Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଜନୀକାନ୍ତଙ୍କ ସହ ରାଜନୀତିରେ ହାତ ମିଳାଇବା ନେଇ ସଙ୍କେତ ଦେଲେ କମଲ୍‌ ହାସନ୍‌, ଜାଣନ୍ତୁ କ’ଣ କହିଲେ
ଆଜିର ଖବର

ରଜନୀକାନ୍ତଙ୍କ ସହ ରାଜନୀତିରେ ହାତ ମିଳାଇବା ନେଇ ସଙ୍କେତ ଦେଲେ କମଲ୍‌ ହାସନ୍‌, ଜାଣନ୍ତୁ କ’ଣ କହିଲେ

December 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ଅଭିନେତାରୁ ନେତା ହୋଇଥିବା କମଲ୍‌ ହାସନ୍‌ ଏବେ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ରାଜନୀତିରେ ହାତ ମିଶାଇବା ନେଇ ସଂକେତ ଦେଇଛନ୍ତି । ମକ୍କଲ ନିଧି ମୈୟମ୍‌ (ଏମଏନଏମ)ର ଅଧ୍ୟକ୍ଷ କମଲ୍‌ ହାସନ୍‌ କହିଛନ୍ତି ଯେ, ସେ ଲୋକଙ୍କ ହିତ ପାଇଁ ଯେକୌଣସି ପ୍ରକାରର ’ଇଗୋ’କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜନୀକାନ୍ତ ରାଜନୀତିରେ ପାଦ ଥାପିବାକୁ ସ୍ପଷ୍ଟ ଯଦିଓ କରିଛନ୍ତି, କିନ୍ତୁ ତାଙ୍କ ରାଜନୀତିର ନୀତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ରଜନୀକାନ୍ତ ଡିସେମ୍ବର 31 ତାରିଖରେ ଔପଚାରିକ ଭାବେ ତାଙ୍କ ଦଳ ଓ ରାଜନୀତିର ଯାତ୍ରା ସମ୍ପର୍କରେ ସୂଚନା ଦେବେ ବୋଲି କହିଛନ୍ତି ।

ରାଜନୀତିକୁ ନୂତନ ଲୋକ  କିଛି ଖାସ୍‌ କାରଣ ପାଇଁ ଆସୁଛନ୍ତି ବୋଲି କହିଛନ୍ତି କମଲ୍‌ ହାସନ୍‌ । ତେବେ ସେ ରାଜନୀତିକୁ କିଛି ପରିବର୍ତ୍ତନ ପାଇଁ ଆସିଛନ୍ତି ବୋଲି କହିଛନ୍ତି କମଲ୍‌ । ରଜୀନକାନ୍ତ ମଧ୍ୟ ଏଇଆ ଚାହାନ୍ତି । କିନ୍ତୁ ତାଙ୍କର ନୀତି ଏବେ ସ୍ପଷ୍ଟ ହୋଇନାହିଁ ।

ରଜନୀକାନ୍ତ ତାଙ୍କ ରାଜନୈତିକ ନୀତି ସ୍ପଷ୍ଟ କରିବା ପରେ କମଲ୍‌ ଏହା ଉପରେ ଚର୍ଚ୍ଚା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ବହୁତ ସହଜ । କେବଳ ଗୋଟିଏ ଫୋନ୍‌ କଲ୍‌ ଉପରେ ନିର୍ଭର କରୁଛି । ଯଦି ଆବଶ୍ୟକ ଓ ସମ୍ଭବ ହୁଏ, ତେବେ ଦୁହିଁ ଦୁହିଁଙ୍କର ସାହାଯ୍ୟ କରିବେ । ତେବେ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ରଜନୀକାନ୍ତ ହିଁ କରିବେ ।

ସୂଚନାଯୋଗ୍ୟ, ରଜନୀକାନ୍ତ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ରଜନୀକାନ୍ତଙ୍କ ଦଳ ନିମନ୍ତେ ନିର୍ବାଚନୀ ଚିହ୍ନ ସମ୍ବନ୍ଧରେ ଏକ ପତ୍ର ଜାରି କରିଛନ୍ତି । ରଜନୀକାନ୍ତଙ୍କ ଦଳ 2021 ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ଚାଲିଛି । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ସଫଳ ତାରକା ରାଜନୀତି ଜଗତରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । (ଏଜେନ୍ସି)

kamalhasan politics rajnikant
Share. Facebook Twitter LinkedIn Email WhatsApp Copy Link

Related Posts

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.