ଚା’ ପିଇ ସାରିବା ପରେ ଚା’ କପ୍‌କୁ ବି ଖାଇପାରିବେ, ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ଚା’

Published: Dec 12, 2020, 4:42 pm IST

ମଦୁରାଇ : ବିଶ୍ବରେ ସବୁଠୁ ଲୋକପ୍ରିୟ ପାନୀୟ ହେଉଛି ଚା’ । ଚା’ ଓ ବିସ୍କୁଟ୍‌ ପ୍ରାୟ ସମସ୍ତଙ୍କର ପସନ୍ଦ । ତାମିଲନାଡୁର ମଦୁରାଇରେ ଏକ ଟିଷ୍ଟଲ୍‌ରେ ଚା-ବିସ୍କୁଟ୍‌ର କମ୍ବିକେନସନ୍‌କୁ ଏକ ନୂତନ ରୂପ ଦେଇଛନ୍ତି । ଏହି ଚା’ପିଇ ଆପଣ କପ୍‌କୁ ମଧ୍ୟ ଖାଇପାରିବେ ।

ଆରଏସ୍‌ ପାଥୀ ନୀଲଗିରି ଟିଷ୍ଟଲ୍‌ରେ ଚକ୍‌ଲେଟ୍‌ ଫ୍ଲେଭର୍‌ବାଲା ବିସ୍କୁଟ୍‌ରୁ ନିର୍ମିତ ଏହି ଚା’ କପ୍‌ରେ ଚା’ ପରସା ଯାଇଥାଏ । ଏହି ଚା’କୁ ପିଇ ସାରିବା ପରେ ଚା’ କପ୍‌କୁ ଆପଣ ପିଇପାରିବେ ।

1909 ମସିହାରୁ ଏହି ଟିଷ୍ଟଲ୍‌ଟି ଆରମ୍ଭ ତେବେ ଚା’କୁ ନେଇ ଭିନ୍ନ ଆଇଡିଆ ତାଙ୍କୁ ପ୍ଲାଷ୍ଟିକ୍‌ ବନ୍ଦ ହେବା କାରଣରୁ ମିଳିଛି ବୋଲି ସୂଚନା ରହିଛି । ଅକ୍ଟୋବର 2019 ମସିହାରେ ଭାରତ ସରକାର ପ୍ଲାଷ୍ଟିକ୍‌ କଟକଣା ଜାରି କରିଥିଲେ । ଏହାପରେ ଟିଷ୍ଟଲ୍‌ର ମାଲିକ୍‌ ଏହାର ଏକ ଅଜବ ଯୋଗାଡ ତିଆରି କରି ଏହି ନୂତନ ଚା’ଓ ଚା’କପ୍‌ର ଉଦ୍ଭାବନ କରିଥିଲେ । ତେବେ ଏହି ଚା’ କପ୍‌ର ମୂଲ୍ୟ ରହିଛି ମାତ୍ର କୋଡିଏ ଟଙ୍କା । ଏହି ଚା’ କପ୍‌କୁ 10 ମିନିଟ୍‌ ପର୍ଯ୍ୟନ୍ତ ଧରି ଚା’ ପିଇ ହେବ ।

Related posts