
ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-57ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁ୍ର୍ଘଟଣାସ୍ଥାନରେ ଉତ୍ତେଜନା ଲାଗି ରହିଥିଲା । ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Tags: ଦୁର୍ଘଟଣା