Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ପଶି ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ସହ ଭାଇକୁ ଗୋଡେଇ ହାଣିଲେ: ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ହେଉଛି ପ୍ରୟାସ
ଆଜିର ଖବର

ଘରେ ପଶି ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ସହ ଭାଇକୁ ଗୋଡେଇ ହାଣିଲେ: ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ହେଉଛି ପ୍ରୟାସ

December 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଘରେ ପଶି ଭଉଣୀକୁ ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରାଯିବା ସହିତ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ଭାଇକୁ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଭଳି ଅଭାବନୀୟ ଘଟଣା ଗତ ୩୦ ତାରିଖରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କେଉଁ ଅଦୃଶ୍ୟ ଚାପରେ ତିର୍ତ୍ତୋଲ ପୋଲିସ୍ ହାତ ବାନ୍ଧି ବସିଥିବା ବେଳେ ଆଜି ୩ ଅଭିଯୁକ୍ତକୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି। ଆଜି ଗିରଫ ହୋଇଥିବା ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଥାନାରୁ ମୁକାଳିବା ପାଇଁ ଅଣ୍ଟା ଭିଡିଥିବା ଶାସକ ଦଳର କିଛି କୁଜିନେତା ଥାନାକୁ ଧାଁ ଧପଡ କରୁଥିବା ଦେଖିବାକୁ ମିଳିଛି। ନାରୀଙ୍କୁ ସମ୍ମାନ ଦିଆଯାଉଥିବା ଶାସକଦଳ ଡିଙ୍ଗୁରା ପିଟୁଥିବା ବେଳେ ଅନ୍ୟ ପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଶାସକ ଦଳର କିଛି କୁଚକ୍ରୀ କୁଜିନେତା  ଯୋରଦାର ଉଦ୍ୟମ ଚଳାଇଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଦଣ୍ଡମିର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅନ୍ୟର ମୂଲ ମଜୁରୀ କାମକରି ପରିବାର ପ୍ରତିପୋଷଣ କରୁଥିବା ଅଞ୍ଜଳି ଗଚ୍ଛାୟତଙ୍କ ସ୍ୱାମୀ ରାତି ପ୍ରାୟ ୧୦ଟା ବେଳେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଅନାମ ମଲ୍ଲ ନାମକ ବ୍ୟକ୍ତି ତାଙ୍କ ଘରେ ପଶି ଅଞ୍ଜଳିକୁ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିବାରୁ ଗାଁ ଲୋକେ ଆସିଯିବା ଭୟରେ ସେ ନିଜର ସାଇକେଲ ଛାଡି ଦୌଡ଼ି ପଳାଇଥିଲା। ସେହିପରି ପୁନର୍ବାର ଗତ ୩୦.୧୧.୨୦୨୦ ଦିନ ୩ଟା ବେଳେ ଉକ୍ତ ଗ୍ରାମର ଅନାମ ମଲ୍ଲ ଅଞ୍ଜଳିକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଟଣାଓଟରା କରୁଥିବା ଖବର ପାଇ ଅଞ୍ଜଳିର ଭାଇ ରଞ୍ଜନ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ଏଥିରେ ଉତ୍ତେଜିତ ହୋଇ ଅନାମ ମଲ୍ଲ ଓ ତାର ୫ଜଣ ସହଯୋଗୀ ଭାଇ, ପୁତୁରା ମାନଙ୍କ ସହ ମିଶି ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଧରି ଅଞ୍ଜଳି ଓ ତାର ଭାଇ ରଞ୍ଜନକୁ ଗୋଡାଇ ଗୋଡାଇ ମୁଣ୍ଡ ଓ ହାଇକୁ ହାଣିପକାଇଥିଲେ।

ଅଞ୍ଜଳି ଓ ତାର ଭାଇ ରଞ୍ଜନ ଗୁରୁତର ଆହତ ଅବସ୍ଥାରେ କୌଣସି ମତେ ସେଠାରୁ ଜୀବନ ବଞ୍ଚାଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ସହିତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ବେଳେ ରଞ୍ଜନଙ୍କ ମୁଣ୍ଡରେ ଏକାଧିକ ଷ୍ଟିଜ୍ ପଡିଥିବା ଦେଖିବାକୁ ମିଳିଥିଲା। ଏପରି ଏକ ସମ୍ବେଦନଶୀଳ ଘଟଣା ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ହେବାର ଆଜିକୁ ୧୮ଦିନ ବିତିଯାଇଥିଲେ ସୁଦ୍ଧା ତିର୍ତ୍ତୋଲ ପୋଲିସ୍ ଏକ ମାମଲା ରୁଜୁ କରି କେଉଁ ଅଦୃଶ୍ୟ ଶକ୍ତି ଚାପରେ ହାତବାନ୍ଧି ବସିରହିଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ୩ଜଣ ଅଭିଯୁକ୍ତଙ୍କୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି।

ସୂଚନାନୁଯାୟୀ ଶାସକ ଦଳର କିଛି କୁଜିନେତା ଅଭିଯୁକ୍ତ ମାନଙ୍କୁ ଘଣ୍ଟଘୋଡାଇବା ପାଇଁ ଯୋରଦାର ଉଦ୍ୟମ ଚଳାଇବା ସହ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଥାନାରେ ଚାପିଦେବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆଜି ୩ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଉକ୍ତ କୁଚକ୍ରୀ କୁଜିନେତା ମାନେ ଅଭିଯୁକ୍ତ ମାନଙ୍କୁ ମୁକାଳିବା ପାଇଁ ଥାନାକୁ ଧାଁ ଧପଡ କରି ପୋଲିସ ଉପରେ ଚାପ ସୃଷ୍ଟି କରୁଥିବା ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତମାନେ କାହାଠୁଁ  ଅଭୟ ବର ପାଇ ଆଜି ପର୍ଯ୍ୟନ୍ତ ନିର୍ଭୟରେ ଖୁଲମ୍ ଖୁଲ୍ଲା ବୁଲିବା ସହିତ ଅଭିଯୋଗ କରିଥିବା ଅଞ୍ଜଳି ଓ ତାର ଭାଇ ରଞ୍ଜନକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ ତାହା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଦୁଷ୍କର୍ମ ଉଦ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.