Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
ଆଜିର ଖବର

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ
କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଲୋହିତ ନଦୀ ଉପରେ କଲାଇ- ୨ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ ୧୪,୧୦୫.୮୩ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପର ସମାପ୍ତି ଅବଧି ୭୮ ମାସ ହେବ ବୋଲି ଆକଳନ କରାଯାଇଛି।

୧୨୦୦ ମେଗାୱାଟ୍ (୬ x ୧୯୦ ମେଗାୱାଟ୍ ଏବଂ ୧ x ୬୦ ମେଗାୱାଟ୍) ସ୍ଥାପିତ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପରୁ ବାର୍ଷିକ ୪୮୫୨.୯୫ ଏମୟୁ ଶକ୍ତି ଉତ୍ପାଦନ ହେବାର ଆଶା କରାଯାଉଛି। ଲୋହିତ ନଦୀରେ ପ୍ରଥମ ଜଳ ପ୍ରକଳ୍ପ ଭାବରେ, ଏହା ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବ, ସର୍ବାଧିକ ଚାହିଦା ପରିଚାଳନାରେ ସହାୟତା କରିବ ଏବଂ ଜାତୀୟ ଗ୍ରୀଡକୁ ସନ୍ତୁଳିତ କରିବାରେ ଯୋଗଦାନ ଦେବ।

ଏହି ପ୍ରକଳ୍ପଟି ଟିଏଚଡିସି ଇଣ୍ଡିଆ ଲିମିଟେଡ୍ ଏବଂ ଅରୁଣାଚଳ ପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟମ କମ୍ପାନୀ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଭାରତ ସରକାର ରାଜ୍ୟର ଇକ୍ୱିଟି ଅଂଶ ପାଇଁ ୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ସକ୍ଷମ ଭିତ୍ତିଭୂମି ଅଧୀନରେ ରାସ୍ତା, ସେତୁ ଏବଂ ସମ୍ପୃକ୍ତ ପରିବହନ ଲାଇନ ନିର୍ମାଣ ଲାଗି ବଜେଟ ସହାୟତା ଭାବରେ ୫୯୯.୮୮କୋଟି ଟଙ୍କା ପ୍ରଦାନ କରିବେ।

ରାଜ୍ୟକୁ ୧୨% ମାଗଣା ବିଦ୍ୟୁତ୍ ଏବଂ ସ୍ଥାନୀୟ କ୍ଷେତ୍ର ବିକାଶ ପାଣ୍ଠି (ଏଲଏଡିଏଫ୍) ପାଇଁ ଅତିରିକ୍ତ ୧% ମିଳିବ, ଏହା ସହିତ ଏହି ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ଏବଂ ସାମାଜିକ – ଆର୍ଥିକ ଲାଭ ମିଳିବ।

ନାମସାଇ ଏବଂ ଅଞ୍ଜା ଜିଲ୍ଲାରେ ଭିତ୍ତିଭୂମିରେ ଉଲ୍ଲେଖନୀୟ ଉନ୍ନତି ହେବ , ଯେଉଁଥିରେ ପ୍ରାୟ ୨୯ କିଲୋମିଟର ରାସ୍ତା ଏବଂ ସେତୁର ବିକାଶ ଅନ୍ତର୍ଭୁକ୍ତ, ଯାହା ମୁଖ୍ୟତଃ ସ୍ଥାନୀୟ ବ୍ୟବହାର ପାଇଁ ଉପଲବ୍ଧ ହେବ। ସ୍ଥାନୀୟ ଜନସାଧାରଣ ମଧ୍ୟ ଅନେକ ପ୍ରକାରର କ୍ଷତିପୂରଣ, ନିଯୁକ୍ତି ଏବଂ ସିଏସଆର୍ କାର୍ଯ୍ୟକଳାପରୁ ଉପକୃତ ହେବେ।

ଅଞ୍ଜା ଜିଲ୍ଲା କ୍ୟାବିନେଟ କ୍ୟାବିନେଟ ମଞ୍ଜୁରୀ ଜଳବିଦ୍ୟୁତ ପ୍ରକଳ୍ପ ନରେନ୍ଦ୍ର ମୋଦୀ ସିସିଇଏ
Share. Facebook Twitter LinkedIn Email WhatsApp Copy Link

Related Posts

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026
Latest News

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.