ତାମିଲ୍ ନାଡୁ : ତାମିଲ୍ନାଡୁର ରାଜଧାନୀ ଚେନ୍ନାଇରେ ରହୁଥିବା ଲକ୍ଷ୍ମୀସାଇ ନିଜର ପାକ୍ କଳାରେ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି । ଲକ୍ଷ୍ମୀ ସାଇ ମାତ୍ର 58 ମିନିଟ୍ରେ 46 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି । ସେ ଏହାର ଶ୍ରେୟ ତାଙ୍କ ମା’ଙ୍କୁ ଦେଇଛନ୍ତି । ସେ ନିଜ ମାଙ୍କଠାରୁ ରୋଷେଇର ଟ୍ରେନିଂ ନେଇଥିଲେ । ଲକ୍ଡାଉନ୍ ସମୟରେ ଲକ୍ଷ୍ମୀ ରୋଷେଇ ଶିଖିଥିଲେ । ତାଙ୍କର ଏହି ଉଦ୍ୟମକୁ ଦେଖି ତାଙ୍କୁ ଓ୍ବାର୍ଲ୍ଡ ରେକର୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କହିଥିଲେ ସାଇଙ୍କ ପିତା ।
ପୂର୍ବରୁ କେରଳର ଏକ ଝିଅ ତିରିଶ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ରେକର୍ଡ ପ୍ରସ୍ତୁତ କରିଥିଲେ । କିନ୍ତୁ ଲକ୍ଷ୍ମୀ ତାଙ୍କଠାରୁ ଅଧିକ ବ୍ୟଞ୍ଜନ ବନାଇ ନୂତନ ରେକର୍ଡ କରିଛନ୍ତି।