ଫିଟ୍‌ ହେଲେ ହିଟ୍‌ ମ୍ୟାନ୍‌ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ରୋହିତ୍‌

Published: Dec 11, 2020, 4:39 pm IST

ବେଙ୍ଗାଲୁରୁ : ହିଟ୍‌ ମ୍ୟାନ୍‌ ରୋହିତ୍‌ ଶର୍ମା  ନ୍ୟାସନାଲ୍‌ କ୍ରିକେଟ ଏକାଡେମୀର ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି । ଏନସିଏ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରୋହିତଙ୍କ ଫିଟନେଓ ରିପୋର୍ଟରେ ତାଙ୍କୁ ଫିଟ ଘୋଷିତ କରାଯାଇଛି । ଆସନ୍ତା 12 ତାରିଖରେ ରୋହିତ୍‌ ଅଷ୍ଟ୍ର୍ରେଲିଆ ଯିବେ । ତେବେ ସେ ସେଠାରେ କେତୋଟି ଟେଷ୍ଟ ଖେଳିବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଗତ 20 ଦିନ ଧରି ନ୍ୟାସନାଲ୍‌ କ୍ରିକେଟ୍‌ ଏକାଡେମୀରେ ନିଜ ଫିଟେନସ୍‌ ପାଇଁ କାମ କରୁଥିଲେ ରୋହିତ୍‌ । ଏହା ପୂର୍ବରୁ ନଭେମ୍ବର 20 ତାରିଖରେ ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟର ସମ୍ମୁଖୀନ ହୋଇଥିଲେ ।

ଅପରପକ୍ଷରେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍‌ ନିୟମ ବେଶ୍‌ ଶକ୍ତ । ରୋହିତ୍‌ ଶର୍ମା ଅଷ୍ଟ୍ରେଲିଆ ପହଞ୍ଚିବା ପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିବେ । ଏପରିସ୍ଥିତିରେ ରୋହିତ୍‌ ଶେଷ ଦୁଇଟି ଟେଷ୍ଟ ଖେଳିପାରିବେ ବୋଲି ସମ୍ଭାବନା ରହୁଛି । ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଜାନୁଆରୀ 9 ତାରିଖରୁ ଆରମ୍ଭ ହେବ ।

ଗତ ଦୁଇ ମାସ ଧରି ରୋହିତ୍‌ ଶର୍ମାଙ୍କ ଆଘାତ ବିବାଦ ବେଶ୍‌ ଚର୍ଚ୍ଚାରେ ରହିଛି । ଆଇପିଏଲ ଖେଳିବା ସମୟରେ ରୋହିତଙ୍କ ହାର୍ମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିଲା । ଏହାପରେ ବି ରୋହିତ୍‌ ପ୍ଲେଅଫ୍‌  ମୁକାବିଲରେ ଖେଳୁଥିବାର ନଜର ଆସିଥିଲେ।

ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତ୍‌ ଶର୍ମାଙ୍କୁ ଚୟନ କରିନଥିଲା । ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ବେଶ୍‌ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ରୋହିତଙ୍କ ଫିଟ୍‌ ନେସ୍‌ ପ୍ରମାଣ ପରେ ତାଙ୍କୁ ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖେଳାଯିବା ନେଇ ସୂଚନା ରହିଛି ।  (ଏଜେନ୍ସି)

Related posts