Categories
ଆଜିର ଖବର ରାଜ୍ୟ ଖବର

ବାଙ୍ଗିରିପୋଷି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୧୦ ଗୁରୁତର

 ଭୁବନେଶ୍ଵର: ବର୍ତ୍ତମାନ ବାରିପଦା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଏକ ବଡ ଖବର ଆସୁଛି। ଦ୍ଵାରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ତଳକୁ ଖସି ଯାଇଥିବାର ସୂଚନା ରହିଛି। ଯେଉଁଥିରେ ୫ ଜଣଙ୍କର ମୃତ ହୋଇଥିବା ଆଶଙ୍କା କରାଯାଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨ ଜଣ ଲୋକ ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି।

ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପ୍ରାଥମିକ ସୂଚନାରୁ ଟ୍ରକଟି ଧଉଳି ଗଣନାଟ୍ୟର ବୋଲି କୁହାଯାଉଥିବା ବେଳେ ଏହା ରାଇରଙ୍ଗପୁରରୁ ଜଳେଶ୍ଵର ଯାଉଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ ଦ୍ରୁତ ଗତିରେ ଆସି ଶିବ ମହାରଣାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶିବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାଣପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଶିବଙ୍କ ସ୍ତ୍ରୀ କୁନି ମହାରଣା ବାଣପୁର ଥାନାରେ ଏତଲା ଦେବା ପରେ ବାଣପୁର ପୋଲିସ ମୋଟର ସାଇକେଲଟିକୁ ଜବତ କରିଛି।

ଚାଳକ ଜଣକ ସୁନାକେରାର ବବୁଲ ସାହୁ ବୋଲି ଜଣାପଡିଛି। କିନ୍ତୁ ଶିବଙ୍କୁ ଜୋରରେ ଆଘାତ ଲାଗିଥିବା କାରଣରୁ ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚାଲୁ ରଖିଛି।

Categories
ଆଞ୍ଚଳିକ

ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ନାଚୁଣୀ ପୋଲିସ ଗାଡି ଜବତ କରି ତଦନ୍ତ ଜାରୀ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଓଲଟିଲା ବୋଲେରୋ, 10 ଗୁରୁତର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି।

ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇ ପଡିଥିବା 8 ଜଣ ମହିଳା ଆଶା କର୍ମୀ ବୋଲି ଜଣା ପଡିଛି। ସମସ୍ତେ ବୁଲା ବୁଲି ସାରି କୋରାପୁଟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ଆଞ୍ଚଳରେ ବୋଲି ଜଣାପଡିଛି।

ଗୁରୁତର ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା, ବସଟ୍ରକ ମୁହାଁମୁହିଁ, ୨ ମୃତ ୪୦ ଆହାତ, କୁହୁଡି କଲା କାଳ

କଟକ: ନୂଆବର୍ଷ ସକାଳୁ ସକାଳୁ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା। ଏହା କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ବସ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ଫଶି ରହିଥିବାରୁ ସେମାନଙ୍କୁ ଗ୍ୟାସ୍ କଟର ଜରିଆରେ ବସକୁ କାଟି ବାହାର କରିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କଟକ ମେଡିକାଲକୁ ଅଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୋଟରସାଇକେଲରୁ ଖସି ଯାଇ ମହିଳାଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଆସ୍କା ରୋଡ଼ ତାଲୁକା ଛକରେ ପୁଅ ଚଲାଉଥିବା ମୋଟରସାଇକେଲ ରୁ ଖସି ଯାଇ ପମି ନାୟକ ନାମ୍ନୀ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ପମି ର ପୁଅ ନୁଆଁ ମୋଟରସାଇକେଲ କିଣି ଘରକୁ ଫେରିବା ବେଳକୁ ଅସାବଧାନତା ଯୋଗୁଁ ପମି ମୋଟରସାଇକେଲରୁ ଖସି ଯାଇ ଗୁରୁତର ଆହତ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଣହାନୀ ଘଟିଛି ଓ ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ବଡଡାକ୍ତରଖାନା ପୋଲିସ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଘଟଗାଁ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।  ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ଗୋଳନ୍ଥରା ଥାନା ନିକଟରେ ଦୁର୍ଘଟଣା, ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ସ୍କୁଟି ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିରେ ବସିଥିବା ୧୫ ବର୍ଷିୟା ବାଳିକା ତଳେ ଛିଟିକି ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ଘଟିଥିଲା। ମୃତକ ନାବାଳିକାର ନାମ ଲିପା ପ୍ରଧାନ ବୋଲି ଜଣାପଡିଛି।

ତେବେ ଗାଡ଼ି ଚଳାଉଥିବା ଭିଣୋଇ ଟୁନା ପ୍ରଧାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟୁନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ମୃତ ଲିପା ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିବା ସହ ଚାଳକକୁ ଗିରଫ କରିଛି।

Categories
ଆଜିର ଖବର ଜାତୀୟ ଖବର

ଡୋଡାରେ ୨୫୦ ମିଟର ଗଭୀର ଖାଇରେ ଖସିଲା ବସ୍, ୩୬ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ ଦୁର୍ଘଟଣା ଘଟିଛି, ଯେଉଁଠାରେ କିସ୍ତୱାଡ଼ରୁ ଜମ୍ମୁ ଯାଉଥିବା ଏକ ବସ୍ ପ୍ରାୟ ୨୫୦ ମିଟର ତଳକୁ ଖସି ପଡ଼ିଛି। ଏହି ବସ୍‌ରେ ସମୁଦାୟ ୪୦ ଜଣ ଲୋକ ଯାତ୍ରା କରୁଥିଲେ ଏବଂ ଏହି ଖବର ଲେଖିବା ପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ସିଟ୍ ବେଲ୍ଟ ଓ ହେଲମେଟକୁ ଅଣଦେଖା କରି ୨୦୨୨ରେ ୬୬,୭୪୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ନେଇ ସବୁ ପ୍ରକାର ଆଲୋଚନା ଓ ପ୍ରୟାସ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ି ଚିନ୍ତାଜନକ ହୋଇଛି। ଏଥିରେ ନା ସରକାରଙ୍କ ପଦକ୍ଷେପ ଫଳପ୍ରଦ ହେଲା ନା ଲୋକଙ୍କ ଅବହେଳା କମିଲା। ୨୦୨୨ ମସିହାରେ ସଡ଼କ ଦୁର୍ଘଟଣାର ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୧ ତୁଳନାରେ ଦୁର୍ଘଟଣା ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ସେଥିରେ କେତେ ଲୋକ ପ୍ରାଣ ହରାଇଛନ୍ତି।

ରିପୋର୍ଟ ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ତଥ୍ୟ ଆଧାରରେ ୨୦୨୨ରେ ୪,୬୧,୩୧୨ ଦୁର୍ଘଟଣା ରେକର୍ଡ କରାଯାଇଛି, ଯେଉଁଥିରେ ୧,୬୮,୪୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ଦୁର୍ଘଟଣାରେ ୧୧.୯ ପ୍ରତିଶତ, ମୃତ୍ୟୁରେ ୯.୪ ପ୍ରତିଶତ ଓ ଆହତଙ୍କ ସଂଖ୍ୟାରେ ୧୫.୩ ପ୍ରତିଶତ ବୃଦ୍ଧି ଘଟିଛି।

ସିଟ୍ ବେଲ୍ଟ ଓ ହେଲମେଟ୍ ପିନ୍ଧିଲେ ଦୁର୍ଘଟଣା ହୁଏ ନାହିଁ

ହେଲମେଟ୍ ଓ ସିଟ୍ ବେଲ୍ଟ ଭଳି ସୁରକ୍ଷା ବ୍ୟବସ୍ଥା ଅଭାବରୁ ୬୬,୭୪୪ ଜଣ ପ୍ରାଣ ହରାଇଛନ୍ତି। ଏହା ସମୁଦାୟ ମୃତ୍ୟୁର ୪୦ ପ୍ରତିଶତ। ଅର୍ଥାତ୍ କେବଳ ସିଟ୍ ବେଲ୍ଟ ଓ ହେଲମେଟ୍‍ର ଆବଶ୍ୟକତା ପୂରଣ କରାଗଲେ ସଡ଼କ ସୁରକ୍ଷା ସ୍ଥିତି କିଛି ମାତ୍ରାରେ ଭଲ ହୋଇଥାନ୍ତା। ମାରାତ୍ମକ ଦୁର୍ଘଟଣା ଏବଂ ଗୁରୁତର ଆଘାତକୁ ରୋକିବା ପାଇଁ ହେଲମେଟ୍ ଏବଂ ସିଟ୍ ବେଲ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ହେଲମେଟ୍ ନ ପିନ୍ଧିବା କାରଣରୁ ୫୦,୦୨୯ ଜଣଙ୍କର ମୃତ୍ୟୁ ଘଟିଛି

କିଛି ବ୍ୟତିକ୍ରମକୁ ବାଦ୍ ଦେଲେ ସମସ୍ତ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ, କିନ୍ତୁ ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୫୦୦୨୯ ଦୁଇ ଚକିଆ ଯାନ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ୩୫,୬୯୨ (୭୧.୩%) ଡ୍ରାଇଭର ଥିବା ବେଳେ ୧୪,୩୩୭ (୨୮.୭%) ଟ୍ରେଲ ବାସିନ୍ଦା ଥିଲେ। ସେହିପରି ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୬୭୧୫ ଜଣଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୮୩୮୪ ଜଣ ଡ୍ରାଇଭର ଥିବା ବେଳେ ବାକି ୮୩୩୧ ଜଣ ସହଯାତ୍ରୀ ଥିଲେ।

ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୪୬,୫୯୩ ଜଣଙ୍କ ମୃତ୍ୟୁ ହୋଇଥିଲା

୨୦୨୧ରେ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ୧୬୩୯୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲମେଟ୍ ନ ପିନ୍ଧିବା କାରଣରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୬୫୯୩ ଥିଲା। ହେଲମେଟ୍ ଓ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ (ଯଥାକ୍ରମେ ୧,୦୧,୮୯୧ ଓ ୪୨,୩୦୩) ରହିଛି। ହେଲମେଟ୍ ଭଳି ଆବଶ୍ୟକତାକୁ ଅଣଦେଖା କରି ସର୍ବାଧିକ ଦୁଇ ଚକିଆ ଯାନ ଚାଳକ ପ୍ରାଣ ହରାଇଥିବା ବେଳେ ତାମିଲନାଡ଼ୁ (୬୩୪୪), ଉତ୍ତରପ୍ରଦେଶ (୩୮୮୩), ମହାରାଷ୍ଟ୍ର (୩୭୮୨), ମଧ୍ୟପ୍ରଦେଶ (୩୪୪୪) ଏବଂ ଛତିଶଗଡ଼ (୨୮୬୭)।

ୟୁପି ପଛରେ ବସିଥିବା ବାଇକ୍ ଆରୋହୀମାନେ ହେଲମେଟ୍ ପିନ୍ଧନ୍ତି ନାହିଁ

ହେଲମେଟ ଅଭାବରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉତ୍ତରପ୍ରଦେଶ (୨୪୬୬), ମହାରାଷ୍ଟ୍ର (୧୪୯୭), ମଧ୍ୟପ୍ରଦେଶ (୧୪୨୫), ତାମିଲନାଡୁ (୧୨୬୮) ଏବଂ ଆନ୍ଧ୍ରପ୍ରଦେଶ (୯୭୦)ଙ୍କ ରେକର୍ଡ ଖରାପ ରହିଛି। ସିଟ୍ ବେଲ୍ଟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଉତ୍ତରପ୍ରଦେଶରେ ୧୮୪୭, ମଧ୍ୟପ୍ରଦେଶରେ ୯୨୫, ମହାରାଷ୍ଟ୍ରରେ ୭୭୧, ରାଜସ୍ଥାନରେ ୬୮୦ ଓ ଗୁଜରାଟରେ ୪୯୫ ଜଣ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ପ୍ରାଣ ହରାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଯଦି ଘରର ଏହି ଦୁଇଟି ସ୍ଥାନ ସଫା ନ ରଖନ୍ତି ତେବେ ରାହୁ ହେବେ ସକ୍ରିୟ, ପରିବାର ହେବ ରୋଗାଗ୍ରସ୍ତ

ଭୁବନେଶ୍ଵର: ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ। ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି। ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ।

ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ।

୧- ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ। ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା। ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ ନିର୍ମାଣ କରୁଥିଲୁ, କିନ୍ତୁ ଆଜିକାଲି ଘର ଭିତରେ ନିଜେ ଶୌଚାଳୟ ନିର୍ମାଣ କରାଯାଉଛି। ତେବେ ଏହାକୁ ସଫା ନ ରଖିବା କିମ୍ବା ଶୌଚାଳୟ ଭିତରେ ଭଙ୍ଗା ଜିନିଷ ରଖିବା କ୍ଷତିକାରକ।

୨- ଯଦି ଆପଣଙ୍କର ଶୌଚାଳୟଟି ଉତ୍ତର-ପୂର୍ବରେ ନିର୍ମିତ ହୋଇଛି, ତେବେ ଏହା ଅନେକ କ୍ଷତି ଏବଂ ଅଶାନ୍ତି ସୃଷ୍ଟି କରିଥାଏ। ପ୍ରଥମ ସହାୟତା ଭାବରେ, ବାହାରେ ସିଂହ ଶିକାର କରିବାର ଚିତ୍ର ରଖନ୍ତୁ। ଯଦି ଦକ୍ଷିଣ କିମ୍ବା ପଶ୍ଚିମ ଆଡକୁ ଥାଏ ତେବେ ଶୌଚାଳୟରେ ନିର୍ମାଣ ଉପଯୁକ୍ତ ଅଟେ।

୩- ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମରେ ଚନ୍ଦ୍ରଙ୍କ ପ୍ରଭାବ ଏବଂ ଶୌଚାଳୟରେ ରାହୁଙ୍କ ପ୍ରଭାବ ଥାଏ। ଯଦି ଚନ୍ଦ୍ର ଏବଂ ରାହୁ ଗୋଟିଏ ସ୍ଥାନରେ ମିଳିତ ହୁଅନ୍ତି ତେବେ ଏହା ଚନ୍ଦ୍ରଗ୍ରହଣ ଯୋଗ କରିଥାଏ। ଏହା ଚନ୍ଦ୍ରକୁ ଭ୍ରଷ୍ଟ କରିଥାଏ। ଚନ୍ଦ୍ର ଦୂଷିତ ହେବା ମାତ୍ରେ ଅନେକ ପ୍ରକାରର ତ୍ରୁଟି ଘଟିବାକୁ ଲାଗେ, କାରଣ ଚନ୍ଦ୍ର ମନ ଏବଂ ଜଳର କାରଣ ହୋଇଥିବା ବେଳେ ରାହୁ ବିଷକୁ ବିବେଚନା କରାଯାଏ ଯାହା ମସ୍ତିଷ୍କକୁ ନଷ୍ଟ କରିଥାଏ। ଏହି ପଦ୍ଧତି ସହିତ ଜଳ ବିଷାକ୍ତ ହୋଇଯାଏ। ଯାହାର ପ୍ରଭାବ ପ୍ରଥମେ ବ୍ୟକ୍ତିଙ୍କ ମନରେ ଏବଂ ଦ୍ୱିତୀୟରେ ତାଙ୍କ ଶରୀର ଉପରେ ପଡିଥାଏ।

୪- ଶୌଚାଳୟକୁ ସଫା, ଶୁଷ୍କ ଏବଂ ସୁନ୍ଦର ରଖନ୍ତୁ। ଯଦି ଏହାର ସୁଗନ୍ଧିତ ପରିବେଶ ଅଛି ତେବେ ରାହୁଙ୍କୁ ଦାୟୀ କରାଯିବ ନାହିଁ। ଏଥିପାଇଁ ଆପଣ ଶୌଚାଳୟର କିଛି କୋଣରେ ଗନ୍ଧକ କିମ୍ବା ଏକ କପ୍ ଲୁଣକୁ ଏକ ଗ୍ଲାସ୍ ପାତ୍ରରେ ରଖିବା ଉଚିତ୍।

ସିଡି/ପାହାଚ

୧- ରାହୁଙ୍କ ଦ୍ୱିତୀୟ ସ୍ଥାନ ସିଡ଼ିରେ ଅଛି। ଯଦି ପାହାଚ ଭାଙ୍ଗିଯାଏ କିମ୍ବା ମଇଳା ହୁଏ ତେବେ ରାହୁ ସକ୍ରିୟ ରହିବେ। ଯଦି ପାହାଚଗୁଡିକ ସଫା, ପରିଷ୍କାର ଏବଂ ସୁନ୍ଦର ନୁହେଁ ତେବେ ସେଠାରେ ରାହୁ ସକ୍ରିୟ ହୋଇ ଜୀବନରେ ଅଶାନ୍ତି ସୃଷ୍ଟି କରନ୍ତି। ଶତ୍ରୁମାନେ ସକ୍ରିୟ ହୁଅନ୍ତି ଏବଂ ବ୍ୟକ୍ତି ମଧ୍ୟ ଋଣ ଦ୍ୱାରା ଘାଣ୍ଟି ହୋଇଥାନ୍ତି।

୨- ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରନ୍ତୁ। ଉତ୍ତର-ପୂର୍ବରେ କେବେବି ସିଡ଼ି ନିର୍ମାଣ କରନ୍ତୁ ନାହିଁ। କିନ୍ତୁ ଯଦି ଏହା ଭୁଲ ଦିଗରେ ତିଆରି ହୋଇଛି, ତେବେ ଅତି କମରେ ଏହାକୁ ସଫା ରଖନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସାବଧାନ !!! ଗ୍ରହର ପ୍ରଭାବରେ ହୋଇପାରେ ଦୁର୍ଘଟଣା, ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?

ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।

ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।

ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।

ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ

ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ ।

ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ ।

ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ :

ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ ।

ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ ।

ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ ।

ଉପାୟ

ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ ।

ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ ।

ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ ।

ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ ।

ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :

ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ ।

ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି ।

ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ

ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ।

ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

Categories
ଆଞ୍ଚଳିକ

ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା

ନାଚୁଣୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଦୁଇ ଯୁବକ ଗୌରାଙ୍ଗ ମାର୍ଥା ଓ କାର୍ତ୍ତିକ ମାର୍ଥା ଆଜି ଅପରାହ୍ନରେ ଏକ ବାଇକ ଯୋଗେ ନାଚୁଣୀସ୍ଥିତ ଏକ ଘରୋଇ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ହରିପୁର ଷଣ୍ଢ ଛକରେ କୌଣସି କାରଣବଶତଃ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଛି l

Categories
ଆଜିର ଖବର ଜାତୀୟ ଖବର

ବାରାଣାସୀରେ କାର ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୮ ମୃତ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ବାରାଣାସୀରେ ବାରାଣାସୀ-ଲକ୍ଷ୍ନୌ ରାଜପଥରେ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଚାରିଜଣ ସମାନ ପରିବାରର ସଦସ୍ୟ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଫୁଲପୁର ଥାନାର ଦାୟିତ୍ୱରେ ଥିବା ଦୀପକ ରଣାୱତ କହିଛନ୍ତି ଯେ, ବାରାଣାସୀ-ଲକ୍ଷ୍ନୌ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏକ କାର ଏବଂ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ସେ କହିଛନ୍ତି ଯେ, ଦୁର୍ଘଟଣାରେ କାରରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଞ୍ଚଳିକ

ବାଣପୁର ଥାନା ଅଧିକାରୀଙ୍କ ବଦାନ୍ୟତା: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)।

ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା।  ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ ମିଳିଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ଯାଉଥିବା ବେଳେ ଏହା ଦେଖି ସଙ୍ଗେସଙ୍ଗେ ନିଜ ଗାଡ଼ିରୁ ଓହ୍ଲାଇ ନିଜ ଟିମ ସହ ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସୁରେଶଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରଣ କରିଛନ୍ତି। ତେବେ ବାଣପୁର ଆଇଆଇସି ଙ୍କ ଉକ୍ତ କାର୍ଯ୍ୟକୁ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଛପଟୁ ମାଡ଼ିଗଲା ହାଇୱା, ଦୁର୍ଘଟଣାରେ ଝିଅ ମୃତ୍ୟୁ, ମା’ ଗୁରୁତର

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ମୁକୁନ୍ଦପୁର ବଡନଦୀ ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପୂଜା ସ୍ମିତା ମହାନ୍ତି ମୃତ ହୋଇ ଥିବା ବେଳେ ଜୟପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମା’ ଗିତାଞ୍ଜଳୀ ମୋହିନୀଙ୍କ ଗୋଡ କଟି ଗୁରୁତର ଅଵସ୍ଥାରେ ଆସିକା ସବଡିଭିଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଉଭୟ ମା’ ଆଉ ଝିଅ ଏକ ସ୍କୁଟି ଯୋଗେ ଆସିକା କଲେଜ ଛକ ଅଞ୍ଚଳକୁ ଯାଉଥିଲେ। ତାଙ୍କ ପଛ ପଟୁ ଏକ ମେଟାଲ ଭର୍ତ୍ତି ହାଇଓ୍ବା ଟ୍ରକ ମାଡିଯାଇଥିଲା। ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ସେମାନେ କୌଣସି ଏକ କାମରେ ବ୍ରହ୍ମପୁରକୁ ଯାଇଥିଲେ। ସେଠାରୁ ନିଜ ଆସିକା କଲେଜଛକ ସ୍ଥିତ ଘରକୁ ଫେରୁଥିଲେ। ଏତିକି ବେଳେ ଆସିକା ବଡନଦୀ ବ୍ରିଜ ମୁକୁନ୍ଦପୁର ଠାରେ ମେଟଲ ବୋଝେଇ ଏକ ହାଇଓ୍ବା ଟ୍ରକ ଗାଡି ତାଙ୍କ ଉପରେ ମାଡିଯାଇଥିଲା। ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗିତାଞ୍ଜଳୀ ମୋହିନୀ ଗୁରୁତର ହୋଇଛନ୍ତି।

ଘଟଣା ସ୍ଥଳରେ ଆସିକା ପୋଲିସ ପହଁଚି ତଦନ୍ତ ଜାରୀ ରଖିଥିବାବେଳେ ଉକ୍ତ ହାଇୱାକୁ ଜବତ କରିଛି।

ପ୍ରକାଶ ଥାଉ କି, ଶ୍ରୀ ମତି ମୋହିନୀ ଆସିକା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମର ହୋଇ ଥିବା ବେଳେ ତାଙ୍କ ବାପାଙ୍କ ନାମ ବିନାୟକ ମୋହିନୀ ଅଟେ। ଶ୍ରୀମତୀ ମୋହିନୀ ଧରାକୋଟ ଥାନା ଅନ୍ତର୍ଗତ କୁଶରାବ ଗ୍ରାମରେ ବିବାହ କରିଥିଲେ ଏବଂ ତାଙ୍କ ସ୍ବାମୀ ସେନାବାହିନୀରେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ଯୁବକ ଗୁରୁତର ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ପାଣିକିଆ ସେତୁ ଉପରେ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖୋଳଖାଳି ଗ୍ରାମର ମଙ୍ଗଳୁ ବେହେରା ରାସ୍ତା କଡ଼ରେ ପଡି ଛଟପଟ ହେଉଥିଲେ। ସେତିକି ବେଳେ ରାସ୍ତାରେ ଯାଉଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମଙ୍ଗଳୁଙ୍କୁ ଉଦ୍ଧାର କରି ପ୍ରଥମେ କରଚୁଲି ଡାକ୍ତରଖାନା ଓ ପରେ ବୁଗୁଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ସରକାରୀ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଦୁର୍ଘଟଣା, ବାଇକ୍ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ମଧ୍ୟରେ ଥିବା ଏକ ଡିଭାଇଡର୍ କୁ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପଲୀ ଗ୍ରାମର ଏନ୍ ନରେନ୍ଦ୍ର ବୋଲି ଜଣାପଡିଛି।

ନରେନ୍ଦ୍ର କୌଣସି କାମରେ କନିଷି ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଗୋଳନ୍ଥରା ଚଟି ସ୍ଥିତ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଭାରସାମ୍ୟ ହରାଇ ଡିଭାଇଡର୍ କୁ ପିଟି ହୋଇଯାଇଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଏହା ସହିତ କେଶ୍ ନଂ ୪୫୨/୨୦୨୩ ଅନୁଯାୟୀ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ଚଣ୍ଡେଶ୍ୱର: ଖରାପ ଅଟୋକୁ ସଜାଡୁଥିବା ବେଳେ ପିକ୍ ଅପ୍ ଭ୍ୟାନ୍ ଦେଲା ଧକ୍କା, ଚାଳକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଅଟୋ ରିକ୍ସା ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ସୁଦାମ ଚରଣ ଜାଲି (୩୫ ବର୍ଷ), ଘର ଚିଲିକା ବ୍ଲକ ଅନ୍ତର୍ଗତ ଅଠର ବାଟିଆ ବୋଲି ଜଣାପଡିଛି।

ଗତ କାଲି ବିଳମ୍ବିତ ରାତିରେ ସୁଦାମ ଅଟୋ ରିକ୍ସାରେ ଯାତ୍ରୀ ନେଇ ବାଲୁଗାଁ ଯାଉଥିଲେ। ତେବେ ହଠାତ୍ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଅଟୋ ରିକ୍ସା ଟି ଖରାପ ହୋଇ ଯାଇଥିଲା। ଚାଳକ ସୁଦାମ ଖରାପ ଅଟୋ ରିକ୍ସା କୁ ସଜାଡୁଥିବା ବେଳେ ପଛ ପଟୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବା ସହ ସୁଦାମଙ୍କ ଉପରେ ଚଢି ଯାଇଥିଲା। ଘଟଣା୍ ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଅଟୋ ରିକ୍ସା ଚାଳକଙ୍କ ମୃତ୍ୟୁ ଖବର ପାଇ ଡ୍ରାଇଭର ମହାସଂଘର ବହୁ ସଦସ୍ୟ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଛନ୍ତି। ଅଟୋ ରିକ୍ସା ଚାଳକଙ୍କ ପରିଵାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

Categories
ବିଶେଷ ଖବର

ଗଡ଼କରୀଙ୍କ ନୂଆ ଫର୍ମୁଲା: ଖାଲରେ ପଡ଼ିବା ପୂର୍ବରୁ ଲାଗିଯିବ କାରର ବ୍ରେକ୍

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ରାଜ୍ୟସଭାରେ ରାଜପଥରେ ଦୁର୍ଘଟଣାରୁ ଟ୍ରକ ଏବଂ ଯାନବାହନକୁ ରକ୍ଷା କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ମନୋନୀତ ସଦସ୍ୟ ଗୁଲାମ ଅଲ୍ଲୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଜ୍ଞାନକୌଶଳକୁ କଠିନ କ୍ଷେତ୍ରରେ ବ୍ୟବହାର କରିବାକୁ ସରକାର ବିଚାର କରୁଛନ୍ତି।

ମନୋନୀତ ସଦସ୍ୟ ଅଲ୍ଲୀ ପ୍ରଶ୍ନ କରିଥିଲେ ଯେ, କାଶ୍ମୀରରେ ବର୍ତ୍ତମାନର ସରକାର ବହୁତ କାମ କରୁଛନ୍ତି କିନ୍ତୁ ରାଜପଥରେ ଟ୍ରକ୍ ଦୁର୍ଘଟଣା ଘଟୁଛି। ସେ କହିଛନ୍ତି ଯେ ଦୁର୍ଘଟଣା ପ୍ରତିବନ୍ଧକ ଅଛି, କିନ୍ତୁ ଏହା ଏତେ ବଡ଼ ଟ୍ରକ୍ ଯେ ଥରେ ଏହା ତଳକୁ ଖସିପଡ଼ିଲେ ତା’ପରେ ଚାରିଆଡ଼େ ଜଳ ପ୍ରକଳ୍ପ ଯୋଗୁଁ ଟ୍ରକ୍ କିମ୍ବା ମୃତଦେହ ମିଳିନଥାଏ। ମୁଁ ମନ୍ତ୍ରୀଙ୍କୁ ଅନୁରୋଧ କରିବି ଯେ ଡୋଡା-କିସ୍ତୱାର ଏବଂ ଉଦ୍ଧମପୁରରୁ ଶ୍ରୀନଗର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରତିବନ୍ଧକ ଲଗାନ୍ତୁ, ଯାହାଦ୍ୱାରା ଦୁର୍ଘଟଣାକୁ ଟିକିଏ ହ୍ରାସ କରାଯାଇପାରିବ।

ଫର୍ମୁଲା ବୁଝାଇଲେ ମନ୍ତ୍ରୀ

ଏହି ପ୍ରଶ୍ନର ଉତ୍ତରରେ ନୀତିନ ଗଡ଼କରୀ କହିଛନ୍ତି ଯେ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା ଘଟୁଛି, ଏହା ମଧ୍ୟ ସତ। ପ୍ରଥମ ଦୁର୍ଘଟଣା ପ୍ରତିବନ୍ଧକ ଲୁହା ପରି ମନେ ହେଉଥିଲା। ଏବେ ଏକ ନୂଆ ଟେକ୍ନୋଲୋଜି ଆସିଛି। ଏହି କୌଶଳରେ କଂକ୍ରିଟରେ ଗୋଲାକାର ପ୍ଲାଷ୍ଟିକ ଉପକରଣ ଲଗାଯାଇଥାଏ। ଏଥିରେ ଟ୍ରକ୍ ଯେତେ ଜୋରରେ ଧକ୍କା ହେଉ ନା କାହିଁକି ତଳକୁ ଖସି ପଡ଼େ ନାହିଁ, ବରଂ ପଡ଼ିବା ପରିବର୍ତ୍ତେ ପଛକୁ ଆସେ। ଏହି ଡିଭାଇସର ଦାମ୍ ସାମାନ୍ୟ ଅଧିକ ବୋଲି ସେ କହିଛନ୍ତି। ଗଡ଼କରୀ କହିଛନ୍ତି ଯେ ଉତ୍ତରାଖଣ୍ଡ, ହିମାଚଳ, କାଶ୍ମୀର, ଅରୁଣାଚଳ ପ୍ରଦେଶ ଭଳି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏଭଳି ଯାନବାହନ ଦୁର୍ଘଟଣା ଘଟୁଛି। ମନ୍ତ୍ରୀ କହିଛନ୍ତି ଯେ ଆମେ କେତେକ ସ୍ଥାନରେ ଏଭଳି ପରୀକ୍ଷଣ କରିଛୁ। ଏହାର ବ୍ୟବହାର ଦ୍ୱାରା ଏଭଳି ଦୁର୍ଘଟଣାକୁ କିପରି ହ୍ରାସ କରାଯାଇପାରିବ ସେଥିପାଇଁ ଆମେ ଚେଷ୍ଟା କରିବୁ।

ସେ ବାଉଁଶ ଦୁର୍ଘଟଣା ପ୍ରତିବନ୍ଧକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ବାଉଁଶ ଦୁର୍ଘଟଣା ପ୍ରତିବନ୍ଧକ ପାଲଟିଛି। ସେ କହିଛନ୍ତି ଯେ ଆସାମରୁ ଆସୁଥିବା ବାଉଁଶ ପରିବେଶ ଅନୁକୂଳ ଦୁର୍ଘଟଣା ପ୍ରତିବନ୍ଧକ ସୃଷ୍ଟି କରୁଛି। ଏହାଦ୍ୱାରା ଆଦିବାସୀ ଓ କୃଷକଙ୍କୁ କାମ ମିଳିବ।