Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶନିବାରରେ ସାଧାରଣ କାର୍ଯ୍ୟ ଦିବସ ଘୋଷଣା ପାଇଁ ଚିଲିକା ଅଞ୍ଚଳବାସୀଙ୍କ ଦାବି
ଆଜିର ଖବର

ଶନିବାରରେ ସାଧାରଣ କାର୍ଯ୍ୟ ଦିବସ ଘୋଷଣା ପାଇଁ ଚିଲିକା ଅଞ୍ଚଳବାସୀଙ୍କ ଦାବି

December 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭନ୍ନ କଟକଣା ଲାଗୁ କରିଥିଲେ। ରାଜ୍ୟରେ ଏସବୁ କଟକଣା ଆଉ ଦେଖିବାକୁ ମିଳୁନି। ଧୀରେ ଧୀରେ ସବୁ କଟକଣା ଉଠି ସାରିଲାଣି। ହେଲେ ସରକାରୀ ବାବୁଙ୍କ ଉପରେ ଲାଗିଥିବା ଛୁଟି କଟକଣା ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି।

ତେବେ ଏପରି ଅଜବ ନିୟମକୁ ଚିଲିକା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ, ବ୍ଲକ, ଏନ.ଏ.ସି, ସବ ରେଜିଷ୍ଟର ଅଫିସ ଆଦି ପ୍ରତ୍ୟେକ ଶନିବାର ବନ୍ଦ ରହୁଛି। କହିବାକୁ ଗଲେ ସପ୍ତାହରେ ମାତ୍ର ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଛି।  ସପ୍ତାହରେ ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିଲେ କରୋନା ହେବନି ଏବଂ ଶନିବାର ଖୋଲା ରହିଲେ କରୋନା ହେଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀ ଏକ ପ୍ରକାର କରୋନା ମୁକ୍ତ ହୋଇଯାଇଛି। ଯଦି ଗତକାଲି ସୁଦ୍ଧା ରିପୋର୍ଟ ଦେଖିବା ତାହାଲେ ମାତ୍ର ଚାରି ଗୋଟି ଆକ୍ଟିଭ କେସ ସମଗ୍ର ନିର୍ବାଚନମଣ୍ଡଳୀରେ ଅଛି।

ତେବେ ରାଜ୍ୟ ସରକାର ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ ପ୍ରକ୍ରିୟା ଜାରି କରିଛନ୍ତି ଯେଉଁଥିରେ କହିବାକୁ ଗଲେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଏବଂ ସିନେମା ହଲକୁ ବାଦ ଦେଲେ ଅନ୍ୟ ପ୍ରାୟ ସବୁ ସେକ୍ଟର ଖୋଲିଯାଇଛି। କୋଭିଡ ଲାଗି ସମସ୍ତ ଜନସାଧାରଣ ଦୀର୍ଘ ୭ ମାସ ଧରି ଲକଡ଼ାଉନରେ ଘରେ ରହିଥିଲେ। ତେବେ ଜୀବିକା ଉଦ୍ଦେଶ୍ୟରେ ବର୍ତ୍ତମାନ ଧୀରେ ଧୀରେ ଜନଜୀବନ ସ୍ୱାଭାବିକ ହେଲାବେଳକୁ ଶନିବାର ସରକାରୀ କାର୍ଯ୍ୟାଳୟ ଛୁଟି ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇପଡିଛି। ଯଦି ହାରାହାରି ଭାବେ ହିସାବ କରିବା ତେବେ ବେଳେବେଳେ ସପ୍ତାହରେ ଅନ୍ୟୁନ ଭାବେ ଗୋଟେ କାର୍ଯ୍ୟ ଦିବସ ବିଭିନ୍ନ କାରଣରୁ ଛୁଟି ପଡିଯାଉଛି।  ଏ ପରିପ୍ରେକ୍ଷୀରେ ସେଇ ସପ୍ତାହରେ ମାତ୍ର ଚାରି ଦିନ ଚାଲୁଛି କାର୍ଯ୍ୟାଳୟ।

ହେଲେ ବର୍ତ୍ତମାନ ସାଧାରଣ ଜନତାଙ୍କ କହିବାକୁ ଗଲେ ପ୍ରାୟତଃ ବହୁ ଗୁରୁତ୍ୱପୂର୍ଣ୍ଣ କାମ ବ୍ଲକ, ତହସିଲ, ଏନ.ଏ.ସି ଏବଂ ସବ ରେଜିଷ୍ଟର ଅଫିସରେ ଅଟକି ରହିଛି ଯାହା କୋଭିଡ ସମୟରେ ସବୁ ବନ୍ଦ ଥିଲା। ତେବେ ବର୍ତ୍ତମାନ କରୋନା ଆଳରେ ପ୍ରତି ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା କେତେ ଦୂର ଯୁକ୍ତିଯୁକ୍ତ? ସରକାରୀ ବାବୁ ମାନେ କୋଭିଡ ଆଳରେ ଛୁଟି କାଟୁଛନ୍ତି। କିନ୍ତୁ ସାଧାରଣ ନିରୀହ ଜନତା ହୀନସ୍ତା ହେଉଛନ୍ତି। ସରକାର ଯଥାଶୀଘ୍ର ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ପୁନଶ୍ଚ ଶନିବାରକୁ ସାଧାରଣ କାର୍ଯ୍ୟ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ଛୁଟି ଶନିବାର ସରକାରୀ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.