ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୨ ଜଣ କରୋନା ଆକ୍ରାନ୍ତ

Published: Dec 19, 2020, 7:20 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡରୁ ୪୦,  ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡାରୁ ୨୦, ବାଲେଶ୍ବରରୁ ୧୯, ବରଗଡରୁ ୧୮, ଅନୁଗୁଳରୁ ୧୭, କଳାହାଣ୍ଡିରୁ ୧୭, ମୟୂରଭଞ୍ଜରୁ ୧୭, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, ରାୟଗଡ଼ାରୁ ୧୩, ବଲାଙ୍ଗିରିରୁ ୧୧, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୬, ମାଲକାନଗିରିରୁ ୬, ଭଦ୍ରକରୁ ୪, ବୌଦ୍ଧରୁ ୪, ନୟାଗଡରୁ ୩, ନୂଆପଡ଼ାରୁ ୩, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ଗଜପତିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୬୧ କୁ ବୃଦ୍ଧି ହୋଇଛି। ତେବେ ୨୬୬୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୩୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts