ଆଜି ରାଜ୍ୟରୁ ସୁସ୍ଥ ହେଲେ ପୁଣି ୩୯୨ ଜଣ କରୋନା ଆକ୍ରାନ୍ତ

Published: Dec 15, 2020, 8:43 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୪୬, ଅନୁଗୁଳରୁ ୩୬, ମୟୂରଭଞ୍ଜରୁ ୨୯, କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡାରୁ ୧୮, ପୁରୀରୁ ୧୮, କେନ୍ଦ୍ରାପଡାରୁ ୧୨, ନୂଆପଡାରୁ ୧୧, ସମ୍ବଲପୁରରୁ ୧୧, ବାଲେଶ୍ବରରୁ ୧୦, ବରଗଡରୁ ୯, ଭଦ୍ରକରୁ ୯, ବଲାଙ୍ଗିରିରୁ ୬, ଜଗତସିଂହପୁରରୁ ୬, ଦେବଗଡ଼ରୁ ୫, ଯାଜପୁରରୁ ୫, ମାଲକାନଗିରିରୁ ୫, ନୟାଗଡରୁ ୫, କେନ୍ଦୁଝରରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧, ଓ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୮୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୮୯ କୁ ବୃଦ୍ଧି ହୋଇଛି। ତେବେ ୨୬୭୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୧୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts