Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷା ବିଭାଗ କିରାଣୀ ବଦଳୀକୁ ନେଇ ଜଗତସିଂହପୁରରେ ଯୋରଦାର ଚର୍ଚ୍ଚା
ଆଜିର ଖବର

ଶିକ୍ଷା ବିଭାଗ କିରାଣୀ ବଦଳୀକୁ ନେଇ ଜଗତସିଂହପୁରରେ ଯୋରଦାର ଚର୍ଚ୍ଚା

December 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁ୍ର: ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୬୧୨୦ରେ ଛଅ ବର୍ଷ ପୂରଣ କରିଥିବା କିଛି ବରିଷ୍ଠ ଓ କନିଷ୍ଠ କିରାଣିଙ୍କର ଗତ ୪ତାରିଖରେ ବଦଳୀ କରାଯାଇଛି। ଏଥିରେ ଚଞ୍ଚକତା କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ରଂଜନ ପଣ୍ଡା ଓ ସତ୍ୟ ନାୟକଙ୍କୁ ୧୦ ବର୍ଷ ହେବ ଗୋଟିଏ ବିଭାଗ ଦାଇତ୍ବରେ ଦେଖିବାକୁ ମିଳୁଛି। ୨୦୧୫ ମସିହାରେ ହାଇସ୍କୁଲକୁ ଡେପିଟେସନ କରାଯାଇଥିଲେ ବି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ନିୟମ ଅନୁଯାୟୀ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଜଣେ ଅତି ବେଶିରେ ୩ ବର୍ଷ ରହିବା କଥା। କିନ୍ତୁ ଉପରୋକ୍ତ ଦୁଇ କର୍ମଚାରୀ ୧୦ ବର୍ଷ ହେବ କାମ କରୁଥିଲେ ବି ତାଙ୍କ ପାଇଁ ଏହି ନିୟମ କିପରି କାମ କରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନାମ ଥାଇ ଚାରି ବର୍ଷରେ ୩ଟି ବ୍ଲକ ବୁଲାଇବା ପରେ ପୁଣି ଛଅ ବର୍ଷ ତାଲିକାରେ ବଦଳୀ କରିବା କେତେ ଯଥାର୍ଥ ତାହା ବିଚାର ଯୋଗ୍ୟ ବିଷୟ ବୋଲି କୁହାଯାଉଛି। ସୂଚନାନୁଯାୟୀ ଏହି ତାଲିକାରେ ପ୍ରଥମରେ ରହିବ ଦୀପକ ଜେନାଙ୍କ ନାମ କାରଣ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନାମ ଥାଇ ମହାଶୟ ପୁରେହିତପୁର ହାଇସ୍କୁଲ, ଏରସମା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ଏବେ ବର୍ଷେ ତଳେ ଏରସମାରୁ ଆସି ବିରିଡି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ବୋଲି ଜଣାପଡ଼ିଛି। ଛଅ ବର୍ଷିଆ ତାଲିକାରେ ନାଉଗାଁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳି ହୋଇଛି। ସେହିପରି ମହେଶ ସେଠୀଙ୍କ ନାମ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଥିଲେ ବି ତରିକୁନ୍ଦ ହାଇସ୍କୁଲ ଓ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଡେପୁଟେସନରେ ଯାଇଥିବା ବେଳେ ଏବେ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜାଣିବାକୁ ମିଳିଛି।

ଏରସମା ଓ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୈାମ୍ୟ ରଂଜନ ସାମଲ ଓ ଅକ୍ଷୟ ମଲ୍ଲିକଙ୍କୁ ଛଅ ବର୍ଷୀୟା ବଦଳି ତାଲିକାରେ ପାଞ୍ଚ ବର୍ଷରେ ଅଦଳବଦଳ କରାଯାଇଥିବା ସୂଚନା ମିଳିଛି। ଏଥିସହିତ ଅସୁସ୍ଥ ଶୁସାନ୍ତ ଲେଙ୍କାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳୀ କରାଯାଇ ପୁଣି କିଛି ଚକ୍ରାନ୍ତ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି। ଏପରି ବଦଳୀ ହେବା ଦ୍ବାରା ବିରିଡି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଶୂନ୍ୟ ହେବାର ସମ୍ଭାବନା ଦେଖାଦେଇଥିବା କୁହାଯାଉଛି। ଏହି ବଦଳି ନିମନ୍ତେ ଭୁଲ୍ ତଥ୍ୟ ଦେଇ ଆପ୍ରୁଭ୍ ପାଇଁ ପଠାଯାଇଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ କରାଯିବା ସହ ଏପରି ଭୁଲ ତଥ୍ୟ ଦେଇ ଆପ୍ରୁଭ ପାଇଁ ପଠାଇଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି।

ଏଥିସହିତ ଦିର୍ଘଦିନ ହେବ ଗାଦିମାଡି ବସିଥିବା କିଛି ଅସାଧୁ କର୍ମଚାରୀଙ୍କ ଉପରେ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷାଅଧିକାରୀ ଦୃଷ୍ଟି ଦେବା ସହିତ ସେମାନଙ୍କୁ ଯଥାଶୀଘ୍ର ବଦଳି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୂଚନାନୁଯାୟୀ ଦିର୍ଘଦିନ ହେବ ଗାଦି ଛାଡୁନଥିବା ଜନୈକ ଅସାଧୁ କର୍ମଚାରୀଙ୍କ କିଛି କାରନାମାର ତଥ୍ୟ ଆମର ହସ୍ତଗତ ହୋଇଥିବା ବେଳେ ଆଗାମୀ ଦିନରେ ତାହା ଲୋକଲୋଚନକୁ ଅଣାଯିବ।

ଅନ୍ୟପକ୍ଷରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଗତ ଶୁକ୍ରବାର ଦିନ ହଠାତ ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ମୁଖ୍ୟ କିରାଣୀ ଅକ୍ଷୟ ମଲ୍ଲକ ଅଧିକାରୀଙ୍କ ବିନା ଅନୁମୋଦନରେ ଛୁଟିରେ ରହିଥିବାରୁ ସେ ଦିନର ଦରମା ବନ୍ଦ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି। ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀ ପଦକ୍ଷପ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025
Latest News

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.