Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ବିବାହ :  ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରି ପ୍ରଶଂସା ସାଉଁଟିଲେ ବାଣପୁରର ଜନୈକ ଦମ୍ପତି
ଆଜିର ଖବର

ଚର୍ଚ୍ଚାରେ ବିବାହ :  ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରି ପ୍ରଶଂସା ସାଉଁଟିଲେ ବାଣପୁରର ଜନୈକ ଦମ୍ପତି

December 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବିବାହ ଦୁଇ ଆତ୍ମାର ପବିତ୍ର ମିଳନ । ସାଧାରଣତଃ ନବ ବିବାହିତା ଦମ୍ପତି ମାନେ ନିଜ ବିବାହରେ ଅନେକ କିଛି ଶୁଭ କାର୍ଯ୍ୟ କରିଥାନ୍ତି କିନ୍ତୁ ନିଜ ବିବାହରେ ରକ୍ତଦାନ ଶିବିର ଆୟୋଜନ ସହ ବୃକ୍ଷରୋପଣ କରିବା ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଶଂସନୀୟ । ଏପରି ନିଆରା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ର ନବ ବିବାହିତା ଦମ୍ପତି ବିଘ୍ନରାଜ ବେହେରା ଏବଂ କଳ୍ପନା ବେହେରା ।

ବାଣପୁର ବ୍ଲକ ଅନ୍ତର୍ଗତ ପାଣ୍ଡିରିପଦର ଗ୍ରାମର ବିଘ୍ନରାଜ ଗତ ଦଶ ତାରିଖରେ କଳ୍ପନାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କୋଭିଡ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାରୁ ଉଭୟେ ନିଜ ବିବାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟ ପାଇଁ ମନସ୍ଥ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଉଭୟ ଦମ୍ପତି ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ରକ୍ତଦାନ ଅନୁଷ୍ଠାନ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ସଭାପତି ରଞ୍ଜନ ମହାପାତ୍ର ଏବଂ ସମ୍ପାଦକ ପଣ୍ଡିତ ବିନୟ ଭୂଷଣ ମିଶ୍ର ଙ୍କ ତତ୍ୱାବଧାନରେ ଉକ୍ତ ଶିବିରଟି ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଗ୍ରୀନ ଆର୍ମି ଓଡ଼ିଶାର କମାଣ୍ଡାଣ୍ଟ ଇନ ଚିଫ ଡ଼ା ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇଥିଲେ। ସମସ୍ତ ଅତିଥିମାନେ ବିଘ୍ନରାଜ ଏବଂ କଳ୍ପନା ଙ୍କ ଏପରି ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ବାଣପୁର ରେ କୌଣସି ବିବାହ ଉତ୍ସବରେ ଏପରି କାର୍ଯ୍ୟକ୍ରମ ପ୍ରଥମ ବୋଲି ମତ ରଖିଥିଲେ । ସମଗ୍ର ସମାଜ ଏହି କାର୍ଯ୍ୟକୁ ଅନୁସରଣ କରିବା କଥା ଏବଂ ଆଗାମୀ ଦିନରେ ସବୁ ବିବାହ ଉତ୍ସବରେ ରକ୍ତଦାନ ଶିବିର ପରି ପୁଣ୍ୟ କାର୍ଯ୍ୟ ହେଉ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ  ।

ଉକ୍ତ ଶିବିରରୁ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବି.ଏମ.ସି ବ୍ଲଡ଼ ବ୍ୟାଙ୍କ ତରଫରୁ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରାଯାଇଥିଲା ଯେଉଁଥିରେ ଡାକ୍ତର କଲ୍ୟାଣ କୁମାର ସରକାର, କୈବଲ୍ୟ ପ୍ରଧାନ, ସଂଘମିତ୍ରା ସ୍ୱାଇଁ, ଲିପକ ପାତ୍ର ଓ ପ୍ରକାଶ ଚନ୍ଦ୍ର ବରାଳ ଆଦି ଉପସ୍ଥିତ ଥିଲେ ।ପରିଶେଷରେ ଉକ୍ତ ଗ୍ରାମରେ ନବ ଦମ୍ପତି ଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଗୁଡିକୁ ସୁଚାରୁରୂପେ ସମ୍ପାଦନା କରିବା କ୍ଷେତ୍ରରେ କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ନବକିଶୋର ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଜ୍ୟୋତିଶଙ୍କର ଜଗଦେବ ଏବଂ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର କାର୍ଯ୍ୟକର୍ତା ସୀତାରାମ ଅଗ୍ରୱାଲ ଆଦି ସହଯୋଗ କରିଥିଲେ ।

ବାଣପୁର ବିବାହ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.