୮୦ ଏକର ଗଂଜେଇ ଚାଷକୁ ନଷ୍ଟକଲା ଅବକାରୀ ବିଭାଗ

Published: Dec 19, 2020, 9:50 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ପେଡ଼ିପଦର ଘାଟି ଅଂଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଂଜେଇ ଚାଷକୁ ନଷ୍ଟ କରାଯାଇଛି। ଜିଲ୍ଲାପାଳ ଓ ଗଂଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ୍ ଚଢ଼ାଉ କରିଥିବାବେଳେ ବିପୁଳ ପରିମାଣରେ ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା। ନଷ୍ଟ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ତା ସୂଚନା ଦେଇଥିଲେ।

ଚଢ଼ାଉରେ ଅବକାରୀ ବିଭାଗ, ପୋଲିସ୍‌, ଅବକାରୀ ଗୁଇନ୍ଦା ସଂସ୍ଥା, ସ୍ଥାନୀୟ ତହସିଲ୍‌ଦାର, ବନ ବିଭାଗର ତିନିଶହ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ। ସୋରଡ଼ା ବ୍ଲକ୍ ଗୌଡ଼ଗୋଠ ପଂଚାୟତ ଅଂଚଳ ସମେତ ବହୁ ସ୍ଥାନରେ ଗଂଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି।

Related posts