Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ସାମିଲ ହେଲେ ବିଜେପିର ବରଗଡ଼ ଜିଲ୍ଲା ପରିଷଦର ୯ ଜଣ ସଭ୍ୟ
ଆଜିର ଖବର

ବିଜେଡ଼ିରେ ସାମିଲ ହେଲେ ବିଜେପିର ବରଗଡ଼ ଜିଲ୍ଲା ପରିଷଦର ୯ ଜଣ ସଭ୍ୟ

March 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
party changed in odisha politlics
party changed in odisha politlics

ରାଜନୈତିକ ଦଳମାନେ ନିର୍ବାଚନ ମଇଦାନରେ ବଳ କଷାକଷି କରିବା ବେଳକୁ ଦଳର ପ୍ରାର୍ଥୀମାନେ ଦଳ ବଦଳ ପ୍ରକ୍ରିୟା ଚାଲୁ ରଖିଛନ୍ତି । ଟିକେଟ ଅସନ୍ତୁଷ୍ଟ ନେଇ ପ୍ରାର୍ଥୀମାନେ ଏହି ପ୍ରକ୍ରିୟା ଚାଲୁ ରଖୁଛନ୍ତି ।  ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଗତକାଲି ଦଳ ଛାଡ଼ିଛନ୍ତି ।  ସେମାନଙ୍କ ସହ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ହେଲେ ସଞ୍ଜୁକ୍ତା ମାଝୀ, ଅଞ୍ଜନ ଭୋଇ, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ୱକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍‌ଧା, ପାର୍ବତୀ ଭୋଇ ଏବଂ ଉମେଶ ଚନ୍ଦ୍ର ବଢ଼େଇ। ଏ ସମସ୍ତ ସଭ୍ୟ ଆଜି ବିଜେଡିରେ ମିଶିଛନ୍ତି ।  ବିଜେଡ଼ି ଜିଲ୍ଲା ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।   ପୂର୍ବରୁ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସୁବାସ ଚୌହ୍ୱାନ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ସେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ତେବେ ବିଜେପି ତାଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କୁ ବିଜେପୁରରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ତେବେ ସେ ଏଥିରେ ରାଜି ହୋଇ ନଥିଲେ।  ସେହିପରି ଆଜି ବିଜେପିରୁ ଆନନ୍ଦପୁର ପାଇଁ ଟିକେଟ ପାଇଥିବା ଭାଗିରଥୀ ସେଠୀ ବିଜେଡ଼ିରେ ମିଶିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026

ଥାନା ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ

April 29, 2026
Latest News

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026

ଥାନା ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ

April 29, 2026

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.