କରୋନା ଅପଡେଟ୍ : ଦେଶରେ ଗତ ୨୪ ଘଣ୍ଟାରେ ୩୦ ହଜାର ଆକ୍ରାନ୍ତ, ୪୪୨ମୃତ

Published: Dec 12, 2020, 11:04 am IST

ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୮ ଲକ୍ଷ ୨୬ ହଜାର ୭୭୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୬୨୮ରେ ପହଞ୍ଚିଛି ।

ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୫୯ ହଜାର ୮୧୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୩ ଲକ୍ଷ ୨୪ ହଜାର ୩୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୧ ଲକ୍ଷ ୭୪ ହଜାର ୩୨୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୫୩ ଲକ୍ଷ ୨୭ ହଜାର ୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୨ ଲକ୍ଷ ୫୩ ହଜାର ୭୮୨ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୯୩ ହଜାର ୨୩୭ରେ ପହଞ୍ଚିଛି ।

Related posts