ଆଜି ରାଜ୍ୟରୁ ସୁସ୍ଥ ହେଲେ ୪୫୮ ଜଣ କରୋନା ଆକ୍ରାନ୍ତ: ୩ ହଜାର ତଳକୁ ଖସିଲା ସକ୍ରିୟ ସଂଖ୍ୟା

Published: Dec 10, 2020, 8:08 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୪୮, ବଲାଙ୍ଗିରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡରୁ ୩୭, ମୟୂରଭଞ୍ଜରୁ ୩୫, କଟକରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୯, ପୁରୀରୁ ୧୯, ବାଲେଶ୍ବରରୁ ୧୪, କେନ୍ଦୁଝରରୁ ୧୪, ସମ୍ବଲପୁରରୁ ୧୪, କେନ୍ଦ୍ରାପଡାରୁ ୧୨, କୋରାପୁଟରୁ ୧୧, କଳାହାଣ୍ଡିରୁ ୮,  ମାଲକାନଗିରିରୁ ୮, ଭଦ୍ରକରୁ ୭, ଦେବଗଡରୁ ୭, ନବରଙ୍ଗପୁରରୁ ୭, ନୟାଗଡରୁ ୭, ଗଞ୍ଜାମରୁ ୬, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ବରଗଡରୁ ୩, ବୌଦ୍ଧରୁ ୩, ରାୟଗଡ଼ାରୁ ୨, ସୋନପୁରରୁ ୨, କନ୍ଧମାଳରୁ ୧ ଓ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୮୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨ କୁ ବୃଦ୍ଧି ହୋଇଛି। ତେବେ ୨୯୨୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୭୯୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts