ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଜାଣନ୍ତୁ କିପରି ରହିଛି

Published: Dec 15, 2020, 4:02 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ 29,, 276 ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ 8276 ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ 1222 କୋଲ୍ଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ 1796 ଆଇଏଲଆର, 1771 ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ 9 ଟି ଆଞ୍ଚଳିକ ଓ 32 ଟି ଜିଲ୍ଲା ସ୍ତରୀୟ ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ 5 ଜଣଙ୍କୁ ନିୟୋଜିତ କରାଯିବ। ଟିକାକରଣ ସରିବା ପରେ 30 ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୋଭିଡ଼ ଭାକ୍ସିନ୍‌ ଇନ୍‌ଚାର୍ଜ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Related posts