Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନ ରାଜନୀତିରେ ପୁଣିଥରେ ହଲ୍‌ଚଲ୍‌ : ଦୁଇ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେ
ଆଜିର ଖବର

ରାଜସ୍ଥାନ ରାଜନୀତିରେ ପୁଣିଥରେ ହଲ୍‌ଚଲ୍‌ : ଦୁଇ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେ

December 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ନେତା
ପାକିସ୍ତାନକୁ "ଦଲାଲ ରାଷ୍ଟ୍ର" ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

ରାଜସ୍ଥାନ : ରାଜସ୍ଥାନ ସରକାରରେ ପୁଣି ହଲ୍‌ଚଲ୍‌ ଦେଖାଦେଇଛି । ପଞ୍ଚାୟତ ନିର୍ବାଚନରେ ହାର୍‌ ମିଳିବା ପରେ ରାଜସ୍ଥାନର କ୍ଷମତାସୀନ ସରକାର ଅଶୋକ ଗେହଲେଟ୍‌ଙ୍କ ସାମ୍ନାରେ ପୁଣିଥରେ ସଂକଟ ଠିଆ ହୋଇଛି । ଭାରତୀୟ ଟ୍ରାଇବଲ ପାର୍ଟିର ଦୁଇ ବିଧାୟକ ଏବେ ରାଜସ୍ଥାନ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ବିଟିପିର ଏହି ଦୁଇ ବିଧାୟକ ଲଗାତାର ଗେହେଲତ ସରକାରଙ୍କ ସମର୍ଥନ ଦେଉଥିଲେ ।

ଚଳିତ ବର୍ଷ ଆରମ୍ଭରୁ ବିଧାନସଭାରେ ଗେହେଲତ୍‌ ସରକାର ବହୁମତ ସାବ୍ୟଓ୍ତ କରିଥିଲେ । ଏହି ସମୟରେ ବିଟିପିର ଦୁଇ ବିଧାୟକ ଗେହେଲଟ୍‌ ସରକାରଙ୍କ ସମର୍ଥନ ଜଣାଇଥିଲେ। କିନ୍ତୁ ନିକଟରେ ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ବହୁ ଆସନରେ ବିଫଳ ହେବା ପରେ ଗେହେଲଟ୍‌ ସରକାରରେ ପୁଣିଥରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଅପରପକ୍ଷରେ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସାଥ୍‌ ନ ଦେଇ ତାଙ୍କ ସହ ଧୋକ୍କା କରିଛି ବାଲି ଅଭିଯୋଗ କରିଛନ୍ତି ବିଟିପିର ଦୁଇ ବିଧାୟକ । ପଞ୍ଚାୟତ ନିର୍ବାଚନରେ1833 ଆସନରେ ବିଜେପି ଜିତ୍‌ ହାସଲ କରିଥିବାବେଳେ କଂଗ୍ରେସ 1713ଟି ଆସନରେ ଜିତିଛି । ଏତଦ୍‌ବ୍ୟତୀତ ଜିଲ୍ଲା ପ୍ରମୁଖ ନିର୍ବାଚନରେ ମଧ୍ୟ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିଛି ।

ତେବେ ଏହି ଦୁଇ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିବା ଦ୍ବାରା ଗେହେଲଟ୍‌ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏବେ କଂଗ୍ରେସ ପାଖରେ ବହୁମତ ରହିଛି । ତେବେ କିଛି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୁଏ। ରାଜସ୍ଥାନର ମୋଟ୍‌ 200 ଆସନରୁ ଗେହେଲଟ୍‌ ସରକାରଙ୍କ ପାଖରେ118ଟି ଆସନ ରହିଛି । ତେବେ ଏଥିରେ ନିର୍ଦ୍ଦଳୀୟ ବିଧାୟକ ବି ସାମିଲ୍‌ ରହିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ରାଜସ୍ଥାନ ସରକାରରେ ହଲଚଲ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ସଚିନ ପାଇଲଟ୍‌ ନିଜ ସମର୍ଥକଙ୍କ ସହିତ ସରକାରଠୁ ଦୂରେଇ ରହିଥିବାବେଳେ ଦୀର୍ଘ ସମୟ ଧରି ରାଜନୈତିକ ଘମାସନ ପରେ ସଚିନ୍‌ ପୁନର୍ବାର ଦଳକୁ ଫେରିଥିଲେ । ତଥାପି ଏପର୍ଯ୍ୟନ୍ତ ସଚିନ୍‌ଙ୍କୁ କୌଣସି ବଡ ଦାୟିତ୍ବ ମିଳିପାରିନାହିଁ । (ଏଜେନ୍ସି)

ରାଜନୀତି ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ବଡପଣ୍ଡା

June 5, 2026

ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ

June 5, 2026

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ରକ୍ଷକ ସାଜିଲା ଭକ୍ଷକ!: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

June 5, 2026
Latest News

OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ବଡପଣ୍ଡା

June 5, 2026

ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ

June 5, 2026

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ରକ୍ଷକ ସାଜିଲା ଭକ୍ଷକ!: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

June 5, 2026

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.