ଆସନ୍ତା 27 ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର

Published: Dec 15, 2020, 5:18 pm IST

ଭୁବନେଶ୍ୱର : ଆସନ୍ତା 27 ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର ।  ଆଜି ଲିଙ୍ଗରାଜ ମନ୍ଦିରର ପ୍ରଶାସନିକ କମିଟିର ବୈଠକ ପରେ ଏହି ଘୋଷଣା କରାଯାଇଛି ।  ତେବେ 27ତାରିଖରୁ 31ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରଙ୍କୁ ଦର୍ଶନର ସୁଯୋଗ ମିଳିବ । ନୂଆବର୍ଷକୁ ଆଖି ଆଗରେ ରଖି ଜାନୁଆରୀ 1 ଏବଂ 2 ତାରିଖରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । 3ରୁ 5ତାରିଖ ଯାଏଁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନର ସୁଯୋଗ ମିଳିବ । ଏହା ସହିତ ଆସନ୍ତା 6 ତାରିଖରୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ତେବେ ମନ୍ଦିର ପରିସରରେ 500ରୁ ଅଧିକ ଲୋକ ରହିପାରିବେ ନାହିଁ । ଏହା ସହିତ ମନ୍ଦିର ମଧ୍ୟରେ କରୋନା ଗାଇଡଲାଇନର କଡାକଡି ପାଳନ କରାଯିବ । କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ତେବେ 4/5 ଦିନ ପୂର୍ବରୁ ହୋଇଥିବା କୋଭିଡ୍‌ ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ସୂଚନା ରହିଛି ।

Related posts