ରାଜସ୍ଥାନ ରାଜନୀତିରେ ପୁଣିଥରେ ହଲ୍‌ଚଲ୍‌ : ଦୁଇ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେ

Published: Dec 11, 2020, 2:49 pm IST

ରାଜସ୍ଥାନ : ରାଜସ୍ଥାନ ସରକାରରେ ପୁଣି ହଲ୍‌ଚଲ୍‌ ଦେଖାଦେଇଛି । ପଞ୍ଚାୟତ ନିର୍ବାଚନରେ ହାର୍‌ ମିଳିବା ପରେ ରାଜସ୍ଥାନର କ୍ଷମତାସୀନ ସରକାର ଅଶୋକ ଗେହଲେଟ୍‌ଙ୍କ ସାମ୍ନାରେ ପୁଣିଥରେ ସଂକଟ ଠିଆ ହୋଇଛି । ଭାରତୀୟ ଟ୍ରାଇବଲ ପାର୍ଟିର ଦୁଇ ବିଧାୟକ ଏବେ ରାଜସ୍ଥାନ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ବିଟିପିର ଏହି ଦୁଇ ବିଧାୟକ ଲଗାତାର ଗେହେଲତ ସରକାରଙ୍କ ସମର୍ଥନ ଦେଉଥିଲେ ।

ଚଳିତ ବର୍ଷ ଆରମ୍ଭରୁ ବିଧାନସଭାରେ ଗେହେଲତ୍‌ ସରକାର ବହୁମତ ସାବ୍ୟଓ୍ତ କରିଥିଲେ । ଏହି ସମୟରେ ବିଟିପିର ଦୁଇ ବିଧାୟକ ଗେହେଲଟ୍‌ ସରକାରଙ୍କ ସମର୍ଥନ ଜଣାଇଥିଲେ। କିନ୍ତୁ ନିକଟରେ ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ବହୁ ଆସନରେ ବିଫଳ ହେବା ପରେ ଗେହେଲଟ୍‌ ସରକାରରେ ପୁଣିଥରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଅପରପକ୍ଷରେ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସାଥ୍‌ ନ ଦେଇ ତାଙ୍କ ସହ ଧୋକ୍କା କରିଛି ବାଲି ଅଭିଯୋଗ କରିଛନ୍ତି ବିଟିପିର ଦୁଇ ବିଧାୟକ । ପଞ୍ଚାୟତ ନିର୍ବାଚନରେ1833 ଆସନରେ ବିଜେପି ଜିତ୍‌ ହାସଲ କରିଥିବାବେଳେ କଂଗ୍ରେସ 1713ଟି ଆସନରେ ଜିତିଛି । ଏତଦ୍‌ବ୍ୟତୀତ ଜିଲ୍ଲା ପ୍ରମୁଖ ନିର୍ବାଚନରେ ମଧ୍ୟ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିଛି ।

ତେବେ ଏହି ଦୁଇ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିବା ଦ୍ବାରା ଗେହେଲଟ୍‌ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏବେ କଂଗ୍ରେସ ପାଖରେ ବହୁମତ ରହିଛି । ତେବେ କିଛି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୁଏ। ରାଜସ୍ଥାନର ମୋଟ୍‌ 200 ଆସନରୁ ଗେହେଲଟ୍‌ ସରକାରଙ୍କ ପାଖରେ118ଟି ଆସନ ରହିଛି । ତେବେ ଏଥିରେ ନିର୍ଦ୍ଦଳୀୟ ବିଧାୟକ ବି ସାମିଲ୍‌ ରହିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ରାଜସ୍ଥାନ ସରକାରରେ ହଲଚଲ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ସଚିନ ପାଇଲଟ୍‌ ନିଜ ସମର୍ଥକଙ୍କ ସହିତ ସରକାରଠୁ ଦୂରେଇ ରହିଥିବାବେଳେ ଦୀର୍ଘ ସମୟ ଧରି ରାଜନୈତିକ ଘମାସନ ପରେ ସଚିନ୍‌ ପୁନର୍ବାର ଦଳକୁ ଫେରିଥିଲେ । ତଥାପି ଏପର୍ଯ୍ୟନ୍ତ ସଚିନ୍‌ଙ୍କୁ କୌଣସି ବଡ ଦାୟିତ୍ବ ମିଳିପାରିନାହିଁ । (ଏଜେନ୍ସି)

Related posts