ପୁଣି ହସ୍ପିଟାଲରେ ଶିଶୁ ମଡକ : 24 ଘଣ୍ଟାରେ 9 ଶିଶୁଙ୍କ ମୃତ୍ୟୁ

Published: Dec 11, 2020, 11:07 am IST

କୋଟା : ରାଜସ୍ଥାନର କୋଟା ସହରର ଜେକେ ଲୋନ ହସ୍ପିଟାଲରେ ଶିଶୁ ମଡକ ଦେଖିବାକୁ ମିଳିଛି । 24 ଘଣ୍ଟା ମଧ୍ୟରେ 9 ଜଣ ଶିଶୁଙ୍କଙ୍କର ମୃତ୍ୟୁ ହୋଇଛି । 9 ଶିଶୁଙ୍କ ମଧ୍ୟରୁ 5 ଶିଶୁଙ୍କର ମୃତ୍ୟୁ ବୁଧବାର ରାତ୍ରିରେ ହୋଇଥିଲା । ଏହାପରେ ଶିଶୁଙ୍କ ପରିବାର ଲୋକେ ଡାକ୍ତରଖାନା ପରିସରରେ ହଙ୍ଗାମା କରିଛନ୍ତି । ଶିଶୁଙ୍କ ସମ୍ପର୍କୀୟମାନେ ଏନେଇ ଡାକ୍ତରଖାନାର ଚରମ ଅବେହଳାକୁ ଦାୟୀ କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ କୋଟାର ଏହି ହସ୍ପିଟାଲରେ ଅନେକ ନବଜାତ ପ୍ରାଣ ହରାଇଥିଲେ।ପ୍ରାଣ ହରାଇଥିବା ଶିଶୁଙ୍କ ବୟସ 1ରୁ 4 ଦିନର ବୋଲି ସୂଚନା ରହିଛି।  ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନବଜାତଙ୍କ ଚିକିତ୍ସା ବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି।

ମୃତ 9 ଶିଶୁଙ୍କ ମଧ୍ୟରୁ 3 ନବଜାତ ମୃତ୍ୟୁ ଅବସ୍ଥାରେ ହସ୍ପିଟାଲକୁ ଆସିଥିବାବେଳେ ଅନ୍ୟ ତିନି ନବଜାତଙ୍କର ମୃତ୍ୟୁ ଜନ୍ମଜାତ ରୋଗ କାରଣରୁ ହୋଇଛି । ସେହିପରି ଅନ୍ୟ ତିନି ନବଜାତ ଶିଶୁ ହସ୍ପିଟାଲରେ ହଠାତ୍‌ ମୃତ୍ୟୁବରଣ କରିଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Related posts