
ଭୁବନେଶ୍ବର : କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାର କହିଛନ୍ତି ନବୀନ । ନିର୍ବାଚନ ବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ଦେବା ନେଇ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ସେମାନଙ୍କ ପ୍ରତିଶ୍ରୁତି ଭୁଲିଗଲେ। ତେବେ ଓଡିଶାର ସ୍ବାର୍ଥ ପାଇଁ ବିଜେଡି ସର୍ବଦା ଲଢେଇ ଜାରି ରଖିବ ବୋଲି କହିଛନ୍ତି ନବୀନ । ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ଲୋକଙ୍କ ପାଇଁ ଲଢେ । ବିଜେଡି ହିଁ ଓଡ଼ିଶାର ୟୁନିକ୍ ଆଇଡେଣ୍ଟିଟିକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ନବୀନ । ରାଜ୍ୟରେ କଂଗ୍ରେସ ଦଳ ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ ଦ୍ବାରା ଚାଲେ । ବିଜେପି ମଧ୍ୟ ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି ବୋଲି କହିଛନ୍ତି ନବୀନ । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି, ଆମ ବସ୍ ଓଡ଼ିଶାବାସୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।