ଆଜି ରାଜ୍ୟରୁ ସୁସ୍ଥ ହେଲେ ପୁଣି ୩୬୩ ଜଣ କରୋନା ଆକ୍ରାନ୍ତ

Published: Dec 18, 2020, 6:48 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୬୬, ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବରଗଡରୁ ୨୧, ବାଲେଶ୍ବରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗିରିରୁ ୧୪,  କଳାହାଣ୍ଡିରୁ ୧୩, କେନ୍ଦ୍ରାପଡାରୁ ୧୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୭,  ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଓ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୯୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ କୁ ବୃଦ୍ଧି ହୋଇଛି। ତେବେ ୨୬୭୬ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୨୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts