୁବ ଶିଘ୍ର ଫେରିଆସି ମୋର ସେବା ଜାରୀ ରଖିବି। ନବୀନ ନିଜ ସାମାଜିକ ଗଣମାଧ୍ୟମରେ ଏହା ପୋଷ୍ଟ କରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ପଦ ପାଇଁ କିଛି ସମୟ ତଳେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନବୀନ ଶଙ୍ଖ ଭବନ ଯାଇଥିଲେ। ସେଠାରେ ସେ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଆସନ୍ତା ୧୯ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ।

ବିଜୁ ଜନତା ଦଳ ଗଠନ ପରଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ଭାବେ ରହିଆସିଛନ୍ତି। ବର୍ତ୍ତମାନ ନବମ ଥର ପାଇଁ ସେ ସଭାପତି ହେବେ। ସେହିପରି ଦଳ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଆଉ କିଛି ବାକି ରହିଛି। ଆଜି ସେସବୁ ଘୋଷଣା ହେବ ବୋଲି ଜଣପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି

ଭୁବନେଶ୍ବର: ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ। ଏ ନେଇ ଏକ ସୂଚନା ହସ୍ତଗତ ହୋଇଛି। ତେବେ କାରଣ ହେଉଛି ବିଜେଡି ସୁପ୍ରିମୋ ପୁଣି ଥରେ ଦଳର ସଭାପତି ହେବେ। ସେଥିପାଇଁ ସେ ନାମାଙ୍କନ ଭରିବାକୁ ଶଙ୍ଖ ଭବନ ଯିବେ।

ବିଜେଡିର ବର୍ତ୍ତମାନ ସାଂଗଠନିକ ନିର୍ବାଚନ ଚାଲିଛି। ବର୍ତ୍ତମାନ ସୁଦ୍ଧା 18ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି। ଏହାପରେ ଆଜି କିମ୍ବା ଆସନ୍ତାକାଲି ଅନ୍ୟ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହେବ। ଏହାପରେ ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ। ସେଥିପାଇଁ ଦଳିୟ ନିୟମ ଅନୁସାରେ ନବୀନ ନାମାଙ୍କନ ପତ୍ର ଦାଖଲ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକ କଣ କହିଲେ ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା  ପଣା ସଂକ୍ରାନ୍ତି। ଆଜିଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହେଉଛି। ଏହି ଉପଲକ୍ଷେ ରାଜ୍ୟ ବାସୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କହିଛନ୍ତି…

 

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ନବୀନ ପଟ୍ଟନାୟକ କଣ କହିଲେ ଜାଣନ୍ତି ?

ଭୁବନେଶ୍ବର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡି ସୁପ୍ରିମୋ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, “ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।”

“ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

Categories
ଆଜିର ଖବର ରାଜ୍ୟ ଖବର

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସେ ରହୁଥିଲେ। ସେହିଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବହୁ ନେତା ଓ ମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି।

ସେହିପରି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅତୁଳନୀୟ ସାଙ୍ଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ତଥା ଲୋକପ୍ରିୟ ରାଜନେତାଙ୍କୁ ହରାଇଲା। ଏପରି ଦୁଃଖଦ ସମୟରେ ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତିରାଜ ଦିବସକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ, ପ୍ରଶ୍ନ ପରେ କଲେ ପ୍ରଶ୍ନ

ଭୁବନେଶ୍ବର: ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପୁଳ ଉତ୍ସାହ ରେ ପାଳିତ ହୋଇ ଯାଇଛି। ଏ ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ,ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହାସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟେଲ୍ ମ୍ୟାନ ଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାର ଆସିବ,ଯିବ. କିନ୍ତୁ ବିଜୁ ବାବୁ ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଛନ୍ତି ଓ ରହିଥିବେ, ତାଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଛି ଓ କରୁଥିବଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଉଥିବ। ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାର ଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁର୍ଭାଗ୍ୟ ର କଥା। କ୍ଷମତାକୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ଜନ ପ୍ରତିକ୍ରିୟା ପରେ ନିଷ୍ପତ୍ତି ରୁ ଓହରିଲେ।

ଏଵେ ସେହିପରି ସାରା ରାଜ୍ୟ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଗତ ତିରିଶ ବର୍ଷ ହେଲା ୧୯୯୩ ରୁ ଓଡିଶା ବାସି ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦିବସ କୁ ଅନ୍ୟ ତାରିଖ କୁ ପରିବର୍ତ୍ତନ କରିବା ପଛରେ ରହସ୍ୟ କଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏହାର କଡା ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ସରକାର ଯୋଜନା ଓ ପୁରସ୍କାର ର ନାମ,ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ବିକୃତ କରିପାରନ୍ତି. ଉତ୍ସବ ତାରିଖ ବଦଳାଇ ପାରନ୍ତି, କିନ୍ତୁ ବିଜୁ ବାବୁ ଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବା କୁ ନେଇଯାଇ ପାରିବେ ନାହିଁ। ବିଜୁ ବାବୁ ଲୋକଙ୍କ ହୃଦୟ ରେ ଅଛନ୍ତି.ତାକୁ ଆପଣ ପରିବର୍ତ୍ତନ କରି ପାରିବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏସବୁ ଘଟଣା ବିଜୁ ବାବୁଙ୍କ ପ୍ରତି ଲୋକ ଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ଅଧିକ ନିବିଡ଼ କରିଛି ବୋଲି ସେ କହିଥିଲେ। ପୁରୀ ସ୍ୱର୍ଗଦ୍ୱାର ରୁ ବିଜୁ ବାବୁଙ୍କ ସମାଧି ହଟା ଯିବା ବିଷୟ ଉଲେଖ କରି ଶ୍ରୀ ପଟ୍ଟନାୟକ କହିଥଲେ ସ୍ୱର୍ଗଦ୍ୱାର ର ପୁନଃବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥଲେ। କାରଣ ଇଟା,ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ ,ବିଜୁ ବାବୁଙ୍କ ସ୍ଥାନ ଓଡିଶା ବାସୀଙ୍କ ହୃଦୟରେ ରହିଛି।

ପଂଚାୟତ୍ତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖ କୁ ଘୁଞ୍ଚାଇବା କୁ ନିନ୍ଦା କରି ଶ୍ରୀ ପଟ୍ଟନାୟକ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ..

1- ଏହା କଣ ବିଜୁ ବାବୁଙ୍କ ଲେଗସି କୁ ଲିଭାଇବାକୁ ଏକ ଉଦ୍ୟମ କି?

2- ତେବେ ଆପଣ କଣ ପାରାଦ୍ୱୀପ ବନ୍ଦର, NTPC, HAL, OUAT, NIT ରାଉରକେଲା କୁ ବନ୍ଦ କରିପାରିବେ?

3- ପଂଚାୟତ୍ତିରାଜ ଅନୁଷ୍ଠାନ ରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କଣ ଉଛେଦ କରିପାରିବେ?

4- ସ୍ୱାଧୀନତା ସଂଗ୍ରାମ ରେ ବିଜୁ ବାବୁଙ୍କ ଅବଦାନ କୁ ଆପଣ କଣ ଲିଭାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନାମ ପରିବର୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ। କେତେ ଯୋଜନା ରୁ ସରକାର ବିଜୁ ବାବୁଙ୍କ ନାମ ହଟାଇ ପାରିବେ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିବା ସହ ଏହା ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତି ର ପରିଚୟ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଦ ପଦବୀ ପାଇଁ ସେ ରାଜନୀତି କୁ ଆସି ନ ଥିଲେ । ଓଡିଶାର ବିକାଶ, ଓଡିଶାର ପୂର୍ବ ଗୌରବ ଓ ଓଡିଆ ସ୍ୱାଭିମାନ ପାଇଁ ତାଙ୍କ ପ୍ରତିଶୃତି ତାଙ୍କୁ ରାଜନୀତିକୁ ଆଣିଥିଲା । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନିସ୍କୋ କଳିଙ୍ଗ ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ ସୋପାନକୁ କୁ ନେଇଥିଲେ।

ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟ ସ୍ତର ର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ. ସେ ଥିଲେ ଦେଶ ର ଗର୍ବ। ତାଙ୍କ ଲେଗସି କୁ ଲିଭାଇବା ସହଜ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପଞ୍ଚାୟତ ବ୍ୟବସ୍ଥା କୁ କ ସଶକ୍ତ କରିବା ଏବଂ ସେଥିରେ ମା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । କ୍ଷମତା ର ବିକେନ୍ଦ୍ରିକରଣ ଉପରେ ସେ ଜୋର ଦେଉଥିଲେ । ସରପଞ୍ଚଙ୍କୁ ସେ ଗାଁର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ। ଏକ ସଶକ୍ତ ପଂଚାୟତ୍ତିରାଜ ବ୍ୟବସ୍ଥା ପାଇଁ ଏହା ଥିଲା ବିଜୁ ବାବୁଙ୍କ ପ୍ରତିବଦ୍ଧତା ର ନିଦର୍ଶନ ବୋଲି ଶ୍ରୀ ପଟ୍ଟନାୟକ କହିଥଲେ।

ବାସ୍ତବିକ ଏକସୁସ୍ଥ ପଞ୍ଚାୟତ ବ୍ୟବସ୍ଥା ହିଁ ଶକ୍ତିଶାଳୀ ଗଣତନ୍ତ୍ର ରେ ପରିଚୟ। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ୍‌ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ। ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଲୋକ ସେମାନଙ୍କୁ କେବେ ସଫଳ ହେବାକୁ ଦେବେ ନାହିଁ । କାରଣ ଇତିହାସ ହେଉଛି ସମୟର ଖୋଲା ପୁସ୍ତକ ଏବଂ ଭବିଷ୍ୟତ ସମସ୍ତଙ୍କ ମୂଲ୍ୟାୟନ ନିରପେକ୍ଷ ଭାବରେ କରିଥାଏ।

ବିଜୁବାବୁଙ୍କ ଅବର୍ତମାନରେ ମଧ୍ୟ ତାଙ୍କ ଅତୁଟ ଲୋକପ୍ରିୟତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ। ସରକାର ଆସିବ, ସରକାର ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତ ଶୋକରେ ଡୁବି ରହିଛି। କାରଣ ଓଡିଆ ଚଳଚିତ୍ରକୁ ଲୋକପ୍ରିୟ କରାଇବାରେ ଉତ୍ତମ ମହାନ୍ତିଙ୍କ ଭୂମିକା ଥିଲା ବେଳ ଗୁରୁତ୍ବପୂର୍ଣ୍ଣ। ତାଙ୍କ ବିୟୋଗରେ ନେତା ଅଭିନେତାଙ୍କଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ମର୍ମାହତ।

ଏପରି କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”

Categories
ଆଜିର ଖବର ରାଜ୍ୟ ଖବର

ସରଗରମ ହେଲା ଝାରସୁଗୁଡା ରାଜନୀତି, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଧିରେ ଧିରେ ଝାରସୁଗୁଡା ରାଜନୀତି ସରଗରମ ହେବାରେ ଲାଗିଛି। କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ରାଜନୀତି ରାଜ୍ୟପାର ହୋଇଛି। ସ୍ବର୍ଗତ ନବଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଗତକାଲି ଅଟକ ରଖିଥିଲା। ସେହିପରି କେତେକ ସମିତ ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ପୋଲିସ ଛତିଶଗଡର ଏକ ହୋଟେଲ ରୁମରେ ଅଟକ ରଖିଛି। ସେମାନେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟରେ ଅଂଶ ଗ୍ରହଣ କରିଥାଆନ୍ତେ।

ତେବେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଅପେକ୍ଷା କରିଥିଲେ ମଧ୍ୟ କେହି ଆସି ନ ଥିଲେ। ଫଳରେ ଭୋଟ ଗ୍ରହଣ ବନ୍ଦ ହୋଇଯାଇଛି। ଏହାକୁ ନେଇ ସେଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ଛକା ପଞ୍ଚା ଲାଗିରହିଛି। ଆଜି ଏ ନେଇ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ହୋଟେଲରେ ଅଟକ ହୋଇ ରହିଥିବା ସମସ୍ତ ନିର୍ବାଚିତ ପ୍ରତିନିଧୀଙ୍କୁ ଛାଡି ଦିଆଯାଉ ବୋଲି ନବୀନ ଚିଠି ଲେଖିଛନ୍ତି।

ନବୀନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଛତିଶଗଡର ମହାସୁମନ୍ଦ ଜିଲ୍ଲାର ସରିଆପଲ୍ଲୀ ଥାନା ଅଧିନରେ ଥିବା ଏକ ହୋଟେଲରେ ସମସ୍ତେ ଅଟକ ଅଛନ୍ତି। ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇ ସେମାନଙ୍କୁ ଉଦ୍ଧାର କରିବା ସହିତ ସୁରକ୍ଷିତ ଭାବେ ସୀମା ପାର କରାଇବାକୁ ଅନୁରୋଧ କରିଛନ୍ତି। ଏହି ଚିଠିକୁ ସେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହିତ ଏକ ନକଲ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଚାରିଟି ଜିଲ୍ଲା ଗସ୍ତ, ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ

ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ।

ଏହି ସମୟରେ ହଜାର ହଜାର ଚାଷୀ, ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ। ଶ୍ରୀ ପଟ୍ଟନାୟକ କହିଥିଲେ ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ। ଅଦିନିଆ ବର୍ଷା ରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖର କଥା। ରାଜ୍ୟ ସରକାର ଙ୍କ ଉପରେ ଚାଷୀ କୁଳ ର ଆଉ ଭରସା ନାହିଁ। ତୁରନ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି। ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ।

ଏହି ଗସ୍ତ ଅବସରରେ ଗତକାଲି ପ୍ରାଣ ହରାଇଥିବା ବାଲିକୁଦା ସାରଣ ଗାଁର ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟି ଶ୍ରୀ ପଟ୍ଟନାୟକ ସାନ୍ତ୍ୱନା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ନବୀନ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।

ସେହିପରି ଆସନ୍ତାକାଲି ନବୀନ ଗଂଜାମ ଜିଲ୍ଲା ଗସ୍ତରେ ଯିବେ। ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡିରୁ ଜିତିଥିଲେ। ତାଙ୍କ ବିୟୋଗରେ ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ‘ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କଲା ରାଜ୍ୟ ବିଜେପି, ବିଜେଡିର ବିରୋଧ

ଭୁବନେଶ୍ବର: ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି ରାଜ୍ୟ ବିଜେପି। ଏଥିରେ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କୁ ମଧ୍ୟ ବିକୃତ କରିଛନ୍ତି। ରାଜ୍ୟ ବିଜେପି ତାହାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଆଳୁ ମିଶନ ଫେଲ ଉପରେ ନବୀନଙ୍କୁ କଡା ସମାଲୋଚନା କରିଛି।

ବିଜେପି ଏଥିରେ ଉଲ୍ଲେଖ କରିଛି ଯେ, ୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ। ଏଥିସହିତ ସେହି ଫଟୋଟି ମଧ୍ୟ ବିକୃତ କରି ଲଗାଇଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର  ତାଙ୍କ ସାମାଜିକ ଗଣମାଧ୍ୟମରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରି ତାଙ୍କୁ ଏହି ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରି ରାଜ୍ୟ ବିଜେପିର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।