
ଭୁବନେଶ୍ବର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗରେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସର ଦେବାକୁ ଓଡ଼ିଶା ସରକାର ସୁପାରିସ କରିଛନ୍ତି। ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। 20କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି। ଉଭୟ ଅଭୟ ଓ ଆକାଶ ଜେଲ୍ରେ ରହିଛନ୍ତି ।
Tags: ଅଭୟକାନ୍ତ ପାଠକ, ବାଧ୍ୟତାମୂଳକ ଅବସର