ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୮୯ ଜଣ କରୋନା ଆକ୍ରାନ୍ତ

Published: Dec 14, 2020, 7:37 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୪୨, ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୪, ବରଗଡରୁ ୨୧, ବଲାଙ୍ଗିରିରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦୁଝରରୁ ୧୮, କେନ୍ଦ୍ରାପଡାରୁ ୧୭, ନୂଆପଡାରୁ ୧୭, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, ବାଲେଶ୍ବରରୁ ୯, ଯାଜପୁରରୁ ୭, ଝାରସୁଗୁଡାରୁ ୭, ଦେବଗଡରୁ ୫, କୋରାପୁଟରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟପୁଲରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୮୯ କୁ ବୃଦ୍ଧି ହୋଇଛି। ତେବେ ୨୭୬୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts