କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ 24 ହଜାର10ଜଣ ନୂତନ ଆକ୍ରାନ୍ତ ଚିହ୍ନଟ, 355 ମୃତ

Published: Dec 17, 2020, 11:14 am IST

ନୂଆଦିଲ୍ଲୀ : ଭାରତରେ ଲଗାତାର ଚତୁର୍ଥ ଦିନ ପାଇଁ 30 ହଜାରରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 24 ହଜାର 010ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 355ଜଣଙ୍କର ମୃତ୍ୟୁ ହୋଇଛି । ଲଗାତାର 18 ଦିନ ଧରି ଦେଶରେ 40 ହଜାରରୁ କମ୍‌ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ତେବେ ଏହି ଦଶ ଦିନ ମଧ୍ୟରେ ପଞ୍ଚମ ଥର ପାଇଁ ଦେଶରେ 30 ହଜାରରୁ କମ୍‌ ମାମଲା ଚିହ୍ନଟ ହୋଇଛି ।

ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ସର୍ବମୋଟ କରୋନା ମାମଲା 99ଲକ୍ଷ 56 ହଜାର ହୋଇଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 44 ହଜାର 451ରେ ପହଞ୍ଚିଛି । ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 22 ହଜାର ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 94 ଲକ୍ଷ 89 ହଜାର ।

ଆଇସିଏମ୍‌ଆରର ସୂଚନା ମୁତାବକ ଦେଶରେ ମୋଟ୍‌ 15 କୋଟି 78 ଲକ୍ଷ କରୋନା ସାମ୍ପଲ୍‌ ଟେଷ୍ଟ ହୋଇଛି । ଦେଶରେ 26ଟି ରାଜ୍ୟର ଓ କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 20,000ରୁ କମ୍‌ ରହିଥିବାବେଳେ 9ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 20,000ରୁ ଉର୍ଦ୍ଧ୍ବ କରୋନା ମାମଲା ରହିଛି ।

Related posts