Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରପାରିରେ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ୍‌ ଭୋରା
ଆଜିର ଖବର

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ୍‌ ଭୋରା

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପରଲୋକ ହୋଇଯାଇଛି । 93 ବର୍ଷ ବୟସରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।  ଦିଲ୍ଲୀ ଫୋର୍ଟିସ୍‌ ଏସକର୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ମୋତିଲାଲ ।  କାଲି ତାଙ୍କର ଜନ୍ମଦିନ ଥିବାବେଳେ ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ମୋତିଲାଲ୍‌ ।

ଦୁଇ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସେ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ରହିଥିବା ମୋତିଲାଲ୍‌ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗାନ୍ଧି ପରିବାରର ନିକଟତର ଥିବା ମୋତିଲାଲ୍‌ ଦୀର୍ଘ ସମୟ ଧରି କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ବ ସମ୍ଭାଳି ଥିଲେ ।  2018 ମସିହାରେ ମୋତିଲାଲଙ୍କ ବୟସକୁ ଦେଖି ରାହୁଲ୍‌ ଗାନ୍ଧି କୋଷାଧ୍ୟକ୍ଷର ଦାୟିତ୍ବ ଅହମ୍ମଦ ପଟେଲ୍‌ଙ୍କୁ ଦେଇଥିଲେ । ନିକଟରେ ଅହମ୍ମଦ ପଟେଲଙ୍କ ମଧ୍ୟ ନିଧନ ହୋଇଛି ।

ରାଜନୀତିକୁ ଆସିବା ପୂର୍ବରୁ ମୋତିଲାଲ୍‌ ଜଣେ ସାମ୍ବାଦିକ ରୂପେ କାର୍ଯ୍ୟ କରୁଥିଲେ। ଦୀର୍ଘ ସମୟ ଧରି ମୋତିଲାଲ୍‌ କଂଗ୍ରେସ ଦଳର ସଙ୍ଗଠନରେ କାମ କରିଥିଲେ । 1970 ମସିହାରେ କଂଗ୍ରେସରେ ସାମିଲ୍‌ ହୋଇଥିଲେ ଭୋରା । 1972 ମସିହାରେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ ମୋତିଲାଲ୍‌ । ଏହାପରେ 1977 ଓ 1980ରେ ମଧ୍ୟ ସେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ଅଜୁର୍ନ ସିଂହ କ୍ୟାବିନେଟ୍‌ରେ ସେ ପ୍ରଥମ ଉଚ୍ଚ ଶିକ୍ଷା ବିଭାଗରେ ରାଜ୍ୟ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1981-84 ମସିହାରେ ସେ ମଧ୍ୟପ୍ରଦେଶର ରାଜ୍ୟ ସଡକ ପରିବହନ ନିଗମର ଚେୟାରମ୍ୟାନ୍‌ ରହିଥିଲେ ।

1985 ମସିହା ଫେବୃଆରୀ 13 ତାରିଖରେ ମୋତିଲାଲ୍‌ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । 1988 ମସିହାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଫେବୃଆରୀ 14 1988 ମସିହାରେ ମୋତିଲାଲ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ।ଗାନ୍ଧି ପରିବାରର ବିଶ୍ବସ୍ତ ମୋତିଲାଲ୍‌ 1993 ମସିହାରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଦାୟିତ୍ବ ସମ୍ଭାଳି ଥିଲେ।

ସୂଚନାଯୋଗ୍ୟ, 2019 ନିର୍ବାଚନରେ କଂଗ୍ରେସର ବିପୁଳ ପରାଜୟ ପରେ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନୂତନ ଅଧ୍ୟକ୍ଷ ରୂପେ ମୋତିଲାଲ ଭୋରାଙ୍କ ନାମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ତେବେ ଶେଷରେ ସୋନିଆ ଗାନ୍ଧି କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ରୂପେ ଦାୟିତ୍ବ ତୁଲାଉଛନ୍ତି । (ଏଜେନ୍ସି)

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Latest News

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.