କରୋନା ଅପଡେଟ: ବିଗତ ୨୪ ଘଣ୍ଟାରେ ୨୪ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

Published: Dec 21, 2020, 10:46 am IST

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ହଜାର ୩୩୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୫ ହଜାର ୫୬୦ରେ ପହଞ୍ଚିଛି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦ରେ ପହଞ୍ଚିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୭୦୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୬ ଲକ୍ଷ ୬ ହଜାର ୧୧୧ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୩ ହଜାର ୬୩୯ରେ ପହଞ୍ଚିଛି।

Related posts